ପିଏମଇଣ୍ଡିଆ
ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ପର୍ଯ୍ୟଟନ ବିକାଶର ସହଯୋଗ ନିମନ୍ତେ ହୋଇଥିବା ବୁଝାମଣା ପତ୍ର ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ (କ୍ୟାବିନେଟ) ରେ ପିଛିଲାଭାବେ ଅନୁମୋଦନ କରାଯାଇଛି ।
ଏହି ବୁଝାମଣା ପତ୍ର (ଏମ୍.ଓ.ୟୁ) ଟି ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ମାଳଦ୍ୱୀପ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନିମନ୍ତେ ଏହା କରାଯାଇଛି । ଏହି ଏମ୍.ଓ.ୟୁ ଟି ଉଭୟ ଦେଶ ପାଇଁ ସହାୟକ ହେବ । ଚଳିତ ବର୍ଷ ମାନଙ୍କରେ ଭାରତ ପାଇଁ ମାଳଦ୍ୱୀପ ଏକ ପ୍ରମୁଖ ପର୍ଯ୍ୟଟନ ଉତ୍ସ ଭାବେ ପରିଗଣିତ ହୋଇ ଆସୁଛି । ଏହାଦ୍ୱାରା ମୁଖ୍ୟତଃ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ । ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟନ ତଥ୍ୟର ଆଦାନ ପ୍ରଦାନ ଘଟିବା ସହିତ ହୋଟେଲ ଏବଂ ଟୁର ଅପରେଟରମାନଙ୍କର କାର୍ଯ୍ୟ ବୃଦ୍ଧି ପାଇବ । ମାନବ ସମ୍ବଳ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢିବ, ଦ୍ୱିପାକ୍ଷିକ ପର୍ଯ୍ୟଟନ ନିମନ୍ତେ ଉଭୟ ଦେଶର ଟୁର ଅପରେଟର, ଗଣମାଧ୍ୟମ ପ୍ରତିନିଧି ଜନମତ ସୃଷ୍ଟିକାରୀଙ୍କ ଯିବା ଆସିବା ଚାଲୁ ହେବ । ପ୍ରୋତ୍ସାହନ ବିପଣନ, ଲକ୍ଷ୍ୟସ୍ଥଳ ବିକାଶ ତଥା ପରିଚାଳନା, କ୍ଷେତ୍ରରେ ଅନୁଭବର ଆଦାନ ପ୍ରଦାନ, ଉଭୟ ଦେଶର ପର୍ଯ୍ୟଟନ ପ୍ରଦର୍ଶନୀ ଓ ମେଳାରେ ଉଭୟଙ୍କ ଅଂଶ ଗ୍ରହଣ ଏବଂ ନିରନ୍ତର ପର୍ଯ୍ୟଟନ ମର୍ଯ୍ୟାଦାବନ୍ତ ହୋଇପାରିବ ବୋଲି କୁହାଯାଇଛି ।
**********