Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଳାତକ ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ପତ୍ତି ଉଦ୍ଧାର ଲାଗି ଜି-20କୁ ଭାରତ ପକ୍ଷରୁ ନଅ ସୂତ୍ରୀ ଏଜେଣ୍ଡାରେ ପରାମର୍ଶ


 

1. ପଳାତକ ଅର୍ଥନୈତିକ ଅପରାଧର ପ୍ରଭାବୀ ଏବଂ ବିସ୍ତୃତ ମୁକାବିଲା ଲାଗି ଜି-20 ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦୃଢ଼ ଏବଂ ସକ୍ରିୟ ସହଯୋଗ ।

2. ଅପରାଧୀକ କାର୍ଯ୍ୟାନୁଷ୍ଠାନକୁ ପ୍ରଭାବୀ ଢଙରେ ଲାଗୁ କରିବା ନିମନ୍ତେ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ; ଅପରାଧୀଙ୍କ ତ୍ୱରିତ ପ୍ରତ୍ୟର୍ପଣ ଏବଂ ଅପରାଧୀକ କାର୍ଯ୍ୟାନୁଷ୍ଠାନର ପ୍ରଭାବୀ ପ୍ରବେଶୀକରଣକୁ ବ୍ୟବସ୍ଥିତ ଏବଂ ସମ୍ପ୍ରସାରିତ କରାଯିବା ଉଚିତ ।

3. ସମସ୍ତ ପଳାତକ ଅର୍ଥନୈତିକ ଅପରାଧୀଙ୍କ ପ୍ରବେଶକୁ ନିଷିଦ୍ଧ କରିବା ଏବଂ ସେମାନଙ୍କ ଅଭୟ ଶରଣକୁ ରୋକିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ଦିଗରେ ଜି-20 ରାଷ୍ଟ୍ରଗୁଡ଼ିକ ମିଳିତ ଉଦ୍ୟମ ଜରୁରୀ

4. ମିଳିତ ଜାତିସଂଘ ଦୁର୍ନୀତି ନିରୋଧୀ ସମ୍ମେଳନ (ୟୁଏନସିଏସି), ମିଳିତ ଜାତିସଂଘ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ବିରୋଧୀ ସମ୍ମେଳନ (ୟୁଏନଓଟିସି)ର ନୀତି ବିଶେଷ କରି ଅନ୍ତର୍ଜାତୀୟ ସହଯୋଗସଂକ୍ରାନ୍ତରେ ପ୍ରଭାବୀ ଢଙ୍ଗରେ ଲାଗୁ ହେବା ଆବଶ୍ୟକ ।

5.  ପ୍ରାଥମିକତା ଦାୟିତ୍ୱ ଅର୍ପଣ କରିବା ଲାଗି ଏଫଏଟିଏଫ ଆହ୍ୱାନ କରାଯିବା ଉଚିତ ଏବଂ ଅନ୍ତର୍ଜାତୀୟ ସହଯୋଗ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ଯାହା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଏବଂ ଏଫଆଇୟୁର ସମୟବଦ୍ଧ ଏବଂ ବିସ୍ତୃତ ସୂଚନା ବିନିମୟ ଦିଗରେ ନେଇଥିବ ।

6. ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ମାନକ ମାନ୍ୟତା ସୃଷ୍ଟି କରିବା ଲାଗି ଏଫଏଟିଏଫକୁ ଦାୟିତ୍ୱ ଦିଆଯିବା ଉଚିତ

7. ଜି-20 ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ ଦେଶୀୟ ଆଇନ ଅନୁରୂପ ପଳାତକ ଅର୍ଥନୈତିକ ଅପରାଧୀଙ୍କ ଚିହ୍ନଟ, ପ୍ରତ୍ୟର୍ପଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ପରାମର୍ଶ ଦେବା ଲାଗି ଏଫଏଟିଏଫ ସାଧାରଣ ଭାବେ ସହମତ ଏବଂ ମାନକ ପ୍ରକ୍ରିୟାର ଏକ ଧାରା ବିକଶିତ କରିବା ଉଚିତ ।

8. ସଫଳ ପ୍ରତ୍ୟର୍ପଣ ମାମଲା, ପ୍ରତ୍ୟର୍ପଣର ପ୍ରଚଳିତ ବ୍ୟବସ୍ଥାରେ ରହିଥିବା ଶୂନ୍ୟସ୍ଥାନ ଦୂର କରିବା ଏବଂ ଆଇନଗତ ସହାୟତା ଆଦି  ସମେତ ସଫଳ ମାମଲାଗୁଡ଼ିକର ଅଭିଜ୍ଞତା ଓ ସଫଳ ପ୍ରଚଳନ ବାଂଟିବା ଲାଗି ଏକ ସାଧାରଣ ମଂଚ ପ୍ରତିଷ୍ଠା କରାଯିବା ଆବଶ୍ୟକ ।

9. ଅର୍ଥନୈତିକ ଅପରାଧୀମାନଙ୍କୁ ସେମାନଙ୍କ ନିବାସ ରାଷ୍ଟ୍ରର ଟିକସ ଋଣ ପରିଶୋଧ କରିବା ଲାଗି ସେମାନଙ୍କ ସମ୍ପତ୍ତିଗୁଡ଼ିକୁ ଠାବ କରିବା ଦିଗରେ ଜି-20 ମଂଚ ନିଶ୍ଚିତ ଭାବେ କାର୍ଯ୍ୟ କରିବା ଉଚିତ

 

**********