ପିଏମଇଣ୍ଡିଆ
ଜୟ ବାବା ତାରକନାଥ!
ହର-ହର ମହାଦେବ!
ମଞ୍ଚରେ ବିରାଜମାନ ରାଜ୍ୟପାଳ ଆର. ଏନ. ରବି ଜୀ, ରାଜ୍ୟର ଲୋକପ୍ରିୟ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ, ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଏବଂ ପଶ୍ଚିମବଙ୍ଗର ମୋର ଭାଇ ଓ ଭଉଣୀମାନେ !
ନିର୍ବାଚନ ଏବଂ ଶପଥ ଗ୍ରହଣ ପରେ ପ୍ରଥମ ଥର ପାଇଁ ମୋତେ ଆପଣମାନଙ୍କ ସହିତ ରହିବାର ସୌଭାଗ୍ୟ ମିଳିଛି । ବାବା ତାରକନାଥ ଏବଂ ବଙ୍ଗଳାର ଏହି ପବିତ୍ର ଭୂମିରେ ପଶ୍ଚିମବଙ୍ଗ ଦିବସର ଐତିହାସିକ ଦିବସ ଅବସରରେ ଏତେ ସଂଖ୍ୟାରେ ଆପଣମାନଙ୍କର ଯୋଗଦାନ ଦେଖି ମୁଁ ବହୁତ ଖୁସି । ପଶ୍ଚିମବଙ୍ଗର ପବନରେ ଏକ ନୂତନ ସତେଜତା ଅଛି, ଏହାର ପ୍ରତ୍ୟେକ କୋଣ ଅନୁକୋଣରୁ ଏକ ନୂତନ ସୁଗନ୍ଧ ବାହରୁଛି, ଏପରି ମନେ ହେଉଛି, ଯେମିତିକି ପଶ୍ଚିମବଙ୍ଗ ଏବେ ଶିକୁଳିରୁ ମୁକ୍ତ ହୋଇଛି । ଯେପରିକି ବଙ୍ଗଳାର ଗୌରବ ଫେରାଇ ଆଣିବାର କାର୍ଯ୍ୟ ଆରମ୍ଭ ହୋଇଛି । ଆମର ବଙ୍ଗଳା ନିଜର ନୂତନ ଭବିଷ୍ୟତର ନିର୍ମାଣରେ ନିୟୋଜିତ ହୋଇଛି ବୋଲି ଆଜିର କାର୍ଯ୍ୟକ୍ରମ ଏବଂ ଏହି ପ୍ରକଳ୍ପଗୁଡିକର ଶୁଭାରମ୍ଭ ହେଉଛି ସାକ୍ଷୀ । ବଙ୍ଗର ଲୋକଙ୍କ ମୁହଁରେ ଏହି ଚମକ, ପ୍ରତ୍ୟେକ ଗାଁରେ ଖୁସି ଏବଂ ଆତ୍ମବିଶ୍ୱାସର ଭାବନା, ଆଉ ମୁଁ ଆପଣଙ୍କ ସହିତ ଏହି ଖୁସି ବାଣ୍ଟିବାକୁ ଆସିଛି । ଆପଣଙ୍କର ଗୋଟିଏ ଭୋଟ ଏବଂ ଗୋଟିଏ ନିର୍ବାଚନ କେତେ ପରିବର୍ତ୍ତନ ଆଣିପାରେ ତାହା ପଶ୍ଚିମବଙ୍ଗରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ।
ପୋରିବୋର୍ତ୍ତନ ଭାଲୋ ଲାଗ୍ଛେ ତୋ ?
ଏହି ଅବସରରେ ମୁଁ ପଶ୍ଚିମବଙ୍ଗର ଲୋକମାନଙ୍କୁ ଏବଂ ସମଗ୍ର ଦେଶବାସୀଙ୍କୁ ଏହି ଆୟୋଜନ ପାଇଁ ତଥା ପଶ୍ଚିମବଙ୍ଗ ଦିବସର ଅନେକ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ଆଜି, ସ୍ୱଚ୍ଛତାରେ ସ୍ୱାଗତ ପଦକ୍ଷେପ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସ୍ୱଚ୍ଛତା ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଦେବା ଉଚିତ । ଯେଉଁଠାରେ ସ୍ୱଚ୍ଛତା ଅଛି, ସେଠାରେ ବିକାଶ ମଧ୍ୟ ସମାନ ଭାବରେ ସୁନ୍ଦର ଦେଖାଯିବ । ମୁଁ ଆପଣଙ୍କୁ ସ୍ୱଚ୍ଛତାରେ ସ୍ୱାଗତ ପାଇଁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ଏହି ତାରିଖ ଅତି ବିଶେଷ । ସ୍ୱାଧୀନତା ପରେ ବଙ୍ଗଳାର ମହାନ ବ୍ୟକ୍ତିତ୍ୱମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ପ୍ରଥମ ଥର ପାଇଁ ଆମେ ପଶ୍ଚିମବଙ୍ଗ ଦିବସରେ ସେହି ସ୍ୱପ୍ନଗୁଡିକୁ ବାସ୍ତବରେ ପରିଣତ ହେଉଥିବା ଦେଖୁଛୁ । ଏହି ଐତିହାସିକ ତାରିଖ ପଶ୍ଚିମବଙ୍ଗର ବିକାଶ ପାଇଁ ପ୍ରେରଣା ହେଉ, ଆସନ୍ତୁ ଏକ ନୂତନ ଏବଂ ଗୌରବମୟ ଇତିହାସ ସୃଷ୍ଟି କରିବା, ଆଜି ବିଜେପି-ଏନ୍ଡିଏ ସରକାରଙ୍କ ଅଧୀନରେ ବିକାଶର ଏକ ମହା ଅଭିଯାନ ଆରମ୍ଭ କରାଯାଉଛି ।
ବନ୍ଧୁଗଣ,
ବଙ୍ଗଳାରେ ଦଶନ୍ଧି ଧରି ବାମପନ୍ଥୀ ଏବଂ ତା’ପରେ ଟିଏମ୍ସି ଦ୍ୱାରା ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକୁ ପୂରଣ କରିବା ପାଇଁ ଡବଲ ଇଞ୍ଜିନ ସରକାର ଅତ୍ୟନ୍ତ ଦ୍ରୁତ ଗତିରେ କାମ ଆରମ୍ଭ କରିଛି । ବିଦ୍ୟୁତ ଗତିରେ ନିଷ୍ପତ୍ତି ନିଆଯାଉଛି ଏବଂ ଅଟକି ରହିଥିବା ଯୋଜନାଗୁଡିକର କାର୍ଯ୍ୟ ଆଗକୁ ବଢ଼ୁଛି । ଏହାର ଏକ ଅଂଶ ସ୍ୱରୂପ, ଆଜି ଏଠାରେ ଶହ ଶହ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ରେଳ, ସଡ଼କ, କୃଷି, ମତ୍ସ୍ୟଚାଷ ଏବଂ ଏ ସମ୍ପର୍କିତ ପ୍ରକଳ୍ପଗୁଡିକ ବଙ୍ଗଳାର ବିକାଶକୁ ଏକ ନୂତନ ଦିଗ ଦେବ । ଏହି ପ୍ରକଳ୍ପଗୁଡିକ ଏଠାରେ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବ । ମୁଁ ଏହି ବିକାଶମୂଳକ ପ୍ରକଳ୍ପଗୁଡିକ ପାଇଁ ବଙ୍ଗଳାର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୩ତମ କିସ୍ତି ମଧ୍ୟ ଜାରି କରାଯାଇଛି । ଦେଶରେ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ସିଧାସଳଖ ପଠାଯାଇଛି । ମୁଁ ଦେଶରେ ସମସ୍ତ ହିତାଧିକାରୀ ଏବଂ ଚାଷୀ ପରିବାରକୁ ମୋର ଶୁଭକାମନା ଜଣାଉଛି ।
ବନ୍ଧୁଗଣ,
ଦାସତ୍ୱ କାଳରେ, ଆମର ବଙ୍ଗଳା କ’ଣ କିଛି ସହ୍ୟ କରିନାହିଁ, କେତେ ବଳିଦାନ ଦିଆଯାଇଛି, କେତେ ତ୍ୟାଗ କରାଯାଇଛି । ୧୯୪୬ରେ କୋଲକାତାରେ ହୋଇଥିବା ହିଂସା, ତଥା ନୋଆଖାଲିର ଦଙ୍ଗାରେ କେତେ ନିର୍ଦ୍ଦୋଷ ବଙ୍ଗାଳୀ ଲୋକ ବଳିଦାନ ଦେଇଥିଲେ ।
ଭାଇ ଓ ଭଉଣୀମାନେ,
ବଙ୍ଗଳା ରକ୍ତପାତର ଶିକାର ହେଲା, ବଙ୍ଗଳା ତାର ପ୍ରିୟଜନମାନଙ୍କୁ ହରାଇଲା, ନିଜର ମାତୃଭୂମିକୁ ଖଣ୍ଡ ବିଖଣ୍ଡିତ ହେବାର ଦେଖିଲା, କିନ୍ତୁ ବଙ୍ଗଳା ତାର ପରିଚୟକୁ ନଷ୍ଟ ହେବାକୁ ଦେଲା ନାହିଁ । ଏହାର ଫଳସ୍ୱରୂପ, ଯେତେବେଳେ ସମଗ୍ର ବଙ୍ଗଳାକୁ ଭାରତରୁ ଅଲଗା କରିବାର ଷଡ଼ଯନ୍ତ୍ର ହୋଇଥିଲା, ସେତେବେଳେ ଏକ ସ୍ୱତନ୍ତ୍ର ପଶ୍ଚିମବଙ୍ଗ ସୃଷ୍ଟି କରି ସେହି ଯୋଜନାଗୁଡିକୁ ସଫଳ ହେବାକୁ ଦିଆଗଲା ନାହିଁ । ହଜାର ହଜାର ବର୍ଷର ପୁରୁଣା ସଭ୍ୟତା ଏବଂ ସଂସ୍କୃତି, ଏହାର ମୂଳ ବିଶ୍ୱାସ ତଥା ପରମ୍ପରା, ଅନେକ ସଂଘର୍ଷ ପରେ ସଂରକ୍ଷିତ ହୋଇଥିଲା । ଆଜି ମଧ୍ୟ, ଏହି ଭୂମିର ସେହି ମୂଲ୍ୟବୋଧ କେବଳ ପଶ୍ଚିମବଙ୍ଗ ରୂପରେ ସଂରକ୍ଷିତ ନୁହେଁ, ବରଂ ଜୀବିତ ମଧ୍ୟ ରହିଛି । ତେଣୁ, ପଶ୍ଚିମବଙ୍ଗ ଦିବସ ଭାବରେ ଆମେ କେବଳ ଗୋଟିଏ ତାରିଖକୁ ମନେ ରଖୁନାହୁଁ, ଆମେ ସମଗ୍ର ଇତିହାସକୁ ମନେ ରଖୁଛୁ । ହଜାର ହଜାର ବର୍ଷ ପୁରୁଣା ବଙ୍ଗଳାର ଐତିହ୍ୟକୁ ଆମେ ପ୍ରଣାମ କରୁଛୁ ।
ବନ୍ଧୁଗଣ,
ଆମକୁ ଆଜିର ପିଢ଼ିକୁ ପଶ୍ଚିମବଙ୍ଗ ଦିବସର ଗୁରୁତ୍ୱ ବାରମ୍ଭାର କହିବାର ଆବଶ୍ୟକତା ରହିଛି । ଯୁବ ପିଢ଼ି ପାଇଁ ସେହି ସମୟରେ କ’ଣ ଘଟିଥିଲା ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ସମଗ୍ର ବଙ୍ଗଳାକୁ ପାକିସ୍ତାନର ଅଂଶ କରିବା ପାଇଁ ପ୍ରୟାସ କରାଯାଉଥିଲା, ସେତେବେଳେ କଂଗ୍ରେସକୁ ସେହି ଷଡ଼ଯନ୍ତ୍ରକାରୀଙ୍କ ଆଗରେ ହାରିବାକୁ ପଡିଥିଲା । ଏବଂ ସେହି ସମୟ ଥିଲା ଯେତେବେଳେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଏପ୍ରିଲ ୧୯୪୭ରେ, ସେ ଏକ ଐତିହାସିକ ପ୍ରସ୍ତାବ ପାସ୍ କରିଥିଲେ । ସେ ଘୋଷଣା କରିଥିଲେ “ସମଗ୍ର ବଙ୍ଗଳା ପାକିସ୍ତାନର ଅଂଶ ହେବ ନାହିଁ ।” ଏଥିପାଇଁ ବଙ୍ଗଳା ହିନ୍ଦୁ ଗୃହଭୂମି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହାର ନେତୃତ୍ୱ ନେଇଥିଲେ । ପ୍ରସିଦ୍ଧ ବୈଜ୍ଞାନିକ ମେଘନାଦ ସାହା, ଐତିହାସିକ ଆର୍.ସି. ମଜୁମଦାର, ଐତିହାସିକ ଯଦୁନାଥ ସରକାର, ସୁନୀତି କୁମାର ଚଟ୍ଟୋପାଧ୍ୟାୟ, ବଙ୍ଗଳାର ଅନେକ ଜ୍ଞାନୀ ଏବଂ ପ୍ରସିଦ୍ଧ ବ୍ୟକ୍ତି ଏହି ଆନ୍ଦୋଳନର ଅଂଶ ହୋଇଥିଲେ । ଜି.ଡି. ବିର୍ଲାଙ୍କ ପରି ଉଦ୍ୟୋଗୀମାନେ ଏହାକୁ ଆଗକୁ ନେଇଥିଲେ । ମତୁଆ ନେତା ପି. ଆର୍. ଠାକୁର ଆଗକୁ ଆସି ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ । ଖବରକାଗଜରେ ଲେଖା ଲେଖାଯାଇଥିଲା, କାହାଣୀ ଲେଖାଯାଇଥିଲା । ବନ୍ଦେ ମାତରମ୍ର ଭାବନା ପୁଣି ଥରେ ପ୍ରଜ୍ୱଳିତ ହୋଇଥିଲା । ଧାର୍ମିକ ଏଜେଣ୍ଡା ଦ୍ୱାରା ଦମନ କରାଯାଉଥିବା ବଙ୍ଗର ସ୍ୱର ଏହି ଜନ ଆନ୍ଦୋଳନ ସହିତ ପୁଣି ଥରେ ଜୋରଦାର ହୋଇ ଉଠିଲା । ଫଳସ୍ୱରୂପ, ଭାରତ ବିରୋଧୀ ଲୋକମାନେ ଜାଣିପାରିଲେ ଯେ ସମଗ୍ର ବଙ୍ଗକୁ ଭାରତରୁ ଅଲଗା କରିବା ଅସମ୍ଭବ ଏବଂ ପଶ୍ଚିମବଙ୍ଗର ଏହି ଅଂଶ ମାଆ ଭାରତୀଙ୍କ ପାଖରେ ରହିଲା ।
ବନ୍ଧୁଗଣ,
ପଶ୍ଚିମବଙ୍ଗକୁ ଯେଉଁ ଭାବନା ସହିତ ରକ୍ଷା କରାଯାଇଥିଲା, ସ୍ୱାଧୀନତା ପରେ ଏହାକୁ ଆଗକୁ ଅଗ୍ରସର କରିବାର ଆବଶ୍ୟକତା ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଏହାର ବିପରୀତ ଘଟିଥିଲା । ପଶ୍ଚିମବଙ୍ଗ ଦିବସ ଏବଂ ଏହାର ଭାବନାକୁ ଭୁଲିବାକୁ ଚେଷ୍ଟା କରାଯାଇଥିଲା । ରାଜନୈତିକ ଏଜେଣ୍ଡା ଯୋଗୁଁ ଇତିହାସକୁ ‘ହ୍ୱାଇଟ୍ ୱାଶ୍’ କରାଯାଇଥିଲା ।
ଭାଇ ଓ ଭଉଣୀମାନେ,
ବିଭାଜନ ସମୟରେ, ଯେଉଁ କଂଗ୍ରେସ ବଙ୍ଗଳାକୁ ଅଣଦେଖା କରି ଛାଡି ଦେବାକୁ ଚାହୁଁଥିଲା, ବିଭାଜନ ପରେ ବାକି ପଶ୍ଚିମବଙ୍ଗରେ ମଧ୍ୟ ତୁଷ୍ଟିକରଣ ଖେଳ ଖେଳିବା ଆରମ୍ଭ କରିଥିଲା । ପଶ୍ଚିମବଙ୍ଗର ଏହି ଇତିହାସକୁ ଦମନ କରାଯାଇଥିଲା । ଶ୍ୟାମା ପ୍ରସାଦ ମୁଖାର୍ଜୀ ଜନସଂଘର ପ୍ରତିଷ୍ଠାତା ହୋଇଥିଲେ, ତେଣୁ ତାଙ୍କର ଅବଦାନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଯେଉଁ ଚିନ୍ତାଧାରାକୁ ନେଇ ସେମାନେ ବଙ୍ଗଳାର ଆନ୍ଦୋଳନ ଆରମ୍ଭ କରିଥିଲେ, ସେହି ଭାବନାକୁ ଶେଷ କରିଦେବାକୁ ଚେଷ୍ଟା କରାଯାଇଥିଲା । ଗୁରୁଦେବ ରବିନ୍ଦ୍ରନାଥ ଟାଗୋର, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ମହାନ ସନ୍ତାନଙ୍କ ସହ ସମ୍ପର୍କ ଥିବା ଭୂମି ଉପରେ ବିଦେଶୀ ଚିନ୍ତାଧାରା ଲଦି ଦିଆଯାଇଥିଲା । ପ୍ରଥମେ, କଂଗ୍ରେସ, ତାପରେ ବାମପନ୍ଥୀ, ତାପରେ ଟିଏମ୍ସି, ଦଶନ୍ଧି ଧରି ପଶ୍ଚିମବଙ୍ଗକୁ ରକ୍ଷା ଏବଂ ସୁନ୍ଦର କରିବା ପରିବେର୍ତ୍ତ ଏହାକୁ ଅବୈଧ ଅନୁପ୍ରବେଶକାରୀଙ୍କ ଆଡ୍ଡା କରିଥିଲେ । ଯେଉଁ ବଙ୍ଗଳା ଭାରତର ବିକାଶର ନେତୃତ୍ୱ ନେଇପାରିଥାନ୍ତା, ସେ ଆଗକୁ ବଢ଼ିବା ପରିବର୍ତ୍ତେ ପଛରେ ପଡ଼ିଗଲା ।
ବନ୍ଧୁଗଣ,
ଆଜି ପଶ୍ଚିମବଙ୍ଗ ଦିବସରେ, ଆମେ ସମସ୍ତେ ସଂକଳ୍ପ ନେବା ଯେ, ଇତିହାସର ସେହି ଭୁଲଗୁଡିକ ପୁନରାବୃତ୍ତି ହେବ ନାହିଁ । ଏବେ ପଶ୍ଚିମବଙ୍ଗ ଦିବସରୁ ପ୍ରେରଣା ନେଇ ଏକ ନୂତନ ଇତିହାସ ସୃଷ୍ଟି କରାଯିବ ।
ବନ୍ଧୁଗଣ,
ଦଶନ୍ଧିର କୁଶାସନ ପଶ୍ଚିମବଙ୍ଗକୁ ବହୁ ମାଇଲ ପଛକୁ ଠେଲି ଦେଇଛି । ଆପଣମାନେ ସମସ୍ତେ ଦେଖିଛନ୍ତି ଯେ ପୂର୍ବ ସରକାରମାନଙ୍କ ସମୟରେ ପରିସ୍ଥିତି କିପରି ଥିଲା । ଏଠାରୁ ବଡ଼ ବଡ଼ ଶିଳ୍ପ ପ୍ରସ୍ଥାନ କରିଥିଲେ, ଛୋଟ ଶିଳ୍ପ ସ୍ଥଗିତ ହୋଇଯାଇଥିଲା, ଯୁବକମାନଙ୍କ ନିଯୁକ୍ତି ଛଡ଼ାଇ ନିଆଯାଇଥିଲା ଏବଂ ଅନୁପ୍ରବେଶକାରୀଙ୍କ ଦ୍ୱାରା ସମ୍ପଦ କବଜା କରାଯାଇଥିଲା । ପଶ୍ଚିମବଙ୍ଗ, ଯାହା ଏକଦା ସୁଯୋଗର ଭୂମି ଥିଲା, ପ୍ରବାସର କେନ୍ଦ୍ର ପାଲଟିଥିଲା । ଏହି ପରିବେଶରେ, ଆପଣ ଟିଏମ୍ସି ସରକାରକୁ ଭାଙ୍ଗିବା ପାଇଁ, ସେମାନଙ୍କୁ ହଟାଇବା ପାଇଁ ସଂକଳ୍ପ ନେଇଥିଲେ । ଆପଣମାନେ ବିଜେପିକୁ ଆଶୀର୍ବାଦ ଦେଇଥିଲେ, ରେକର୍ଡ ସଂଖ୍ୟକ ଆସନରେ ଆମକୁ ବିଜୟୀ କରାଇଥିଲେ ଏବଂ ଆଜି ସମଗ୍ର ଦେଶ ଦେଖୁଛି ଯେ, ବଙ୍ଗ କିପରି ତୁରନ୍ତ ଫଳାଫଳ ପାଇବା ଆରମ୍ଭ କରିଛି । ଯେଉଁ ଅଧିକାରଠାରୁ ଆପଣଙ୍କୁ ବର୍ଷ ବର୍ଷ ଧରି ଦୂରେଇ ରଖାଯାଇଥିଲା, ତାହା ଏବେ ଆପଣଙ୍କ ଦ୍ୱାର ଦେଶରେ ପହଞ୍ଚିଛି । ମୁଁ ନିର୍ବାଚନ ସମୟରେ ଆପଣଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଗ୍ୟାରେଣ୍ଟି ଦେଇଥିଲି, ଏବେ ନିଷ୍ପତ୍ତି ହୋଇଛି ଯେ ବଙ୍ଗର ପ୍ରତ୍ୟେକ ଗରିବ ବ୍ୟକ୍ତି ଆୟୁଷ୍ମାନ ଭାରତର ଲାଭ ପାଇବେ । ମାଆ ଏବଂ ଭଉଣୀମାନେ ଅନ୍ନପୂର୍ଣ୍ଣା ଯୋଜନାର ସିଧାସଳଖ ଲାଭ ପାଇବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାଣି ଯୋଗାଇବା ପାଇଁ ଜଳ ଜୀବନ ମିଶନ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଆମେ ନିର୍ବାଚନ ସମୟରେ ବଙ୍ଗଳାର ଯୁବକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲୁ, ସେହି ପ୍ରତିଶ୍ରୁତି ପୂରଣ କରି ଚାକିରିରେ ବୟସ ସୀମା କୋହଳ କରାଯାଇଛି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରାର ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇଛି ।
ବନ୍ଧୁଗଣ,
ବର୍ଷ ବର୍ଷ ଧରି ରାଜନୈତିକ ଶତ୍ରୁତା ଯୋଗୁଁ ଯେଉଁ ଯୋଜନାଗୁଡିକ ଅଟକି ରହିଥିଲା ଏବଂ ବିଳମ୍ବିତ ହୋଇଥିଲା, ଆଜି ସେହି ସମସ୍ତ ପ୍ରତିବନ୍ଧକ ଭାଙ୍ଗି ଜନ କଲ୍ୟାଣ ଶିବିର ମାଧ୍ୟମରେ ପ୍ରତ୍ୟେକ ସରକାରୀ ଯୋଜନାର ଲାଭ ସିଧାସଳଖ ଆପଣଙ୍କ ପାଖରେ ପହଞ୍ଚାଯାଉଛି । ଏବେ କୌଣସି ମଧ୍ୟସ୍ଥି ନାହାନ୍ତି, କୌଣସି ବାଧା ନାହିଁ, କେବଳ ଆପଣଙ୍କ ଅଧିକାର ଉପରେ ଧ୍ୟାନ ଦିଆଯାଉଛି, ବଙ୍ଗଳାର ବିକାଶ ଉପରେ ଧ୍ୟାନ ଦିଆଯାଇଛି, ବଙ୍ଗଳା ଏବଂ ଦେଶର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଆପଣମାନେ ନିଶ୍ଚୟ ଦେଖିଥିବେ ଯେ ସୀମାରେ ଫେନ୍ସିଂ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟ, ଯାହା ପୂର୍ବ ସରକାରମାନେ ଦଶନ୍ଧି ଧରି ଅଟକାଇ ରଖିଥିଲେ, ନୂତନ ସରକାର ଗଠନ ହେବା ମାତ୍ରେ ସମ୍ପୂର୍ଣ୍ଣ କରିବା କାମ ଆରମ୍ଭ ହୋଇଛି ।
ଭାଇ ଓ ଭଉଣୀମାନେ,
ମୁଁ ଖୁସି ଯେ, ପଶ୍ଚିମବଙ୍ଗରେ ଶିଳ୍ପ ପ୍ରଗତି ପାଇଁ ପୁଣି ଥରେ ମୁଳଦୂଆ ରଖାଯିବା ଆରମ୍ଭ ହୋଇଛି । ଏହି ମୂଳଦୁଆର ଦୁଇଟି ଅବିଚ୍ଛେଦ୍ୟ ଅଂଶ ରହିଛି – ସଚ୍ଚୋଟ ଏବଂ ସ୍ୱଚ୍ଛ ଶାସନ! ଏବଂ ଦ୍ୱିତୀୟତଃ, ଆଇନର ଶାସନ! କେବଳ ପଶ୍ଚିମବଙ୍ଗ ନୁହେଁ, ସମଗ୍ର ଦେଶ ଆଜି ଏହି ପରିବର୍ତ୍ତନକୁ ଦେଖୁଛି । ଯେଉଁମାନେ ଆପଣମାନଙ୍କୁ ଲୁଟ କରିଥିଲେ, ସେମାନେ ଆସି ଲୁଟ ଟଙ୍କା ଫେରସ୍ତ କରୁଛନ୍ତି । ବଡ଼ ଡକାୟତମାନଙ୍କୁ ଜେଲ ପଠାଯାଉଛି । ସିଣ୍ଡିକେଟ ସଦସ୍ୟମାନେ ଜନସାଧାରଣଙ୍କୁ କ୍ଷମା ମାଗୁଛନ୍ତି । ଟୋଲ ପ୍ଲାଜାରେ ଟଙ୍କା ଆଦାୟ କରୁଥିବା ଗୁଣ୍ଡାମାନେ ଚେକ୍ ପଏଣ୍ଟ ଛାଡି ପଳାଇ ଯାଇଛନ୍ତି । ବଙ୍ଗଳାର ଲୋକମାନେ ବିନା କୌଣସି ବାଧାରେ ଯିବା ଆସିବା କରୁଛନ୍ତି । ବକେୟା ପଡ଼ିଥିବା କାମ ଆରମ୍ଭ ହୋଇଛି ।
ବନ୍ଧୁଗଣ,
ବଙ୍ଗଳା, ଯାହା ଏବେ ବି ଖରାପ ରାସ୍ତା ଏବଂ ଖରାପ ଭିତ୍ତିଭୂମି ସହିତ ସଂଘର୍ଷ କରୁଥିଲା, ବର୍ଷ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପଗୁଡିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଦେଖନ୍ତୁ, ଚିଙ୍ଗରିଘାଟା କ୍ରସିଂରେ କୋଲକାତା ମେଟ୍ରୋର ଅରେଞ୍ଜ ଲାଇନର ଅଟକି ରହିଥିବା କାମ ମଧ୍ୟ ସମାପ୍ତ ହୋଇଛି । ହାୱଡାରେ ନୂତନ ଡିଭିଜନାଲ ରେଳ ହସ୍ପିଟାଲର ଶିଳାନ୍ୟାସ ମଧ୍ୟ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ କରାଯାଇଛି । ଏଠାରେ ଜରୁରୀକାଳୀନ ସେବା ଏବଂ ଗମ୍ଭୀର ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିବ । ପୂର୍ବ ମେଦିନୀପୁରରେ ହୌର ଏବଂ ରାଧାମୋହନପୁର ମଧ୍ୟରେ ରାସ୍ତା ଓଭର ବ୍ରିଜ, ସାଙ୍କରାଇଲ-ସନ୍ତରାଗାଛି ଲିଙ୍କ ଲାଇନ୍, ଏପରି ପ୍ରକଳ୍ପଗୁଡିକ ଏଠାକାର ଲୋକଙ୍କୁ ଲାଭ ଦେବାକୁ ଯାଉଛି ।
ବନ୍ଧୁଗଣ,
ଆଜି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ଦେଶବ୍ୟାପୀ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ଏବଂ ପଶ୍ଚିମବଙ୍ଗର ଚାଷୀଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି । ଆଜିଠାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହେଉଛି । ଫସଲ ବୀମା ଯୋଜନା କୃଷକ ପରିବାରକୁ କଷ୍ଟକର ସମୟରେ ସାହାଯ୍ୟ କରିବ । ଫସଲ କ୍ଷତି ହେଲେ ଚାଷୀଙ୍କ ଉପରେ କୌଣସି ବୋଝ ପଡ଼ିବ ନାହିଁ ।
ବନ୍ଧୁଗଣ,
ଏବେ ପଶ୍ଚିମବଙ୍ଗ ମଧ୍ୟ ଡିଜିଟାଲ କୃଷି ମିଶନରେ ସାମିଲ ହେଉଛି । ଏଗ୍ରି-ଷ୍ଟ୍ୟାକ ମାଧ୍ୟମରେ ଏକ ଚାଷୀ ରେଜିଷ୍ଟ୍ରି ତିଆରି କରାଯିବ । ଗାଁର ମାନଚିତ୍ର ଏବଂ ବୁଣାଯାଇଥିବା ଫସଲ ବିଷୟରେ ସୂଚନା ଡିଜିଟାଲ ରୂପରେ ଉପଲବ୍ଧ ହେବ । ଏହା ସାର କ୍ରୟ, କିଷାନ କ୍ରେଡିଟ କାର୍ଡ, ଡିବିଟି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ଭଳି ସେବାକୁ ସହଜ କରିବ ।
ବନ୍ଧୁଗଣ,
କୃଷି କ୍ଷେତ୍ରରେ ସବୁଠାରୁ ପଛୁଆ ଜିଲ୍ଲାଗୁଡିକୁ ଆଗକୁ ଆଣିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ପଶ୍ଚିମବଙ୍ଗର ଚାରୋଟି ଜିଲ୍ଲା – ପୁରୁଲିଆ, ଦାର୍ଜିଲିଂ, ଆଲିପୁରଦ୍ୱାର ଏବଂ ଝାରଗ୍ରାମ ସାମିଲ ଅଛି । ଏହି ଜିଲ୍ଲାଗୁଡିକରେ ଚାଷର ଉତ୍ପାଦକତା ବୃଦ୍ଧି କରିବା, ସଂରକ୍ଷଣ ସୁବିଧା ସୃଷ୍ଟି କରିବା ଏବଂ ଚାଷୀଙ୍କ ପାଇଁ ଋଣ ସହଜ କରିବା ଦିଗରେ କାର୍ଯ୍ୟ କରାଯିବ । ଚାଷୀ, ମତ୍ସ୍ୟଜୀବୀ,ବ୍ୟବସାୟୀ ସମସ୍ତେ ବଙ୍ଗଳାରେ ମାଛ ଚାଷ ସହିତ ଜଡିତ । ତେଣୁ, ଦକ୍ଷିଣ ୨୪ପ୍ରାଗଣାର ଫ୍ରେସରଗଞ୍ଜ ଫିସିଂ ହାରବର୍ର କ୍ଷମତା ବୃଦ୍ଧି କରାଯାଇଛି । ବୀରଭୂମିରେ ଏକ ଆଧୁନିକ ମାଛ ବଜାର ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟ କରାଯାଇଛି । ଏବେ ବଙ୍ଗଳା ଧିମେଇବ ନାହିଁ, ବଙ୍ଗଳା ଏବେ ଇତିହାସ ସୃଷ୍ଟି କରିବ ।
ବନ୍ଧୁଗଣ,
ଆଜି, ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଚାଷୀ ବନ୍ଧୁ, ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି । ଏହା ସହିତ ଲକ୍ଷ ଲକ୍ଷ ଚାଷୀ ମଧ୍ୟ ଏହି ଦିବସ ପାଳନରେ ଅଂଶୀଦାର ହୋଇଛନ୍ତି । ଏହି ସମସ୍ତ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଲାଭାର୍ଥୀ । ଆଜି, ମୁଁ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଅନୁରୋଧ କରିବାକୁ ଚାହୁଁଛି, ମୋ କଥା ମନଦେଇ ଶୁଣନ୍ତୁ । ମୁଁ ଆପଣଙ୍କୁ ହାତ ଯୋଡି ଅନୁରୋଧ କରୁଛି, କାରଣ ଆମେ ଆମର ପିଲାମାନଙ୍କୁ ନଷ୍ଟ ହୋଇଥିବା କ୍ଷେତ ଦେବା ନାହିଁ, ଆମକୁ ଆମ ପିଲାମାନଙ୍କୁ ଉର୍ବର କ୍ଷେତ ଦେବାକୁ ପଡ଼ିବ, ଆମକୁ ଆମର ମାଟି ମାଆକୁ ବଞ୍ଚାଇବାକୁ ପଡ଼ିବ । ବର୍ତ୍ତମାନ ଭାରତ ସରକାର ‘କ୍ଷେତ ବଞ୍ଚାଅ’ ଅଭିଯାନ ଚଲାଉଛନ୍ତି, ଯାହା ଅଧୀନରେ ମାଟିର ଉର୍ବରତା ରକ୍ଷା କରିବା, ରାସାୟନିକ ସାର ବ୍ୟବହାର ହ୍ରାସ କରିବା ଏବଂ ପ୍ରାକୃତିକ କୃଷି ଉପାୟ ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆପଣମାନେ ମଧ୍ୟ ‘କ୍ଷେତ ବଞ୍ଚାଅ’ ଅଭିଯାନରେ ସର୍ବାଧିକ ସଂଖ୍ୟାରେ ଯୋଗଦାନ କରିବା ଉଚିତ ଏବଂ ନିଜ ଚାଷକୁ ବଞ୍ଚାଇବା ପାଇଁ ପ୍ରତିଜ୍ଞା ନେବା ଉଚିତ । ଆମେ ଆଖପାଖ ଅଞ୍ଚଳରେ ଚାଷୀମାନଙ୍କୁ ସେମାନଙ୍କ କ୍ଷେତ ବଞ୍ଚାଇବା ପାଇଁ ପ୍ରେରଣା ଦେବା ଉଚିତ ଏବଂ ଏକାଠି ଆମର ମାଟି ମାଆକୁ ରକ୍ଷା କରିବା ଉଚିତ । ସେ ଆମର ମାଆ, ଆମେ ରସାୟନିକ ଦ୍ରବ୍ୟ ଦ୍ୱାରା ଆମ ମାଆକୁ ହତ୍ୟା କରିବାର ପାପ କରିପାରିବୁ ନାହିଁ । ଆମକୁ ଆମର ମାଟି ମାଆକୁ ବଞ୍ଚାଇବାକୁ ପଡିବ ।
ବନ୍ଧୁଗଣ,
ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ଦେଶ ହେବାର ଲକ୍ଷ୍ୟ ନେଇ କାମ କରୁଛି । ଏକ ବିକଶିତ ଭାରତର ଏହି ସଂକଳ୍ପର ସବୁଠାରୁ ବଡ଼ ଆଧାର ହେଉଛି ପୂର୍ବ ଭାରତର ବିକାଶ! ଏଥିପାଇଁ, ଆମେ ମିଶନ ପୂର୍ବୋଦୟ ଉପରେ କାମ କରୁଛୁ । ଏଥିରେ ବଙ୍ଗଳାର ଏକ ପ୍ରମୁଖ ଭୂମିକା ରହିଛି । ବଙ୍ଗଳାର ପ୍ରଗତିରେ ପୂର୍ବ ଭାରତର ଗତି ତ୍ୱରାନ୍ୱିତ ହେବ ।
ଭାଇ ଓ ଭଉଣୀମାନେ,
ବିକାଶର ଏହି ଅଭିଯାନରେ, ଆମକୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ, ବିକାଶର ପ୍ରଥମ ସର୍ତ୍ତ, ଯାହାକୁ ଆମେ କେବେ ଭୁଲିବା ଉଚିତ ନୁହେଁ, ଏବଂ ତାହା ହେଉଛି – ଶାନ୍ତି, ସଦ୍ଭାବନା ଏବଂ ସାମାଜିକ ସ୍ଥିରତା! ଆମକୁ ବଙ୍ଗଳାର ସାଂସ୍କୃତିକ ପରିଚୟ ଏବଂ ସାମାଜିକ ଗଠନକୁ ଆହୁରି ମଜବୁତ କରିବାକୁ ପଡ଼ିବ । ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ ।
ବନ୍ଧୁଗଣ,
ଆସନ୍ତା କାଲି ଦେଶ ଏବଂ ବିଶ୍ୱରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବାକୁ ଅଛି । ଏଥର ମୁଁ ବଙ୍ଗଳାରେ ଯୋଗ ଦିବସର ଏକ ଅଂଶ ହେବି । ସ୍ୱାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ଭଳି ଯୋଗୀଙ୍କ ଏହି ଭୂମିରୁ ଯେଉଁ ବାର୍ତ୍ତା ଯିବ, ତାହା ସମଗ୍ର ବିଶ୍ୱର ମାର୍ଗଦର୍ଶନ କରିବ। ମୁଁ ଚାହେଁ ଯେ ଏଥର ବଙ୍ଗଳା ଏବଂ ପ୍ରତ୍ୟେକ କୋଣରେ ଯୋଗ ଦିବସର ଆୟୋଜନ କରାଯାଉ । ଆପଣମାନେ ସମସ୍ତେ ଯୋଗ କରନ୍ତୁ ଏବଂ ଯୋଗ ଦିବସର ଅଂଶ ହୁଅନ୍ତୁ, ଏହି ଅନୁରୋଧ ସହିତ, ମୁଁ ପୁଣିଥରେ ଆପଣମାନଙ୍କୁ ବିକାଶମୂଳକ ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଉଛି । ଆଜି, ଯେତେବେଳେ ଆମେ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ପଶ୍ଚିମବଙ୍ଗ ଦିବସ ପାଳନ କରୁଛୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ନିଜର ମୋବାଇଲ ଫୋନ ବ୍ୟବହାର କରନ୍ତୁ, ମୋବାଇଲ ଫୋନ୍ରେ ଟର୍ଚ୍ଚଲାଇଟ୍ ଜଳାନ୍ତୁ ଏବଂ ଆସନ୍ତୁ ଆମେ ସମସ୍ତେ ଆଜି ଏହି ବଙ୍ଗ ଦିବସ ପାଳନ କରିବା । ମୋ ସହିତ କୁହନ୍ତୁ – ଭାରତ ମାତ କି ଜୟ । ଭାରତ ମାତା କି ଜୟ । ଭାରତ ମାତା କି ଜୟ ।
ବନ୍ଦେ ମାତରମ୍ । ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।
ବନ୍ଦେ ମାତରମ୍ । ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।
ବନ୍ଦେ ମାତରମ୍ ।
ଅନେକ ଅନେକ ଧନ୍ୟବାଦ ।
SR
Delighted to be in Tarakeswar. Addressing a programme on Paschimbanga Divas. Do watch. https://t.co/fh9IHujCpQ
— Narendra Modi (@narendramodi) June 20, 2026
इस बार पश्चिम बंग दिवस की ये तारीख और भी खास है।
— PMO India (@PMOIndia) June 20, 2026
आज़ादी के बाद बंगाल के उज्जवल भविष्य के लिए जो सपना देखा गया था... बंगाल की महान आत्माओं ने जो परिकल्पना की थी... आज एक तरह से पहली बार हम पश्चिम बंग दिवस पर उन सपनों को सच्चाई में बदलते देख रहे हैं।
ये ऐतिहासिक तारीख... पश्चिम…
आज यहाँ सैकड़ों करोड़ रुपए की विकास परियोजनाओं का उद्घाटन और शिलान्यास हुआ है।
— PMO India (@PMOIndia) June 20, 2026
रेल, रोड, कृषि, मछली पालन से जुड़ी ये परियोजनाएं बंगाल के विकास को नई गति देंगी।
इन परियोजनाओं से यहां की ग्रामीण अर्थव्यवस्था को मजबूती मिलेगी: PM @narendramodi
बंगाल ने रक्तपात सहा... बंगाल ने अपनों को खोया... अपनी मातृभूमि के टुकड़े होते देखे... लेकिन, बंगाल ने अपनी अस्मिता और पहचान को नष्ट नहीं होने दिया।
— PMO India (@PMOIndia) June 20, 2026
इसी का परिणाम था... जब पूरे बंगाल को भारत से अलग करने की साजिश हो रही थी... तब अलग पश्चिम बंगाल बनाकर उन मंसूबों को कामयाब नहीं…
पश्चिम बंग दिवस के रूप में हम केवल एक तारीख को याद नहीं कर रहे हैं।
— PMO India (@PMOIndia) June 20, 2026
हम पूरे इतिहास को याद कर रहे हैं।
हम हजारों साल पुरानी बंगाल की विरासत को नमन कर रहे हैं: PM @narendramodi
भारत 2047 तक विकसित देश बनने के लक्ष्य पर काम कर रहा है।
— PMO India (@PMOIndia) June 20, 2026
विकसित भारत के इस संकल्प का सबसे बड़ा आधार है- पूर्वी भारत का विकास!
इसके लिए हम मिशन पूर्वोदय पर काम कर रहे हैं: PM @narendramodi
देशभर के अपने अन्नदाताओं के कल्याण और सशक्तिकरण के लिए हम संकल्पबद्ध हैं। पश्चिम बंगाल के हुगली से आज पीएम-किसान की 23वीं किस्त जारी करने का सौभाग्य मिला। इससे करोड़ों किसान परिवारों को आर्थिक संबल मिलेगा और उनके जीवन में खुशहाली बढ़ेगी। pic.twitter.com/l2pfJaFZPL
— Narendra Modi (@narendramodi) June 20, 2026
जो बंगाल भारत के विकास का नेतृत्व कर सकता था, वो कांग्रेस, लेफ्ट और टीएमसी के दशकों के कुशासन में लगातार पिछड़ता चला गया। आज पश्चिम बंग दिवस पर हम संकल्प लें कि अब इतिहास की वो गलतियां दोहराई नहीं जाएंगी। pic.twitter.com/ZUDPvBBIpu
— Narendra Modi (@narendramodi) June 20, 2026
पश्चिम बंगाल के मेरे परिवारजनों ने बीजेपी को अपना भरपूर आशीर्वाद देकर रिकॉर्ड सीटों से विजयी बनाया। आज पूरा देश देख रहा है कि कैसे इसके नतीजे के रूप में जनता-जनार्दन को वो सारे अधिकार हासिल हो रहे हैं, जिनसे उन्हें वर्षों तक वंचित रखा गया। pic.twitter.com/dWNIKNjmZa
— Narendra Modi (@narendramodi) June 20, 2026
हमारी धरती मां और खेतों की सुरक्षा के लिए देशभर के किसान भाई-बहनों से मेरा यह विनम्र आग्रह… pic.twitter.com/2XzKEvowc0
— Narendra Modi (@narendramodi) June 20, 2026
সমগ্র দেশে আমাদের সকল অন্নদাতাদের কল্যাণ ও ক্ষমতায়নের জন্য আমরা সংকল্পবদ্ধ। পশ্চিমবঙ্গের হুগলি থেকে আজ পিএম-কিসানের ২৩তম কিস্তি প্রদান করার সৌভাগ্য লাভ করেছি। এর ফলে কোটি কোটি কৃষক পরিবার আর্থিক সহায়তা পাবে এবং তাদের জীবনে সুখ-সমৃদ্ধি বৃদ্ধি পাবে। pic.twitter.com/EJ46mWxyRF
— Narendra Modi (@narendramodi) June 20, 2026
যে বাংলা ভারতের উন্নয়নে নেতৃত্ব দিতে পারত, তা কংগ্রেস, বামফ্রন্ট এবং টিএমসি-র দশকের পর দশক ধরে চলা অপশাসনের কারণে ক্রমাগত পিছিয়ে পড়েছে। আজ পশ্চিমবঙ্গ দিবসে আসুন আমরা সংকল্প নিই যে ইতিহাসের সেই ভুলগুলির আর পুনরাবৃত্তি হবে না। pic.twitter.com/nmTiOT3Dc1
— Narendra Modi (@narendramodi) June 20, 2026
আমার পশ্চিমবঙ্গের পরিবার-পরিজনেরা বিজেপি-কে তাঁদের আশীর্বাদ দিয়ে রেকর্ড সংখ্যক আসনে বিজয়ী করেছেন। আজ সমগ্র দেশ দেখছে কীভাবে এর ফলস্বরূপ সাধারণ জনগণ-যে অধিকারগুলি থেকে তাঁদের বছরের পর বছর বঞ্চিত করে রাখা হয়েছিল-সেই সমস্ত অধিকার লাভ করছেন । pic.twitter.com/VEWbW1dUVe
— Narendra Modi (@narendramodi) June 20, 2026
আমাদের মা ধরিত্রী এবং খেতের সুরক্ষার জন্য দেশের সমস্ত কৃষক ভাই-বোনদের প্রতি আমার এই বিনীত অনুরোধ... pic.twitter.com/dLdqqFdV1t
— Narendra Modi (@narendramodi) June 20, 2026