ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପାରମ୍ପରିକ ଔଷଧୀୟ ପଦ୍ଧତି ଏବଂ ହୋମିଓପାଥି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ କ୍ୟୁବା ମଧ୍ୟରେ ବୁଝାମଣାପତ୍ର (MOU)କୁ ପିଛିଲା ଭାବେ ମଞ୍ଜୁର କରିଛନ୍ତି । ଏହି ବୁଝାମଣାପତ୍ର 22.06.2018ରେ ସ୍ୱାକ୍ଷରିତ ହୋଇଥିଲା ।
ପ୍ରଭାବ :
ଏହି ଏମଓୟୁ ଉଭୟ ଦେଶରେ ପାରମ୍ପରିକ ଔଷଧୀୟ ପଦ୍ଧତି ଏବଂ ହୋମିଓପାଥି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବ । ଉଭୟ ଦେଶର ସହଭାଗୀ ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖିଲେ ଏହି ଏମଓୟୁ ବେଶ ମହତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।