ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୬୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସଚିନ ସିୱାଚଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଚିନ ସିୱାଚଙ୍କ ସଫଳତା ଅନେକ ଯୁବ ବକ୍ସରଙ୍କୁ ପ୍ରେରଣା ଯୋଗାଇବ।
ଶ୍ରୀ ମୋଦୀ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ସେ ଭାରତକୁ ଗର୍ବିତ କରିବା ଜାରି ରଖିବେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“ଗ୍ଲାସଗୋରେ ସଚିନ ସିୱାଚ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି!
ପୁରୁଷ ୬୦ କେଜି ବକ୍ସିଂ ଇଭେଣ୍ଟରେ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ। ସେ ଅନେକ ଯୁବ ବକ୍ସରଙ୍କୁ ପ୍ରେରଣା ଦେବେ। ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା। ସେ ସର୍ବଦା ଭାରତକୁ ଗର୍ବିତ କରନ୍ତୁ।
#CWG2026”
HS
Sachin Siwach strikes Gold at Glasgow!
— Narendra Modi (@narendramodi) August 1, 2026
Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud. #CWG2026