ପିଏମଇଣ୍ଡିଆ
ନିକଟରେ ପରଲୋକ ଗମନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଜୀବନ କେତେ ଲମ୍ବା ହେବ ତାହା ଆମ ହାତରେ ନାହିଁ, କିନ୍ତୁ ଆମ ଜୀବନ କିଭଳି ହେବ ତାହା ଆମେ ନିର୍ଦ୍ଧାରଣ କରିପାରିବା । ଜୀବନ କିଭଳି ହେବା ଉଚିତ ଏବଂ ଏହାର ଉଦ୍ଦେଶ୍ୟ କ’ଣ ହେବା ଉଚିତ ତାହା ଅଟଳ ଜୀ ନିଜ ଜୀବନ କାଳରେ ପ୍ରଦର୍ଶିତ କରିଥିଲେ । ଅଟଳ ଜୀ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସାଧାରଣ ଲୋକଙ୍କ ପାଇଁ ବଂଚୁଥିଲେ ବୋଲି ସେ କହିଥିଲେ । ଯୁବାବସ୍ଥା ଠାରୁ ଆରମ୍ଭ କରି ଶାରୀରିକ ଭାବେ ସକ୍ଷମ ଥିବା ପର୍ଯ୍ୟନ୍ତ ସେ ଦେଶ ପାଇଁ ବଂଚିଥିଲେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅଟଳଜୀ ଦେଶବାସୀ, ନିଜ ଆଦର୍ଶ ଏବଂ ସାଧାରଣ ଜନତାଙ୍କ ଆଶାଆକାଂକ୍ଷା ପୂରଣ ପାଇଁ ନିଜ ଜୀବନ ବିତାଇଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବାଜପେୟୀ ଜୀ ନିଜ ରାଜନୈତିକ ଜୀବନ ଏପରି ଏକ ସମୟରେ ବିତାଇଥିଲେ ଯେତେବେଳେ ପ୍ରଭାବଶାଳୀ ରାଜନୈତିକ ବିଚାରଧାରାର ପ୍ରାୟତଃ କୌଣସି ବିକଳ୍ପ ନଥିଲା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ନିଜ ଆଦର୍ଶ ପ୍ରତି ସମର୍ପିତ ରହିଥିଲେ । ସେ ଅନେକ ଦିନ ପର୍ଯ୍ୟନ୍ତ ବିରୋଧୀ ଦଳରେ ରହିଥିଲେ, ତଥାପି ତାଙ୍କର ବିଚାରଧାରା ପ୍ରଭାବିତ ହୋଇନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ବାଜପେୟୀ ଜୀ ସଂସଦୀୟ ପରମ୍ପରାକୁ ସମ୍ମାନ କରୁଥିଲେ ଏବଂ ଯେତେବେଳେ ସୁଯୋଗ ଆସିଲା ନିଜର ଦୂରଦୃଷ୍ଟିକୁ ସେ ଜନସାଧାରଣଙ୍କ ଲାଭ ପାଇଁ କାର୍ଯ୍ୟକାରୀ କରିଥିଲେ ।
ପ୍ରତ୍ୟେକ ମୁହୁର୍ତ୍ତ ତାଙ୍କଠାରେ “ଅଟଳ”ର ଅନୁଭବ ହେଉଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ମେ 11, 1998ରେ ପରମାଣୁ ପରୀକ୍ଷଣ କରି ସେ ସାରା ବିଶ୍ୱକୁ ଚମତ୍କୃତ କରିଦେଇଥିଲେ । ଏହି ପରୀକ୍ଷଣର ଶ୍ରେୟ ସେ ଆମ ବୈଜ୍ଞାନିକମାନଙ୍କୁ ଦେଇଥିଲେ । ବିଶ୍ୱସ୍ତରରେ ବିପରୀତ ପ୍ରତିକ୍ରିୟା ସତ୍ତ୍ୱେ, ଅଟଳ ଜୀ ଚାପରେ ନଇଁ ନଥିଲେ ଏବଂ ଭାରତ “ଅଟଳ” ବୋଲି ସାରା ବିଶ୍ୱକୁ ଦେଖାଇ ଦେଇଥିଲେ ।
ବାଜପେୟୀ ଜୀଙ୍କ ନେତୃତ୍ୱରେ ବିନା ଅଶାନ୍ତିରେ ତିନୋଟି ନୂଆ ରାଜ୍ୟ ଗଠନ ହୋଇଥିଲା । ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସମସ୍ତଙ୍କୁ କିଭଳି ଭାବେ ଏକତ୍ରିତ କରିବାକୁ ହୁଏ ତାହା ବାଜପେୟୀ ଜୀ ପ୍ରମାଣିତ କରିଥିଲେ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ପ୍ରଥମ ଥର କେନ୍ଦ୍ରରେ ଯେତେବେଳେ ଅଟଳ ଜୀ ସରକାର ଗଠନ କଲେ, କେହି ତାଙ୍କୁ ସମର୍ଥନ ଜଣାଇବା ପାଇଁ ଇଚ୍ଛା ପ୍ରକଟ କଲେ ନାହିଁ ଏବଂ ସରକାର ମାତ୍ର 13 ଦିନରେ ଭାଙ୍ଗିଯାଇଥିଲା । କିନ୍ତୁ ଅଟଳ ଜୀ ନିରାଶ ହୋଇନଥିଲେ ଏବଂ ଲୋକମାନଙ୍କ ସେବା ପ୍ରତି ସମର୍ପିତ ରହିଥିଲେ । ମେଣ୍ଟ ରାଜନୀତିକୁ ସେ ମାର୍ଗ ଦେଖାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶ୍ମୀର ଉପରେ ବିଶ୍ୱର ଅବଧାରଣାକୁ ବାଜପେୟୀ ଜୀ ବଦଳାଇ ଦେଇଥିଲେ । ସେ ଆତଙ୍କବାଦ ପ୍ରସଙ୍ଗ ଉଲ୍ଲେଖ କରିଥିଲେ ଏବଂ ବିଶ୍ୱସ୍ତରରେ ଏହାକୁ କେନ୍ଦ୍ରସ୍ଥଳକୁ ଆଣିପାରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଜୀ ସବୁଦିନ ପାଇଁ ପ୍ରେରଣା ହୋଇ ରହିବେ । ସେ ଏକ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ରାଜନୀତି ଏବଂ ସାଧାରଣ ଜୀବନ ଠାରୁ ଦୂରରେ ରହିଥିଲେ, ତଥାପି ତାଙ୍କର ବିୟୋଗରେ ଅନେକ ଲୋକ ଶୋକରେ ଅଧୀର ହୋଇପଡ଼ିଲେ । ଏହା ତାଙ୍କ ମହାନତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯୁବ କୁସ୍ତି ଖେଳାଳୀ ବଜରଙ୍ଗ ପୁନିଆ ଜୀବନରେ କେବେ ବି ଅଟଳ ଜୀଙ୍କୁ ଭେଟିନଥିଲେ ମଧ୍ୟ ଗତକାଲି ଏସୀୟ କ୍ରୀଡ଼ାରେ ସେ ଜିତିଥିବା ସ୍ୱର୍ଣ୍ଣ ପଦକ ଅଟଳ ଜୀଙ୍କ ସ୍ମୃତିରେ ଉତ୍ସର୍ଗ କରିଥିଲେ । ଏଣୁ ଜଣେ ମଣିଷ କେତେ ଅଧିକ ଉଚ୍ଚତା ଏବଂ କେତେ ଅଧିକ ସଫଳତା ହାସଲ କରିପାରେ, ଏହା ତାର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।
**********
Atal Ji's was a life for the people of India.
— PMO India (@PMOIndia) August 20, 2018
In his youth itself he decided that he wants to serve his fellow Indians.
He entered politics when only one party held sway over the political discourse: PM @narendramodi
Atal Ji's efforts ensured Indian became a nuclear power. He attributed the tests of 11th May 1998 to the brilliance of our scientists. Two days later, India tested again & showed what a strong political leadership can do. He never buckled under pressure. He was Atal after all: PM
— PMO India (@PMOIndia) August 20, 2018
Atal Ji as PM created three states, which are prospering. The process of creating these states was peaceful and without bitterness: PM @narendramodi
— PMO India (@PMOIndia) August 20, 2018
When Atal Ji formed the Government for 13 days, no party was willing to support him. The Government fell. He did not lose hope and remained committed to serving the people.
— PMO India (@PMOIndia) August 20, 2018
Atal Ji showed the way when it came to coalition politics: PM @narendramodi
When some were cornering India on the Kashmir issue, it was Vajpayee Ji who changed the narrative.
— PMO India (@PMOIndia) August 20, 2018
Due to Vajpayee ji, terrorism became an important issue at the world stage: PM @narendramodi