Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମାଧ୍ୟମରେ 26ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ସକାରାତ୍ମକ ସୁଶାସନ ତଥା ଯୋଜନାଗୁଡ଼ିକର ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ କରାଯିବା ନେଇ ଆଇଟିସିଭିତ୍ତିକ, ବିବିଧ ମଡ଼େଲ ପ୍ଲାଟଫର୍ମ ସଂପର୍କରେ ଆଲୋଚନା କରାଯାଇଥିଲା ।

ଏଯାବତ୍‌ “ପ୍ରଗତି”ର 25ଟି ବୈଠକ ଅନୁଷ୍ଠିତ ହୋଇସାରିଛି ଏବଂ ପୁନଃପୌନିକ ଭାବେ ସେଥିରେ 227ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ଯେଉଁଥିରେ ମୋଟ 10 ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି । ସେହିଭଳି ଅନେକ ସେକ୍ଟରରେ ଜନ ଅସୁବିଧା ସମାଧାନ ସଂପର୍କରେ ଏହି ବୈଠକମାନଙ୍କରେ ସମୀକ୍ଷା କରାଯାଇଆସୁଛି ।

ଆଜିର ବୈଠକ ଏହି 26ତମ ସଂସ୍କରଣ ଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଥିରେ ଡ଼ାକଘର, ଏବଂ ରେଳବାଇ ସଂପର୍କୀତ ବିଭିନ୍ନ ଜନ ଅସୁବିଧାଗୁଡ଼ିକର ସମାଧାନଜନିତ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଦେଶରେ ପୋଷ୍ଟ ଅଫିସ ତଥା ରେଳ ନେଟୱାର୍କରେ ବିଶେଷ କରି ଭୀମ ଆପ୍‌ ଜରିଆରେ ଡ଼ିଜିଟାଲ ଅର୍ଥ କାରବାର ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ବୈଠକରେ ରେଳବାଇ, ସଡ଼କ, ପେଟ୍ରୋଲିୟମ ଓ ଶକ୍ତି ସେକ୍ଟରର ନଅଟି ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ହରିଆନା, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ତେଲଙ୍ଗାନା, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ସେଥି ମଧ୍ୟରେ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ ସଡକ ଏବଂ ଚାରି ଧାମ ମହାମାର୍ଗ ବିକାଶ ପରିଯୋଜନା ସାମିଲ ।

ସେହିଭଳି ପ୍ରଧାନମନ୍ତ୍ରୀ ଅମୃତ ମିଶନର କାର୍ଯ୍ୟାନ୍ୱୟନ ସଂପର୍କରେ ସମୀକ୍ଷା କରିଥିଲେ । ଏତଦବ୍ୟତୀତ ଲକ୍ଷ୍ୟ ବିନିର୍ଦ୍ଦିଷ୍ଟ ପିଡ଼ିଏସ କାର୍ଯ୍ୟକ୍ରମର ଆମୂଳଚୂଳ କାର୍ଯ୍ୟଧାରା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

**********