ପିଏମଇଣ୍ଡିଆ

ମଞ୍ଚରେ ଉପସ୍ଥିତ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ଶ୍ରୀ କିରଣ ରିଜୀଜୁ ମହୋଦୟ, ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ମହୋଦୟ, ଶ୍ରୀ ତୁଷାରକାନ୍ତି ବେହେରା ମହୋଦୟ ଏବଂ ସାରା ଦେଶରୁ ଆସିଥିବା ଯୁବ ସାଥୀଗଣ ।
ମୁଁ ଆପଣଙ୍କ ସହିତ ଟେକ୍ନୋଲଜି ମାଧ୍ୟମରେ ଯୋଡି ହୋଇ ରହିଛି, କିନ୍ତୁ ଯେଉଁ ପରିବେଶ ଅଛି, ଯେଉଁ ଉତ୍ସାହ ଅଛି, ଯେଉଁ ଭାବନା ଅଛି, ଯେଉଁ ଶକ୍ତି ଅଛି, ତାହାକୁ ମୁଁ ଅନୁଭବ କରିପାରୁଛି ।
ଆଜି ଓଡିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି । ଭାରତ ଇତିହାସରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜିଠାରୁ ଆରମ୍ଭ ହେଉଛି । ଏହା ଭାରତୀୟ କ୍ରୀଡ଼ା ପାଇଁ କେବଳ ଏକ ଐତିହାସିକ ସୋପାନ ନୁହେଁ ବରଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ । ଆଜି ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସ୍ତରରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଉଛି ।
ଓଡ଼ିଶାର ଜନସାଧାରଣ ଏବଂ ଏଠାକାର ସରକାରଙ୍କୁ ତଥା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ଆସିଥିବା 3 ହଜାରରୁ ଊର୍ଦ୍ଧ୍ଵ କ୍ରୀଡ଼ାବିତଙ୍କୁ ଅନେକ ଅନେକ ଶୁଭକାମନା ।
ସାଥୀଗଣ,
ଆଗାମୀ ଦିନରେ 200ରୁ ଊର୍ଦ୍ଧ୍ଵ ପଦକ ଜିତିବାର ଲକ୍ଷ୍ୟ ସହିତ ଆପଣମାନଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାର ସୁଯୋଗ ମିଳିବ । ନିଜର ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଁଚାଇବାର ଅବସର ମିଳିବ ।
ଭୁବନେଶ୍ୱରରେ ଆପଣମାନେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ନିଜ ସହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଭୁବନେଶ୍ୱରରେ ଆପଣମାନେ କରିଥିବା ପରିଶ୍ରମ, ଆପଣମାନଙ୍କ ସ୍ୱପ୍ନକୁ, ପରିବାରର ସ୍ୱପ୍ନକୁ ଓ ଭାରତର ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ ।
ଏହି ସମାରୋହର ମଶାଲଧାରୀ ଦୂତୀ ଚାନ୍ଦଙ୍କ ଭଳି ଅନେକ କ୍ରୀଡ଼ାବିତ ଆପଣମାନଙ୍କ ପାଇଁ ପ୍ରେରଣା । ଆପଣମାନେ ମେଡାଲ ଜିତନ୍ତୁ ଏବଂ ଦେଶକୁ ଫିଟ ରଖିବା ପାଇଁ ଅନୁପ୍ରାଣିତ ମଧ୍ୟ କରନ୍ତୁ । ଏହି ଭାବନା ନେଇ ପଡ଼ିଆକୁ ଓହ୍ଲାଇବାର ଅଛି ।
ସାଥୀଗଣ,
ଆଜିର ଦିନ କେବଳ ଏକ ପ୍ରତିଯୋଗିତାର ଆରମ୍ଭ ନୁହେଁ, ବରଂ ଭାରତରେ କ୍ରୀଡ଼ା ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭ ।
ଖେଲୋ ଇଣ୍ଡିଆ ଅଭିଯାନ ଦେଶର କୋଣଅନୁକୋଣରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିଛି । ଏହା ଯୁବ ପ୍ରତିଭା ଚିହ୍ନଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଏହି ରାଷ୍ଟ୍ରବ୍ୟାପୀ ଅଭିଯାନକୁ ଆଉ ଗୋଟିଏ ସୋପାନ ଆଗକୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ଆରମ୍ଭ କରାଯାଇଛି ।
ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯିବା ଫଳରେ ଦେଶରେ କିଭଳି ପରିବର୍ତ୍ତନ ଆସିଛି ତା’ର ଉଦାହରଣ ନିକଟରେ ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି ।
ବନ୍ଧୁଗଣ,
2018ରେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିବା ସମୟରେ ପ୍ରତିଯୋଗୀଙ୍କ ସଂଖ୍ୟା ସାଢ଼େ ତିନି ହଜାର ଥିଲା, ମାତ୍ର ତିନି ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ 6 ହଜାରରୁ ଅଧିକ ହୋଇଯାଇଛି, ଅର୍ଥାତ ପାଖାପାଖି ଦୁଇଗୁଣ ।
କେବଳ ସଂଖ୍ୟା ବଢି ନାହିଁ, ଖେଳ ଓ ଖେଳାଳୀ ତଥା କ୍ରୀଡ଼ା ଭିତ୍ତିଭୂମି ସ୍ତରରେ ମଧ୍ୟ ଲଗାତାର ସୁଧାର ହୋଇଛି । ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ 80ଟି ରେକର୍ଡ ଭାଙ୍ଗିଥିଲା । ଏଥିମଧ୍ୟରୁ 56ଟି ରେକର୍ଡ କେବଳ ଆମର ଝିଅମାନେ ଭାଙ୍ଗିଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଭିଯାନ ଫଳରେ ଛୋଟ ସହର, ଗାଁ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ସହରରୁ, ଗରିବ ପରିବାରରୁ ଆସିଥିବା କ୍ରୀଡ଼ା ପ୍ରତିଭା ସଫଳତା ହାସଲ କରିବାର ସୁଯୋଗ ପାଉଛନ୍ତି ।
ଏମାନେ ଦେଶ ପାଇଁ ନୂଆ ଆଶା ସଂଚାର କରିଛନ୍ତି । ପୂର୍ବରୁ ଏହି ପ୍ରତିଭାମାନେ ସୁବିଧାସୁଯୋଗ ଅଭାବରୁ ଆଗକୁ ବଢ଼ିପାରୁନଥିଲେ । ଗତ 5-6 ବର୍ଷ ଧରି ଭାରତରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଲଗାତାର ପ୍ରୟାସ କରାଯାଉଛି ।
ସାଥୀଗଣ,
ପ୍ରତିଭା ଚିହ୍ନଟ, ତାଲିମ କିମ୍ବା ଚୟନ ପ୍ରକ୍ରିୟା ହେଉ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯାଉଛି । ଯାହାର ଫଳସ୍ୱରୂପ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆସିପାରିଛି ।
ସାଥୀଗଣ,
ଖେଲୋ ଇଣ୍ଡିଆ ଅଭିଯାନ ଯୁବ ପ୍ରତିଭା ଚିହ୍ନଟ ପାଇଁ ଏକ ବହୁତ ବଡ଼ ମାଧ୍ୟମ ହୋଇପାରିଛି । ଏହା ମାଧ୍ୟମରେ ଚୟନ କରାଯାଇଥିବା ଶ୍ରେଷ୍ଠ ପ୍ରତିଭାମାନଙ୍କୁ ବାର୍ଷିକ ପାଖାପାଖି 6 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଏମାନଙ୍କୁ ଦେଶର 100ରୁ ଅଧିକ କ୍ରୀଡ଼ା ଏକାଡେମୀରେ ତାଲିମ ନେବାର ସୁଯୋଗ ମଧ୍ୟ ମିଳୁଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି 3 ହଜାର ଏପରି ଖେଳାଳିଙ୍କୁ ଚୟନ କରାଯାଇଛି । ଖେଲୋ ଇଣ୍ଡିଆ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଛି । ଯୁବକଯୁବତୀ ଏହି ମୋବାଇଲ ଆପକୁ ଡାଉନଲୋଡ କରି ଦେଶରେ କ୍ରୀଡ଼ା କ୍ଷେତ୍ରର ସମସ୍ତ ସୂଚନା ବିଷୟରେ ଜାଣିପାରିବେ ।
ଏହାବ୍ୟତୀତ ଅଲିମ୍ପିକ୍ସ ପୋଡିୟମ ଯୋଜନା ଅନ୍ତର୍ଗତ ଦେଶର ପ୍ରତିଭାଶାଳୀ କ୍ରୀଡ଼ାବିତଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଦେଶର ପାଖାପାଖି 100 ଶୀର୍ଷ କ୍ରୀଡ଼ାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଏମାନେ ହେଉଛନ୍ତି ସେହି ଖେଳାଳି ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ।
ସାଥୀଗଣ,
ଏହି ଯୋଜନାର ଲାଭ ପାଉଥିବା ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ଏସିଆନ ପାରା ଗେମ୍ସ, ଯୁବ ଅଲିମ୍ପିକ୍ସ ଭଳି ଭିନ୍ନ ଭିନ୍ନ ମୁକାବିଲାରେ 200ରୁ ଅଧିକ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ସେହିପରି ଉତ୍କୃଷ୍ଟ କ୍ରୀଡ଼ାବିତଙ୍କ ପାଇଁ ଆଜୀବନ ପେନସନ ସୁବିଧା କରାଯାଇଛି ।
ସାଥୀଗଣ,
ଦେଶର କ୍ରୀଡ଼ାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ସେମାନଙ୍କ ପାଇଁ ଅନ୍ୟ ସମସ୍ତ ଚିନ୍ତା ଦେଶ କରୁଛି । ପାଠପଢ଼ା ସହିତ ଖେଳ ଜାରି ରଖାଯିବା ଉଚିତ । ଏହାଦ୍ୱାରା ଫିଟନେସର ସ୍ତର ବୃଦ୍ଧି ପାଇବ । ଆମର ଖେଳାଳି, ଆମର ଯୁବକମାନେ ପ୍ରତ୍ୟେକ ପ୍ରକାରର କ୍ୟାରିଅର ପାଇଁ ଫିଟ ରୁହନ୍ତୁ, ସେଥିପାଇଁ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଭଳି ସଂସ୍ଥାନ ନିର୍ମାଣ କରାଯାଉଛି ।
ସାଥୀଗଣ,
ଦେଶର ଯୁବକମାନଙ୍କ ଫିଟନେସ ହେଉ କିମ୍ବା ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତର ସଫଳତା, ସେଥିପାଇଁ ଆମକୁ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ ପ୍ରୟାସ କରିବାକୁ ହେବ ।
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଔପଚାରିକ ଘୋଷଣା କରୁଛି ।
ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ।
ଶ୍ରୀମାନ ନବୀନ ମହୋଦୟଙ୍କୁ, ଓଡିଶା ସରକାରଙ୍କୁ, ଏତେ ବଡ ସମାରୋହ ଯୋଜନା ଦାୟିତ୍ଵ ମୁଣ୍ଡାଇବା ଲାଗି ଧନ୍ୟବାଦ ଜଣାଉଛି, ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଜୟ ଜଗନ୍ନାଥ ଉଚ୍ଚାରଣ କରି, ଜଗନ୍ନାଥଙ୍କ କୃପା ସହିତ ଆମେ ଜଗତ ଜିଣିବା ଲାଗି ଆଗେଇଯିବା, ଏହାସହିତ ମୁଁ ଆପଣମାନଙ୍କୁ, ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି ।
ବହୁତ ବହୁତ ଧନ୍ୟବାଦ ।
मैं आपके साथ टेक्नॉलॉजी के माध्यम से जुड़ रहा हूं, लेकिन वहां जो माहौल है, जो उत्साह है, जो जुनून है, जो ऊर्जा है, उसको मैं अनुभव कर सकता हूं: PM @narendramodi
— PMO India (@PMOIndia) February 22, 2020
आज ओडिशा में नया इतिहास बना है। भारत के इतिहास में पहले खेलो इंडिया यूनिवर्सिटी गेम्स की शुरुआत आज से हो रही है।
— PMO India (@PMOIndia) February 22, 2020
ये भारत के खेल इतिहास में ऐतिहासिक पड़ाव तो है ही, भारत के खेलों के भविष्य के लिए भी एक बड़ा कदम है: PM @narendramodi
आने वाले दिनों में आपके सामने लक्ष्य 200 से ज्यादा गोल्ड मेडल जीतने का तो है ही, उससे भी अहम आपके अपने प्रदर्शन में सुधार, आपके खुद के सामर्थ्य को नई ऊंचाई देना है।
— PMO India (@PMOIndia) February 22, 2020
भुवनेश्वर में आप एक दूसरे से तो कंपीट कर ही रहे हैं, खुद से भी कंपीट कर रहे हैं: PM @narendramodi
आज का ये दिन सिर्फ एक टूर्नामेंट का आरंभ मात्र नहीं है, बल्कि भारत में खेल आंदोलन के अगले चरण की शुरुआत है।
— PMO India (@PMOIndia) February 22, 2020
खेलो इंडिया अभियान ने देश के कोने-कोने में खेलों के प्रति आकर्षण और युवा टैलेंट की पहचान में अहम भूमिका निभाई है: PM @narendramodi
साल 2018 में जब खेलो इंडिया गेम्स की शुरुआत हुई थी, तब इसमें 3500 खिलाड़ियों ने हिस्सा लिया था। लेकिन महज तीन वर्षों में खिलाड़ियों की संख्या 6 हजार से अधिक हो गई है, यानि लगभग दोगुनी: PM @narendramodi
— PMO India (@PMOIndia) February 22, 2020
बीत 5-6 वर्षों से भारत में Sports के Promotion और Participation के लिए ईमानदार प्रयास किए जा रहे हैं। टैलेंट की पहचान हो, ट्रेनिंग हो, या फिर चयन प्रक्रिया हो, हर तरफ ट्रांसपेरेंसी को प्रमोट किया जा रहा है: PM @narendramodi
— PMO India (@PMOIndia) February 22, 2020
ये वो खिलाड़ी हैं जो टोक्यो ओलंपिक्स में हिस्सा लेने के लिए संभावित हैं। इस योजना का लाभ पाने वाले खिलाड़ियों ने कॉमनवेल्थ गेम्स, एशियन गेम्स, एशियन पैरा गेम्स, यूथ ओलंपिक्स जैसे मुकाबलों में 200 से अधिक पदक देश को दिलाए हैं: PM @narendramodi
— PMO India (@PMOIndia) February 22, 2020
खिलाड़ी अपना ध्यान सिर्फ अपने श्रेष्ठ प्रदर्शन पर लगाए, बाकी की चिंता देश कर रहा है। प्रयास ये है कि पढ़ाई के साथ-साथ खेल भी बढ़े और फिटनेस का लेवल भी ऊंचा हो: PM @narendramodi
— PMO India (@PMOIndia) February 22, 2020
Khelo India University Games, a great effort to promote sports and fitness among youth. https://t.co/dYLN6qiaol
— Narendra Modi (@narendramodi) February 22, 2020