Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ କଲ୍


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଏଣ୍ଡି ବର୍ନହାମଙ୍କଠାରୁ ଏକ ଟେଲିଫୋନ୍ କଲ୍ ପାଇଛନ୍ତି।

 

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବାରୁ ବର୍ନହାମଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

 

ଉଭୟ ନେତା ଭାରତ ଓ ବ୍ରିଟେନର ବ୍ୟାପକ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଭାରତ-ବ୍ରିଟେନ ଭିଜନ-୨୦୩୫ ଅନୁରୂପ ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା, ସ୍ୱଚ୍ଛ ଶକ୍ତି, ଶିକ୍ଷା ଏବଂ ପାରସ୍ପରିକ ଜନ-ସମ୍ପର୍କ ସମେତ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଅଧିକ ବ୍ୟାପକ କରିବାକୁ ସେମାନେ ସହମତି ପ୍ରକାଶ କରିଛନ୍ତି।

 

ଉଭୟ ନେତା ନିକଟରେ କାର୍ଯ୍ୟକାରୀ ହୋଇଥିବା ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଏଥିସହିତ ଏହାର ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରି ଉଭୟ ଦେଶର ଲୋକଙ୍କ ସାମୂହିକ ସମୃଦ୍ଧି ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି।

 

ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତବିନିମୟ କରିଛନ୍ତି।

 

ଭବିଷ୍ୟତରେ ନିରନ୍ତର ପରସ୍ପର ସମ୍ପର୍କରେ ରହିବାକୁ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି।

 

*****

MT