Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ


ଆଜି ନୂଆଦିଲ୍ଲୀରେ ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଭାରତର ବିକାଶ, ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପଥ ଏବଂ ସ୍ୱାସ୍ଥ୍ୟ, କୃଷି, ଏଆଇ ଏବଂ ଅନ୍ୟାନ୍ୟ କ୍ଷେତ୍ର, ଯାହା ଆଜି ବେଶ୍ ସୁଯୋଗ ଏବଂ ପ୍ରଭାବ ସୃଷ୍ଟି କରୁଛି ସେହି କ୍ଷେତ୍ରଗୁଡିକରେ ଆକର୍ଷଣୀୟ ଅଭିବୃଦ୍ଧି  ବିଷୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ବିଲ୍ ଗେଟ୍ସ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ବିଲ୍ ଗେଟ୍ସଙ୍କ ସହ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ନିମନ୍ତେ ପ୍ରଯୁକ୍ତିବିଦ୍ୟା, ନବାଚାର ଏବଂ ସ୍ଥାୟୀତ୍ୱ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପୂର୍ବପରି, ବିଲ୍ ଗେଟ୍ସଙ୍କ ସହ ଏକ ଉତ୍ତମ ଆଲୋଚନା ହେଲା । ଆମେ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ନିମନ୍ତେ ପ୍ରଯୁକ୍ତିବିଦ୍ୟା, ନବାଚାର ଏବଂ ସ୍ଥାୟୀତ୍ୱ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ କଥା ହୋଇଥିଲୁ ।”

 

SR