Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ନୂତନ ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋର


ଭାରତରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ଗୋରଙ୍କୁ ତାଙ୍କ ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ କାର୍ଯ୍ୟକାଳ ଭାରତଆମେରିକା ସମନ୍ୱିତ ବୈଶ୍ୱିକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ନୂତନ ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋରଙ୍କୁ ଭେଟି ଖୁସି ହେଲି ମୋର ଦୃଢ଼ ବିଶ୍ୱାସ ତାଙ୍କ କାର୍ଯ୍ୟକାଳ ଭାରତଆମେରିକା ସମନ୍ୱିତ ବୈଶ୍ୱିକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ

@SergioGor”

SR