ପିଏମଇଣ୍ଡିଆ
ସଭାପତି ମିଷ୍ଟର ଲିଓନେଲ ସି ଜନସନଙ୍କ ନେତୃତ୍ୱରେ ପେସିଫିକ ପେନସନ ଏଣ୍ଡ ଇନଭେଷ୍ଟମେଣ୍ଟ ପ୍ରତିଷ୍ଠାନର ଏକ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରତିନିଧି ଦଳର ସଦସ୍ୟମାନେ ଭାରତରେ ଅର୍ଥନୈତିକ ସଂସ୍କାରର ଗତିକୁ ପ୍ରଶଂସା କରିବା ସହ ଦେଶରେ ପ୍ରଗତି କ୍ଷେତ୍ରରେ ଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଛଡା ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଯଥା ଏଫଡିଆଇ ଓ ଜିଏସଟି ଉପରେ ଆଲୋଚନା କରାଯାଇଥିଲା ।
ଭାରତରେ ପୁଞ୍ଜିନିବେଶର ବିଭିନ୍ନ ସମ୍ଭାବନା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ସାମ୍ପ୍ରତିକ ସଂସ୍କାର ବ୍ୟବସ୍ଥା ଏବଂ ସହଜ ବ୍ୟବସାୟିକ ପଦ୍ଧତି ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଭାରତୀୟ ଜନସାଧାରଣଙ୍କ ଅଭିଳାଷାରେ ବୃଦ୍ଧି ସହିତ ଦୃଢ଼ ଅର୍ଥନୈତିକ ମୁଳଭିତ୍ତି ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିଥାଏ । ଅକ୍ଷୟ ଶକ୍ତି ଓ ଜୈବ କୃଷି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି ବୋଲି ସେ କହିଥିଲେ । ସେ ପ୍ରଶଂସା କରି କହିଥିଲେ ଯେ ପିପିଆଇ ପ୍ରତିଷ୍ଠାନ ଏକ ଟ୍ରଷ୍ଟି ଭାବରେ ନିଜ ପାଖରେ ଥିବା ପୁଞ୍ଜିର ନିବେଶ କରୁଛି । ସେ ପୁନଶ୍ଚ କହିଲେ ଯେ ଟ୍ରଷ୍ଟିସିପ୍ ଚିନ୍ତାଧାରା ନେଇ ଭାରତରେ ଉତ୍ତମ ବୁଝାମଣା ରହିଛି ଏବଂ ମହାତ୍ମା ଗାନ୍ଧୀ ମଧ୍ୟ ଏ ସମ୍ବନ୍ଧରେ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରିଛନ୍ତି ।
A delegation from Pacific Pension and Investment Institute called on PM @narendramodi. PM highlighted various possibilities for investment in India. He spoke of the recent reforms and steps taken for ease of doing business. https://t.co/jJ1ni67odj pic.twitter.com/E1wbN4vtzb
— PMO India (@PMOIndia) November 6, 2017