Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଏଏସଏମଏଲ ଏବଂ ଟାଟା ଇଲେକ୍ଟ୍ରାନିକ୍ସ ମଧ୍ୟରେ ବୁଝାମଣାପତ୍ର ହସ୍ତାକ୍ଷର

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଏଏସଏମଏଲ ଏବଂ ଟାଟା ଇଲେକ୍ଟ୍ରାନିକ୍ସ ମଧ୍ୟରେ ବୁଝାମଣାପତ୍ର ହସ୍ତାକ୍ଷର


ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସଏମଏଲ ମଧ୍ୟରେ ସେମିକଣ୍ଡକ୍ଟର ଫ୍ୟାବକୁ ସମର୍ଥନ କରିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ରବ ଜେଟେନ ଉପସ୍ଥିତ ଥିଲେ ।

ଗୁଜରାଟରେ ଭାରତର ପ୍ରଥମ ଫ୍ରଣ୍ଟ-ଏଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ପାଇଁ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସଏମଏଲ ମିଳିତ ଭାବେ ସହଭାଗୀ ହେବା ନିଷ୍ପତ୍ତିକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ପାଇଁ ଭାରତର ଯାତ୍ରାରେ ଏହି ସହଭାଗୀତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଉଲ୍ଲେଖ କରିଥିଲେ ।

ଏଏସଏମଏଲ ହେଉଛି ଏକ ଡଚ୍ ବହୁରାଷ୍ଟ୍ରୀୟ ନିଗମ ଏବଂ ଉଚ୍ଚ-ସଠିକତା ଲିଥୋଗ୍ରାଫି ଉପକରଣ ପାଇଁ ଏକ ପ୍ରମୁଖ ଯୋଗାଣକାରୀ,ଯାହା ସେମିକଣ୍ଡକ୍ଟର ଚିପ୍ସ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଟାଟା ଗ୍ରୁପର ଏକ ସହାୟକ କମ୍ପାନୀ, ଟାଟା ଇଲେକ୍ଟ୍ରୋନିକ୍ସ ହେଉଛି ଏକ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏକ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀ ଯାହା ଗୁଜରାଟରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରୁଛି ।

ପ୍ରମୁଖ ଡଚ୍ ସିଇଓମାନଙ୍କ ସହ ଗୋଲଟେବୁଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଏଠାରେ ଦେଖାଯାଇପାରେ । (Link)

SR