Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଡିସେମ୍ବର 18, 2018ରେ ମହାରାଷ୍ଟ୍ର ଗସ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 18, 2018ରେ ମହାରାଷ୍ଟ୍ର ଗସ୍ତ କରିବେ  ।

ସେ ମୁମ୍ବାଇ ଠାରେ ରିପବ୍ଲିକ୍ ଟିଭି ପକ୍ଷରୁ ଆୟୋଜିତ ରିପବ୍ଲିକସମ୍ମିଳନୀରେ ଉଦବୋଧନ ଦେବେ  ।

ରାଜଭବନରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ବିଶିଷ୍ଟ କାର୍ଟୁନିଷ୍ଟ ଆରକେ ଲକ୍ଷ୍ମଣଙ୍କ ଉପରେ ଆୟୋଜିତ ଏକ ପୁସ୍ତକ ଟାଇମଲେସ ଲକ୍ଷ୍ମଣଉନ୍ମୋଚନ କରିବେ  ।

ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସହରାଂଚଳ ପରିବହନ ଏବଂ ଆବାସ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉନ୍ମୋଚନ କରାଯିବ  ।

କଲ୍ୟାଣଠାରେ ଆୟୋଜିତ ଏକ ସାଧାରଣ ସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ କରିଡର ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ  । ଏହି ପ୍ରକଳ୍ପଗୁଡ଼ି ହେଲେ ଥାନେ-ଭିୱାଣ୍ଡି-କଲ୍ୟାଣ ମେଟ୍ରୋ; ଏବଂ ଦହିସାର-ମୀରା-ଭୟନ୍ଦର ମେଟ୍ରୋ  । ଏହି ଦୁଇଟି କରିଡର ସମ୍ପୂର୍ଣ୍ଣ ହୋଇସାରିବା ପରେ ଅଞ୍ଚଳର ସାଧାରଣ ପରିବହନ ବ୍ୟାପକ ସୁଧାର ଆସିପାରିବ  ।

ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 90,000ୟୁନିଟର ଇଡବ୍ଲୁଏସ ଏବଂ ଏଲଆଇଜି ଆବାସ ଯୋଜନାର ଶୁଭାରମ୍ଭ କରିବେ  । ଶ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ  ।

ପ୍ରଧାନମନ୍ତ୍ରୀ ଏହାପରେ ପୁଣେ ଅଭିମୁଖେ ଗସ୍ତ କରିବେ  । ସେ ପୁଣେ ମେଟ୍ରୋ ପର୍ଯ୍ୟାୟ-3ର  ଭିତ୍ତିପ୍ରସ୍ତର ସ୍ଥାପନ କରିବେ  । ସେ ସାଧାରଣ ସଭାରେ ଉଦବୋଧନ ଦେବେ  ।

 

**********