ପିଏମଇଣ୍ଡିଆ

ଭାରତ-ଜାପାନ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା (2+2)ର ଉଦଘାଟନୀ ଅଧିବେଶନରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିବା ଜାପାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ. ତୋଶିମିତସୁ ମୋତେଗି ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଃ. ତାରୋ କୋନୋ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଜାପାନର ଦୁଇ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱାଗତ ଜଣାଇବା ସହିତ ଅକ୍ଟୋବର 2018ରେ ଜାପାନରେ ଅନୁଷ୍ଠିତ ତ୍ରୟୋଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଉଭୟ ପକ୍ଷ ସକ୍ଷମ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ବୈଠକ ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ରଣନୈତିକ, ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ସଦୃଢ଼ କରିବ ।
ଦୁଇ ଦେଶ ସମେତ ସମଗ୍ର କ୍ଷେତ୍ର ଓ ବିଶ୍ୱର ଲୋକଙ୍କ ହିତ ପାଇଁ ଭାରତ-ଜାପାନ ସମ୍ପର୍କର ସାମଗ୍ରିକ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବିନିମୟ କାରଣରୁ ସେମାନଙ୍କ ସମ୍ପର୍କ ଏତେ ଗଭୀର ଓ ସଦୃଢ଼ ହୋଇପାରିଛି ।
ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସଦୃଢ଼ କରିବା ଉପରେ ସେ ଓ ପ୍ରଧାନମନ୍ତ୍ରୀ ଆବେ ଅଧିକ ଗୁରୁତ୍ୱ ଦେଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆସନ୍ତା ମାସରେ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ଆବେଙ୍କୁ ସ୍ୱାଗତ ଜଣାଇବା ଲାଗି ଆଗ୍ରହର ସହ ଅପେକ୍ଷା କରିଥିବା ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଜାପାନ ସହିତ ଭାରତର ସମ୍ପର୍କ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ସେମାନଙ୍କ ସଂକଳ୍ପର ଏକ ପ୍ରମୁଖ ଉପାଦାନ ଏବଂ ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଆଧାରଶୀଳା ।
**********
Had a wonderful interaction with Mr. Toshimitsu Motegi, Minister for Foreign Affairs and Mr. Taro Kono, Minister of Defence of Japan.
— Narendra Modi (@narendramodi) November 30, 2019
We had extensive discussions on ways to boost India-Japan cooperation. https://t.co/nUTZqtVkY8
Foreign Minister and Defence Minister of Japan call on Prime Minister @narendramodi. https://t.co/wP0bJcS3oC
— PMO India (@PMOIndia) November 30, 2019
via NaMo App pic.twitter.com/wpxbDi4qgG