Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିଲ ଗେଟ୍ସ


ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ ମିଃ. ବିଲ ଗେଟ୍ସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ନ୍ୟୁୟର୍କ ଠାରେ ଉଭୟ ପରସ୍ପରକୁ ଭେଟିଥିଲେ ।

ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ସ୍ୱଚ୍ଛତା ଏବଂ କୃଷି କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ଭାରତ ସରକାରଙ୍କ ପ୍ରୟାସ ପ୍ରତି ତାଙ୍କ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ମିଃ ବିଲ ଗେଟ୍ସ ଦୋହରାଇଥିଲେ ।

ପୁଷ୍ଟିସାଧନକୁ ପ୍ରମୁଖ କ୍ଷେତ୍ର ଭାବେ ଗୁରୁତ୍ୱାରୋପ କରିବା ଏବଂ ଜାତୀୟ ପୁଷ୍ଟିସାଧନ ଅଭିଯାନ ଅନ୍ତର୍ଗତ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମିଃ ଗେଟ୍ସ ପ୍ରଶଂସା କରିଥିଲେ ।

କୃଷି ଉତ୍ପାଦକତା ଏବଂ ବ୍ୟବସ୍ଥାଗତ ପ୍ରଦର୍ଶନ ବୃଦ୍ଧି ପାଇଁ ସେ ନୂତନ ଉପାୟ ଉପସ୍ଥାପନ କରିଥିଲେ । ଏଥିରେ ସେ ଦରିଦ୍ର ଓ ବଂଚିତଙ୍କ କଲ୍ୟାଣ ଲାଗି ଉପଲବ୍ଧତାରେ ଉନ୍ନତି ଆଣିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ଫାଉଣ୍ଡେସନର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏହାର ବିଶେଷଜ୍ଞତା ଓ ଉତ୍ତରଦାୟିତ୍ୱ ପ୍ରତି ସରକାର କିଭଳି ଗୁରୁତ୍ୱ ଦେଉଛନ୍ତି ତାହା ଉଲ୍ଲେଖ କରିଥିଲେ । ସେ ପରାମର୍ଶ ଦେଇଥିଲେ ଯେ ବିକାଶ ସହଯୋଗୀଙ୍କ ଦ୍ୱାରା ତଥ୍ୟ ଏବଂ ପ୍ରମାଣ ଆଧାରିତ ବିଚାରଶୀଳ ହସ୍ତକ୍ଷେପ ଓ ସହାୟତା ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, କୃଷି ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ।

ମିଃ. ବିଲ ଗେଟ୍ସଙ୍କ ସହିତ ତାଙ୍କ ଭାରତ ନେତୃତ୍ୱ ଦଳର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ ।

**********