Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କତାର ଅମୀରଙ୍କ ଟେଲିଫୋନ୍ କଲ୍‌


  • କତାରରେ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କଲେ ଅମୀର
  • ଧନ୍ୟବାଦ ଜଣାଇବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
  • ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତା ପୁନଃସ୍ଥାପନ କଲେ
  • ପଶ୍ଚିମ ଏସିଆରେ ଶାନ୍ତି ପ୍ରୟାସରେ ସକରାତ୍ମକ ଅବଦାନ ପାଇଁ କତାରର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
  • ଦ୍ୱିପାକ୍ଷିକ ସହଯୋଗ ବିସ୍ତାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପୁନଃସ୍ଥାପନ କଲେ ଦୁଇ ନେତା
  • ୨୩ ଜୁନ୍ ୨୦୨୬: ପିଆଇବି ଦିଲ୍ଲୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ ଅଲ୍‌-ଥାନିଙ୍କଠାରୁ ଏକ ଟେଲିଫୋନ କଲ୍ ପାଇଛନ୍ତି ।

ଜୁନ୍ ୨୧ ତାରିଖରେ କତାରର ରାସ୍ ଲାଫାନ ଶିଳ୍ପ ନଗରୀରେ ହୋଇଥିବା ଏକ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଉପରେ କତାର ଅମୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ପ୍ରଭାବିତ ପରିବାରମାନଙ୍କ ପ୍ରତି ତାଙ୍କର ସମବେଦନାର ପାଇଁ ପ୍ରଧାନମନ୍ତ୍ରୀ କତାରର ଅମୀରଙ୍କୁ ଧନ୍ୟବାଦ ଦେବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଦୁଇ ନେତା ସେମାନଙ୍କର ନାଗରିକମାନଙ୍କର ମଙ୍ଗଳ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଏବଂ ପରସ୍ପର ପ୍ରତି ସେମାନଙ୍କର ସମର୍ଥନ ତଥା ସଂହତିକୁ ପୁନଃସ୍ଥାପନ କରିଛନ୍ତି ।

ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ଆଲେଚାନା କରିବା ସମୟରେ, ପ୍ରଧାନମନ୍ତ୍ରୀ ଶାନ୍ତି ପ୍ରୟାସରେ କତାରର ସକରାତ୍ମକ ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ଏଥିଯୋଗୁଁ ଏହି କ୍ଷେତ୍ରରେ ସ୍ଥାୟୀ ଶାନ୍ତି ତଥା ସ୍ଥିରତା ଆସିବ ।

ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିସ୍ତାର କରିବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ପୁନଃସ୍ଥାପନ କରିଛନ୍ତି ।

ଦୁଇ ନେତା ଆଗାମୀ ଦିନରେ ନିରନ୍ତର ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଛନ୍ତି ।

 

SR