Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତ

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ନୋଆପାରା ଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ରେଳର ସମ୍ପ୍ରସାରଣକୁ ଉଦ୍ଘାଟନ କରିଛନ୍ତି ଏବଂ ଏହାର ପ୍ରଥମ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ସେ ମଧ୍ୟ କଲାଇକୁଣ୍ଡା ଏବଂ ଝାରଗ୍ରାମ ମଧ୍ୟରେ ତୃତୀୟ ରେଳ ଲାଇନର ଉଦଘାଟନ କରିଥିଲେ

ଶ୍ରୀ ମୋଦୀ ପୂର୍ବ ରେଳବାଇ ଖାରଗ୍ରାଘାଟ ରୋଡର ଆଜିମଗଞ୍ଜ ଦୋହରା ରେଳଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ସେ ଦେଶ ଉଦ୍ଦେଶ୍ୟରେ ଦାନକୁନି ଏବଂ ବାରୁଇପାରା ମଧ୍ୟରେ ଚତୁର୍ଥ ରେଳଲାଇନ୍ଏବଂ ରସୁଲପୁର ମାଗ୍ରା ମଧ୍ୟରେ ତୃତୀୟ ଲାଇନକୁ ଉତ୍ସର୍ଗ କରିଥିଲେ

ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଉନ୍ମୋଚିତ ହୋଇଥିବା ପ୍ରକଳ୍ପଗୁଡ଼ିକ ହୁଗୁଳି ଆଖପାଖରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସହଜ କରିବ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶରେ ପରିବହନର ଉତ୍ତମ ମାଧ୍ୟମ ଆମର ଆତ୍ମର୍ନିଭରଶୀଳତା ଏବଂ ଆତ୍ମବିଶ୍ୱାସ ସଂକଳ୍ପକୁ ଦୃଢ କରିବ ସେ ଖୁସି ବ୍ୟକ୍ତ କରିଛନ୍ତି ଯେ କୋଲକାତା ବ୍ୟତୀତ ହୁଗଳି, ହାୱଡା ଏବଂ ଉତ୍ତର 24ପ୍ରଗଣା ଜିଲ୍ଲାର ଲୋକମାନେ ମଧ୍ୟ ମେଟ୍ରୋ ସେବାର ଲାଭ ପାଇବେ ମେଟ୍ରୋ ରେଳବାଇର ନୋଆପାରା ଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣର ଉଦଘାଟନ ସହିତ ଉଭୟ ଗନ୍ତବ୍ୟସ୍ଥଳ ମଧ୍ୟରେ ଯାତ୍ରା ସମୟ 90 ମିନିଟରୁ 25 ମିନିଟକୁ ହ୍ରାସ ପାଇବ ବୋଲି ସେ କହିଛନ୍ତି ଏହି ସେବା ଛାତ୍ରଛାତ୍ରୀ ଶ୍ରମିକମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ସେ କହିଛନ୍ତି

ଆଜିକାଲି ଭାରତରେ ର୍ନିମାଣ ହେଉଥିବା ମେଟ୍ରୋ କିମ୍ବା ରେଳ ବ୍ୟବସ୍ଥାରେ ମେଡ ଇନ୍ ଇଣ୍ଡିଆର ପ୍ରଭାବ ଦୃଶ୍ୟମାନ ହେଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଟ୍ରାକ୍ ଏବଂ ଆଧୁନିକ ରେଳ ଇଞ୍ଜିନ ଠାରୁ ଆରମ୍ଭ କରି ଆଧୁନିକ ଟ୍ରେନ୍ ଏବଂ ଆଧୁନିକ କୋଚ୍‌, ବହୁ ପରିମାଣରେ ବ୍ୟବହୃତ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା ସ୍ୱଦେଶୀ ହୋଇପାରିଛି ଏହା ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରି ର୍ନିମାଣର ଗୁଣବତ୍ତା ବୃଦ୍ଧି କରିଛି

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ଦେଶରେ ଆତ୍ମର୍ନିଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଛି ଏବଂ ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ପାଇଁ ଆନ୍ତର୍ଜାତୀୟ ବାଣିଜ୍ୟର ଅପାର ସମ୍ଭାବନା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନୂତନ ରେଳ ଲାଇନ ଦ୍ୱାରା ଜୀବନ ଅଧିକ ସହଜ ହେବ, ଶିଳ୍ପ ପାଇଁ ନୂତନ ରାସ୍ତା ମଧ୍ୟ ଉପଲବ୍ଧ ହେବ

ସଂକ୍ଷିପ୍ତ ପୃଷ୍ଠଭୂମି

ମେଟ୍ରୋ ରେଳ ସମ୍ପ୍ରସାରଣ

ମେଟ୍ରୋ ରେଳର ନୋଆପାରା ଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ଏହି ଲାଇନ୍ରେ ପ୍ରଥମ ସେବାକୁ ପତାକା ଦେଖାଇ ଆରମ୍ଭ କରାଯିବା ସଡକରେ ଯାତାୟତକୁ ହ୍ରାସ କରିବ ଏବଂ ସହରାଞ୍ଚଳର ଗତିଶୀଳତାକୁ ଉନ୍ନତ କରିବ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ଅନୁଦାନରେ ଏହି 4.1 କିଲୋମିଟର ସମ୍ପ୍ରସାରଣ ପାଇଁ 464 କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି ଏହି ସମ୍ପ୍ରସାରଣ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ଭକ୍ତଙ୍କ ପାଇଁ କାଳିଘାଟ ଏବଂ ଦକ୍ଷିଣେଶ୍ୱରରେ ଥିବା ଦୁଇ ବିଶ୍ୱ ପ୍ରସିଦ୍ଧ କାଳୀ ମନ୍ଦିରକୁ ଯାତାୟତ ସହଜ କରିବ ବାରନଗର ଏବଂ ଦକ୍ଷିଣେଶ୍ୱର ନାମକ ଦୁଇଟି ନୂତନ ଷ୍ଟେସନରେ ଆଧୁନିକ ଯାତ୍ରୀ ସୁବିଧା ରହିଛି ଏବଂ ମୂର୍ତି, ଫଟୋ ଏବଂ ପ୍ରତିମା ସହିତ ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ପରିକଳ୍ପିତ ଏବଂ ସଜାଯାଇଛି

ରେଳ ଲାଇନର ଉଦ୍ଘାଟନ :

ଦକ୍ଷିଣ ପୂର୍ବ ରେଳବାଇର 132 କିଲୋମିଟର ଦୈର୍ଘ୍ୟ ଖଡଗପୁରଆଦିତ୍ୟପୁର ତୃତୀୟ ଲାଇନ ପ୍ରକଳ୍ପର 30 କିଲୋମିଟର ଦୂର କଲାଇକୁଣ୍ଡା ଏବଂ ଝାରଗ୍ରାମ ମଧ୍ୟରେ ତୃତୀୟ ଲାଇନ ପାଇଁ 1312 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା କଲାଇକୁଣ୍ଡା ଏବଂ ଝାରଗ୍ରାମ ମଧ୍ୟରେ ଥିବା ଚାରୋଟି ଷ୍ଟେସନକୁ ନୂତନ ଭିତ୍ତିଭୂମି ନବୀକରଣ ସହିତ ଚାରୋଟି ନୂତନ ଷ୍ଟେସନ୍ କୋଠା, ଛଅଟି ନୂତନ ଫୁଟ ଓଭର ବ୍ରିଜ ଏବଂ ଏଗାରଟି ନୂତନ ପ୍ଲାଟଫର୍ମର ପୁନଃ ର୍ନିମାଣ କରାଯାଇଛି ଏହା ହାୱଡାମୁମ୍ବାଇ ଟ୍ରଙ୍କ ମାର୍ଗରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନର ନିରବଚ୍ଛିନ୍ନ ଗତିକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ

ହାୱଡାବର୍ଦ୍ଧମାନ କୋର୍ଡ ଲାଇନ୍ ଅର୍ନ୍ତଗତ ହାୱଡାର ଡାନକୁନି ଏବଂ ବାରୁପାରା (11.28 କିମି) ଚତୁର୍ଥ ଲାଇନ୍ ଏବଂ ହାୱଡାବର୍ଦ୍ଧମାନ ମୁଖ୍ୟ ଲାଇନ୍ ଅର୍ନ୍ତଗତ ରସୁଲପୁର ଏବଂ ମାଗ୍ରା (42.42 କିମି) ମଧ୍ୟରେ ତୃତୀୟ ଲାଇନକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି, ଯାହାକି କୋଲକାତାର ପ୍ରବେଶପଥ ଭାବରେ କାର୍ଯ୍ୟ କରେ ରସୁଲପୁର ଏବଂ ମାଗ୍ରା ମଧ୍ୟରେ ତୃତୀୟ ଲାଇନ 759 କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଥିବାବେଳେ ଡାନକୁନି ଏବଂ ବାରୁପାରା ମଧ୍ୟରେ ଚତୁର୍ଥ ଲାଇନ 195 କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି

ଆଜିମଗଞ୍ଜଖାରଗ୍ରାଘାଟ ରୋଡ୍ ଦୋହରୀକରଣ

ପୂର୍ବ ରେଳବାଇର ହାୱଡାବନ୍ଦେଲଆଜିମଗଞ୍ଜ ସେକ୍ସନର ଏକ ଅଂଶ ଥିବା ଆଜିମଗଞ୍ଜକୁ ଖାରଗ୍ରାଘାଟ ରୋଡ ଲାଇନକୁ ଦୋହରୀକରଣ କାର୍ଯ୍ୟ ପ୍ରାୟ 240 କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି

ଏହି ପ୍ରକଳ୍ପଗୁଡିକ ଉନ୍ନତ କାର୍ଯ୍ୟକ୍ଷମ, କମ୍ ଯାତ୍ରା ସମୟ ଏବଂ ରେଳ ଯାତ୍ରାର ବର୍ଦ୍ଧିତ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି କରିବ

***

HS