ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି (ପିଏମଏସଏସଏନ) ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଅର୍ଥ ଅଧିନିୟମ 2007ର ଧାରା 136B ଅନ୍ତର୍ଗତ ସଂଗ୍ରହ କରାଯାଉଥିବା ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପକର(ସେସ୍)ରୁ ପ୍ରାପ୍ତ ହେଉଥିବା ଅର୍ଥରାଶିରେ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ‘ସିଙ୍ଗଲ ନନ ଲାପ୍ସେବଲ ରିଜର୍ଭ ଫଣ୍ଡ’ ରୂପରେ ଏହି ପାଣ୍ଠିର ଗଠନ କରାଯିବ।
ପିଏମଏସଏସଏନର ପ୍ରମୁଖ ବୈଶିଷ୍ଟ୍ୟ
iv. ପିଏମଏସଏସଏନକୁ ଲାଗୁ କରିବା ଏବଂ ଏହାର ପରିଚାଳନା କରିବାର ଦାୟିତ୍ୱ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ବାହ କରିବ।
v. ଯେକୌଣସି ଆର୍ଥିକ ବର୍ଷରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପରୋକ୍ତ ଯୋଜନାଗୁଡ଼ିକ ବାବଦ ବ୍ୟୟ ପ୍ରାରମ୍ଭିକ ଭାବେ ପିଏମଏସଏସଏନରୁ ନିଆଯିବ ଏବଂ ପରବର୍ତ୍ତୀ ସମୟରେ ସକଳ ବଜେଟ ସହାୟତା (ଗ୍ରସ ବଜେଟାରୀ ସପୋର୍ଟ)ରୁ ନିଆଯିବ।
ଲାଭ :
ଏହାର ମୁଖ୍ୟ ଲାଭ ହେଉଛି : ନିର୍ଦ୍ଧାରିତ ସମ୍ବଳ ଉପଲବ୍ଧତା ଜରିଆରେ ସାର୍ବଜନୀନ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଏଥିସହିତ ଏହା ମଧ୍ୟ ସୁନିଶ୍ଚିତ ହେବ ଯେ କୌଣସି ଆର୍ଥିକ ବର୍ଷ ପାଇଁ ଏ ବାବଦରେ ନିର୍ଦ୍ଧାରିତ ଅର୍ଥରାଶି ସମାପ୍ତ (ଲ୍ୟାପ୍ସ) ହେବ ନାହିଁ।
*********
P.S