Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


  • ଭାରତୀୟଙ୍କ ଆଶା ଓ ଆକାଂକ୍ଷା ଏବେ ସର୍ବୋଚ୍ଚ ସ୍ତରରେ
  • ପିଆଇଓମାନେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ
  • ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ସାଂସଦ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି  ।

ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଲୋକ ଶହ ଶହ ବର୍ଷ ଧରି ଭାରତ ଛାଡ଼ିସାରିଛନ୍ତି, ତଥାପି ସେମାନେ ନିଜ ମନ ଏବଂ ହୃଦୟରେ ଭାରତକୁ ସ୍ଥାନ ଦେଇଛନ୍ତି । ସେ କହିଥିଲେ, ଏଥିରେ ଆଦୌ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଭାରତୀୟ ବଂଶୋଦ୍ଭବ ଲୋକମାନେ ସେମାନେ ରହୁଥିବା ଦେଶକୁ ସମ୍ପୂର୍ଣ୍ଣ ଭାବେ ଆପଣେଇ ନେଇଛନ୍ତି । ସେ ଆହୁରି କହିଥିଲେ ଯେ ଭାରତୀୟତାକୁ ନିଜ ଭିତରେ ଉଜ୍ଜୀବିତ ରଖି ସେମାନେ ସେସବୁ ଦେଶର ଭାଷା, ଭୋଜନ, ଚାଲିଚଳଣୀ, ସଂସ୍କୃତି ଏବଂ ବେଶପୋଷାକକୁ ଗ୍ରହଣ କରିନେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏପରି ଅନୁଭବ ହେଉଛି ଯେପରି ଦିଲ୍ଲୀରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ନେଇ ଏକ କ୍ଷୁଦ୍ର ବିଶ୍ୱ ସଂସଦ ଏକତ୍ରିତ ହୋଇଛି । ଭାରତୀୟ ବଂଶୋଦ୍ଭବ ଲୋକମାନେ ଆଜି ମରିସସ, ପର୍ତ୍ତୁଗାଲ ଏବଂ ଆୟାର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ସେ ଆହୁରି କହିଥିଲେ ଯେ ଭାରତୀୟ ବଂଶୋଦ୍ଭବ ଲୋକମାନେ ଏବେ ଅଧିକାଂଶ ଦେଶ ଏବଂ ସରକାରରେ ମୁଖ୍ୟ ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ତିନିରୁ ଚାରି ବର୍ଷ ମଧ୍ୟରେ ଭାରତରେ ବ୍ୟାପକ ପରିବର୍ତ୍ତନ ଆସିଥିବା ନେଇ ବିଶ୍ୱସ୍ତରରେ ଏକ ଧାରଣା ସୃଷ୍ଟି ହୋଇଛି । ସେ କହିଥିଲେ, ଏହା ପଛରେ ଥିବା କାରଣଟି ହେଉଛି ଭାରତ ନିଜକୁ ରୂପାନ୍ତରିତ କରୁଛି । ଭାରତରେ ଏବେ ଆଶା ଓ ଆକାଂକ୍ଷା ସର୍ବୋଚ୍ଚ ସ୍ତରରେ ପହଂଚିଛି । ପ୍ରତ୍ୟେକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନର ସଂକେତ ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠି ଥା’ନ୍ତୁ ପଛେ ପିଆଇଓମାନେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଏବଂ ସେ ବିଦେଶ ଗସ୍ତ କରିଥିବା ସମୟରେ ସବୁବେଳେ ସେମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥା’ନ୍ତି  ।

ବିଦେଶରେ ଭାରତୀୟ ନାଗରିକମାନେ ସମ୍ମୁଖିନ ହେଉଥିବା ସମସ୍ୟା ପ୍ରତି ଲଗାତାର ଦୃଷ୍ଟି ରଖିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ବାଣିଜ୍ୟିକ ଦୂତାବାସଜନିତ ଅଭିଯୋଗର ତ୍ୱରିତ ସମାଧାନ ଏବଂ ନିର୍ଦ୍ଧାରିତ ସମୟରେ ଅନୁଧ୍ୟାନ ପାଇଁ ସେ “ମଦଦ” ପୋର୍ଟାଲ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଭାରତର ବିକାଶରେ ଭାଗିଦାର ବୋଲି ସରକାର ବିଶ୍ୱାସ କରନ୍ତି । ସେ କହିଥିଲେ ଯେ ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟରେ 2020 ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ପ୍ରବାସୀ ଭାରତୀୟଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସ୍ଥିରତାର ଏହି ସମୟରେ ଭାରତୀୟ ସଭ୍ୟତା ଏବଂ ସାଂସ୍କୃତିକ ମୂଲ୍ୟବୋଧ ସାରା ବିଶ୍ୱର ମାର୍ଗଦର୍ଶନ କରିପାରିବ  । 

 

**********