ପିଏମଇଣ୍ଡିଆ
ସମ୍ମାନିତ ଅତିଥିଗଣ,
ନବୋନ୍ମେଷକ, ବ୍ୟବସାୟ ନେତା, ପ୍ରଯୁକ୍ତି ଉତ୍ସାହୀ,
ଷ୍ଟାର୍ଟଅପ୍ ଜଗତର ଲୋକମାନେ,
ମହିଳା ଏବଂ ସଜ୍ଜନବୃନ୍ଦ,
ଭିଭାଟେକ୍ର ଦଶମ ସଂସ୍କରଣରେ ପ୍ୟାରିସରେ ଉପସ୍ଥିତ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ୟୁରୋପର ସବୁଠାରୁ ବଡ଼ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ। ଭିଭା ଟେକର ସଫଳତା ପାଇଁ ମୁଁ ରାଷ୍ଟ୍ରପତି ମାକ୍ରନ ଏବଂ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
୨୦୨୬ ଭାରତ ଏବଂ ୟୁରୋପ ପାଇଁ ଏକ ବିଶେଷ ବର୍ଷ। ବର୍ଷର ଆରମ୍ଭରେ ଆମେ ଐତିହାସିକ ଭାରତ-ଇଉରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ସମାପ୍ତ କରିଥିଲୁ। ଏହି ଚୁକ୍ତି ବାଣିଜ୍ୟ ଓ ବିନିଯୋଗକୁ ବିସ୍ତାର କରିବ ଏବଂ ପ୍ରତିଭା, ପ୍ରଯୁକ୍ତି ଓ ପର୍ଯ୍ୟଟନର ଆଦାନ-ପ୍ରଦାନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।
ଚଳିତ ବର୍ଷ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଶୁଭାରମ୍ଭ ସହିତ, ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ କାର୍ଯ୍ୟ କରୁଛି ଯାହା ଭାରତ ଏବଂ ୟୁରୋପର ପ୍ରଯୁକ୍ତିବିଦ୍ୟା ଇକୋ-ସିଷ୍ଟମକୁ ନିକଟତର କରୁଛି। କିଛି ଦିନ ପୂର୍ବରୁ ନିସ୍ରେ ଅନୁଷ୍ଠିତ ଭାରତ ଇନୋଭେଟ୍ସଠାରୁ ଆଜି ପ୍ୟାରିସର ଭିଭା ଟେକ୍ ପର୍ଯ୍ୟନ୍ତ, ଆପଣଙ୍କର ଷ୍ଟାର୍ଟ-ଅପ୍ ଅନେକ ନୂତନ ସହଭାଗୀତା ଗଠନ କରୁଛନ୍ତି।
ବନ୍ଧୁଗଣ,
୨୦୨୧ ମସିହାରେ, ଯେତେବେଳେ ମୁଁ ଭିଭାଟେକକୁ ସମ୍ବୋଧିତ କରିଥିଲି, ସେତେବେଳେ ବିଶ୍ୱ COVID-19 ର ବିପର୍ଯ୍ୟୟ ସହ ଲଢ଼ୁଥିଲା। ଆଜି ବିଶ୍ୱ ଅନ୍ୟ ପ୍ରକାରର ବିଘ୍ନର ସମ୍ମୁଖୀନ ହେଉଛି। ମୁଁ ଭିଭାଟେକ ୨୦୨୧ ରେ ଯେଉଁ ବାର୍ତ୍ତାକୁ ଦେଇଥିଲି ଆଜି ମଧ୍ୟ ତାହାକୁ ପୁନରାବୃତ୍ତି କରୁଛି — “ଯେଉଁଠାରେ ପାରମ୍ପରିକ ପଦ୍ଧତି ବିଫଳ ହୁଏ, ସେଠାରେ ନବୋନ୍ମେଷ ସହାୟକ ହୋଇଥାଏ ।”
ବନ୍ଧୁଗଣ,
ଗତ ଦଶନ୍ଧିରେ, ଭାରତ ଏକ ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି, ଯାହା ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ। ବିଶ୍ୱର ସର୍ବବୃହତ ଡିଜିଟାଲ ପରିଚୟ ବ୍ୟବସ୍ଥା ସୃଷ୍ଟି କରିବା ଠାରୁ ଆରମ୍ଭ କରି ବିଶ୍ୱର ସର୍ବବୃହତ / ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ପର୍ଯ୍ୟନ୍ତ। ଆମେ ଆର୍ଥିକ ଅନ୍ତର୍ଭୁକ୍ତି, ଶିକ୍ଷା, ଟେଲିମେଡିସିନ୍, କୃଷି ଏବଂ ଅନ୍ୟାନ୍ୟ ପାଇଁ ଏକ ବିଶାଳ ସ୍ତରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଛୁ।
ଡିଜିଟାଲ ପେମେଣ୍ଟ ବିଷୟରେ ବିଚାର କରନ୍ତୁ। ଆମର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ କିମ୍ବା UPI ଯୋଗୁଁ, ଆଜି ବିଶ୍ୱର ଅଧା ରିଅଲ୍ ଟାଇମ୍ ଡିଜିଟାଲ୍ କାରବାର ଭାରତରେ ହୁଏ। ବର୍ତ୍ତମାନ ଆପଣମାନେ ଫ୍ରାନ୍ସର ଆଇଫେଲ୍ ଟାୱାର୍ କିମ୍ବା ପ୍ୟାରିସ ବିମାନବନ୍ଦରରେ ମଧ୍ୟ UPI ବ୍ୟବହାର କରିପାରିବେ।
ଆମ ପାଖରେ ଏପରି ବିଶ୍ୱସ୍ତରୀୟ ଡିଜିଟାଲ୍ ସାର୍ବଜନୀନ ସାମଗ୍ରୀର ଅନେକ ଉଦାହରଣ ଅଛି। ଡିଜିଲକର୍ ହେଉଛି ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ ଡକ୍ୟୁମେଣ୍ଟ ୱାଲେଟ୍। ଡିଜିଲକର୍ ମାଧ୍ୟମରେ, ସାତ ଶହ ନିୟୁତ ଉପଭୋକ୍ତା ଯେକୌଣସି ସମୟରେ, ଯେକୌଣସି ସ୍ଥାନରୁ ମୂଳ ଉତ୍ସରୁ ପ୍ରାମାଣିକ ଡକ୍ୟୁମେଣ୍ଟଗୁଡ଼ିକୁ ପାଇ ପାରିବେ। ଆମେ ଡିଜିଲକର୍ ପ୍ଲାଟଫର୍ମରେ ଦୁଇ ହଜାରରୁ ଅଧିକ ମାନକ ଡକ୍ୟୁମେଣ୍ଟକୁ ସାମିଲ କରିଛୁ। । ଏବେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଯାନ ପଞ୍ଜିକରଣ ପତ୍ର ଭଳି ଆମକୁ ଆଉ ଭାରତରେ ଭୌତିକ ଡକ୍ୟୁମେଣ୍ଟଗୁଡ଼ିକୁ ସଂରକ୍ଷଣ ଏବଂ ସନ୍ଧାନ କରିବାକୁ ପଡିବ ନାହିଁ।
ଗତିଶକ୍ତି ପ୍ଲାଟଫର୍ମ ଆଉ ଏକ ଉଦାହରଣ। ପ୍ରଯୁକ୍ତିର ସହାୟତାରେ ଆମେ ୧,୬୦୦ରୁ ଅଧିକ ଭୌଗୋଳିକ ତଥ୍ୟ ସ୍ତରକୁ ଏକ GIS ଆଧାରିତ ମାନଚିତ୍ରରେ ସଂଯୋଜନ କରିଛୁ। ଏହା ଏକ ସମନ୍ୱିତ, ତଥ୍ୟ-ଆଧାରିତ ଓ ସରକାରର ସମସ୍ତ ବିଭାଗକୁ ଏକତ୍ର କରୁଥିବା ଭିତ୍ତିଭୂମି ଯୋଜନା ମଞ୍ଚ। ଯେଉଁ ସର୍ଭେ କାମ ପୂର୍ବରୁ ଅନେକ ମାସ ଲାଗୁଥିଲା, ଏବେ ତାହା କିଛି ସପ୍ତାହରେ ସମ୍ପନ୍ନ ହେଉଛି।
ବନ୍ଧୁଗଣ,
ଛଅ ବର୍ଷ ପୂର୍ବେ ଆମେ ‘ସ୍ୱାମିତ୍ୱ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ, ଯାହା ପ୍ରଯୁକ୍ତି ମାଧ୍ୟମରେ ସମ୍ମାନ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି। ଡ୍ରୋନ୍, ଭୂ-ସ୍ଥାନିକ ମ୍ୟାପିଂ ଏବଂ ଆଧୁନିକ ସର୍ଭେ ପ୍ରଯୁକ୍ତିର ସହାୟତାରେ ଗ୍ରାମୀଣ ପରିବାରମାନଙ୍କୁ ସମ୍ପତ୍ତି ଅଧିକାର ରେକର୍ଡ ଦିଆଯାଉଛି। ପ୍ରାୟ ୨ ଲକ୍ଷ ଗ୍ରାମରେ ୩.୧ କୋଟିରୁ ଅଧିକ ସମ୍ପତ୍ତି କାର୍ଡ ପ୍ରସ୍ତୁତ ହୋଇଛି। ଏହା ପରିବାରମାନଙ୍କୁ ତାଙ୍କର ସମ୍ପତ୍ତିକୁ ଆର୍ଥିକ ସମ୍ପଦ ଭାବେ ବ୍ୟବହାର କରିବାର ସୁଯୋଗ ଦେଉଛି।
ସରକାର ବ୍ୟାପକ ପରିମାଣରେ ଜନହିତକାରୀ ସେବା ଦେଉଥିବା ବେଳେ, ଆମର ଷ୍ଟାର୍ଟଅପ୍ମାନେ ପ୍ରତ୍ୟେକ କ୍ଷେତ୍ରରେ ମାନବ ଜୀବନକୁ ପରିବର୍ତ୍ତନ କରୁଛନ୍ତି।।
ବନ୍ଧୁଗଣ,
ସରଳାବେନ୍’ ନାମକ ଏକ AI ଆପ୍ଲିକେସନ୍ ଲକ୍ଷ ଲକ୍ଷ ମହିଳା ଦୁଗ୍ଧ ଚାଷୀଙ୍କ ସହ ତାଙ୍କର ନିଜ ଭାଷାରେ କଥା ହୋଇ ପଶୁ ସ୍ୱାସ୍ଥ୍ୟ ଓ ପରିଚାଳନା ବିଷୟରେ ପରାମର୍ଶ ଦେଉଛି।
ଭାରତୀୟ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ୍ ଭାବେ ପ୍ରଶିକ୍ଷଣ ଦିଆଯାଉଛି, ଯାହା ଦ୍ୱାରା ସିଞ୍ଚନ ଏବଂ ଫସଲ ତଦାରଖ କରୁଛନ୍ତି। ଉପଗ୍ରହ ତଥ୍ୟ ଲକ୍ଷାଧିକ ମତ୍ସ୍ୟଜୀବୀଙ୍କୁ ଉପଯୁକ୍ତ ମାଛ ଧରା ଅଞ୍ଚଳ ଚିହ୍ନଟ କରିବାରେ ସହାୟତା କରୁଛି, ଯାହା ଇନ୍ଧନ ଓ ସମୟ ସଞ୍ଚୟ କରିବା ସହ ଧରାଯାଉଥିବା ମାଛର ପରିମାଣ ବଢ଼ାଉଛି।
ଆମର ପ୍ରଯୁକ୍ତି ସମାଧାନଗୁଡ଼ିକ ମୂଳସ୍ତରରେ ସମୃଦ୍ଧି ଆଣୁଛି।
ବନ୍ଧୁଗଣ,
ମହାକାଶ ପ୍ରଯୁକ୍ତିଠାରୁ ପରମାଣୁ ଶକ୍ତି ପର୍ଯ୍ୟନ୍ତ, ଆମେ ମାନବ ସାମର୍ଥ୍ୟର ସୀମାକୁ ଆହୁରି ବିସ୍ତାର କରୁଛୁ।
ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ସମ୍ପ୍ରତି ଭାରତର ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର୍ ରିଆକ୍ଟର୍ ‘କ୍ରିଟିକାଲିଟି’ ହାସଲ କରିଛି। ଏହା ଆମର ବିଶାଳ ଥୋରିୟମ୍ ଭଣ୍ଡାରର ବ୍ୟବହାର ସମେତ ତିନି-ପର୍ଯ୍ୟାୟ ବିଶିଷ୍ଟ ପରମାଣୁ ଶକ୍ତି ଦୃଷ୍ଟିକୋଣକୁ ସାକାର କରିବାରେ ଆମକୁ ଆହୁରି ନିକଟତର କରିଛି।
ବନ୍ଧୁଗଣ,
ଦୁଇ ଲକ୍ଷରୁ ଅଧିକ ଷ୍ଟାର୍ଟ-ଅପ୍ ସହିତ, ଭାରତ ବିଶ୍ୱର ସବୁଠାରୁ ସ୍ପନ୍ଦନଶୀଳ ଇକୋ-ସିଷ୍ଟମ ମଧ୍ୟରୁ ଗୋଟିଏ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତ ପାଭିଲିଅନ୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି।
ସେଠାରେ ଆପଣମାନେ ଭାରତର ଅପାର ନବୋନ୍ମେଷ ଶକ୍ତିର ଅନୁଭବ କରିପାରିବେ। ବିଶ୍ୱର ପ୍ରଥମ ଏକକ-ଖଣ୍ଡ 3D ପ୍ରିଣ୍ଟେଡ୍ ରକେଟ୍ ଇଞ୍ଜିନ୍, ଉନ୍ନତ ଜେନେଟିକ୍ ଇଞ୍ଜିନିୟରିଂ ଚିକିତ୍ସା ପ୍ରଣାଳୀ, କ୍ୟାନ୍ସର ଓ ଅନ୍ୟାନ୍ୟ ଗୁରୁତର ରୋଗ ଚିହ୍ନଟ କରୁଥିବା କୃତ୍ରିମ ବୁଦ୍ଧିମତ୍ତା (AI) ସମାଧାନ, ସାଇବର ଏବଂ ନେଟୱର୍କ ସୁରକ୍ଷା ବ୍ୟବସ୍ଥା, ସ୍ୱୟଂଚାଳିତ ରୋବଟ୍, ସ୍ମାର୍ଟ ସିଟି ଏବଂ ଆଧୁନିକ ଗତିଶୀଳତା ସମାଧାନ ଏଠାରେ ପ୍ରଦର୍ଶିତ ହେଉଛି।
ଏହି ସମସ୍ତ ନବୋନ୍ମେଷ ଆପଣମାନେ ଭାରତ ପେଭିଲିଅନ୍ରେ ଦେଖିପାରିବେ। ବିଭିନ୍ନ କ୍ଷେତ୍ରରେ ଆମର ଷ୍ଟାର୍ଟଅପ୍ମାନେ ପ୍ରେରଣାଦାୟକ ଭାବରେ ନୂତନ ଉଦ୍ଭାବନ କରୁଛନ୍ତି।
ବନ୍ଧୁଗଣ,
ପ୍ରଯୁକ୍ତି କ୍ଷେତ୍ରରେ ନବୋନ୍ମେଷ ସହିତ ପ୍ରବେଶାଧିକାର ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପ୍ରଯୁକ୍ତି ସେତେବେଳେ ହିଁ ପ୍ରଗତିର ମାଧ୍ୟମ ହୋଇପାରିବ, ଯେତେବେଳେ ଏହାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ। ଭାରତର ବିଶ୍ୱାସ ହେଉଛି, ଏହି ପରିବର୍ତ୍ତନଶୀଳ ଯୁଗରେ ପ୍ରଯୁକ୍ତି ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହେବା ଉଚିତ।
କୃତ୍ରିମ ବୁଦ୍ଧିମତ୍ତା (AI)ର ଉଦାହରଣ ନିଅନ୍ତୁ। AI ଲୋକଙ୍କ ଜୀବନମାନକୁ ଉନ୍ନତ କରିବା, ସୁଯୋଗର ପରିସର ବଢ଼ାଇବା, ଅର୍ଥନୈତିକ ବିକାଶକୁ ଗତି ଦେବା ଏବଂ ଏକ ସୁସ୍ଥ ପୃଥିବୀ ଗଠନରେ ସହାୟକ ହେବା ଦରକାର। ଭିଭାଟେକ୍ ୨୦୨୬ରେ AI କଣ୍ଟ୍ରି ପାର୍ଟନର ଭାବେ ଭାରତର ଅଂଶଗ୍ରହଣ ଏହି ଦୃଷ୍ଟିକୋଣର ପ୍ରତିଫଳନ। ଭାରତ ପାଇଁ AIର ଅର୍ଥ ହେଉଛି “ଅଲ୍ ଇନ୍କ୍ଲୁସିଭ୍” (ସମସ୍ତଙ୍କୁ ସାମିଲ କରୁଥିବା)।
ବନ୍ଧୁଗଣ,
ଭାରତ ଏକ ଖୋଲା ସମାଜ ଏବଂ ବିଶ୍ୱର ସର୍ବବୃହତ ପ୍ରତିଭା ଭଣ୍ଡାର। ଆମେ ନିୟମାବଳୀକୁ ସରଳ କରୁଛୁ ଏବଂ ବ୍ୟବସାୟ କରିବାକୁ ଅଧିକ ସହଜ କରୁଛୁ। ନବୋନ୍ମେଷରୁ ବ୍ୟବସାୟିକରଣ ପର୍ଯ୍ୟନ୍ତ, ୫୦ ବିଲିୟନ୍ ଡଲାରରୁ ଅଧିକ ଲକ୍ଷ୍ୟଭିତ୍ତିକ ପ୍ରୋତ୍ସାହନ ମାଧ୍ୟମରେ ଆମେ ବେସରକାରୀ ଉଦ୍ୟୋଗକୁ ସମର୍ଥନ କରୁଛୁ। ସେହିପରି, ବିଶ୍ୱର ସବୁଠାରୁ ସୁଲଭ ଡାଟା ସେବା ଏବଂ କମ୍ ମୂଲ୍ୟର ସବୁଜ ଶକ୍ତି ମଧ୍ୟ ଆମେ ଯୋଗାଇ ଦେଉଛୁ।
ଆମର ଦୃଷ୍ଟିକୋଣ ସ୍ପଷ୍ଟ। ସରକାର ସହାୟକ ଭୂମିକା ନେବ, ଶିଳ୍ପ କ୍ଷେତ୍ର ନବୋନ୍ମେଷ କରିବ। ଷ୍ଟାର୍ଟଅପ୍ମାନେ ପରିବର୍ତ୍ତନର ନେତୃତ୍ୱ ନେବେ ଏବଂ ବିଶ୍ୱସ୍ତରୀୟ ସହଭାଗୀମାନେ ଆମ ସହ ମିଶି ବିକାଶର ନୂଆ ଉଚ୍ଚତାକୁ ପହଞ୍ଚିବେ। ଆମେ ସମସ୍ତେ ମିଶି ପୂର୍ବପେକ୍ଷା ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବା।
ମୁଁ ଏହି ସଭାଗୃହରେ ଉପସ୍ଥିତ ପ୍ରତ୍ୟେକଙ୍କୁ ନେତୃତ୍ୱ ନେବାକୁ ଆହ୍ୱାନ ଜଣାଉଛି।
ଭାରତ ସହ କାମ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ଉନ୍ନତି ସୁନିଶ୍ଚିତ କରନ୍ତୁ।
ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ।
*****
SPD
Speaking at the VivaTech 2026 in Paris.@VivaTech https://t.co/x6EZICKUWJ
— Narendra Modi (@narendramodi) June 18, 2026
Glad to have addressed VivaTech 2026 in Paris. Talked about India’s remarkable strides in tech, innovation and StartUps. Highlighted how India is using tech to bring a positive difference in people’s lives.@VivaTech pic.twitter.com/Y06bIteiur
— Narendra Modi (@narendramodi) June 18, 2026
There are many instances of how India has witnessed tech-powered transformation. @VivaTech pic.twitter.com/VUQHVox3uH
— Narendra Modi (@narendramodi) June 18, 2026
Be it space technology or nuclear energy, India is expanding the frontiers of human capability.@VivaTech pic.twitter.com/36UXpxcDX2
— Narendra Modi (@narendramodi) June 18, 2026
Access is key when it comes to tech and innovation.@VivaTech pic.twitter.com/gvRHVabuJw
— Narendra Modi (@narendramodi) June 18, 2026
India’s approach is clear… @VivaTech pic.twitter.com/qPamqyrd7K
— Narendra Modi (@narendramodi) June 18, 2026
Ravi d’avoir pris la parole au cours de VivaTech 2026 à Paris. J’y ai évoqué les progrès remarquables de l’Inde dans les domaines de la technologie, de l’innovation et des start-ups. J’ai souligné la manière dont l’Inde utilise la technologie pour amener une différence positive… pic.twitter.com/6rpZedsY49
— Narendra Modi (@narendramodi) June 18, 2026
Along with President Macron, visited the exhibition area at VivaTech 2026. The energy and enthusiasm must be seen to be believed!@EmmanuelMacron @VivaTech pic.twitter.com/MU3UxxlSew
— Narendra Modi (@narendramodi) June 18, 2026
En compagnie du Président Macron, j’ai visité l’espace d’exposition de VivaTech 2026. L’énergie et l’enthousiasme qui y règnent sont incroyables !@EmmanuelMacron @VivaTech pic.twitter.com/azzw6cAh9j
— Narendra Modi (@narendramodi) June 18, 2026
PM @narendramodi and President @EmmanuelMacron visited an exhibition during the @VivaTech 2026 programme in Paris. Here are a few glimpses... pic.twitter.com/D4SU6U4EFs
— PMO India (@PMOIndia) June 18, 2026