ପିଏମଇଣ୍ଡିଆ
ସର୍ବପ୍ରଥମେ ମୁଁ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କୁ ସମ୍ମାନର ସହ ଶ୍ରଦ୍ଧାଞଳି ଅର୍ପଣ କରୁଛି । ସେମାନେ ଦେଶସେବା କରିବା ସମୟରେ ନିଜ ପ୍ରାଣବଳି ଦେଇଛନ୍ତି । ଏହି ଦୁଃଖ ସମୟରେ ମୋର ଏବଂ ପୂରା ଦେଶବାସୀଙ୍କର ସମବେଦନା ସେହି ଯବାନମାନଙ୍କ ପରିବାର ପ୍ରତି ଜଣାଉଛି ।
ଏହି ଆକ୍ରମଣ କାରଣରୁ ଦେଶବାସୀଙ୍କ ମନରେ ଯେତେ ଆକ୍ରୋଶ ରହିଛି, ଲୋକମାନଙ୍କର ଉତ୍ତ୍ୟକ୍ତ ହେବା, ତାହା ମୁଁ ଭଲଭାବରେ ଅନୁଭବ କରିପାରୁଛି । ଏହି ସମୟରେ ଦେଶର ଯେଉଁ ଆକାଂକ୍ଷା ରହିଛି, କିଛି କରିବାର ଭାବନା ରହିଛି, ତାହା ସ୍ୱାଭାବିକ । ଆମ ପ୍ରତିରକ୍ଷା ବାହିନୀକୁ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ପ୍ରଦାନ କରାଯାଇଛି । ଆମକୁ ଆମ ସେନାବାହିନୀର ବୀରତ୍ୱ ଏବଂ ସାହସ ଉପରେ ସଂପୂର୍ଣ୍ଣ ଭରସା ରହିଛି । ମୋର ପୂରା ଭରସା ରହିଛି ଯେ ଦେଶଭକ୍ତି ରଙ୍ଗରେ ରଙ୍ଗାୟିତ ଲୋକମାନେ ସଠିକ ସୂଚନା ମଧ୍ୟ ଆମ ଏଜେନ୍ସିଗୁଡିକ ପର୍ଯ୍ୟନ୍ତ ପହଞ୍ଚାଇବେ ଯାହାଦ୍ୱାରା ଆତଙ୍କର ସଂପୂର୍ଣ୍ଣ ମୂଳୋତ୍ପାଟନ କରିବାରେ ଆମ ଲଢେଇ ଆହୁରୀ ତୀବ୍ରତର ହୋଇପାରିବ । ମୁଁ ଆତଙ୍କବାଦ ସଂଗଠନଗୁଡିକୁ ଏବଂ ସେମାନଙ୍କ ପୁରୋଧାଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ବହୁତ ବଡ ଭୂଲ କରିସାରିଛନ୍ତି, ସେଥିପାଇଁ ସେମାନଙ୍କୁ ବଡ ଆକାରର କ୍ଷତିପୂରଣ ଦେବାକୁ ହେବ ।
ମୁଁ ଦେଶକୁ ଭରସା ଦେଉଛି ଯେ ଆକ୍ରମଣ ପଛରେ ଯେଉଁ ଶକ୍ତିମାନେ ରହିଛନ୍ତି, ଏହି ଆକ୍ରମଣ ପଛରେ ଯେଉଁ ଦୋଷୀମାନେ ଅଛନ୍ତି, ସେମାନଙ୍କୁ ସେମାନଙ୍କ କର୍ମ ପାଇଁ ଦଣ୍ଡ ନିଶ୍ଚିତ ମିଳିବ । ଯେଉଁମାନେ ଆମର ସମାଲୋଚନା କରୁଛନ୍ତି, ସେମାନଙ୍କ ଭାବନାକୁ ମଧ୍ୟ ମୁଁ ସମ୍ମାନ କରୁଛି । ସେମାନଙ୍କ ଭାବନାଗୁଡିକୁ ମୁଁ ମଧ୍ୟ ଅନୁଭବ କରିପାରୁଛି ଏବଂ ସମାଲୋଚନା କରିବାର ସେମାନଙ୍କର ପୂରା ଅଧିକାର ଅଛି ।
କିନ୍ତୁ ମୋର ସମସ୍ତ ବନ୍ଧୁଗଣମାନଙ୍କୁ ଅନୁରୋଧ ଯେ ସଂପ୍ରତି ସମୟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଭାବୁକତାର ସମୟ । ସପକ୍ଷ ଅବା ବିପକ୍ଷରେ, ଆମେ ସମସ୍ତେ ରାଜନୈତିକ କାଦୁଅ ଫିଙ୍ଗାଠାରୁ ଦୂରରେ ରହିବା । ଦେଶ ଏକଜୁଟ ହୋଇ ଏହି ଆକ୍ରମଣର ମୁକାବିଲା କରୁଛି, ଦେଶରେ ଏକତ୍ୱ ରହିଛି, ଦେଶରେ ଏକତ୍ୱର ସ୍ୱର ଅଛି ଏବଂ ଏହାହିଁ ପୂରା ବିଶ୍ୱରେ ଶୁଣାଯିବାର ଆବଶ୍ୟକତା ରହିଛି କାରଣ ଏହି ଲଢେଇ ଆମେ ବିଜୟ ପ୍ରାପ୍ତ କରିବା ପାଇଁ ଲଢୁଛୁ ।
ସଂପୂର୍ଣ୍ଣ ବିଶ୍ୱରେ ଏକାକୀ ପଡିଯାଇଥିବା ଆମର ପଡୋଶୀ ଦେଶ ଯଦି ଏହା ଭାବୁଥାଏ ଯେ ଯେଉଁଭଳି କୁକର୍ମ ସେ କରୁଛି, ଯେଉଁଭଳି ଷଡଯନ୍ତ୍ର ରଚୁଛି, ତାହାଦ୍ୱାରା ଭାରତରେ ଅସ୍ଥିରତା ସୃଷ୍ଟି କରିବାରେ ସଫଳ ହୋଇଯିବ ତେବେ ସେ ସେହି ସ୍ୱପ୍ନ ତ୍ୟାଗ କରିବା ଦରକାର । ସେ କେବେ ମଧ୍ୟ ଏହା କରିପାରିବ ନାହିଁ କିମ୍ବା ତାହା କେବେ ସମ୍ଭବ ହେବନାହିଁ ।
ଏହି ସମୟରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଆମ ପଡୋଶୀ ଦେଶକୁ ଏହା ମଧ୍ୟ ଲାଗୁଛି ଯେ ସେ ଏଭଳି ବିପର୍ଯ୍ୟୟ ସୃଷ୍ଟି କରି ଭାରତକୁ ବେହାଲ କରି ପାରିବ, ତାହାର ଏହି ଲକ୍ଷ୍ୟ କେବେ ପୂରଣ ହୋଇପାରିବ ନାହିଁ । ସମୟ ପ୍ରମାଣ କରିସାରିଛି ଯେ ଯେଉଁ ମାର୍ଗରେ ସେମାନେ ଚାଲୁଛନ୍ତି, ବିପର୍ଯ୍ୟୟ କରି ଚାଲିଛନ୍ତି ଏବଂ ଆମେ ଯେଉଁ ରାସ୍ତା ଆପଣେଇଛୁ, ତାହା ଉନ୍ନତି ମାର୍ଗରେ ଅଗ୍ରସର ହେଉଛି ।
130 କୋଟି ହିନ୍ଦୁସ୍ତାନୀ ଏଭଳି ପ୍ରତ୍ୟେକ ଷଡଯନ୍ତ୍ର, ଏଭଳି ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦେଇଛନ୍ତି । ଅନେକ ବଡ ଦେଶଗୁଡିକ ଏହି ଆକ୍ରମଣକୁ କଡା ଶବ୍ଦରେ କଠୋର ନିନ୍ଦା କରିଛନ୍ତି ଏବଂ ଭାରତକୁ ସମର୍ଥନର ହାତ ବଢାଇଛନ୍ତି ।
ମୁଁ ସେହି ସମସ୍ତ ଦେଶଗୁଡିକୁ ଧନ୍ୟବାଦ ଜଣାଉଛି ଏବଂ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ଆତଙ୍କବାଦ ବିରୁଦ୍ଧରେ ସମସ୍ତ ମାନବତାବାଦୀ ଶକ୍ତିଗୁଡିକୁ ଏକଜୁଟ ହୋଇ ଲଢେଇ କରିବାକୁ ହେବ, ମାନବତାବାଦୀ ଶକ୍ତିଗୁଡିକ ଏକଜୁଟ ହୋଇ ଆତଙ୍କବାଦକୁ ପରାସ୍ତ କରିବାକୁ ହେବ ।
ଆତଙ୍କବାଦର ମୁକାବିଲା ପାଇଁ ଯେତେବେଳେ ସମସ୍ତ ଦେଶ ଏକମତ, ଏକସ୍ୱର, ଏକ ଦିଗନ୍ତରେ ଅଗ୍ରସର ହେବେ ସେତେବେଳେ ଆତଙ୍କବାଦ ମାତ୍ର କିଛି ସମୟରୁ ଅଧିକ ସମୟ ତିଷ୍ଠି ପାରିବ ନାହିଁ ।
ବନ୍ଧୁଗଣ, ପୁଲୱାମା ଆକ୍ରମଣ ପରେ ଏବେ ସମସ୍ତଙ୍କ ମାନସିକ ସ୍ଥିତି ଏବଂ ଦୁଃଖଦ ପରିବେଶ ସହିତ ଆକ୍ରୋଶ ଭରି ରହିଛି । ଏଭଳି ଆକ୍ରମଣର ଦେଶ କଡା ମୁକାବିଲା କରିବ । ସେଥିପାଇଁ ଦେଶ ଅଟକିବ ନାହିଁ । ଆମ ବୀର ସହିଦମାନେ ନିଜର ପ୍ରାଣବଳୀ ଦେଇଛନ୍ତି । ଏବଂ ଦେଶ ପାଇଁ ଜୀବନ ଉତ୍ସର୍ଗ କରୁଥିବା ପ୍ରତ୍ୟେକ ସହିଦ ଦୁଇଟି ସ୍ୱପ୍ନ ପାଇଁ ଜୀବନ ବାଜି ଲଗାଇଥାଏ- ପ୍ରଥମତଃ, ଦେଶର ସୁରକ୍ଷା, ଦ୍ୱିତୀୟତଃ ଦେଶର ସମୃଦ୍ଧି । ମୁଁ ସମସ୍ତ ବୀର ସହିଦମାନଙ୍କୁ, ସେମାନଙ୍କ ଆତ୍ମାକୁ ପ୍ରଣାମ କରି, ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ କରି, ମୁଁ ପୁନର୍ବାର ଭରସା ଦେଉଛି ଯେ ଯେଉଁ ଦୁଇଟି ସ୍ୱପ୍ନକୁ ନେଇ ସେମାନେ ଜୀବନର ବଳିଦାନ ଦେଇଛନ୍ତି, ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ବିନିଯୋଗ କରିବୁ । ସମୃଦ୍ଧିର ମାର୍ଗକୁ ମଧ୍ୟ ଆମେ ଆହୁରି ଅଧିକ ଗତି ପ୍ରଦାନ କରି, ବିକାଶ ମାର୍ଗକୁ ଆହୁରି ଅଧିକ ଶକ୍ତିବାନ କରି, ଆମର ଏହି ବୀର ସହିଦମାନଙ୍କ ଆତ୍ମାକୁ ପ୍ରଣାମ କରି ଆଗକୁ ଅଗ୍ରସର ହେବୁ ଏବଂ ସେହି ବିଷୟରେ ମୁଁ ବନ୍ଦେ ମାତରମ ଏକ୍ସପ୍ରେସର ପରିକଳ୍ପନା ଏବଂ ଡିଜାଇନରୁ ଆରମ୍ଭ କରି ଏହାକୁ ପୂର୍ଣ୍ଣ ସ୍ୱରୂପ ପ୍ରଦାନ କରିବା କ୍ଷେତ୍ରରେ ନିୟୋଜିତ ପ୍ରତ୍ୟେକ ଇଂଜିନିୟର, ପ୍ରତ୍ୟେକ ଶ୍ରମ ପାଇଁ କୃତଜ୍ଞତା ଜ୍ଞାପନ କରୁଛି ।
ଚେନ୍ନାଇଠାରେ ପ୍ରସ୍ତୁତ ଏହି ଟ୍ରେନ ଦିଲ୍ଲୀରୁ କାଶୀ ମଧ୍ୟରେ ପ୍ରଥମ ଯାତ୍ରା କରିବାକୁ ଯାଉଛି । ଏହା ଏକ ଭାରତ-ଶ୍ରେଷ୍ଠ ଭାରତର ପ୍ରକୃତ ଶକ୍ତି, ବନ୍ଦେ ଭାରତ ଏକପ୍ରେସର ଶକ୍ତି ।
ବନ୍ଧୁଗଣ, ବିଗତ ସାଢେ ଚାରି ବର୍ଷ ମଧ୍ୟରେ ଆମେ ଭାରତୀୟ ରେଳର ସ୍ଥିତିକୁ ଅତ୍ୟନ୍ତ ସଚ୍ଚୋଟତାର ସହ, ଅନେକ ପରିଶ୍ରମ ସହିତ ପରିବର୍ତ୍ତନ କରିବାକୁ ପ୍ରଚେଷ୍ଟା କରିଛୁ, ବନ୍ଦେ ଭାରତ ଏକ୍ସପ୍ରେସ ସେହି କାର୍ଯ୍ୟକ୍ରମର ଏକ ଝଲକ । ବିଗତ ବର୍ଷଗୁଡିକରେ ରେଳବାଇ ସେହିସବୁ କ୍ଷେତ୍ର ମଧ୍ୟରୁ ଅନ୍ୟତମ ହୋଇପାରିଛି ଯାହା ମେକ ଇନ ଇଣ୍ଡିଆ ଅଧିନରେ ଉତ୍ପାଦନ କ୍ଷେତ୍ରରେ ପ୍ରଗତି କରିପାରିଛି । ଏଥିସହିତ, ଦେଶରେ ରେଳ କୋଚ ଫ୍ୟାକ୍ଟରୀଗୁଡିକର ଆଧୁନିକୀକରଣ, ଡିଜେଲ ଇଂଜିନଗୁଡିକୁ ଇଲେକ୍ଟ୍ରୋନିକ୍ସର ପରିବର୍ତ୍ତିତ କରିବାର କାର୍ଯ୍ୟ, ଏବଂ ଏଥିପାଇଁ ନୂତନ କାରଖାନାର ମଧ୍ୟ ଶୁଭାରମ୍ଭ କରାଯାଇଛି ।
ଆପଣଙ୍କ ମନେଥିବ, ପ୍ରଥମ ରେଳବାଇ ଟିକଟରେ ଅନଲାଇନ ରିଜର୍ଭେସନର ସ୍ଥିତି କଣ ଥିଲା । ସେହି ସମୟରେ ଗୋଟିଏ ମିନିଟରେ ଦୁଇ ହଜାରରୁ ଅଧିକ ଟିକଟ ବୁକିଂ ହୋଇପାରୁନଥିଲା । ଏବେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ଯେ ରେଳବାଇ ୱେବସାଇଟ ସରଳ ହୋଇପାରିଛି ଏବଂ ଗୋଟିଏ ମିନିଟରେ 20 ହଜାରରୁ ଅଧିକ ଟିକଟ ବୁକ କରିହେଉଛି । ପ୍ରଥମେ ଏଭଳି ସ୍ଥିତି ଥିଲା ଯେ ଗୋଟିଏ ରେଳବାଇ ପ୍ରକଳ୍ପକୁ ସ୍ୱୀକୃତି ମିଳିବାରେ ଅତି କମରେ ଦୁଇ ବର୍ଷ ଲାଗୁଥିଲା, ଏବେ ଦେଶରେ ଗୋଟିଏ ରେଳବାଇ ପ୍ରକଳ୍ପ ତିନି ଅବା ଚାରି ଅବା ଅଧିକରୁ ଅଧିକ ଛ’ମାସ ମଧ୍ୟରେ ସ୍ୱୀକୃତି ପ୍ରାପ୍ତ ହୋଇପାରୁଛି । ଏଭଳି ପ୍ରଚେଷ୍ଟା ଯୋଗୁଁ ରେଳବାଇ କାର୍ଯ୍ୟଗୁଡିକୁ ନୂତନ ଗତି ମିଳିଛି । ସମଗ୍ର ଦେଶରେ ବ୍ରଡଗେଜ ଲାଇନଗୁଡିକରୁ ମାନବ ବିହୀନ ଫାଟକକୁ ଏକ ବଡ ଅଭିଯାନ ଜାରି କରି ସମାପ୍ତ କରିଦିଆଯାଇଛି ।
ଏବେ ଆମେ ସରକାର ଗଠନ କରିବା ପରେ ଦେଶରେ 8 ହଜାର 300ରୁ ଅଧିକ ମାନବ ବିହୀନ ଫାଟକ ଥିଲା, ଏହି କାରଣରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଥିଲା । ଏବେ ବ୍ରଡଗେଜ ଲାଇନଗୁଡିକ ଉପରେ ମାନବ ବିହୀନ ଫାଟକ ସମାପ୍ତ ହେବା ପରେ ଦୁର୍ଘଟଣାରେ ହ୍ରାସ ପରିଲକ୍ଷିତ ହୋଇଛି ।
ଦେଶରେ ରେଳ ଲାଇନ ବିଛାଇବାର କାର୍ଯ୍ୟ ହେଉ ଅବା ବିଦ୍ୟୁତକରଣ କାର୍ଯ୍ୟ, ପୂର୍ବ ଅପେକ୍ଷା ଦୁଇଗୁଣ ଦୃତ ଗତିରେ ଚାଲିଛି । ଦେଶର ସବୁଠାରୁ ବ୍ୟସ୍ତବହୁଳ ମାର୍ଗଗୁଡିକୁ ପ୍ରାଥମିକତା ପ୍ରଦାନ କରି ସେମାନଙ୍କୁ ପାରମ୍ପରିକ ରେଳ ଠାରୁ ଅଲଗା କରିଦିଆଯାଉଛି । ବିଦ୍ୟୁତରେ ଚାଲୁଥିବା ଟ୍ରେନଗୁଡିକରେ ଆମେ ଦେଖୁଛୁ ଯେ ପ୍ରଦୂଷଣ ମଧ୍ୟ କମ ହେବ, ଡିଜେଲ ଖର୍ଚ୍ଚ ମଧ୍ୟ ସଞ୍ଚୟ କରାଯାଇପାରିବ ଏବଂ ଟ୍ରେନଗୁଡିକର ଗତିରେ ମଧ୍ୟ ବୃଦ୍ଧି ହେବ ।
ଏହା ପ୍ରମାଣିତ ହୋଇଛି ଯେ ରେଳବାଇର ଆଧୁନିକୀକରଣ ପାଇଁ ଏହିସବୁ ପ୍ରଚେଷ୍ଟାରୁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହୋଇଛି । ମୋତେ କୁହାଯାଇଛି ଯେ 2014ରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ପାଖାପାଖି ଦେଢ ଲକ୍ଷ କର୍ମଚାରୀଙ୍କୁ ରେଳବାଇରେ ନିଯୁକ୍ତି ମିଳିଛି । ଏବେ ଯେଉଁ ନିଯୁକ୍ତି ଅଭିଯାନ ଚାଲିଛି, ଏହାପରେ ଏହି ସଂଖ୍ୟା ସାଢେ ଦୁଇ ଲକ୍ଷ ପର୍ଯ୍ୟନ୍ତ ହେବାର ଆଶା ।
ବନ୍ଧୁଗଣ, ମୁଁ ଏହା ଦାବି କରୁନାହିଁ ଯେ ଏତେ କମ ସମୟରେ ଆମେ ସବୁ ପ୍ରଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଭାରତୀୟ ରେଳବାଇରେ ଆମେ ସବୁକିଛି ପରିବର୍ତ୍ତନ କରିଦେଇଛୁ, ଏଭଳି ଦାବି ନା ଆମେ କେବେ କରିଛୁ, ଏବେ ମଧ୍ୟ ଅନେକ କିଛି କରିବାର ଅଛି । ଏହା ମୁଁ ନିଶ୍ଚିତ କହିପାରିବି ଯେ ଆମେ ଦୃତ ଗତିରେ ଆଗକୁ ଅଗ୍ରସର ହେଉଛୁ ଏବଂ ମୁଁ ଭରସା ଦେଉଛି ଯେ ଏହି ବିକାଶ ଯାତ୍ରାକୁ ଆହୁରି ତୀବ୍ରତର କରିବୁ, ଏବଂ ଶକ୍ତି ପ୍ରଦାନ କରିବୁ । ଜଳ ହେଉ, ସ୍ଥଳ ହେଉ, ଆକାଶ ହେଉ, ହିନ୍ଦୁସ୍ଥାନର ପୂର୍ବ ହେଉ, ପଶ୍ଚିମ ହେଉ, ଉତ୍ତର ହେଉ, ଦକ୍ଷିଣ ହେଉ, ସମସ୍ତଙ୍କ ସହିତ- ସମସ୍ତଙ୍କ ବିକାଶ, ସବକା ସାଥ- ସବକା ବିକାଶ, ଏହି ମନ୍ତ୍ର ନେଇ ବିକାଶର ଏହି ମାର୍ଗକୁ ଆଗକୁ ଅଗ୍ରସର କରାଇବା । ଦେଶ ପାଇଁ ଜୀବନ ଉତ୍ସର୍ଗ କରୁଥିବା ସହିଦଙ୍କୁ ଆମେ ବିକାଶ ମାଧ୍ୟମରେ ମଧ୍ୟ ପ୍ରଣାମ କରୁଥିବୁ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସଂପୂର୍ଣ୍ଣ ଶକ୍ତିର ସହିତ ଦୋଷୀମାନଙ୍କୁ ଦଣ୍ଡ ଦେଇ ଦେଶର ସୁରକ୍ଷା ପାଇଁ ଜୀବନ ଉତ୍ସର୍ଗ କରୁଥିବା ଜବାନମାନଙ୍କ ରକ୍ତର ପ୍ରତ୍ୟେକ ବୁନ୍ଦାର ହିସାବ ଆମେ ନେବୁ ।
ଏହି ବିଶ୍ୱାସର ସହିତ ମୁଁ ମୋର ବକ୍ତବ୍ୟ ଶେଷ କରୁଛି । ଏହି ସହିଦମାନଙ୍କ ପାଇଁ ମୋ ସହ ଏକାସଙ୍ଗେ କହନ୍ତୁ –
ବନ୍ଦେ ମାତରମ- ବନ୍ଦେ ମାତରମ
ବନ୍ଦେ ମାତରମ- ବନ୍ଦେ ମାତରମ
ବନ୍ଦେ ମାତରମ- ବନ୍ଦେ ମାତରମ
**********
मैं पुलवामा के आतंकी हमले में शहीद जवानों को श्रद्धांजलि अर्पित करता हूं।
— PMO India (@PMOIndia) February 15, 2019
उन्होंने देश की सेवा करते हुए अपने प्राण न्योछावर किए हैं। दुःख की इस घड़ी में मेरी संवेदनाएं, उनके परिवारों के साथ हैं: PM
इस हमले की वजह से देश में जितना आक्रोश है, लोगों का खून खौल रहा है, ये मैं समझ रहा हूं।
— PMO India (@PMOIndia) February 15, 2019
इस समय जो देश की अपेक्षाएं हैं, कुछ कर गुजरने की भावनाएं हैं, वो स्वाभाविक है।
हमारे सुरक्षा बलों को पूर्ण स्वतंत्रता दी हुई है।
हमें अपने सैनिकों के शौर्य पर पूरा भरोसा है: PM
मुझे पूरा भरोसा है कि देशभक्ति के रंग में रंगे लोग सही जानकारियां भी हमारी एजेंसियों तक पहुंचाएंगे, ताकि आतंक को कुचलने में हमारी लड़ाई और तेज हो सके: PM
— PMO India (@PMOIndia) February 15, 2019
मैं आतंकी संगठनों को और उनके सरपरस्तों को कहना चाहता हूं कि वो बहुत बड़ी गलती कर गए हैं।
— PMO India (@PMOIndia) February 15, 2019
मैं देश को भरोसा देता हूं कि हमले के पीछे जो ताकते हैं, इस हमले के जो भी गुनहगार हैं, उन्हें उनके किए की सज़ा अवश्य मिलेगी: PM
जो हमारी आलोचना कर रहे हैं, उनकी भावनाओं को भी मैं समझ रहा हूं। उनका पूरा अधिकार है।
— PMO India (@PMOIndia) February 15, 2019
लेकिन मेरा सभी साथियों से अनुरोध है कि, ये बहुत ही संवेदनशील और भावुक समय है, इसलिए राजनीतिक छींटाकशी से दूर रहें। इस हमले का देश एकजुट होकर मुकाबला कर रहा है, ये स्वर विश्व में जाना चाहिए: PM
पूरे विश्व में अलग-थलग पड़ चुका हमारा पड़ोसी देश अगर ये समझता है कि जिस तरह के कृत्य वो कर रहा है, जिस तरह की साजिशें रच रहा है, उससे भारत में अस्थिरता पैदा करने में सफल हो जाएगा, तो वो बहुत बड़ी भूल कर रहा है: PM
— PMO India (@PMOIndia) February 15, 2019
इस समय बड़ी आर्थिक बदहाली के दौर से गुजर रहे हमारे पड़ोसी देश को ये भी लगता है कि वो ऐसी तबाही मचाकर, भारत को बदहाल कर सकता है। उसके ये मंसूबे भी कभी पूरे नहीं होंगे।
— PMO India (@PMOIndia) February 15, 2019
130 करोड़ हिंदुस्तानी ऐसी हर साजिश, ऐसे हर हमले का मुंहतोड़ जवाब देंगे: PM
साथियों, पुलवामा हमले के बाद, अभी मन: स्थिति और माहौल दुःख और साथ ही साथ आक्रोश का है।
— PMO India (@PMOIndia) February 15, 2019
ऐसे हमलों का देश डटकर मुकाबला करेगा, रुकने वाला नहीं है: PM