ପିଏମଇଣ୍ଡିଆ
ଭାରତ ଓ ଆମେରିକା ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବନ୍ୟପ୍ରାଣୀ ସଂରକ୍ଷଣ ଓ ବନ୍ୟପ୍ରାଣୀ ଚୋରା ଚାଲାଣ ରୋକିବା ସହ ଏହି ସଂପଦର ସୁପରିଚାଳନା ଓ ସୁରକ୍ଷା ଲାଗି ଉଭୟ ରାଷ୍ଟ୍ର ପରସ୍ପର ମଧ୍ୟରେ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଆଦାନପ୍ରଦାନ କରିବେ ।