Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବର୍ଷିୟାନ କବି କେଦାରନାଥ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ବର୍ଷିୟାନ ହିନ୍ଦୀ କବି କେଦାରନାଥ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ମହାନ କବି ଓ ଲେଖକ କେଦାରନାଥ ସିଂଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ କବିତାରେ ସେ ସାଧାରଣ ଜନ ଜୀବନର ଭାବାବେଗକୁ ସ୍ଥାନ ଦେଇଥିଲେ । ସାହିତ୍ୟ ଦୁନିଆ ଏବଂ ସାଧାରଣ ବ୍ୟକ୍ତିଙ୍କ ପାଇଁ ସେ ସବୁବେଳେ ପ୍ରେରଣାଦାୟକ ହୋଇରହିବେ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

କେଦାରନାଥ ସିଂ ମଧ୍ୟ 2013ରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ । ସେ ତାଙ୍କ ସାହିତ୍ୟ କୃତି “ଅଭି ବିଲକୁଲ ଅଭି”, “ଜମୀନ ପକ ରହି ହେ” ଏବଂ “ଅକାଲ ମେଁ ସରସ” ପାଇଁ ବେଶ ଜଣାଶୁଣା ।

***