Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାଙ୍ଗାଲୁରୁଠାରେ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଜାନୁୟାରୀ 08, 2017)

ବାଙ୍ଗାଲୁରୁଠାରେ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଜାନୁୟାରୀ 08, 2017)

ବାଙ୍ଗାଲୁରୁଠାରେ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଜାନୁୟାରୀ 08, 2017)

ବାଙ୍ଗାଲୁରୁଠାରେ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଜାନୁୟାରୀ 08, 2017)


ମହାମାନ୍ୟ ଓ ବନ୍ଧୁଗଣ,

ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ, ପର୍ତ୍ତୁଗାଲର ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପର୍ତ୍ତୁଗାଲର ବିଶିଷ୍ଟ ରାଜନେତା ଓ ବିଶ୍ୱର ମହାନ ଜନନାୟକ ମାରିଓ ସୋରେସଙ୍କ ବିୟୋଗରେ ପର୍ତ୍ତୁଗାଲର ଜନସାଧାରଣ ଓ ସରକାରଙ୍କୁ ମୋ ହୃଦୟରୁ ଗଭୀର ସମବେଦନା ଜଣାଉଛି । ଭାରତ-ପର୍ତ୍ତୁଗାଲ ମଧ୍ୟରେ ରାଜନୈତିକ ସମ୍ବନ୍ଧ ପୁନଃସ୍ଥାପନର ସେ ବିନ୍ଧାଣୀ ଥିଲେ । ପର୍ତ୍ତୁଗାଲର ଏହି ଦୁଃଖଦ ସମୟରେ ଆମେ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ସେମାନଙ୍କ ସହିତ ରହିଛୁ ।

ମହାମହିମ, ସୁରିନାମର ଉପ-ରାଷ୍ଟ୍ରପତି, ଶ୍ରୀ ମାଇକେଲ ଅଶ୍ୱୀନ ଅଧିନ, ମହାମହିମ, ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଡକ୍ଟର ଆଣ୍ଟୋନିଓ କୋଷ୍ଟା ଜୀ,
କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ବାଜୁଭାଇ ଭାଲା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଦରାମେୟା ଜୀ, ବରେଣ୍ୟ ମନ୍ତ୍ରୀଗଣ, ଭାରତ ଓ ବିଦେଶରୁ ଆସିଥିବା ପ୍ରତିନିଧି ଗଣ, ଏବଂ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ପ୍ରବାସୀ ଭାରତୀୟ ବିଶ୍ୱ ପରିବାର ।

ଏହା ମୋର ବଡ଼ ସୌଭାଗ୍ୟ ଯେ, ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆପଣମାନଙ୍କୁ ସ୍ୱାଗତ କରୁଛି । ଆପଣମାନଙ୍କ ମଧ୍ୟରୁ ହଜାର-ହଜାର ଲୋକ ଦୂର ଦେଶରୁ ଆସି ଆଜି ଏଠାରେ ଯୋଗ ଦେଇଛନ୍ତି । ନିୟୁତରୁ ଅଧିକ ସଂଖ୍ୟାରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଯୋଡି ହୋଇଛନ୍ତି ।

ଜଣେ ମହାନତମ ପ୍ରବାସୀ ମହାତ୍ମା ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନର ସ୍ମୃତି ସ୍ୱରୂପ ଏହି ଦିବସ ପଳନ କରାଯାଉଛି ।

ଏହା ହେଉଛି ଏମିତି ଏକ ପର୍ବ ପ୍ରକାରାନ୍ତରେ ଆପଣ ହିଁ ଏହାର ଆୟୋଜକ, ଆପଣ ମଧ୍ୟ ଅତିଥି । ଏହା ହେଉଛି ଏମିତି ଏକ ପର୍ବ ଯେଉଁଥିରେ ବିଦେଶରେ ରହୁଥିବା ସନ୍ତାନମାନଙ୍କ ସହ ମିଶିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଥାଏ । ନିଜ ଲୋକଙ୍କୁ ନିଜେ ଭେଟିବା, ନିଜ ପାଇଁ ନୁହେଁ ସମସ୍ତଙ୍କ ପାଇଁ ବିଣିବା । ଏହି ଆୟୋଜନର “ଆନ୍-ବାନ୍-ଶାନ” ଯାହା ସବୁକିଛି ହିଁ ଆପଣମାନେ । ଆପଣମାନେ ଏହି ପର୍ବରେ ସାମିଳ ହେବା ଆମପାଇଁ ବହୁତ ବହୁତ ଗର୍ବର କଥା । ଆପଣ ସମସ୍ତଙ୍କୁ ହୃଦୟର ସହ ସ୍ୱାଗତ ।

ଆମେମାନେ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ବାଙ୍ଗାଲୁରୁ ସହରରେ ପାଳନ କରୁଛୁ । ମୁଁ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟାଜୀ ଓ ସଂପୂର୍ଣ୍ଣ ତାଙ୍କ ସରକାରଙ୍କ ସହଯୋଗ, ପ୍ରଚେଷ୍ଟା ଏବଂ ଏହି ଭବ୍ୟ କାର୍ଯ୍ୟକ୍ରମ ଓ ତାହାକୁ ସଫଳ କରାଇବା ପାଇଁ ଧନ୍ୟବାଦ ଦେବାକୁ ଚାହେଁ ।

ଏହା ମୋର ସୌଭାଗ୍ୟ ଯେ, ନିର୍ଦ୍ଧିଷ୍ଟ ଭାବେ ପର୍ତ୍ତୁଗାଲର ମହାମହିମ ପ୍ରଧାନମନ୍ତ୍ରୀ, ସୁରିନାମର ଉପ-ରାଷ୍ଟ୍ରପତି, ମାଲେସିଆ ଓ ମରିସସର ମାନ୍ୟବର ମନ୍ତ୍ରୀଗଣଙ୍କୁ ଏହି କାର୍ଯ୍ୟକ୍ରମରେ ମୋତେ ସ୍ୱାଗତ କରିବାର ସୁଯୋଗ ମିଳିଛି ।

ସେମାନଙ୍କର ସଫଳତା, ବିଶ୍ୱସ୍ତରରେ ଏବଂ ନିଜ ସମାଜରେ ସେମାନେ ଅର୍ଜନ କରିଥିବା ସୁନାମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଏହା ମଧ୍ୟ ଭାରତୀୟଙ୍କ ସଫଳତା, ଗୌରବ ଓ ଉଦ୍ୟୋଗ ଯାହ ସାରା ଦୁନିଆକୁ ଦର୍ଶାଉଛି । 30 ନିୟୁତରୁ ଅଧିକ ପ୍ରବାସୀ ଭାରତୀୟ ବିଦେଶରେ ରହୁଛନ୍ତି । ସାରା ବିଶ୍ୱରେ ସେମାନଙ୍କ ପାଦଚିହ୍ନ ରହିଛି । କିନ୍ତୁ ବିଦେଶରେ ଥିବା ଭାରତୀୟଙ୍କ ଶକ୍ତି କେବଳ ତାଙ୍କର ସଂଖ୍ୟା ଦ୍ୱାରା କଳନା କରାଯାଇ ନ ଥାଏ । ଭାରତ ଏବଂ ସେମାନେ ରହୁଥିବା ସମାଜ ଓ ଦେଶ ପ୍ରତି ସେମାନଙ୍କ ଅବଦାନ ନିମନ୍ତେ ସମ୍ମାନିତ ହୋଇଥାନ୍ତି । ସାରା ଦୁନିଆରେ ବିଦେଶ ମାଟିରେ ଓ ସବୁ ସମୁଦାୟ ସହ, ଯେ କୌଣସି ପଥରେ ଓ ଲକ୍ଷ୍ୟ ଥିଲେ ମଧ୍ୟ ଭାରତର ଲୋକ ସେମାନଙ୍କର ସଂସ୍କୃତି ଓ ଲୋକାଚାରର ମହତ୍ୱକୁ ଭଲ ଭାବେ ପ୍ରତିନିଧିତ୍ୱ କରିଥାନ୍ତି । ସେମାନଙ୍କର କଠିନ ପରିଶ୍ରମ, ଅନୁଶାସନ, ସ୍ଥାନୀୟ ଆଇନକୁ ମାନି ଚାଲିବା ଏବଂ ଶାନ୍ତି ପ୍ରିୟ ପ୍ରକୃତି ବିଦେଶର ଅନ୍ୟ ଅପ୍ରବାସୀ ସମୁଦାୟଙ୍କ ସମ୍ମୁଖରେ ହେଉଛି ଆଦର୍ଶ ଉଦାହରଣ ।

ଆପଣଙ୍କ ପ୍ରେରଣା ବହୁ ପ୍ରକାରର, ଉଦ୍ଦେଶ୍ୟ ଅନେକ, ଆପଣଙ୍କ ମାର୍ଗ ହେଉଛି ଭିନ୍ନ ଭିନ୍ନ, ପ୍ରତ୍ୟେକଙ୍କ ଲକ୍ଷ୍ୟ ମଧ୍ୟ ଭିନ୍ନ ଅଟେ । କିନ୍ତୁ ଆମେ, ଆମ ସମସ୍ତଙ୍କ ଭିତରେ ଗୋଟିଏ ହିଁ ଭାବ ଅଛି ଯାହା ହେଉଛି ବିଶ୍ୱ, ଆଉ ସେହି ଭାବ ଉଦ୍ରେକ କରିଥାଏ ଭାରତୀୟତା । ପ୍ରବାସୀ ଭାରତୀୟ ଯେଉଁଠାରେ ରହିଲେ ସେହି ମାଟିକୁ ସେମାନେ ନିଜର କର୍ମଭୂମି ମାନିଲେ ଆଉ ଯେଉଁଠାରୁ ଆସିଲେ ତାହାକୁ ମର୍ମଭୂମି ମାନିନେଲେ । ଆଜି ଆପଣ ସେହି କର୍ମଭୂମିର ସଫଳତା ଗୁଡିକୁ ଗଣ୍ଠିଲି କରି ସେହି ମର୍ମଭୂମିକୁ ଆସିଛନ୍ତି ଯେଉଁଠାରୁ ଆପଣଙ୍କୁ ଆପଣଙ୍କ ପୂର୍ବଜଙ୍କ ଅବିରତ ପ୍ରେରଣା ମିଳିଛି । ପ୍ରବାସୀ ଭାରତୀୟ ଯେଉଁଠାରେ ରହିଲେ ସେହିଠାରେ ବିକାଶ କଲେ, ଆଉ ଯେଉଁଠାର ଅଟନ୍ତି ସେଠାରେ ମଧ୍ୟ ନିଜର ଅତୁଟ ବନ୍ଧନ ଯୋଡି ରଖିଲେ, ଯେତେ ହୋଇପାରେ ସେତିକି ମାତ୍ରାରେ ଯୋଗଦାନ କଲେ ।

ବନ୍ଧୁଗଣ, ମୋ ସରକାର ପାଇଁ ଏବଂ ମୋ ପାଇଁ ବ୍ୟକ୍ତିଗତ ଭାବେ ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହିତ ସମ୍ବନ୍ଧ ଏକ ମହତ୍ୱପୂର୍ଣ୍ଣ ପ୍ରାଥମିକ କ୍ଷେତ୍ର । ମୁଁ ବିଦେଶ ଯାତ୍ରା ସମୟରେ – ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ସଂଯୁକ୍ତ ଆରବ ଅମିରତନ୍ତ୍ର(UAE), କତାର, ସିଙ୍ଗାପୁର, ଫିଜି, ଚୀନ, ଜାପାନ, ଦକ୍ଷିଣ କୋରିଆ, କେନିଆ, ମରିସସ, ସିସିଲି ଏବଂ ମାଲେସିଆରେ ଆମର ଶହ ଶହ, ହଜାର ହଜାର ସଂଖ୍ୟକ ଭାଇ ଭଉଣୀମାନଙ୍କୁ ସାକ୍ଷାତ ଓ ମତ ବିନିମୟ କରିଛି ।

ଯାହାର ଫଳ ସ୍ୱରୂପ ଆମର ନିରନ୍ତର ଏବଂ ବ୍ୟବସ୍ଥିତ ପହଞ୍ଚିବାର ପରିଣାମ, ଏଠାରେ ନୂଆ ଶକ୍ତି, ଗଭୀର ଇଚ୍ଛା, ଏବଂ ମଜବୁତ୍ ଅଭିଯାନ ବିଦେଶରେ ରହୁଥିବା ଭାରତୀୟଙ୍କୁ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ସହିତ ବହୁ ଅଧିକ ମାତ୍ରାରେ ଏବଂ ଗଭୀର ଭାବରେ ଯୋଡିବା ପାଇଁ ଅଭିପ୍ରେରିତ ।

ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ବାର୍ଷିକ ପାଖାପାଖି 6900 କୋଟି ଡଲାର ପ୍ରେରଣ(Remittance) ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଏକ ଅମୂଲ୍ୟ ଯୋଗଦାନ ।

ଆମ ଦେଶର ବିକାଶ ପାଇଁ ପ୍ରବାସୀ ଭାରତୀୟମାନଙ୍କର ଅଦମ୍ୟ ଇଚ୍ଛା ଶକ୍ତି ରହିଛି । ସେମାନେ ଦେଶର ପ୍ରଗତିରେ ସହଯାତ୍ରୀ ଅଟନ୍ତି………ସହଯାତ୍ରୀ ଅଟନ୍ତି । ଆମର ବିକାଶ ଯାତ୍ରାରେ ଆପଣ ଆମ ପାଇଁ ଏକ ମୂଲ୍ୟବାନ ସାଥୀ ଅଟନ୍ତି । ସାଥୀ ଅଟନ୍ତି, ଅଂଶୀଦାର ଅଟନ୍ତି । କେବେ ଚର୍ଚ୍ଚା ହେଉଥିଲା ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନର । ପ୍ରତ୍ୟେକ ପଶ୍ନ କରୁଥିଲେ ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନ, ଏବଂ ମୁଁ ସେହି ସମୟରେ ଲୋକମାନଙ୍କୁ କହୁଥିଲି, ସେତେବେଳେ ନା ମୁଁ ମୁଖ୍ୟମନ୍ତ୍ରୀ ଥିଲି ନା ମୁଁ ପ୍ରଧାନମନ୍ତ୍ରୀ ଥିଲି, ଯେବେ ଲୋକମାନେ କହୁଥିଲେ ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନ, ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନ ହେଉଥିଲା ତ, ମୁଁ କହୁଥିଲି କ’ଣ ବୋକାମାନେ ହିଁ ରହିଗଲେ ଏଠାରେ? କିନ୍ତୁ ଆଜି ମୁଁ ବଡ ବିଶ୍ୱାସର ସହିତ କହିବାକୁ ଚାହୁଁଛି ଯେ, ଆମେମାନେ ଯେଉଁ ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନର ଚର୍ଚ୍ଚା କରୁଥିଲେ ବର୍ତ୍ତମାନ ସରକାରଙ୍କ ପ୍ରେତ୍ସାହନ ସେହି ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନ ବଦଳରେ ବ୍ରେନ୍-ଗେନ୍ ବା ପ୍ରତିଭା ଆଗମନ ପାଇଁ ଅଟେ । ଆମେ ବ୍ରେନ୍-ଡ୍ରେନ ବା ପ୍ରତିଭା ପଳାୟନକୁ ବ୍ରେନ୍-ଗେନ୍ ବା ପ୍ରତିଭା ଆଗମନରେ ବଦଳାଇବାକୁ ଚାହୁଁଛୁ । ଆଉ ଏହା ସବୁ ଆପଣମାନଙ୍କ ସହଭାଗିତାରେ ସମ୍ଭବ ହୋଇପାରିବ, ଆଉ ନିଶ୍ଚୟ ହୋଇପାରିବ ଏହା ମୋର ଦୃଢ ବିଶ୍ୱାସ ।

ପ୍ରବାସୀ ଭାରତୀୟ ଏବଂ ବିଦେଶରେ ରହୁଥିବା ଭାରତୀୟ ନିଜ ନିଜ ପସନ୍ଦ ମୁତାବକ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ନୀତିନିଷ୍ଠ ରାଜନେତା, ସୁନାମଧନ୍ୟ ବୈଜ୍ଞାନିକ, ନିର୍ଭରଯୋଗ୍ୟ ଚିକିତ୍ସକ, ପ୍ରତିଭାଶାଳୀ ଶିକ୍ଷାବୀତ, ଅର୍ଥଶାସ୍ତ୍ରୀ, ସଙ୍ଗୀତକାର, ପ୍ରସିଦ୍ଧ ପରୋପକାରୀ, ସାମ୍ବାଦିକ, ବ୍ୟାଙ୍କର, ଇଞ୍ଜିନିୟର ଏବଂ ଅଧିବକ୍ତା ଅଛନ୍ତି । ଆଉ କ୍ଷମା କରିବେ! ମୁଁ ଆମର ପ୍ରସିଦ୍ଧ ସୂଚନା ପ୍ରାଦ୍ୟୋଗିକ ବୃତ୍ତିଧାରୀଙ୍କ ବିଷୟରେ କହିଛି କି? ଆସନ୍ତାକାଲି ଆମ ରାଷ୍ଟ୍ରପତିଙ୍କ ଠାରୁ 30ଜଣ ପ୍ରବାସୀ ଭାରତୀୟ, ପ୍ରବାସୀ ଭାରତୀୟ ସମ୍ମାନ ଗ୍ରହଣ କରିବେ । ଯାହା ଭାରତ ଏବଂ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବ ।

ବନ୍ଧୁଗଣ, ସେମାନଙ୍କର ବୃତ୍ତିର ପୃଷ୍ଟଭୂମି ଯାହା ହେଉନା କାହିଁକି, ବିଦେଶରେ ଭାରତୀୟଙ୍କ କଲ୍ୟାଣ ଓ ନିରାପତ୍ତା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା । ସେଥିପାଇଁ ଆମେ ଆମର ପ୍ରଶାସନିକ ବ୍ୟବସ୍ଥାକୁ ପରିସ୍ଥିତି ଅନୁକୂଳ ଓ ସୁଦୃଢ କରୁଛୁ । ସେମାନଙ୍କ ପାସପୋର୍ଟ ହଜିବା ଭଳି ଘଟଣା ହେଉ, ଆଇନଗତ ସହାୟତା ହେଉ, ଚିକିତ୍ସା ସହାୟତା, ଆଶ୍ରୟ, ଅବା ଭାରତକୁ ପାର୍ଥୀବ ଶରୀର ପରିବହନ । ବିଦେଶରେ ରହୁଥିବା ଭାରତୀୟଙ୍କ ସମସ୍ୟା ସମାଧାନ ପାଇଁ ଅଧିକ ସକ୍ରିୟ ହେବାକୁ ମୁଁ ସବୁ ଭାରତୀୟ ଦୂତାବାସଗୁଡିକୁ ନିର୍ଦ୍ଦେଶ ଦେଇଛି ।

ବିଦେଶରେ ଭାରତୀୟ ନାଗରିକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଶୀଘ୍ର ପହଁଚିବା, ସମ୍ବେଦନଶୀଳତା, ଗତି ଏବଂ ବ୍ୟଗ୍ରତାର ସହ କାର୍ଯ୍ୟ କରାଯାଉଛି । ଭାରତୀୟ ଦୂତାବାସ ଦ୍ୱାରା 24-ଘଣ୍ଟିଆ ହେଲ୍ପ ଲାଇନ୍; ଭାରତୀୟ ନାଗରିକମାନଙ୍କ ସହ ଖୋଲା ମଞ୍ଚ ବୈଠକ; କାଉନସିଲ ଶିବିର, ପାସପୋର୍ଟ ସେବା ପାଇଁ ଟୁଇଟର ସେବା, ଆଉ ତତ୍କାଳ ପହଁଚିବା ପାଇଁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ବ୍ୟବହାର ଆଦି ପଦକ୍ଷେପ ମାଧ୍ୟମରେ ଆମେ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛୁ କି ଆମେ ଆପଣଙ୍କ ସହିତ ରହିଛୁ, ଆପଣମାନେ ଯେତେବେଳେ ଆମକୁ ଖୋଜିବେ ।

ବିଦେଶରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଆମମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମେ ପାସପୋର୍ଟର ରଙ୍ଗ ଦେଖୁ ନାହୁଁ, ରକ୍ତସଂପର୍କକୁ ଭାବି ଥାଉ । ଭାରତୀୟ ନାଗରିକଙ୍କ ଦ୍ୱାରା ସଂକଟର ସମ୍ମୁଖୀନ ହେଉଥିବା ସଂସ୍ଥାନ ଗୁଡିକରେ, ଆମେ ବାହାର ପର୍ଯ୍ୟନ୍ତ ପହଁଚି ତାଙ୍କର ସୁରକ୍ଷା ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିଥାଉ । ଆମ ବିଦେଶ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଜୀ, ବିଶେଷ ଭାବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରି ସକ୍ରିୟ ଭାବେ ବିଦେଶରେ ଥିବା ଭାରତୀୟମାନଙ୍କ ପାଖରେ ପହଁଚିବା ପାଇଁ ଚେଷ୍ଟା କରିଥାନ୍ତି ।

ଜୁଲାଇ 2016ରେ ଅପରେସନ “ସଙ୍କଟ ମୋଚନ”, ମାଧ୍ୟମରେ ଆମେ ଦକ୍ଷିଣ ସୁଦାନରୁ 150 ଭାରତୀୟ ନାଗରିକଙ୍କୁ 48 ଘଣ୍ଟା ଭିତରେ ସ୍ଥାନାନ୍ତର କରି ଆଣିଥିଲୁ । ଏହା ପୂର୍ବରୁ, ଆମେ ୟେମେନର ବିବାଦୀୟ ପରିସ୍ଥିତିକୁ ଦେଖି ସେଠାରେ ରହୁଥିବା ଆମ ଦେଶର ଅନେକ ହଜାର ନାଗରିକଙ୍କୁ ଉତ୍ତମ ସମନ୍ୱୟ ଓ ସହଯୋଗ ଜରିଆରେ ସ୍ଥାନାନ୍ତର କରିଆଣିଥିଲୁ । ଆଉ ଶେଷ ଦୁଇ ବର୍ଷ-2014 ଏବଂ 2016ରେ ଆମେ 54ଦେଶରୁ ନବେ ହଜାର ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଆଣିବାର ସୁଯୋଗ ଉପଲବ୍ଧ କରାଇଛୁ । ଭାରତୀୟ ସମୁଦାୟ କଲ୍ୟାଣ ପାଣ୍ଠି ମାଧ୍ୟମରେ ଆମେ ଅଶି ହଜାର ଭାରତୀୟଙ୍କୁ ଜରୁରୀକାଳୀନ ଅବସ୍ଥାରେ ସହାୟତା ଯୋଗାଇ ଦେଇଛୁ ।

ଏହା ଆମର ଲକ୍ଷ୍ୟ ଯେ, ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ଘର ବେଶୀ ଦୂରରେ ନ ହେଉ । ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଶୁଣୁଥିଲୁ, ମାମୁଁ ଘର କେତେ ଦୁରରେ ତ, ଦୀପ ଜଳିଲେ ଆଲୋକ ଯେତେ ଦୂରକୁ ଦିଶେ ସେତେ ଦୂରରେ । ଭାରତ ସେମାନଙ୍କୁ କେତେ ଦୂର ଲାଗିବା ଦରକାର, ଦୀପ ଜଳିଲେ ଆଲୋକ ଯେତେ ଦୂରକୁ ଦିଶେ ସେତେ ଦୂରରେ; ସେତେ ନିକଟରେ ଥିବା ସେମାନଙ୍କୁ ଅନୁଭବ ହେବା ଦରକାର । ଦୁନିଆର ଯେ କୌଣସି ଦେଶରେ ରହନ୍ତୁ ନା କାହିଁକି, ତାଙ୍କର ନିଜସ୍ୱ ଭାବ ଅନୁଭବ ହେବା ଦରକାର । ଯେଉଁ କାର୍ଯ୍ୟ ପାଇଁ ଆମେ ବିଦେଶରେ ଆର୍ଥିକ ରେଜଗାରର ସୁଯୋଗ ପାଉଛୁ, ଆମର ପ୍ରଚେଷ୍ଟା ହେବା ଦରକାର ଯେ ଅତିକମ୍ ଅସୁବିଧାକୁ ନେଇ ଅଧିକତମ ସରଳୀକରଣ ସୁବିଧା ପାଇବା । ଆମର ଉଦ୍ଦେଶ୍ୟ ସୁରକ୍ଷିତ ଭାବେ ଯଆନ୍ତୁ, ପ୍ରଶିକ୍ଷିତ ହୋଇ ଯାଆନ୍ତୁ , ବିଶ୍ୱାସର ସହିତ ଯାଆନ୍ତୁ । ଭାରତୀୟ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନକୁ ସୁରକ୍ଷିତ କରିବା ପାଇଁ, ଆମେ ଆମ ବ୍ୟବସ୍ଥାକୁ ମୁଖ୍ୟଧାରାକୁ ଆଣି ଅନେକ ପଦକ୍ଷେପ ନେଇଛୁ । ପ୍ରାୟ ଛଅ ଲକ୍ଷ ଇଂଜିନିୟର ପଞ୍ଜିକୃତ ନିଯୁକ୍ତି ଯୋଗାଣକାରୀ ସଂସ୍ଥାମାନଙ୍କ ଜରିଆରେ ବିଦେଶ ଯିବା ପାଇଁ ଅନ୍-ଲାଇନ ପଞ୍ଜିକରଣକୁ ମଂଜୁରୀ ପ୍ରଦାନ କରାଯାଇଛି । ଇ-ମାଇଗ୍ରେଟ ପୋର୍ଟାଲରେ ବିଦେଶୀ ନିଯୁକ୍ତିକାରୀଙ୍କ ଅନ୍-ଲାଇନ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି ।

ଆଉ ପ୍ରବାସୀ ଶ୍ରମିକଙ୍କ ଆପତ୍ତି, ଅଭିଯୋଗ ଏବଂ ପିଟିସନ ଇ-ମାଇଗ୍ରେଟ ଏବଂ ‘ମଦଦ୍’ “MADAD” ଅନ୍ ଲାଇନ ପାଲାଟଫର୍ମ ଜରିଆରେ ସମାଧାନ କରିବାର ପ୍ରୟାସ ଜାରୀ ରହିଛି । ଆମେ ମଧ୍ୟ ଭାରତରେ ଥିବା ଅବୈଧ ନିଯୁକ୍ତି ଯୋଗାଣକାରୀ ସଂସ୍ଥାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ଅବୈଧ ନିଯୁକ୍ତି ଯୋଗାଣକାରୀ ସଂସ୍ଥାଙ୍କ ବିରୁଦ୍ଧରେ ସିବିଆଇ କିମ୍ବା ରାଜ୍ୟ ପୁଲିସ ଦ୍ୱାରା ତଦନ୍ତ କରାଯାଉଛି, ନିଯୁକ୍ତି ଯୋଗାଣକାରୀ ସଂସ୍ଥାଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ରାଶି 20 ଲକ୍ଷ ପାଇଁ 50 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଏ ଦିଗରେ ଏହା ଆମର କେତେକ ପଦକ୍ଷେପ । ବିଦେଶକୁ ରୋଜଗାର ଅନ୍ୱେଷଣରେ ଯାଉଥିବା ଭାରତୀୟ ଶ୍ରମିକଙ୍କୁ ଭଲ ନିଯୁକ୍ତି ସୁଯୋଗ ଓ ଆର୍ଥିକ ସହାୟତା ଉପଲବ୍ଧ କରାଇବକୁ ସୁନିଶ୍ଚିତ କରିବା ପାଇଁ ଆମେ ଖୁବ ଶୀଘ୍ର ଦକ୍ଷତା ବିକାଶ ପାଇଁ କାର୍ଯ୍ୟକ୍ରମ ‘ପ୍ରବାସୀ କୌଶଳ ବିକାଶ ଯୋଜନା’ ଆରମ୍ଭ କରିବାକୁ ଯାଉଛୁ । ଫଳରେ ଭାରତୀୟ ଯୁବକଙ୍କୁ ବିଦେଶରେ ଭଲ ନିଯୁକ୍ତି ସୁଯୋଗ ମିଳିବ ।

କେବେ କେବେ ଯେଉଁମାନେ ପ୍ରଥମ ଥର ପାଇଁ ବିଦେଶ ଯାଇଥାନ୍ତି, ଅଧିକ ପାଠ ପଢି ନ ଥାନ୍ତି, ଯଦି ସେମାନଙ୍କୁ ସେ ଦେଶର ଆବଶ୍ୟକତା ଅନୁସାରେ ସେଠାରେ 15 ଦନ,ଏକ ମାସର ପାଠ୍ୟକ୍ରମ ହେଉ, ତା’ର ବିକାଶ ହେବ । ଧରି ନିଅନ୍ତୁ ସେ କେଉଁ ଦେଶରେ ହାଉସ୍ କିପିଙ୍ଗ କାମ ପାଇଁ ଯାଉଛି, ଯଦି ତାକୁ ସେଠାରେ ତାଲିମ ଦିଆଯିବ ତ, ବଡ଼ ବିଶ୍ୱାସର ସହିତ ଯିବ । ଆଉ ଏଥିପାଇଁ ଏହି ‘ପ୍ରବାସୀ କୌଶଳ ବିକାଶ ଯୋଜନା’ ଭାରତରୁ ବାହାରକୁ ଯାଉଥିବା ଲୋକ ଏକ ମୂଲ୍ୟଯୁକ୍ତ ଅବସ୍ଥାରେ ଯିବେ ତ ଏକ ନୂଆ ବିଶ୍ୱାସ ସୃଷ୍ଟି ହେବ, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ । ଆଉ ମତେ ଲାଗୁଛି ଯେ, ସେଥିରୁ ଯେଉଁ ଗରିବ ବର୍ଗର ଲୋକ, ଛୋଟ ଛୋଟ କାମ କରିବାକୁ ଯାଉଛନ୍ତି ସେମାନଙ୍କୁ ଅଧିକ ଲାଭ ହେବ । କିଛି ଲୋକଙ୍କୁ ସେହି ଦେଶର କିଛି ବାକ୍ୟ ଅଛି, ସେହି ଦେଶର କିଛି ବ୍ୟବହାର ଅଛି, କିଛି ସାଂସ୍କୃତିକ ଜିନିଷ ଶିଖିବା ଜରୁରୀ ହୋଇଥାଏ । ସେ ମଧ୍ୟ କେତେ ପାଠ ପଢୁଆ ଲୋକ ହୋଇ ଥାଉ ନା କାହିଁକି, ତା କାମରେ ଆସିଥାଏ, ତାହା ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ । ଯାହାକୁ ଆମେ ସୁକ୍ଷ୍ମ ଦକ୍ଷତା କହୁଛୁ । ତ ଏମିତି ବ୍ୟବସ୍ଥାମାନ ଅଛି ଯାହା ଦ୍ୱାରା ଭାରତର ବ୍ୟକ୍ତି ବିଦେଶରେ ପାଦ ଦେବା ମାତ୍ରେ ତାକୁ କିଛି ପର ଭଳି ଲାଗି ନ ଥାଏ, ଅନ୍ୟମାନଙ୍କୁ ମଧ୍ୟ ଆପଣାର ଲାଗିଥାଏ ଆଉ ତାର ଆତ୍ମବିଶ୍ୱାସ ସେହି ଶୀର୍ଷକୁ ଅତିକ୍ରମ କରିବା ପାଇଁ ହେଉ ଯେମିତି ସେ ବର୍ଷ ବର୍ଷ ଧରି ସେହି ମାଟିକୁ ଜାଣିଛି, ସେ ତୁରନ୍ତ ନିଜକୁ ଖାପଖୁଆଇ ପାରିଥାଏ, ତ ସେହି ରୁପରେ ଆମେ ତା ଚିନ୍ତାକୁ ଚାହିଁ ବ୍ୟବସ୍ଥା କରୁଛୁ ।

ବନ୍ଧୁଗଣ, ଯେଉଁ ପ୍ରବାସୀ ଭାରତୀୟ ଗିରମିତିୟା ଦେଶ (Girmitiya countries)ରେ ରହୁଛନ୍ତି, ଏକ ଗଭୀର ଓ ଭାବନାତ୍ମକ ରୂପରେ ନିଜ ଜନ୍ମସ୍ଥାନ ସହ ଏକ ନିବିଡ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି । ଭାରତୀୟ ମୂଳ ନାଗରିକ ଯେଉଁମାନେ ସେଠାରେ ଚାରି ପାଞ୍ଚ ପିଢୀ ଧରି ରହିଛନ୍ତି ଓସିଆଇ କାର୍ଡ ପାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମେ ସେମାନଙ୍କର ଚିନ୍ତା ଓ ଅସୁବିଧାକୁ ସ୍ୱୀକାର କରୁଛୁ ଏବଂ ଏହି ପ୍ରସଙ୍ଗର ସମାଧାନ ପାଇଁ ପ୍ରୟାସ କରୁଛୁ ।

ମୁଁ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ, ଗିରମିତିୟା ଦେଶରେ ଥିବା ଭାରତୀୟ ବଂଶଜ ଓସିଆଇ କାର୍ଡ ପାଇବା ପାଇଁ ଯେଉଁ ଅସୁବିଧାର ସମ୍ମୁଖିନ ହେଉଥିଲେ ତାର ସମାଧାନ ପାଇଁ ଏକ ନୂଆ ପ୍ରକ୍ରିୟା ଏବଂ ତଥ୍ୟଭିତ୍ତିକ ଆବଶ୍ୟକତା ମରିସସଠୁ ଆରମ୍ଭ ହେଉଛି । ସେହିପରି ଫିଜି, ରିୟୁନିଅନ ଦ୍ୱୀପ ସମୁହ, ସୁରିନାମ, ଗୁଏନା ଭଳି ଅନ୍ୟ କାରବୀୟ ଦେଶରେ ପିଆଇଓ ପାଇବା ପାଇଁ ସମାନ ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ ଅଛୁ ।
ଗତ ପ୍ରବାସୀ ଭାରତୀୟ ଦିବସରେ ମୋ ଅନୁରୋଧ ଭଳି, ଏଥର ପୁଣି ସମସ୍ତ ପିଆଇଓ କାର୍ଡଧାରୀମାନଙ୍କୁ ଉତ୍ସାହିତ କରୁଛି କି ପିଆଇଓ କାର୍ଡକୁ ଓସିଆଇ କାର୍ଡରେ ପରିବର୍ତ୍ତନ କରି ନିଅନ୍ତୁ । ମୁଁ କହୁଥାଏ ଏବଂ ଅନୁରୋଧ ମଧ୍ୟ କରିଥାଏ, କିନ୍ତୁ ମୁଁ ଜାଣିଛି ଆପଣ ବହୁତ ବ୍ୟସ୍ତ ଏବଂ ଏଥିପାଇଁ ବୋଧହୁଏ ଏହା କାମ କରିଥାଏ । ତେଣୁ ଆପଣମାନଙ୍କର ଏହି ବ୍ୟସ୍ତତାକୁ ଦୃଷ୍ଟିରେ ରଖି, ମୁଁ ଘୋଷଣା କରୁଛି ଯେ, ଆମେ ଏହି ପରିବର୍ତ୍ତନ ସମୟ ସୀମାକୁ 31 ଡିସେମ୍ବର 2016ରୁ 30ଜୁନ୍ 2017କୁ ବୃଦ୍ଧି କରିଛୁ ତାହା ପୁଣି ବନା ଜୋରିମାନାରେ । ଚଳିତ ବର୍ଷ ଜାନୁୟାରୀ ଶେଷରୁ ଦିଲ୍ଲୀ ଏବଂ ମେଙ୍ଗାଲୁରୁ ବିମାନବନ୍ଦରରୁ ଆରମ୍ଭ କରି ଆମେ ବିମାନବନ୍ଦର ଗୁଡିକରେ ଓସିଆଇ କାର୍ଡଧାରୀମାନଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲୁଛୁ ।

ବନ୍ଧୁଗଣ, ଆଜି ପ୍ରାୟ 7 ଲକ୍ଷ ଭାରତୀୟ ଛାତ୍ର ବିଦେଶରେ ଶୈଖିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଗକୁ ବଢିବା ପାଇଁ ପ୍ରୟାସ କରୁଛନ୍ତି । ଆଉ ମତେ ଭଲ ଭାବେ ଜଣା ଅଛି କି ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟ ଭାରତର ପ୍ରଗତି ସହିତ ଯୋଡି ହେବା ପାଇଁ ଆତୁର ହୋଇଥାନ୍ତି । ତାଙ୍କର ଜ୍ଞାନ ବିଜ୍ଞାନ ଏବଂ ଭାରତୀୟ ଜ୍ଞାନର ମିଳନ, ଭାରତକୁ ଆର୍ଥିକ ପ୍ରଗତି ଶେଷ ଶିଖରକୁ ନେଇଯିବ ।

ମୋର ସର୍ବଦା ଏହି ପ୍ରୟାସ ଏବଂ ବିଶ୍ୱାସ ରହିଛି ଯେ ସକ୍ଷମ ତଥା ସଫଳ ପ୍ରବାସୀମାନଙ୍କୁ ଭାରତର ବିକାଶ ଗାଥାରେ ଯୋଡି ରହିବାକୁ ସଂପୂର୍ଣ୍ଣ ସୁଯୋଗ ମିଳିବା ଦରକାର, ବିଶେଷ କରି ବିଜ୍ଞାନ ଓ ପ୍ରାଦ୍ୟୋଗିକ କ୍ଷେତ୍ର ଏବଂ ବୈଷୟିକ ଜ୍ଞାନ କ୍ଷେତ୍ରରେ ।

ଏଥିପାଇଁ ଆମେ କେତେକ ପଦକ୍ଷେପ ଉଠାଇଛୁ । ସେଥିରୁ ଗୋଟିଏ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶୁଭାରମ୍ଭ କରିବାକୁ ଯାଉଥିବା “Visiting Adjunct Joint Research Faculty” or “ବଜ୍ର” ଯୋଜନା, ଯାହା ପ୍ରବାସୀ ଭାରତୀୟ ଓ ବିଦେଶରେ ରହୁଥିବା ଭାରତୀୟ ବୈଜ୍ଞାନିକ ଗୋଷ୍ଠୀଙ୍କୁ ଭାରତର ବିକାଶ ପାଇଁ ଗବେଷଣା ଓ ଯୋଗଦାନ କରିବାରେ ସାହାଯ୍ୟ କରିବ । ଏହି ଯୋଜନା ଅଧିନରେ ବିଦେଶରେ ରହୁଥିବା ଜଣେ ଭାରତୀୟ ଭାରତରେ ଥିବା ଅନୁଷ୍ଠାନରେ ଏକ ମାସରୁ ତିନିମାସ ପର୍ଯ୍ୟନ୍ତ କାମ କରିପାରିବେ ଏବଂ ଏକ ଭଲ ସର୍ତ୍ତରେ ଆଉ ସବୁଠାରୁ ମହତ୍ୱପୂର୍ଣ୍ଣ ଯେ ପ୍ରବାସୀ ଭାରତୀୟ ଏହା ଦ୍ୱାରା ଦେଶର ପ୍ରଗତିର ଏକ ଅଭିନ୍ନ ଅଙ୍ଗ ପାଲଟିଯିବେ ।

ବନ୍ଧୁଗଣ ଏହା ମୋର ଦୃଢ ବିଶ୍ୱାସ ଯେ ଭାରତ ଏବଂ ବିଦେଶୀ ଭାରତୀୟ ଉଭୟ ରାଷ୍ଟ୍ରର ନିରନ୍ତର ବିକାଶ ଓ ସମୃଦ୍ଧିର ଯୋଗସୂତ୍ର । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଗତ ଅକ୍ଟୋବର ମାସରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନରେ ମୁଁ ନୂଆଦିଲ୍ଲୀଠାରେ ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ କରିବାର ସମ୍ମାନ ଲାଭ କରିଥିଲି । ଏହି କେନ୍ଦ୍ର ବିଦେଶୀ ଭାରତୀୟ ସମୁଦାୟ ପାଇଁ ଉତ୍ସର୍ଗ ହୋଇଛି । ଆମେ ଚାହୁଁଛୁ ଏହା ବିଦେଶୀ ଭାରତୀୟଙ୍କ ଅଭିଜ୍ଞତା, ସଂଘର୍ଷ ଓ ସଫଳତା ପାଇଁ ବିଶ୍ୱସ୍ତରର ଏକ ସ୍ମାରକ ହେଉ ଯାହା ବିଦେଶକୁ ଯିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ପ୍ରେରଣା ଯୋଗାଇବ । ମୁଁ ଦୃଢ ନିଶ୍ଚିତ ଯେ ଏହି କେନ୍ଦ୍ର ବିଦେଶରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡିବା ଏବଂ ନିଯୁକ୍ତି ପୁନର୍ବିନ୍ୟାସ କ୍ଷେତ୍ରରେ ସରକାରଙ୍କ ପ୍ରଚେଷ୍ଟା ପାଇଁ ପଥ ସୁଗମ କରିବ ।

ବନ୍ଧୁଗଣ, ଆମ ପ୍ରବାସୀ ଭାରତୀୟ କେତେ ପିଢୀ ଧରି ବିଦେଶରେ ରହୁଛନ୍ତି । ପ୍ରତ୍ୟେକ ପିଢୀର ଅନୁଭବ ଭାରତକୁ ସକ୍ଷମ କରୁଛି, ଯେମିତି ନୂଆ ଗଛ ପାଇଁ ଆମ ମନରେ ଅଲଗା ପ୍ରକାରର ସ୍ନେହ ଭାବ ଉଦ୍ରେକ ହୋଇଥାଏ, ସେହିପରି ବିଦେଶରେ ରହୁଥିବା ଯୁବ ପ୍ରବାସୀ ଭାରତୀୟ ମଧ୍ୟ ଆମପାଇଁ ବହୁ ମୂଲ୍ୟବାନ ଓ ସ୍ଵତନ୍ତ୍ର । ଆମେ ପ୍ରବାସୀ ଭାରତୀୟ ଯୁବ ପିଢୀମାନଙ୍କଠାରୁ, ଯୁବ ପ୍ରବାସୀମାନଙ୍କଠାରୁ ନିକଟତର ଓ ମଜବୁତ୍ ସଂପର୍କକୁ ଆହୁରି ନିବିଡ କରିବା ଦରକାର ।

ଭାରତୀୟ ବଂଶଜ ଯୁବକମାନଙ୍କୁ ନିଜ ମାତୃଭୂମିକୁ ବୁଲି ଆସିବା ପାଇଁ ସୁଯୋଗ ଯୋଗାଇ ଦେବା, ଏବଂ ନିଜ ମୂଳ ସଂସ୍କୃତି ଓ ଐତିହ୍ୟ ସହିତ ପୁଣି ଯୋଡିବା ପାଇଁ ଆମ ସରକାରଙ୍କର “ଭାରତକୁ ଜାଣନ୍ତୁ” କାର୍ଯ୍ୟକ୍ରମର ବିସ୍ତାର କରୁଛୁ, ଯାହା ଅଧିନରେ ପ୍ରଥମ ଥର ପାଇଁ ବିଦେଶରେ ରହୁଥିବା ଭାରତୀୟମାନଙ୍କର ଛଅଟି ଦଳ ଚଳିତ ବର୍ଷ ଭାରତ ବୁଲିବାକୁ ଆସୁଛନ୍ତି ।

ମୁଁ ଜାଣି ବହୁତ ଆନନ୍ଦିତ ଯେ ସେମାନଙ୍କ ମଧ୍ୟରୁ 160ଜଣ ବିଦେଶୀ ଯୁବ ପ୍ରବାସୀ ଏଥରର ପ୍ରବାସୀ ଭାରତୀୟ ଦିବସରେ ଭାଗନେବା ପାଇଁ ଆଜି ଏଠାରେ ଉପସ୍ଥିତ ଅଛନ୍ତି । ଯୁବ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱତନ୍ତ୍ର ସ୍ୱାଗତ । ମୁଁ ଆଶା କରୁଛି ଯେ ନିଜ ନିଜ ଦେଶକୁ ପେରିବା ପରେ ଆପଣଙ୍କର ଆମ ସହିତ ଯୋଡି ହୋଇ ରହିବେ, ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି ଭାରତକୁ ପୁଣି ଥରେ, ପୁଣି ଥରେ ଏବଂ ପୁଣି ଥରେ ବୁଲିବାକୁ ଆସନ୍ତୁ । ଗତ ଥର ଯୁବ ବିଦେଶୀ ଭାରତୀୟମାନଙ୍କ ପାଇଁ “ଭାରତକୁ ଜାଣନ୍ତୁ” ଶୀର୍ଷକ ଅନ୍-ଲାଇନ୍ କୁଇଜ୍ ପ୍ରତିଯୋଗିତା 5000 ଯୁବ ପ୍ରବାସୀ ଭାରତୀୟ ଓ ପିଆଇଓ ଅଂଶ ଗ୍ରହଣ କରିଥିଲେ । ଚଳିତ ଥର ଅନୁଷ୍ଠିତ ଦ୍ୱିତୀୟ ସଂସ୍କରଣରେ ପାଖାପାଖି ପଚାଶ ହଜାର ଯୁବ ପ୍ରବାସୀ ଭାରତୀୟ ଭାଗ ନେବେ ବୋଲି ମୁଁ ଆଶାବାଦୀ ।
ଯୁବ ବନ୍ଧୁ, ଆପଣମାନେ ମତେ ଏହି ମିଶନରେ ସହଯୋଗ କରିବେ କି? ଆପଣମାନେ ମତେ ଏହି ମିଶନରେ ସହଯୋଗ କରିବେ କି? ଆପଣମାନେ ମୋ ସହିତ କାମ କରିବାକୁ ପ୍ରସ୍ତୁତ କି? ତାହେଲେ ଆମେ କାହିଁକି 50 ହଜାରରେ ଅଟକି ଯିବା?

ବନ୍ଧୁଗଣ,

ଆଜି ଭାରତ ଏକ ନୂଆ ପ୍ରଗତିଶୀଳ ଦିଗରେ ଅଗ୍ରସର ହେଉଛି । ଏହି ପ୍ରଗତି ଯାହା କେବଳ ଆର୍ଥିକ ନୁହେଁ ବରଂ ସାମାଜିକ, ରାଜନୈତିକ ଏବଂ ଶାସନଗତ । ଆର୍ଥିକ କ୍ଷେତ୍ରରେ ପିଆଇଓ ତଥା ପ୍ରବାସୀ ଭାରତୀୟମାନଙ୍କ ପାଇଁ ଏଫଡିଆଇ ମାନଦଣ୍ଡରେ ପୁରା କୋହଳ କରାଯାଇଛି ଏବଂ ଏଫଡିଆଇ ପାଇଁ ମୋର ଦୁଇଟି ପରିଭାଷା ଅଛି । ଗୋଟିଏ ସଂଜ୍ଞା ହେଉଛି FDI ଅର୍ଥ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ଆଉ ଦ୍ୱିତୀୟଟି ହେଉଛି First Develop India ପ୍ରଥମ ବିକଶିତ ଭାରତ । ପିଆଇଓ ମାନଙ୍କ ଦ୍ୱାରା ପୁଞ୍ଜି ନିବେଶ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ନିବେଶକାରୀ କଂପାନୀମାନଙ୍କ ଦ୍ୱାରା, ଟ୍ରଷ୍ଟ ଏବଂ ସେମାନଙ୍କ ମାଲିକାନରେ ଥଥବା ଭାଗିଦାରୀ ଜରିଆରେ ନିବେଶ ହୋଇପାରିବ । ଘରୋଇ ନିବେଶ ଢାଂଚାରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଏଭଳି ନିବେଶ କରାଯାଉଛି । ଆମର ଏମିତି ଅନେକ କାର୍ଯ୍ୟକ୍ରମ ଯେମିତି – ସ୍ୱଚ୍ଛ ଭାରତ ମିଶନ, ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ ଯାହାଦ୍ୱାରା ପ୍ରବାସୀ ଭାରତୀୟ ଭାରତର ସାମନ୍ୟ ବ୍ୟକ୍ତିର ପ୍ରଗତି ସହିତ ଯୋଡି ହୋଇପାରିବେ । ଏଠି ଆପଣମାନଙ୍କ ମଧ୍ୟରୁ ଯେଉଁମାନେ କାରବାର ଓ ନିବେଶ କ୍ଷେତ୍ରରେ ଯୋଗଦାନ ଦେବାକୁ ଚାହୁଁଛନ୍ତି, ସ୍ୱଚ୍ଛ ଭାରତ ଓ ନମାମୀ ଗଙ୍ଗା ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ମାଧ୍ୟମରେ ସମର୍ଥନ କରିପାରିବେ ।
କିଛି ଅନ୍ୟ ଲୋକ ଭାରତରେ ସ୍ୱୟଂ ସେବା କରିବା ଓ ବହୁମୂଲ୍ୟ ସମୟ ଏବଂ ପ୍ରୟାସ କରିବା ପାଇଁ ସହଯୋଗର ହାତ ବଢାଇବା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବେ ।

ଭାରତକୁ ବିଦେଶୀ ଭାରତୀୟ ସମୁଦାୟଙ୍କ ସହଭାଗିତାରେ ସୁଦୃଢ କରିବାରେ ଆପଣଙ୍କ ସମସ୍ତ ପ୍ରୟାସକୁ ଆମେ ସ୍ୱାଗତ କରିୁଛୁ । ମୁଁ ଆପଣ ସମସ୍ତଙ୍କୁ ପ୍ରବାସୀ ଭାରତୀୟ (ପିବିଡି) ସମାବେଶ ପ୍ରଦର୍ଶନୀକୁ ବୁଲିଯିବା ପାଇଁ ନିମନ୍ତ୍ରଣ କରୁଛି ଯେଉଁଠି ସମସ୍ତ ଫ୍ଲାଗସିପ କାର୍ଯ୍ୟକ୍ରମର ଝଲକ ଦେଖିପାରିବା ସହ ଆପଣ କିପରି, ତାର କାର୍ଯ୍ୟ।ନ୍ୱୟନରେ ସହଭାଗି ହୋଇପାରିବେ ତାହା ଜାଣିପାରିବେ ।

ବନ୍ଧୁଗଣ, ଏଠାକୁ ଆସିବା ପରେ ଆପଣ ଶୁଣିଥିବେ, ଦେଖିଥିବେ ଆମେ ଭ୍ରଷ୍ଟାଚାର ବିରୁଦ୍ଧରେ, କଳାଧନ ବିରୁଦ୍ଧରେ, ଦୁର୍ନିତୀ ବିରୁଦ୍ଧରେ, ଆଉ କଳା ଟଙ୍କା ବିରୁଦ୍ଧରେ ଏକ ବହୁତ ବଡ ଯୁଦ୍ଧ-କଷ୍ଟ ଉଠାଇଛୁ । କଳା ଟଙ୍କା ତଥା ଦୁର୍ନିତୀ ବିରୁଦ୍ଧରେ ଆମର ରାଜନୀତି ତଥା ଦେଶ ତଥା ସମାଜ ତଥା ଶାସନକୁ ଧୀରେ, ଧୀରେ, ଧୀରେ, ଧୀରେ ଦୁର୍ବଳ କରି ଚାଲିଛି । ଆଉ ଏହା ଦୁର୍ଭାଗ୍ୟ ଯେ କଳା ଟଙ୍କାର କିଛି ପୂଜାରୀ ଆମ ପ୍ରୟାସକୁ ଜନ ବିରୋଧୀ ଦର୍ଶାଉଛନ୍ତି । ଦୁର୍ନିତୀ ଏବଂ କଳାଧନର ଅନ୍ତ ଘଟାଇବା ପାଇଁ ଭାରତ ସରକାରଙ୍କ ନୀତିଗୁଡିକୁ ପ୍ରବାସୀ ଭାରତୀୟ ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ କରୁଛି, ଆପଣମାନଙ୍କୁ ସାଧୁବାଦ ଜଣାଉଛି, ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ, ଶେଷରେ ମୁଁ କହିବାକୁ ଚାହୁଁଛି ଯେ, ଭାରତୀୟ ଭାବେ ଆମର ଏକ ସାଧାରଣ ଓ ସମ୍ମିଳିତ ଐତିହ୍ୟ ଆମକୁ ଏକାଠି କରିପାରିଛି ଏବଂ କିଛି ପ୍ରଭେଦ ନାହିଁ ଯେ ଯେଉଁଠି ଆମେ ଏକାଠି ହୋଇ ପାରିବା? ଆମେ ବିଶ୍ୱରେ କେଉଁଠି ହେଲେ ବି ଏକାଠି ହୋଇପାରିବା, ଏକ ସାଧାରଣ ଆମେ ମଜବୁତ ହୋଇ ବାନ୍ଧି ହୋଇପାରିବା । ଆଉ ଏଥିପାଇଁ ମୋ ପ୍ରିୟ ଦେଶବାସୀମାନେ ଯେଉଁ ସ୍ୱପ୍ନ ବୁଣିଛନ୍ତି, ଆପଣଙ୍କ ସ୍ୱପ୍ନ ଆମ ପାଇଁ ହେଉଛି ସଂକଳ୍ପ, ଆଉ ଆମେ ସବୁ ମିଳି ମିଶି ଏହି ସ୍ୱପ୍ନକୁ ସାକାର କରିବା ଲାଗି ଯଦି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଜରୁରୀ, ଯଦି ଆଇନ ଓ ନିୟମକୁ ବଦଳାଇବା ଜରୁରୀ ଅଟେ, ସାହାସୀ ପଦକ୍ଷେପ ଉଠାଇବା ଆବଶ୍ୟକ, ପ୍ରତ୍ୟେକଙ୍କୁ ସାଙ୍ଗରେ ନେଇ ଚାଲିବା ସହ କିଛି କରିବାକୁ ପଡିବ, କରିବାର ଆବଶ୍ୟକତା ଅଛି ଆଉ ଏହା ସବୁ କରିବା ସହିତ ମୁଁ ବିଶ୍ୱାସର ସହିତ କହୁଛି କି ଏକବିଂଶ ଶତାବ୍ଦୀ ହେଉଛି ହିନ୍ଦୁସ୍ଥାନର ଶତାବ୍ଦୀ ।

ବହୁତ ବହୁତ ଧନ୍ୟବାଦ ।

ଧନ୍ୟବାଦ ଓ ଜୟ ହିନ୍ଦ୍ ।