ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଉପ–ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ବାବୁ ଜଗଜୀବନ ରାମ ସମାନତା ଏବଂ ସାମାଜିକ ନ୍ୟାୟର ଆଦର୍ଶ ପ୍ରତି ନିଜର ଜୀବନ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ପ୍ରତି ତାଙ୍କର ଅମୂଲ୍ୟ ଅବଦାନକୁ ଦେଶ ସର୍ବଦା ମନେ ରଖିବ।
ପ୍ରଧାନମନ୍ତ୍ରୀ ‘ଏକ୍ସ ‘ ରେ ଲେଖିଛନ୍ତି;
“ପୂର୍ବତନ ଉପ–ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ସମାନତା ଏବଂ ସାମାଜିକ ନ୍ୟାୟ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଦେଶ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।’’
HS
पूर्व उप प्रधानमंत्री बाबू जगजीवन राम जी को उनकी जयंती पर शत-शत नमन। उन्होंने समानता और सामाजिक न्याय के लिए अपना जीवन समर्पित कर दिया। देश के लिए उनका अमूल्य योगदान सदैव स्मरणीय रहेगा।
— Narendra Modi (@narendramodi) April 5, 2026