ପିଏମଇଣ୍ଡିଆ
ହର ହର ମହାଦେବ !
ଆପଣମାନେ ଅନୁମତି ପ୍ରଦାନ କଲେ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବି । ହର ହର ମହାଦେବ, ବାବା ବିଶ୍ୱନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ନଗରୀ କାଶୀର ପୁଣ୍ୟ ଭୂମିର ସମସ୍ତ ବନ୍ଧୁ ଏବଂ ଭଉଣୀଙ୍କୁ ମୋର ପ୍ରଣାବ । ଦୀପାବଳି, ଦେବ ଦୀପାବଳି, ଅନ୍ନକୂଟ, ଭାଇୟାଦୁଜ, ପ୍ରକାଶୋତ୍ସବ ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଡାଲା ଛଠ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।
ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲଜୀ, ଉତ୍ତର ପ୍ରଦେଶର ଉଜ୍ଜ୍ୱଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀ, ଉତ୍ତରପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, କେନ୍ଦ୍ରରେ ମୋର ଆଉ ଜଣେ ସାଥୀ ମହେନ୍ଦ୍ର ପାଣ୍ଡେଜୀ, ରାଜ୍ୟର ଆଉ ଜଣେ ମନ୍ତ୍ରୀ ଅନୀଲ ରାଜଭରଜୀ, ନୀଳକଣ୍ଠ ତିୱାରୀଜୀ, ରବୀନ୍ଦ୍ର ଜୟସ୍ୱାଲଜୀ, ଅନ୍ୟ ମନ୍ତ୍ରୀଗଣ, ଆମ ସହିତ ଆଜି ଏଠାରେ ଉପସ୍ଥିତ ଥିବା ସାଂସଦ ସାଥୀ ଶ୍ରୀମତୀ ସୀମା ଦ୍ୱିବେଦୀଜୀ, ଭି ପି ସରୋଜଜୀ, ବାରଣାସୀର ମେୟର ଶ୍ରୀମତୀ ମୃଦୁଳା ଜୟସ୍ୱାଲଜୀ, ଅନ୍ୟ ଜନପ୍ରତିନିଧିଗଣ, ଟେକ୍ନୋଲୋଜି ମାଧ୍ୟମରେ ଦେଶର କୋଣ ଅନୁକୋଣ ସହିତ ଯୋଡ଼ିହୋଇ ରହିଥିବା ସ୍ୱାସ୍ଥ୍ୟ ପ୍ରଫେସନାଲ, ଜିଲ୍ଲା ହସ୍ପିଟାଲ, ମେଡ଼ିକାଲ ସଂସ୍ଥାନ ଏବଂ ଏଠାରେ ଉପସ୍ଥିତ ବନାରସ ନଗରୀର ମୋର ଭାଇ ଓ ଭଉଣୀଗଣ ।
ଦେଶ କରୋନା ମହାମାରୀ ବିରୁଦ୍ଧରେ ନିଜର ସଂଗ୍ରାମରେ ଏପର୍ଯ୍ୟନ୍ତ ୧୦୦ କୋଟି ଟିକା ଡ଼ୋଜ ପ୍ରଦାନର ବିରାଟ ଲକ୍ଷ୍ୟକୁ ପାର କରିସାରିଛି ।
ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ, ମା’ ଗଙ୍ଗାଙ୍କ ଅବିରଳ ପ୍ରତାପ ଦ୍ୱାରା, କାଶୀବାସୀଙ୍କ ଅଖଣ୍ଡ ବିଶ୍ୱାସ ଯୋଗୁ, ସମସ୍ତଙ୍କୁ ଟିକା ମାଗଣା ଟିକାର ଅଭିଯାନ ସଫଳତାର ସହିତ ଆଗକୁ ବଢ଼ି ଚାଲିଛି । ମୁଁ ଆପଣମାନଙ୍କୁ ସମସ୍ତ ସଜ୍ଜନଙ୍କୁ ଆଦର ପୂର୍ବକ ବନ୍ଦନା କରୁଛି । ଆଜି ମାତ୍ର କିଛି ସମୟ ପୂର୍ବରୁ ଆଉ ଗୋଟିଏ କାର୍ଯ୍ୟକ୍ରମରେ ମୋତେ ଉତ୍ତରପ୍ରଦେଶକୁ ୯ଟି ନୂତନ ମେଡ଼ିକାଲ କଲେଜ ଅର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା । ଏହା ଦ୍ୱାରା ପୂର୍ବାଞ୍ଚଳ ଏବଂ ସମଗ୍ର ଉତ୍ତର ପ୍ରଦେଶର କୋଟି କୋଟି ଗରିବ, ଦଳିତ, ପଛୁଆ, ଶୋଷିତ, ବଞ୍ଚିତ ତଥା ସମାଜର ସମସ୍ତ ବର୍ଗର ଲୋକମାନଙ୍କୁ ବହୁତ ବଡ଼ ଫାଇଦା ହେବାକୁ ଯାଉଛି । ଅନ୍ୟ ସହରମାନଙ୍କର ବଡ଼ ବଡ଼ ହସପିଟାଲମାନଙ୍କୁ ସେମାନଙ୍କୁ ଯେମିତି ଦୌଡ଼ିବାକୁ ପଡ଼ୁଥିଲା ଏବେ ତାହା ହ୍ରାସ ପାଇବ ।
ସାଥୀଗଣ,
ମାନରେ ଏକ ଭଲ ଉକ୍ତି କୁହାଯାଇଛି-
ମୁକ୍ତି ଜନ୍ମ ମହି ଜାନତ, ଜ୍ଞାନ ଖାନିଅଧ ହାନି କର ।
ଜହଁ ବସ ଶମ୍ଭୂ ଭବନି, ସେ କାଶୀ ସେଝଅ କସ ନ । ।
ଅର୍ଥାତ୍, କାଶୀରେ ତ ଶିବ ଏବଂ ଶକ୍ତି ସାକ୍ଷାତ ନିବାସ କରୁଛନ୍ତି । ଜ୍ଞାନର ଭଣ୍ଡାର କାଶୀ ତ କଷ୍ଟ ଓ କ୍ଲେଶ ଉଭୟରୁ ମୁକ୍ତ କରିଥାଏ । ପୁଣି ସ୍ୱାସ୍ଥ୍ୟ ସହିତ ସଂଶ୍ଳିଷ୍ଟ ଏତେ ବଡ଼ ଯୋଜନା, ରୋଗ କଷ୍ଟରୁ ମୁକ୍ତିର ଏତେ ବଡ଼ ସଂକଳ୍ପ, ଏହାର ଶୁଭାରମ୍ଭ ନିମନ୍ତେ କାଶୀଠାରୁ ଉତ୍ତମ ସ୍ଥାନ ଆଉ କେଉଁଠି ହୋଇପାରିବ ? କାଶୀର ମୋର ଭାଇ ଓ ଭଉଣୀମାନେ, ଆଜି ଏହି ମଞ୍ଚ ଉପରେ ଦୁଇଟି କାର୍ଯ୍ୟକ୍ରମ ଏକାସଙ୍ଗେ ଅନୁଷ୍ଠିତ ହେଉଛି । ଗୋଟିଏ ହେଲା ଭାରତ ସରକାରଙ୍କର ଏବଂ ସମଗ୍ର ଭାରତ ନିମନ୍ତେ ୬୪ ହଜାର କୋଟିରୁ ଅଧିକ ଟଙ୍କାର ଏହି କାର୍ଯ୍ୟକ୍ରମ ଆଜି କାଶୀର ପବିତ୍ର ଭୂମିରୁ ହିଁ ଶୁଭାରମ୍ଭ କରାଯାଉଛି । ଦ୍ୱିତୀୟଟି ହେଉଛି କାଶରୀ ଏବଂ ପୂର୍ବାଞ୍ଚଳର ବିକାଶ ନିମନ୍ତେ ହଜାର ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମମାନଙ୍କର ଲୋକାର୍ପଣ । ଏବଂ ଏମିତି ତ ମୁଁ କହିବି ଯେ ପୂର୍ବର କାର୍ଯ୍ୟକ୍ରମ ଏବଂ ଏହି କାର୍ଯ୍ୟକ୍ରମ ଉଭୟକୁ ମିଳାଇ ମୁଁ କହିବି ଯେ ଆଜି ପାଖାପାଖି ୭୫ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ ଏଠାରେ ଲୋକାର୍ପଣ କରାଯାଉଛି । କାଶୀରୁ ଆରମ୍ଭ ହେବାକୁ ଯାଉଥିବା ଏହିସବୁ ଯୋଜନାଗୁଡ଼ିକ ପଛରେ ମହାଦେବଙ୍କର ଆଶୀର୍ବାଦ ରହିଛି । ଯେଉଁଠାରେ ସ୍ୱୟଂ ମହାଦେବଙ୍କ ଆଶୀର୍ବାଦ ରହିଛି ସେଠାରେ ତ କଲ୍ୟାଣ ହିଁ କଲ୍ୟାଣ ହେବା ସୁନିଶ୍ଚିତ, ସଫଳତା ହିଁ ସଫଳତା ଅବଶ୍ୟ ମିଳିବ ଏବଂ ଯେତେବେଳେ ମହାଦେବ ଆଶୀର୍ବାଦ ଦେଇଥାନ୍ତି ସେତେବେଳେ କଷ୍ଟରୁ ମୁକ୍ତି ମିଳିବା ସ୍ୱାଭାବିକ କଥା ।
ସାଥୀଗଣ,
ଆଜି ଉତ୍ତର ପ୍ରଦେଶ ସହିତ ସମଗ୍ର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଶକ୍ତି ଯୋଗାଣ ନିମନ୍ତେ, ଭବିଷ୍ୟତର ମହାମାରୀରୁ ସୁରକ୍ଷା ପାଇବା ସକାଶେ, ଆମର ପ୍ରସ୍ତୁତ ଉଚ୍ଚ ସ୍ତରର ହୋଇପାରିଛି । ଗାଁ ଏବଂ ବ୍ଲକ ସ୍ତର ପର୍ଯ୍ୟନ୍ତ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ଆସିବ, ସେଥିପାଇଁ ଆଜି କାଶୀରୁ ମୋତେ ୬୪ ହଜାର କୋଟି ଟଙ୍କାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଦେଶକୁ ସମର୍ପିତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଆଜି କାଶୀର ଭିତ୍ତିଭୂମି ସହିତ ସଂଯୁକ୍ତ ପାଖାପାଖି ୫ ହଜାର କୋଟି ଟଙ୍କାର ପ୍ରୋଜେକ୍ଟର ମଧ୍ୟ ଲୋକାର୍ପଣ କରାଯାଇଛି । ସେଥିରେ ସଡ଼କ ଠାରୁ ନେଇ ଘାଟର ସୌନ୍ଦର୍ଯ୍ୟକାଣ, ଗଙ୍ଗାଜୀ ଏବଂ ବାରୁଣା ନଦୀକୁ ସଫେଇ କରାଯିବ, ପୋଲ, ସର୍ବସାଧାରଣ ପାର୍କିଂ ସ୍ଥଳ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ଅନେକ ପ୍ରକଳ୍ପ ସାମିଲ । ପାର୍ବଣର ଏହି ଋତୁରେ, ଜୀବନକୁ ସୁଗମ, ସ୍ୱସ୍ଥ ଏବଂ ସମୃଦ୍ଧ କରିବା ନିମନ୍ତେ କାଶୀରେ ଏହି ବିକାଶ ପର୍ବ ପାଳନ କରାଯାଉଛି । ଏହାଦ୍ୱାରା ସମଗ୍ର ଦେଶକୁ ଏକପ୍ରକାର ନୂତନ ଆଲୋକ, ନୂତନ ଶକ୍ତି, ନୂତନ ବିଶ୍ୱାସ ମିଳିପାରିବ । ଏଥିପାଇଁ କାଶୀ ସହିତ ଆଜି ମୁଁ କାଶୀର ପବିତ୍ର ଭୂମିରୁ ୧୩୦ କୋଟି ଦେଶବାସୀଙ୍କୁ , ଭାରତର କୋଣ ଅନୁକୋଣରେ ଗାଁ ଗହଳରେ, ଭାରତ ସହରାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ବହୁତ ବଧେଇ ଜଣାଉଛି ।
ଭାଇ ଓ ଭଉଣୀଗଣ,
ଆମର ଏଠାରେ ପ୍ରତ୍ୟେକ କର୍ମର ମୂଳ ଆଧାର ଆରୋଗ୍ୟ ବୋଲି ବିଶ୍ୱାସ କରାଯାଏ । ଶରୀରକୁ ସୁସ୍ଥ ରଖିବା ନିମନ୍ତେ କରାଯାଇଥିବା ନିବେଶ, ସଦାବେଳେ ଉତ୍ତମ ନିବେଶ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ସ୍ୱାଧୀନତା ପ୍ରାପ୍ତି ପରେ ଏକ ଦୀର୍ଘ କାଳଖଣ୍ଡରେ ଆରୋଗ୍ୟ ଉପରେ, ସ୍ୱାସ୍ଥ୍ୟ ସୁବିଧା ଉପରେ ସେତିକି ଧ୍ୟାନ ଦିଆଯାଇନଥିଲା ଯାହାକି ଦିଆଯିବା ଉଚିତ ଥିଲା, ଆବଶ୍ୟକ ଥିଲା ।
ଦେଶର ଯାହାଙ୍କର ସର୍ବାଧିକ ସମୟ ପର୍ଯ୍ୟନ୍ତ ସରକାର ରହିଥିଲା, ସେମାନେ ଦେଶର ହେଲ୍ଥ କେୟାର ସିଷ୍ଟମକୁ ସଂପୂର୍ଣ୍ଣ ବିକାଶ କରିବା ପରିବର୍ତ୍ତେ, ଲୋକମାନଙ୍କୁ ସେହିସବୁ ସୁବିଧାରୁ ବଞ୍ଚିତ ରଖିଥିଲେ ।
ଗାଁରେ ହସ୍ପିଟାଲ ନଥିଲା ଅଥବା ଯେଉଁଠାରେ ହସ୍ପିଟାଲ ଥିଲା ସେଠାରେ ଚିକିତ୍ସା ସୁବିଧା ଯୋଗାଇ ଦେବାବାଲ ନଥିଲେ । ବ୍ଲକରେ ହସ୍ପିଟାଲକୁ ଗଲେ ସେଠାରେ ପରୀକ୍ଷାନିରୀକ୍ଷାର ସୁବିଧା ନଥିଲା । ଟେଷ୍ଟ ଯଦିବା ହେଉଥିଲା ତାହାର ଫଳାଫଳକୁ ନେଇ ଭ୍ରମ ରହୁଥିଲା । ସଠିକ ଫଳାଫଳକୁ ନେଇ ମନରେ ଶଙ୍କା ରହୁଥିଲା । ଜିଲ୍ଲା ହସ୍ପିଟାଲରେ ଯଦି ପହଞ୍ଚିବ ସେଠାରେ ଜାଣିବାକୁ ମିଳିବ ଯେ ଗୁରୁତର ବେମାରୀ ଚିହ୍ନଟ ହୋଇଛି, ସେଥିପାଇଁ ସର୍ଜରୀ ଦରକାର । କିନ୍ତୁ ଯେଉଁ ସର୍ଜରୀ ହେବ ସେ ସୁବିଧା ସେଠାରେ ନାହିଁ । ସେଥିପାଇଁ ପୁଣି ଆଉ ଏକ ବଡ଼ ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ିବ । ବଡ଼ ହସ୍ପିଟାଲରେ ତା’ଠାରୁ ଅଧିକ ଭିଡ଼, ଦୀର୍ଘ ସମୟର ପ୍ରତୀକ୍ଷା । ଆମେ ସମସ୍ତେ ଏହାର ସାକ୍ଷୀ ଯେ ରୋଗୀ ଏବଂ ତା’ର ସଂପୂର୍ଣ୍ଣ ପରିବାରଙ୍କୁ ଏମିତି ସମସ୍ୟା ସହିତ ଜୁଝିବାକୁ ପଡ଼ୁଥିଲା । ଜୀବନ ଏହିସବୁ ସମସ୍ୟାର ମୁକାବିଲା କରିବାରେ ଚାଲି ଯାଉଥିଲା । ଏମିତି ଧାଁଦଉଡ଼ ଭିତରେ ବେଳେବେଳେ ଗମ୍ଭୀର ବେମାରୀ ଆହୁରି ଜଟିଳ ଆକାର ଧାରଣ କରୁଥିଲା । ତା’ ଉପରେ ପୁଣି ଗରିବ ଲୋକଙ୍କ ମୁଣ୍ଡରେ ଯେଉଁ ଅନାବଶ୍ୟକ ଆର୍ଥିକ ବୋଝ ଲଦି ହୋଇ ପଡ଼ୁଥିଲା, ତାହା ଭିନ୍ନ ।
ସାଥୀଗଣ,
ଆମର ହେଲ୍ଥକେୟାର ବ୍ୟବସ୍ଥାରେ ଯେଉଁ ବିରାଟ ଅଭାବ ରହିଥିଲା, ସେଥିରେ ଗରିବ ଏବଂ ମଧ୍ୟବର୍ଗର ଲୋକଙ୍କୁ ହିଁ ଚିକିତ୍ସା ନିମନ୍ତେ ସଦାବେଳେ ଚିନ୍ତାରେ ଡୁବି ରହିବାକୁ ପଡ଼ୁଥିଲା ।
ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ-
ଦେଶର ହେଲ୍ଥକେୟାର ସିଷ୍ଟମରେ ଥିବା ଏହି ଅଭାବକୁ ଦୂର କରିବା ସହିତ ତା’ର ସମାଧାନ ଉପାୟ ପହଞ୍ଚାଇବ ।
ଭବିଷ୍ୟତରେ ଯେକୌଣସି ମହାମାରୀରୁ ବର୍ତ୍ତିବା ନିମନ୍ତେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ସେଥିପାାଇଁ ନିଜର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆଜି ପ୍ରସ୍ତୁତ କରାଯାଉଛି ।
ଏହା ମଧ୍ୟ ପ୍ରୟାସ କରାଯାଉଛି ଯେ ରୋଗକୁ କିଭଳି ଯଥା ଶୀଘ୍ର ଚିହ୍ନଟ କରାଯାଇପାରିବ, ଯାଞ୍ଚରେ କିପରି ବିଳମ୍ବ ନଘଟିବ । ଲକ୍ଷ୍ୟ ଏହା ଯେ ଆଗାମୀ ୪- ୫ ବର୍ଷ ଭିତରେ ଦେଶର ଗାଁ ଠାରୁ ନେଇ ବ୍ଲକ୍, ଜିଲ୍ଲା, କ୍ଷେତ୍ରୀୟ ଏବଂ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ କ୍ରିଟିକାଲ ହେଲ୍ଥ୍ କେୟାର ନେଟୱାର୍କକୁ ସଶକ୍ତ କରାଯିବ ।
ବିଶେଷ ଭାବେ ଯେଉଁସବୁ ରାଜ୍ୟମାନଙ୍କରେ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ଅଭାବ ଅଧିକ ମାତ୍ରାରେ ଅନୁଭୂତ ହେଉଛି, ଯେପରିକି ଆମର ପାର୍ବତ୍ୟାଞ୍ଚଳ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟ, ସେସବୁ ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । ଯେମିତି ଉତ୍ତରାଖଣ୍ଡ କି ହିମାଚଳ ପ୍ରଦେଶ ଭଳି ରାଜ୍ୟ ।
ସାଥୀଗଣ,
ଦେଶର ସ୍ୱାସ୍ଥ୍ୟ ସେକ୍ଟରରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟା ଓ ଅଭାବକୁ ପୂରଣ କରିବା ନିମନ୍ତେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ୩ଟି ବଡ଼ ଆଭିମୁଖ୍ୟ ରହିଛି ।
ପ୍ରଥମ, ରୋଗ ଚିହ୍ନଟ ଏବଂ ଉପଚାର (ଡାଇଗ୍ନୋଷ୍ଟିକ୍ ଏବଂ ଟ୍ରିଟମେଣ୍ଟ) ନିମନ୍ତେ ବିସ୍ତୃତ ସୁବିଧାର ନିର୍ମାଣ ସହିତ ଜଡ଼ିତ । ଏହା ଅଧୀନରେ ଗାଁଗଣ୍ଡାରେ ଏବଂ ସହରରେ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରମାନ ଖୋଲା ଯାଇଛି ଯେଉଁଠାରେ ରୋଗୀମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯିବାର ସକଳ ପ୍ରକାର ସାଧନ ଓ ସୁବିଧା ଉପଲବ୍ଧ ରହିବ ।
ସେହିସବୁ ସେଣ୍ଟରମାନଙ୍କରେ ମାଗଣା ମେଡ଼ିକାଲ ପରାମର୍ଶ, ମାଗଣା ପରୀକ୍ଷା, ମାଗଣା ଔଷଧ ଭଳି ସୁବିଧା ଉପଲବ୍ଧ ହେବ । ଉପଯୁକ୍ତ ସମୟରେ ରୋଗକୁ ଚିହ୍ନଟ କରାଯାଇପାରିବ । ତାହା ଫଳରେ ରୋଗ ଗମ୍ଭୀର ଆକାର ଧାରଣ କରିବାର ଆଶଙ୍କା ମଧ୍ୟ ହ୍ରାସ ପାଇବ । ଗମ୍ଭୀର ବେମାରୀ ଭଳି ସ୍ଥିତିରେ ଏହାର ଚିକିତ୍ସା ନିମନ୍ତେ ୬୦୦ରୁ ଅଧିକ ଜିଲ୍ଲାରେ କ୍ରିଟିକାଲ କେୟାର ସହିତ ସଂଯୁକ୍ତ ୩୫ ହଜାରରୁ ଅଧିକ ନୂତନ ଶଯ୍ୟା ପ୍ରସ୍ତୁତ କରାଯିବ । ଅବଶିଷ୍ଟ ୧୨୫ ଜିଲ୍ଲାରେ ରେଫରାଲ ସୁବିଧା ପ୍ରଦାନ କରାଯିବ ।
ରାଷ୍ଟ୍ରୀୟ ସ୍ତରରେ ଏଥିପାଇଁ ତାଲିମ ଏବଂ ଦ୍ୱିତୀୟରେ କାପାସିଟି ବିଲ୍ଡିଂ (ଦକ୍ଷତା ବୃଦ୍ଧି) ନିମନ୍ତେ ୧୨ଟି କେନ୍ଦ୍ରୀୟ ହସ୍ପିଟାଲରେ ଜରୁରି ସୁବିଧାର ବିକାଶ ଘଟାଯିବା ଉପରେ କାର୍ଯ୍ୟ ଜାରି ରହିଛି । ଏହି ଯୋଜନା ଅଧୀନରେ ରାଜ୍ୟମାନଙ୍କରେ ମଧ୍ୟ ସର୍ଜରୀ ସହିତ ସଂଶ୍ଳିଷ୍ଟ ନେଟୱାର୍କକୁ ସଶକ୍ତ କରିବା ସକାଶେ ଅହୋରାତ୍ର ଚାଲିବା ବାଲା ୧୫ ଏମର୍ଜେନ୍ସି ଅପରେସନ୍ ସେଣ୍ଟର ପ୍ରସ୍ତୁତ କରାଯିବ ।
ସାଥୀଗଣ,
ଯୋଜନାର ଦ୍ୱିତୀୟ ଉଦ୍ଦେଶ୍ୟ, ରୋଗମାନଙ୍କର ଯାଞ୍ଚ ନିମନ୍ତେ ଟେଷ୍ଟି ନେଟୱାର୍କ ସହିତ ଜଡ଼ିତ । ଏହି ମିଶନ ଅଧୀନରେ ରୋଗମାନଙ୍କର ଯାଞ୍ଚ, ଏହା ଉପରେ କିଭଳି ଧ୍ୟାନ ଦିଆଯିବ ଏବଂ ସେଥିପାଇଁ ଜରୁରି ସଂସାଧନ ଷ୍ଟ୍ରକଚରର ବିକାଶ ଘଟାଯିବ ।
ଦେଶର ୭୩୦ଟି ଜିଲ୍ଲାରେ ସମନ୍ୱିତ ସରକାରୀ ସ୍ୱାସ୍ଥ୍ୟ ଲାବ୍ ଏବଂ ଦେଶର ଚିହ୍ନିତ ସାଢ଼େ ୩ ହଜାର ବ୍ଲକ୍ରେ, ବ୍ଲକସ୍ତରୀୟ ସରକାରୀ ସ୍ୱାସ୍ଥ୍ୟ ୟୁନିଟ୍ ପ୍ରସ୍ତୁତ କରାଯିବ । ୫ଟି କ୍ଷେତ୍ରୀୟ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ୨୦ଟି ମେଟ୍ରୋପୋଲିଟାନ ୟୁନିଟ୍ ଏବଂ ୧୫ଟି ବିଏସଏଲ ଲାବ୍ ମଧ୍ୟ ଏହି ନେଟୱାର୍କକୁ ଆହୁରି ସଶକ୍ତ କରିବ ।
ଭାଇ ଓ ଭଉଣୀଗଣ,
ଏହି ମିଶନର ତୃତୀୟ ଉଦ୍ଦେଶ୍ୟ ହେଲା ମହାମାରୀ ସହିତ ସଂଶ୍ଳିଷ୍ଟ ଗବେଷଣା ସଂସ୍ଥାନର ବିସ୍ତାରଣ । ସେସବୁକୁ ଅଧିକ ସଶକ୍ତ କରିବା । ଏବେ ଦେଶରେ ୮୦ଟି ଭାଇରାଲ ଡାଇଗ୍ନୋଷ୍ଟିକ୍ ଏବଂ ଗବେଷଣା ଲାବ୍ ରହିଛି । ସେସବୁକୁ ଅଧିକ ସକ୍ଷମ ଓ ବ୍ୟାପକ କରାଯିବ । ମହାମାରୀ ପାଇଁ ବାୟୋସେଫ୍ଟି ଲାବ୍-୩ ଭଳି ମାନର ପରୀକ୍ଷାଗାର ଆବଶ୍ୟକ । ଏଭଳି ୧୫ଟି ନୂତନ ପରୀକ୍ଷାଗାରକୁ କାର୍ଯ୍ୟକ୍ଷମ କରାଯିବ । ଏହା ବ୍ୟତୀତ ଦେଶରେ ୪ଟି ନୂତନ ରାଷ୍ଟ୍ରୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଗୋଟିଏ ରାଷ୍ଟ୍ରୀୟ ଏକକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ସ୍ଥାପନା କରାଯିବ ।
ଦକ୍ଷିଣ ଏସିଆ ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର କ୍ଷେତ୍ରୀୟ ଗବେଷଣା ପ୍ଲାଟଫର୍ମ ମଧ୍ୟ ଏହି ନେଟୱାର୍କକୁ ଅଧିକ ସଶକ୍ତ କରିବ । ଅର୍ଥାତ୍, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଚିକିତ୍ସା ସୁବିଧା ଠାରୁ ନେଇ କ୍ରିଟିକାଲ ରିସର୍ଚ୍ଚ ପର୍ଯ୍ୟନ୍ତ, ଏକ ସଂପୂର୍ଣ୍ଣ ଇକୋସିଷ୍ଟମର ବିକାଶ ଘଟାଯିବ ।
ସାଥୀଗଣ,
ବାସ୍ତବ ପକ୍ଷେ ଏସବୁ କାର୍ଯ୍ୟ ଦଶନ୍ଧି ଦଶନ୍ଧି ପୂର୍ବରୁ କରାଯିବା ଉଚିତ ଥିଲା । କିନ୍ତୁ ଅବସ୍ଥା କିଭଳି ଅବସ୍ଥାରେ ରହିଛି ତାହା ବର୍ଣ୍ଣନା କରିବାର ଆବଶ୍ୟକତା ଥିବା ମୁଁ ଅନୁଭବ କରୁନାହିଁ । ଗତ ୭ ବର୍ଷ ମଧ୍ୟରେ ଆମେ ଏଥିରେ ଲଗାତାର ଭାବେ ସୁଧାର ଆଣି ଚାଲିଛୁ । କିନ୍ତୁ ଏବେ ଏକ ବହୁତ ବଡ଼ ଆକାରରେ, ଖୁବ୍ ତ୍ୱରିତ ଢ଼ଙ୍ଗରେ ଏହି କାର୍ଯ୍ୟ ସଂପାଦନ କରାଯାଉଛି । କିଛି ଦିନ ପୂର୍ବରୁ ଆପଣମାନେ ଦେଖିଥିବେ ମୁଁ ଦିଲ୍ଲୀରେ ସମଗ୍ର ଦେଶ ପାଇଁ ଏକ ଗତି- ଶକ୍ତି ନାମକ ଏକ ବହୁତ ବଡ଼ ଦେଶବ୍ୟାପୀ ଇନଫ୍ରାଷ୍ଟ୍ରକଚର ସହିତ ସଂଶ୍ଳିଷ୍ଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲି ଆଜି ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକ୍ରମ ଯେଉଁଥିରେ ୬୪ ହଜାର ଟଙ୍କା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ ବ୍ୟୟ କରାଯିବ । ଦେଶବାସୀଙ୍କ ସ୍ୱାସ୍ଥ୍ୟ ନିମନ୍ତେ, ସେମାନଙ୍କୁ ଆରୋଗ୍ୟ ରଖିବା ସକାଶେ, ରୋଗ ବିରୁଦ୍ଧରେ ଲଢ଼େଇ ଲଢ଼ିବା ପାଇଁ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ନିମନ୍ତେ ଏତେ ବଡ଼ ମିଶନକୁ ନେଇ ଆଜି କାଶୀ ଭୂମିରୁ ଆମେ ସାରା ଦେଶରେ ତାହା କାର୍ଯ୍ୟକାରୀ କରିବା ନିମନ୍ତେ ଯାତ୍ରା ଆରମ୍ଭ କରୁଛୁ ।
ସାଥୀଗଣ,
ଯେତେବେଳେ ଦେଶରେ ଏଭଳି ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ହେବ, ସେତେବେଳେ ସ୍ୱାସ୍ଥ୍ୟ ସେବାକୁ ତ ଏହା ସହାୟକ ହେବ, ଏଥି ସହିତ ଲୋକମାନଙ୍କ ରୋଜଗାର ନିମନ୍ତେ ମଧ୍ୟ ଏହା ଏକ ବିକଶିତ ବାତାବରଣ ସୃଷ୍ଟି କରିବ । ଡାକ୍ତର, ପାରାମେଡିକ୍, ଲାବ୍, ଫାର୍ମାସୀ, ସଫାସୁତୁରା, ଅଫିସ, ଟ୍ରାଭଲ- ଟ୍ରାନ୍ସପୋର୍ଟ, ଖାନାପିନା, ଏଭଳି ଅନେକ ପ୍ରକାର ରୋଜଗାର ପନ୍ଥା ଭଳି ଯୋଜନା ମଧ୍ୟ ସୃଷ୍ଟି ହୋଇପାରିବ । ଆମେ ଦେଖିଛୁ ଯେ ଯେତେବେଳେ ଗୋଟିଏ ସ୍ଥାନରେ ଗୋଟିଏ ବଡ଼ ହସ୍ପିଟାଲ ନିର୍ମିତ ହୁଏ ତ ପୂରା ସହର ସେଠାରେ ବିକଶିତ ହୋଇଥାଏ । ହସ୍ପିଟାଲ ସହିତ ଯେଉଁସବୁ ବ୍ୟବସ୍ଥା ଯୋଡ଼ିହୋଇ ସେଠାରେ ତାହା ମୁଣ୍ଡ ଟେକିଥାଏ । ସେଠାରେ ଅନେକ ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନଜୀବିକା ମଧ୍ୟ ସୃଷ୍ଟି ହୋଇଥାଏ । ବହୁତ ବଡ଼ ଆର୍ଥିକ ଗତିବିଧିର କେନ୍ଦ୍ର ସେଠାରେ ଜନ୍ମ ନେଇଥାଏ । ସେଇଥିପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ସହିତ ସ୍ୱାସ୍ଥ୍ୟ ସହିତ ଆର୍ଥିକ ଆତ୍ମନିର୍ଭରତାର ଏକ ମାଧ୍ୟମ ମଧ୍ୟ ମୁଣ୍ଡ ଟେକିବାକୁ ଯାଉଛି ।
ଏହା ସାମଗ୍ରିକ ସ୍ୱାସ୍ଥ୍ୟସେବା ଗଠନ ଦିଗରେ ଏହା ହେଉଛି ଏକ ଉପକ୍ରମ । ହୋଲିଷ୍ଟିକ୍ ହେଲ୍ଥ କେୟାର ଅର୍ଥାତି ଯାହା ସମସ୍ତଙ୍କ ପାଇଁ ସୁଲଭରେ ଉପଲବ୍ଧ, ଯାହା ଶସ୍ତା ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଥିବ । ହୋଲିଷ୍ଟିକ୍ ହେଲ୍ଥ କେୟାର ଅର୍ଥାତ୍ ସ୍ୱାସ୍ଥ୍ୟ ସହିତ ନିରାମୟ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀତ କରାଯିବ । ସ୍ୱଚ୍ଛ ଭାରତ ଅଭିଯାନ, ଜଳ ଜୀବନ ମିଶନ, ଉଜ୍ୱଳା ଯୋଜନା, ପୋଷଣ ଅଭିଯାନ, ମିଶନ ଇନ୍ଦ୍ରଧନୁଷ, ଏଭଳି ଅନେକ ଅଭିଯାନ ମାଧ୍ୟମରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ରୋଗ ଦାଉରୁ ରକ୍ଷା କରିବାର ପ୍ରୟାସ କରାଯାଇଛି, ସେମାନଙ୍କୁ ବେମାର ହେବାରୁ ମଧ୍ୟ ସୁରକ୍ଷିତ ରଖାଯାଉଛି ।
ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର ଦୁଇ କୋଟିରୁ ଅଧିକ ଗରିବ ଲୋକଙ୍କୁ ହସପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇସାରିଛି । ସେମାନଙ୍କ ଚିକିତ୍ସା ସହିତ ଯୋଡ଼ିହୋଇ ରହିଥିବା ସକଳ ପ୍ରକାର ସମସ୍ୟାକୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମାଧ୍ୟମରେ ସମାଧାନ କରାଯାଉଛି ।
ଭାଇ ଓ ଭଉଣୀଗଣ,
ଆମ ପୂର୍ବରୁ ବର୍ଷ ବର୍ଷ ଧରି ଯେଉଁ ସରକାର କ୍ଷମତାରେ ରହିଥିଲେ, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା, ଅର୍ଥ ଉପାର୍ଜନ କରିବା, ଦୁର୍ନୀତିର ଏକ ମାଧ୍ୟମ ହୋଇ ରହିଆସିଥିଲା । ଗରିବ ଲୋକଙ୍କ ଦୁଃଖକଷ୍ଟକୁ ଦେଖିସୁଦ୍ଧା, ସେମାନେ ତାହା ଠାରୁ ଦୂରରେ ରହିଥିଲେ । ଆଜି କେନ୍ଦ୍ର ଓ ରାଜ୍ୟରେ ଯେଉଁ ସରକାର ଅବସ୍ଥାପିତ, ସେମାନେ ଗରିବ, ଦଳିତ, ଶୋଷିତ, ବଞ୍ଚିତ, ପଛୁଆବର୍ଗ, ମଧ୍ୟମ ବର୍ଗ ସମସ୍ତଙ୍କ ଦୁଃଖ ଦୁର୍ଦ୍ଦଶାକୁ ଉତ୍ତମ ରୂପେ ବୁଝୁଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ଉତ୍ତମ ଓ ଗୁଣାତ୍ମକ କରିବା ନିମନ୍ତେ ଆମେ ଦିନ ରାତି କାର୍ଯ୍ୟ କରିଚାଲିଛୁ । ପୂର୍ବରୁ ଲୋକମାନଙ୍କ ଅର୍ଥ ଦୁର୍ନୀତିରେ ବରବାଦ ହେଉଥିଲା, ସେସବୁ ପଇସା ଦୁର୍ନୀତିଖୋରଙ୍କ ତହବିଲକୁ ଯାଉଥିଲା, ଆଜି ବଡ଼ ବଡ଼ ପ୍ରକଳ୍ପ ନିମନ୍ତେ ଅର୍ଥ ବ୍ୟୟ କରାଯାଉଛି । ସେଥିପାଇଁ ଆଜି ଇତିହାସର ସବୁଠାରୁ ବଡ଼ ମହାମାରୀ ବିରୁଦ୍ଧରେ ଦେଶ ଲଢ଼େଇ ଜାରି ରଖିଛି ଏବଂ ଆତ୍ମନିର୍ଭର ଭାରତ ନିମନ୍ତେ ଲକ୍ଷ ଲକ୍ଷ କୋଟି ଟଙ୍କା ଭିତ୍ତିଭୂମି ବିକାଶ ନିମନ୍ତେ ବ୍ୟୟ କରୁଛି ।
ସାଥୀଗଣ,
ଦେଶରେ ମେଡ଼ିକାଲ ସୁବିଧା ବୃଦ୍ଧି କରାଯିବା ଏକାନ୍ତ ଜରୁରି ଏବଂ ତାହା ବୃଦ୍ଧି କରାଯାଉଛି । କାରଣ ମେଡ଼ିକାଲ ସୁବିଧା ବୃଦ୍ଧି ସହିତ ଡାକ୍ତର ଓ ପାରାମେଡ଼ିକ ଷ୍ଟାଫ୍ଙ୍କ ସଂଖ୍ୟା ମଧ୍ୟ କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ପ୍ରଦେଶରେ ମଧ୍ୟ ଯେଉଁ ଗତିରେ ମେଡ଼ିକାଲ କଲେଜମାନ ଖୋଲା ଯାଉଛି, ଏହାର ବ୍ୟାପକ ସୁଫଳ ମେଡ଼ିକାଲ ସିଟ ଏବଂ ଡାକ୍ତରମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ପଡ଼ିବ । ଅଧିକ ମେଡ଼ିକାଲ ସିଟ୍ ଯୋଗୁ ଏବେ ଗରିବ ମାତାପିତାମାନେ ସେମାନଙ୍କର ସନ୍ତାନମାନଙ୍କୁ ଡାକ୍ତର ବନେଇବା ପାଇଁ ମନରେ ରଖିଥିବା ସ୍ୱପ୍ନକୁ ସାକାର କରିପାରିବେ ଏବଂ ତାହା ପୂରଣ ହୋଇପାରିବ ।
ଭାଇ ଓ ଭଉଣୀଗଣ,
ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ଦେଶର ମେଡ଼ିକାଲ କଲେଜରୁ ଯେତେ ସଂଖ୍ୟକ ପିଲା ଡାକ୍ତରୀ ପାଠ ପଢ଼ି ବାହାରିଛନ୍ତି, ସେମାନଙ୍କ ଠାରୁ ଅଧିକ ଡାକ୍ତର ଆଗାମୀ ୧୦ – ୧୨ ବର୍ଷରେ ଦେଶକୁ ମିଳିବାକୁ ଯାଉଛି । ଆପଣମାନେ କଳ୍ପନା କରିପାରିବେ ଯେ ମେଡ଼ିକାଲ କ୍ଷେତ୍ରରେ ଏବେ କେତେ ବ୍ୟାପକ ମାତ୍ରାରେ କାର୍ଯ୍ୟ ଜାରି ରହିଛି । ଏବେ ଯେତେବେଳେ ଦେଶରେ ଅଧିକ ଡାକ୍ତର ସୃଷ୍ଟି ହେବେ ସେମାନେ ଦେଶର କୋଣ ଅନୁକୋଣରେ, ଗାଁ ଗାଁରେ ପହଞ୍ଚିବେ । ଲୋକମାନଙ୍କୁ ସୁବିଧାରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହା ହେଉଛି ନୂତନ ଭାରତ ଯେଉଁଠାରେ ଅଭାବ ଠାରୁ ଆଗକୁ ବଢ଼ି ପ୍ରତ୍ୟେକ ନାଗରିକର ଆଶା ଆକାଂକ୍ଷା ପୂରଣ ନିମନ୍ତେ ସରକାର ଦିନ ରାତି କାର୍ଯ୍ୟ କରୁଛନ୍ତି ।
ଭାଇ ଓ ଭଉଣୀଗଣ,
ଅତୀତରେ ଦେଶରେ ହୋଇଥାଉ କିମ୍ବା ପୁଣି ଉତ୍ତର ପ୍ରଦେଶରେ, ଯେଉଁ ପ୍ରକାର କାର୍ଯ୍ୟ ହୋଇଥିଲା, ଯଦି ସେହି ମାତ୍ରାରେ କାର୍ଯ୍ୟ ଚାଲିଥାନ୍ତା, ତେବେ ଆଜି କାଶୀର ସ୍ଥିତି କ’ଣ ଥାଆନ୍ତା ? ବିଶ୍ୱର ସବୁଠାରୁ ପ୍ରାଚୀନ ନଗରୀକୁ, ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ କାଶୀକୁ ସେମାନେ ତା’ର ନିଜ ସ୍ଥିତିରେ ଛାଡ଼ି ଦେଇଥିଲେ । ସେଇ ଖୋଲାମେଲାରେ ଲଟକିଥିବା ବିଜୁଳି ତାର, ଆବଡ଼ା ଖାବଡ଼ା ରାସ୍ତା, ଘାଟ ଓ ଗଙ୍ଗାମାତାଙ୍କ ଦୁର୍ଦ୍ଦଶା, ଜାମ୍, ପ୍ରଦୂଷଣ, ଅବ୍ୟବସ୍ଥା ଏମିତି ସବୁକିଛି ଚାଲିଥିଲା । ଆଜି କାଶୀର ହୃଦୟ ସେଇଆ ରହିଛି, ମନ ସେଇଆ ରହିଛି, କିନ୍ତୁ କାୟାକୁ ସୁଧାରିବା ନିମନ୍ତେ ନିଷ୍ଠାର ସହିତ ପ୍ରୟାସ ଜାରି ରହିଛି । କାଶୀରେ ଯେତେ ଯେତେ କାର୍ଯ୍ୟ ବିଗତ ୭ ବର୍ଷ ଭିତରେ ହୋଇଛି, ସେତିକି କାର୍ଯ୍ୟ ଦଶନ୍ଧି ଦଶନ୍ଧି ଧରି ହୋଇନଥିଲା ।
ଭାଇ ଓ ଭଉଣୀଗଣ,
ଏକ ରିଙ୍ଗ୍ ରୋଡ଼ର ଅଭାବ ଯୋଗୁ କାଶୀରେ ଜନଗହଳିର କିପରି ସ୍ଥିତି ସୃଷ୍ଟି ହେଉଥିଲା, ତାହା ଆପଣମାନେ ବର୍ଷ ବର୍ଷ ଧରି ଅନୁଭବ କରିଆସୁଥିଲେ । ‘ନୋ ଏଣ୍ଟ୍ରି’ ଖୋଲିବା ସକାଶେ ଅପେକ୍ଷା କରି କରି ତ ବନାରସବାସୀଙ୍କର ଏହା ଏକ ଆନନ୍ଦରେ ପରିଣତ ହୋଇସାରିଥିଲା । ଏବେ ରିଙ୍ଗ୍ ରୋଡ଼ ନିର୍ମିତ ହେବାରୁ ପ୍ରୟାଗରାଜ, ଲକ୍ଷ୍ନୌ, ସୁଲତାନପୁର, ଆଜମଗଡ଼, ଗାଜୀପୁର, ଗୋରଖପୁର, ଦିଲ୍ଲୀ, କୋଲକାତା, ଯେକୌଣସି ସ୍ଥାନକୁ ଯାତାୟାତ କରିବାକୁ ହେଉ, କେହି ଆଉ ଆସି ସହରବାସୀଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଉନାହାନ୍ତି । କେବଳ ସେତିକି ନୁହେଁ, ରିଙ୍ଗ୍ ରୋଡ଼ ଏବେ ଗାଜିପୁରର ବିରନୋନ ପର୍ଯ୍ୟନ୍ତ ଚାରି ପରସ୍ତିଆ ଜାତୀୟ ରାଜମାର୍ଗ ସହିତ ସଂଯୋଗ ହୋଇଛି । ଅନେକ ସ୍ଥାନରେ ସର୍ଭିସ ରୋଡ଼ର ସୁବିଧା ମଧ୍ୟ କରାଯାଇଛି । ଏହା ଫଳରେ ଅନେକ ଗ୍ରାମ ସହିତ ପ୍ରୟାଗରାଜ, ଲକ୍ଷ୍ନୌ, ଗୋରଖପୁର ଓ ବିହାର, ନେପାଳ ପର୍ଯ୍ୟନ୍ତ ଯାତାୟାତ ଅଧିକ ସୁବିଧାଜନକ ହୋଇପାରିଛି । ଏହା ଫଳରେ ଯାତ୍ରା ତ ସୁବିଧାଜନକ ହୋଇଛି, ବ୍ୟବସାୟ ବାଣିଜ୍ୟ କାରବାରକୁ ମଧ୍ୟ ଗତି ମିଳିଛି, ପରିବହନ ଖର୍ଚ୍ଚ ମଧ୍ୟ କମ୍ ହୋଇପାରିଛି ।
ଭାଇ ଓ ଭଉଣୀଗଣ,
ଯେଉଁ ପର୍ଯ୍ୟନ୍ତ ଦେଶରେ ଏକ ସମର୍ପିତ ଭିତ୍ତିଭୂମିର ନିର୍ମାଣ କରାନଯାଇଛି, ସେପର୍ଯ୍ୟନ୍ତ ବିକାଶର ଗତି ଅସଂପୂର୍ଣ୍ଣ ରହିଥିବ । ବରୁଣା ନଦୀରେ ଦୁଇଟି ପୋଲ ନିର୍ମିତ ହେବା ଦ୍ୱାରା ଡଜନ ଡଜନ ଗ୍ରାମକୁ ସହର ପର୍ଯ୍ୟନ୍ତ ଯାତାୟାତ ସୁଗମ ହୋଇପାରିଛି ।ଏହା ଦ୍ୱାରା ବିମାନ ବନ୍ଦରକୁ ଆତଯାତ କରୁଥିବା ପ୍ରୟାଗରାଜ, ଭଦ୍ରୋହୀ ଏବଂ ମୀର୍ଜାପୁରର ଲୋକମାନଙ୍କୁ ଖୁବ୍ ସୁବିଧା ହୋଇପାରିବ ।
କାଳୀନ ଉଦ୍ୟୋଗ ସହିତ ଯୋଡ଼ିହୋଇଥିବା ସାଥୀମାନଙ୍କୁ ମଧ୍ୟ ଏହାଦ୍ୱାରା ଲାଭ ମିଳିବ ଏବଂ ମା’ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରିବା ନିମନ୍ତେ ବିମାନ ବନ୍ଦରରୁ ସିଧାସଳଖ ଲୋକମାନେ ମୀର୍ଜାପୁର ଯିବାକୁ ଇଚ୍ଛୁକ ମା’ଙ୍କର ଭକ୍ତିମାନଙ୍କୁ ମଧ୍ୟ ସୁବିଧା ହୋଇପାରିବ । ସଡ଼କ, ପୋଲ, ପାର୍କିଂ ସ୍ଥଳ ସହିତ ଯୋଡ଼ିହୋଇଥିବା ଏଭଳି ଅନେକ ପ୍ରକଳ୍ପ ଆଜି କାଶୀବାସୀଙ୍କୁ ସମର୍ପିତ କରାଯାଇଛି ଯାହା ଫଳରେ ସହର ଏବଂ ତା’ର ଆଖପାଖରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଅଧିକ ସୁଗମ ହୋଇପାରିଛି । ରେଳ ଷ୍ଟେସନରେ ନିର୍ମିତ ହେଉଥିବା ଆଧୁନିକ ଏକଜିକ୍ୟୁଟିଭ୍ ଲାଉଁଜ ଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ଆରାମ ମିଳିପାରିବ ।
ସାଥୀଗଣ,
ଗଙ୍ଗା ନଦୀର ସ୍ୱଚ୍ଛତା ଏବଂ ନିର୍ମାଳତା ନିମନ୍ତ ବିଗତ ବର୍ଷମାନଙ୍କରେ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି ଯାହାର ପରିଣାମ ଆଜି ଆମେ ସଭିଏଁ ଅନୁଭବ କରିପାରୁଛେ । ଘରମାନଙ୍କରୁ ବାହାରୁଥିବା ବର୍ଜ୍ୟଜଳ କିପରି ମା’ ଗଙ୍ଗା ବକ୍ଷରେ ପ୍ରବେଶ ନକରିବ, ସେଥିପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଏବେ ରାମନଗରରେ ୫ଟି ନାଳରୁ ପ୍ରବାହିତ ସ୍ୱେରେଜ ଜଳକୁ ଟ୍ରିଟମେଣ୍ଟ କରିବା ନିମନ୍ତେ ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କରିବା ଆରମ୍ଭ କରିଛି । ଏହା ଫଳରେ ଆଖପାଖରେ ବସବାସ କରୁଥିବା ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁବିଧା ମିଳିପାରୁଛି । ଗଙ୍ଗାଜୀ କେବଳ ନୁହନ୍ତି, ଅପର ପକ୍ଷେ, ବରୁଣାର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରାଥମିକତା ଆଧାରରେ କାର୍ଯ୍ୟ ଜାରି ରହିଛି ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଉପେକ୍ଷାର ଶିକାର ହୋଇ ରହିଥିବା ବରୁଣା, ନିଜର ଅସ୍ତିତ୍ୱ ହରାଇବାର ଦ୍ୱାରଦେଶରେ ପହଞ୍ଚି ସାରିଥିଲା । ବରୁଣାକୁ ବଞ୍ଚାଇବା ନିମନ୍ତେ ଚାନେଲାଇଜେସନ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ସ୍ୱଚ୍ଛ ଜଳ ମଧ୍ୟ ବରୁଣାରେ ପହଞ୍ଚିପାରୁଛି । ୧୩ଟି ଛୋଟ ବଡ଼ ନାଳର ଜଳକୁ ଟ୍ରିଟମେଣ୍ଟ କରାଯାଉଛି । ବରୁଣର ଦୁଇ ପାଖରେ ପାଥୱେ, ରେଲିଂ, ଲାଇଟି, ପକ୍କା ଘାଟ, ଶିଢ଼ି ଏମିତି ଅନେକ ସୁବିଧାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ।
ସାଥୀଗଣ,
କାଶୀ ଆଧ୍ୟାତ୍ମ୍ୟ ସହିତ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମଧ୍ୟ ଏକ ବିଶେଷ କେନ୍ଦ୍ର ଭାବେ ମାନ୍ୟତା ଲାଭ କରିଛି । କାଶୀ ସହିତ ସଂପୂର୍ଣ୍ଣ ପୂର୍ବାଞ୍ଚଳର କୃଷକମାନଙ୍କ ଉତ୍ପାଦକୁ ଦେଶ- ବିଦେଶର ବଜାରରେ ପହଞ୍ଚାଇବା ସକାଶେ ବିଗତ ବର୍ଷମାନଙ୍କରେ ଅନେକ ସୁବିଧାର ବିକାଶ ଘଟାଯାଇଛି । ପେରିସେବଲ କାର୍ଗୋ ସେଣ୍ଟର ସ୍ଥାପନ ଠାରୁ ନେଇ ପ୍ୟାକେଜିଂ ଏବଂ ପ୍ରୋସେସିଂର ଅତ୍ୟାଧୁନିକ ଭିତ୍ତିଭୂମିର ଏଠାରେ ବିକାଶ ଘଟାଯାଇଛି ।
ଏହି ଯୋଜନାରେ ଲାଲ ବାହାଦୂର ଶାସ୍ତ୍ରୀ ଫଳ ଓ ପନିପରିବା ମାର୍କେଟର ଆଧୁନିକୀକରଣ କରାଯାଇଛି ଏବଂ ଏହାର ପୁନର୍ବିନ୍ୟାସ ମଧ୍ୟ ହୋଇଛି । ଏହା ଦ୍ୱାରା କୃଷକମାନଙ୍କୁ ଢେର୍ ସୁବିଧା ମିଳିପାରିବ । ଶାହାରାନପୁରର ବାୟୋ- ସିଏନଜି ପ୍ଲାଣ୍ଟ୍ ନିର୍ମିତ ହେବା ଦ୍ୱାରା ବାୟୋଗ୍ୟାସ ମଧ୍ୟ ଉପଲବ୍ଧ ହୋଇପାରିବ ଏବଂ ହଜାର ହଜାର ମେଟ୍ରିକ୍ ଟନ୍ ଅର୍ଗାନିକ ଖତସାର ବି କୃଷକମାନଙ୍କ ପାଇଁ ମିଳିପାରିବ ।
ଭାଇ ଓ ଭଉଣୀଗଣ,
ବିଗତ ବର୍ଷମାନଙ୍କରେ ଆଉ ଗୋଟିଏ ବଡ଼ ଉପଲବ୍ଧି ଯଦି କାଶୀକୁ ମିଳିପାରିଛି, ତାହା ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପୁଣି ଥରେ ବିଶ୍ୱସ୍ତରରେ ଶ୍ରେଷ୍ଠତା ଦିଗରେ ଆଗକୁ ଅଗ୍ରସର ହେବା । ଆଜି ଟେକ୍ନୋଲୋଜି ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ବିଏଚୟୁରେ ଅଭୂତପୂର୍ବ ସୁବିଧାସୁଯୋଗ ଉପଲବ୍ଧ । ସାରା ଦେଶରୁ ଯୁବକଯୁବତୀମାନେ ଏଠାରେ ଶିକ୍ଷାଲାଭ ନିମନ୍ତେ ଏଠାକୁ ଆସୁଛନ୍ତି । ଏଠାକାର ହଜାର ହଜାର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯେଉଁ ଆବାସୀୟ ସୁବିଧା ନିର୍ମାଣ କରାଯାଇଛି ତାହା ଯୁବ ସାଥୀମାନଙ୍କ ଶିକ୍ଷାଜୀବନକୁ ଉତ୍ତମ କରିବାରେ ଉପକାରସିଦ୍ଧ ହୋଇପାରିଛି । ବିଶେଷ ଭାବେ ଶହ ଶହ ଛାତ୍ରଛାତ୍ରୀମାନଙ୍କ ଲାଗି ହଷ୍ଟେଲ ସୁବିଧା ପ୍ରସ୍ତୁତ ହୋଇଛି, ଯାହା ଫଳରେ ମାଲବ୍ୟଜୀଙ୍କ ଦୂରଦୃଷ୍ଟିକୁ ସାକାର କରିବାକୁ ଅଧିକ ଶକ୍ତି ମିଳିପାରିଛି । ବାଳିକାମାନଙ୍କୁ ଉଚ୍ଚ ଓ ଆଧୁନିକ ଶିକ୍ଷାଦାନ ନିମନ୍ତେ ଯେଉଁ ସଂକଳ୍ପର ସହିତ ସେ ଜୀବନ ବଞ୍ଚୁଥିଲେ, ତାହା ସିଦ୍ଧ କରିବା ଦିଗରେ ସହଯୋଗ ମିଳିପାରୁଛି ।
ଭାଇ ଓ ଭଉଣୀଗଣ,
ବିକାଶର ଏହି ସକଳ ପ୍ରକାର ପ୍ରକଳ୍ପ ଆତ୍ମନିର୍ଭରତାର ଆମର ସଂକଳ୍ପକୁ ସିଦ୍ଧ କରିପାରିବ । କାଶୀ ଏବଂ ଏହି ସମଗ୍ର କ୍ଷେତ୍ରର ମାଟିରେ ଅଦ୍ଭୁତ କଳାକାର, କାରିଗର ଏବଂ ବୟନର ଜାଦୁକର ଚାରିଆଡ଼େ ବିଛେଇ ହୋଇ ରହିଛନ୍ତି । ସେମାନଙ୍କୁ ବୁଣାକାର ଭାବେ ସଭିଏଁ ଚିହ୍ନନ୍ତି ।
ସରକାରଙ୍କ ପ୍ରୟାସରେ ବିଗତ ୫ ବର୍ଷ ଭିତରେ ବାରଣାସୀରେ ଖଦୀ ଏବଂ ଅନ୍ୟାନ୍ୟ କୁଟିର ଉଦ୍ୟୋଗର ଉତ୍ପାଦନରେ ପାଖାପାଖି ୬୦ ପ୍ରତିଶତ ଏବଂ ବିକ୍ରିରେ ହାରାହାରି ୯୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେଥିପାଇଁ ପୁଣି ଥରେ ମୁଁ ଏଠାରୁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବି ଯେ ଆଗାମୀ ଦୀପାବଳି ଅବସରରେ ଆପଣମାନେ ଏହିସବୁ ସାଥୀମାନଙ୍କ ଦୀପାବଳି କଥା ମଧ୍ୟ ସ୍ମରଣ ରଖିବା ।
ନିଜର ଘରକୁ ସଜାଇବାଠାରୁ ନେଇ, ନିଜର କପଡ଼ା ଏବଂ ଦୀପାବଳିର ଦୀପ ପର୍ଯ୍ୟନ୍ତ, ସ୍ଥାନୀୟ ଉତ୍ପାଦ କିଣିବା ଲାଗି ଆମେ ପ୍ରୟାସୀ ହେବା ଏବଂ ଏଥିପାଇଁ ସ୍ୱର ଉତ୍ତୋଳନ କରିବା ।
ଧନ ତେରାସ ଠାରୁ ନେଇ ଦୀପାବଳି ପର୍ଯ୍ୟନ୍ତ ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ମାତ୍ରାରେ କିଣିବା । ତା’ହେଲେ ସମସ୍ତଙ୍କ ଲାଗି ଦୀପାବଳି ବେଶ୍ ଆନନ୍ଦମୟ ହୋଇପାରିବ ଏବଂ ଯେତେବେଳେ ମୁଁ ଲୋକାଲ ଠାରୁ ଭୋକାଲ କଥା କହୁଛି, ସେତେବେଳେ ମୁଁ ଦେଖୁଛି ଯେ ଆମର ଟିଭିବାଲାମାନେ ମଧ୍ୟ କେବଳ ମାଟିର ଦୀପ କଥା ହିଁ ଦେଖାଉଛନ୍ତି । ଭୋକାଲ ଫର୍ ଲୋକାଲ କେବଳ ଦୀପ ପର୍ଯ୍ୟନ୍ତ ସୀମିତ ନୁହେଁ ବନ୍ଧୁଗଣ, ପ୍ରତ୍ୟେକ ବସ୍ତୁର ସେହି ଉତ୍ପାଦନ ଯେଉଁଥିରେ ମୋର ପ୍ରିୟ ଦେଶବାସୀଙ୍କ ଶ୍ରମ ଓ ସାଧନ ରହିଛି, ଯେଉଁ ଉତ୍ପାଦନରେ ମୋ ଦେଶର ମାଟିୁ ସୁଗନ୍ଧ ରହିଛି, ତାହା ମୋ ପାଇଁ ଉଦ୍ଦିଷ୍ଟ । ଏବଂ ପୁଣି ଥରେ ଆମକୁ ଏହି ଅଭ୍ୟାସ କରିବାକୁ ହେବ ଯେ ଦେଶରେ ଉତ୍ପାଦିତ ସାମଗ୍ରୀ ଯଦି ଆମେମାନେ କିଣିବା, ତେବେ ଏହାର ଉତ୍ପାଦନ ବଢ଼ିବ, ରୋଜଗାର ବଢ଼ିବ, ଦରିଦ୍ରରୁ ଦରିଦ୍ରତମ ଲୋକମାନଙ୍କୁ କାମ ମିଳିବ ଏବଂ ସେହି କାମ ସମସ୍ତେ ମିଳିମିଶି କରିପାରିବେ । ସମସ୍ତଙ୍କ ପ୍ରୟାସରେ ବହୁତ ବଡ଼ ପରିବର୍ତ୍ତନ ଆମେମାନେ ଆଣିପାରିବା ।
ସାଥୀଗଣ,
ପୁଣି ଥରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ନିମନ୍ତେ ସମଗ୍ର ଦେଶକୁ ଏବଂ ବିକାଶର ଅନେକ ପ୍ରକଳ୍ପ ଲାଗି କାଶୀମାସୀଙ୍କୁ ବହୁତ ବହୁତ ବଧେଇ । ଆପଣମାନଙ୍କୁ ସମସ୍ତଙ୍କୁ ଆଗାମୀ ସମସ୍ତ ପ୍ରକାର ଉତ୍ସବ ନିମନ୍ତେ ପୁଣି ଥରେ ଅନେକ ଅନେକ ଆଗୁଆ ଶୁଭକାମନା, ବହୁତ ବହୁତ ଧନ୍ୟବାଦ!
******************
A landmark day for India’s healthcare sector. Watch from Kashi. https://t.co/FTZozoy34p
— Narendra Modi (@narendramodi) October 25, 2021
देश ने कोरोना महामारी से अपनी लड़ाई में 100 करोड़ वैक्सीन डोज के बड़े पड़ाव को पूरा किया है।
— PMO India (@PMOIndia) October 25, 2021
बाबा विश्वनाथ के आशीर्वाद से, मां गंगा के अविरल प्रताप से, काशीवासियों के अखंड विश्वास से, सबको वैक्सीन-मुफ्त वैक्सीन का अभियान सफलता से आगे बढ़ रहा है: PM @narendramodi
आज़ादी के बाद के लंबे कालखंड में आरोग्य पर, स्वास्थ्य सुविधाओं पर उतना ध्यान नहीं दिया गया, जितनी देश को जरूरत थी।
— PMO India (@PMOIndia) October 25, 2021
देश में जिनकी लंबे समय तक सरकारें रहीं, उन्होंने देश के हेल्थकेयर सिस्टम के संपूर्ण विकास के बजाय, उसे सुविधाओं से वंचित रखा: PM @narendramodi
देश के हेल्थ सेक्टर के अलग-अलग गैप्स को एड्रेस करने के लिए आयुष्मान भारत हेल्थ इंफ्रास्ट्रक्चर मिशन के 3 बड़े पहलू हैं।
— PMO India (@PMOIndia) October 25, 2021
पहला, डाइअग्नास्टिक और ट्रीटमेंट के लिए विस्तृत सुविधाओं के निर्माण से जुड़ा है: PM @narendramodi
इसके तहत गांवों और शहरों में हेल्थ एंड वेलनेस सेंटर खोले जा रहे हैं, जहां बीमारियों को शुरुआत में ही डिटेक्ट करने की सुविधा होगी।
— PMO India (@PMOIndia) October 25, 2021
इन सेंटरों में फ्री मेडिकल कंसलटेशन, फ्री टेस्ट, फ्री दवा जैसी सुविधाएं मिलेंगी: PM @narendramodi
योजना का दूसरा पहलू, रोगों की जांच के लिए टेस्टिंग नेटवर्क से जुड़ा है।
— PMO India (@PMOIndia) October 25, 2021
इस मिशन के तहत, बीमारियों की जांच, उनकी निगरानी कैसे हो, इसके लिए ज़रूरी इंफ्रास्ट्रक्चर का विकास किया जाएगा: PM @narendramodi
आज केंद्र और राज्य में वो सरकार है जो गरीब, दलित, शोषित-वंचित, पिछड़े, मध्यम वर्ग, सभी का दर्द समझती है।
— PMO India (@PMOIndia) October 25, 2021
देश में स्वास्थ्य सुविधाएं बेहतर करने के लिए हम दिन रात एक कर रहे हैं: PM @narendramodi
यूपी में जिस तेजी के साथ नए मेडिकल कॉलेज खोले जा रहे हैं, उसका बहुत अच्छा प्रभाव मेडिकल की सीटों और डॉक्टरों की संख्या पर पड़ेगा।
— PMO India (@PMOIndia) October 25, 2021
ज्यादा सीटें होने की वजह से अब गरीब माता-पिता का बच्चा भी डॉक्टर बनने का सपना देख सकेगा और उसे पूरा कर सकेगा: PM @narendramodi
आज काशी का हृदय वही है, मन वही है, लेकिन काया को सुधारने का ईमानदारी से प्रयास हो रहा है।
— PMO India (@PMOIndia) October 25, 2021
जितना काम वाराणसी में पिछले 7 साल में हुआ है, उतना पिछले कई दशकों में नहीं हुआ: PM @narendramodi
बीते सालों की एक और बड़ी उपलब्धि अगर काशी की रही है, तो वो है BHU का फिर से दुनिया में श्रेष्ठता की तरफ अग्रसर होना।
— PMO India (@PMOIndia) October 25, 2021
आज टेक्नॉलॉजी से लेकर हेल्थ तक, BHU में अभूतपूर्व सुविधाएं तैयार हो रही हैं।
देशभर से यहां युवा साथी पढ़ाई के लिए आ रहे हैं: PM @narendramodi
भारत ने आज अपनी स्वास्थ्य सेवाओं को आधुनिक बनाने के लिए एक और बड़ा कदम उठाया है। आज से आयुष्मान भारत हेल्थ इंफ्रास्ट्रक्चर मिशन की शुरुआत हुई है। इस मिशन के तहत 64 हज़ार करोड़ रुपए खर्च करके देश में हजारों नए बेड्स, सैकड़ों नई आधुनिक टेस्टिंग लैब्स और रीसर्च संस्थान बनाए जाएंगे। pic.twitter.com/niJFVRT2PC
— Narendra Modi (@narendramodi) October 25, 2021
The Ayushman Bharat Health Infrastructure Mission addresses one of the major shortcomings of our health sector- the inability to fully cater to rural areas and the poor as well as middle class. pic.twitter.com/szIuR2M8p9
— Narendra Modi (@narendramodi) October 25, 2021
आज देश में नए मेडिकल कॉलेज खोलने का जो अभियान चल रहा है, वो युवाओं के लिए नए अवसर भी बना रहा है। आजादी के बाद 70 साल में देश में जितने डॉक्टर, मेडिकल कॉलेजों से पढ़कर निकले हैं, उससे ज्यादा डॉक्टर अगले 10-12 वर्षों में देश को मिलने जा रहे हैं। pic.twitter.com/bNjyWjjRng
— Narendra Modi (@narendramodi) October 25, 2021
Three pillars of the Ayushman Bharat Health Infrastructure Mission… pic.twitter.com/yA27F7OtOQ
— Narendra Modi (@narendramodi) October 25, 2021