Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଦେଶୀ ନିବେଶକଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ବିଦେଶୀ ନିବେଶକଙ୍କୁ ଭାରତରେ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ ସକାଶେ ପ୍ରସ୍ତାବିତ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନୀତିରେ ଥିବା ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ ଏଭଳି ମାନ୍ୟତା ପ୍ରଦାନ କରାଯିବ । ଏହାଦ୍ୱାରା ଭାରତରେ ପୁଞ୍ଜି ଖଟାଇବାକୁ ବିଦେଶୀ ନିବେଶକମାନେ ଆଗ୍ରହୀ ହେବେ ଓ ତାହା “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଇବ । ଏହି ଯୋଜନା ଅନୁସାରେ ଭିସା ନିୟମାବଳୀରେ କେତେକ ବିଶେଷ ବ୍ୟବସ୍ଥା ରହିବ ଯଦ୍ୱାରା ବିଦେଶୀ ନିବେଶକମାନଙ୍କୁ PRS ମାନ୍ୟତା ଦିଆଯାଇପାରିବ । ବିବିଧ ପ୍ରବେଶ ପାଇଁ 10 ବର୍ଷ ନିମନ୍ତେ ସ୍ଥାୟୀ ବାସିନ୍ଦା ମାନ୍ୟତା (PRS) ପ୍ରଦାନ କରାଯିବ । ଯଦି PPS ଧାରୀଙ୍କ ପ୍ରତି କୌଣସି ପ୍ରତିକୂଳ ବିଜ୍ଞପ୍ତି ଜାରି କରାଯାଇନଥାଏ, ତେବେ ଆବଶ୍ୟକସ୍ଥଳେ ଆଉ 10 ବର୍ଷ ସକାଶେ ଏଭଳି ମାନ୍ୟତାର ଅବଧି ବୃଦ୍ଧିକୁ ସମୀକ୍ଷା କରି ଦେଖାଯାଇପାରିବ । କେବଳ ବିଦେଶୀ ନିବେଶକଙ୍କ ପାଇଁ ନର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁସାରେ ଏହା ପ୍ରଯୁଜ୍ୟ । ଏଥିପାଇଁ ବିଦେଶୀ ନିବେଶକ ଅନ୍ୟୁନ 10 କୋଟି ଟଙ୍କାର ପୁଞ୍ଜି ଖଟାଇଥିବା ଦରକାର ଯାହାକି 18 ମାସ ମଧ୍ୟରେ ଆସିଥିବ ଅନ୍ୟଥା 25 କୋଟି ଟଙ୍କା ଯାହାକି 36 ମାସ ମଧ୍ୟରେ ଖଟାଯାଇଥିବ । ପୁନଶ୍ଚ, ଏହି ପୁଞ୍ଜି ନିବେଶରୁ ଅନ୍ୟୁନ 20 ଜଣ ଭାରତୀୟ ନାଗରିକଙ୍କ ପାଇଁ ପ୍ରତି ବର୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଥିବ । PRSଧାରୀ କେବଳ ନିଜ ରହଣୀ ନିମନ୍ତେ ଗୋଟିଏ ଘର କ୍ରୟ କରିପାରିବେ ।