Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ବେଟି ବଚାଓ, ବେଟି ପଢ଼ାଓ’ ଆନ୍ଦୋଳନର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


‘ବେଟି ବଚାଓ, ବେଟି ପଢ଼ାଓ’ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ

 

ଐତିହାସିକ ଭାବରେ କମ ଶିଶୁ ଲିଙ୍ଗ ଅନୁପାତ ଥିବା ଜିଲ୍ଲାଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ହୋଇଛି: ପ୍ରଧାନମନ୍ତ୍ରୀ

 

 

ଆଜି ‘ବେଟି ବଚାଓ, ବେଟି ପଢ଼ାଓ’ ଆନ୍ଦୋଳନର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ଏହା ଏକ ପରିବର୍ତ୍ତନକାରୀ, ଲୋକଚାଳିତ ପଦକ୍ଷେପ ଏବଂ ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ଅଂଶଗ୍ରହଣକୁ ଆକର୍ଷଣୀୟ କରିଛି ସେ ଆଲୋକପାତ କରିଥିଲେ ଯେ, ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ଏବଂ କନ୍ୟା ସନ୍ତାନମାନଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଐତିହାସିକ ଭାବରେ କମ ଶିଶୁ ଲିଙ୍ଗ ଅନୁପାତ ଥିବା ଜିଲ୍ଲାଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହୋଇଛି ଏବଂ ତ୍ରୂଣମୂଳ ସ୍ତରରେ ଏହି ଆନ୍ଦୋଳନକୁ ସକ୍ରିୟ କରିଥିବା ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରାଯାଇଛି

 

X ରେ କରାଯାଇଥିବା ଏକ ପୋଷ୍ଟରେ ସେ ଲେଖିଛନ୍ତି :

 

“ଆଜି ଆମେ #BetiBachaoBetiPadhao ଆନ୍ଦୋଳନର ୧୦ ବର୍ଷ ପାଳନ କରୁଛୁ ଗତ ଦଶନ୍ଧି ଧରି, ଏହା ଏକ ପରିବର୍ତ୍ତନକାରୀ, ଲୋକଚାଳିତ ପଦକ୍ଷେପ ପାଲଟିଛି ଏବଂ ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ଅଂଶଗ୍ରହଣକୁ ଆକର୍ଷିତ କରିଛି

 

“#BetiBachaoBetiPadhao ଲିଙ୍ଗଗତ ପାର୍ଥକ୍ୟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ସେହି ସମୟରେ ଏହି ଅଭିଯାନ ଝିଅ ପିଲାମାନଙ୍କୁ ଶିକ୍ଷା ଏବଂ ତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ସୁଯୋଗ ପ୍ରଦାନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି

 

“ଲୋକଙ୍କ ଏବଂ ବିଭିନ୍ନ ସମାଜ ସେବା ସଂଗଠନର ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ #BetiBachaoBetiPadhao ଉଲ୍ଲେଖନୀୟ ସଫଳତା ହାସଲ କରିଛି ଐତିହାସିକ ଭାବରେ ଶିଶୁ ଲିଙ୍ଗ ଅନୁପାତ କମ୍ ଥିବା ଜିଲ୍ଲାଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ଏବଂ ସଚେତନତା ଅଭିଯାନ ଲିଙ୍ଗ ସମାନତାର ଗୁରୁତ୍ୱ ବିଷୟରେ ଗଭୀର ଭାବନା ସୃଷ୍ଟି କରିଛି

 

“ମୁଁ ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ଏହି ଆନ୍ଦୋଳନକୁ ତ୍ରୂଣମୂଳ ସ୍ତରରେ ସକ୍ରିୟ କରିଛନ୍ତି ଆସନ୍ତୁ ଆମେ ଆମର ଝିଅମାନଙ୍କ ଅଧିକାରର ସୁରକ୍ଷା ଜାରି ରଖିବା, ସେମାନଙ୍କର ଶିକ୍ଷା ସୁନିଶ୍ଚିତ କରିବା ଏବଂ ଏକ ସମାଜ ସୃଷ୍ଟି କରିବା ଯେଉଁଠାରେ ସେମାନେ କୌଣସି ଭେଦଭାବ ବିନା ଉନ୍ନତି କରିପାରିବେ ଏକତ୍ରିତ ହୋଇ ଆମେ ନିଶ୍ଚିତ କରିପାରିବା ଯେ ଆଗାମୀ ବର୍ଷଗୁଡ଼ିକ ଭାରତର ଝିଅମାନଙ୍କ ପାଇଁ ଆହୁରି ଅଧିକ ପ୍ରଗତି ଏବଂ ସୁଯୋଗ ଆଣିଦେବ #BetiBachaoBetiPadhao”

 

 

*****

MT