Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସହ ସାକ୍ଷାତ କରିଛନ୍ତି। ଶ୍ରୀ ମୋଦୀ ସମସାମୟିକ ବିଶ୍ୱ ସୁରକ୍ଷା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାରେ ଗୋଷ୍ଠୀର ବଢ଼ୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ବିଶ୍ୱ ପରିପ୍ରେକ୍ଷୀରେ ପ୍ରମୁଖ ସୁରକ୍ଷା ପ୍ରସଙ୍ଗଗୁଡ଼ିକରେ ସହଯୋଗକୁ ଆହୁରି ସୁଦୃଢ଼ କରିବାରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଆତଙ୍କବାଦ, ସାଇବର ସୁରକ୍ଷା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମେତ ସାମ୍ପ୍ରତିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

 

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ବ୍ରିକ୍ସରେ ଭାରତର ଅଧ୍ୟକ୍ଷତା ସଦସ୍ୟ ଦେଶମାନଙ୍କ ମଧ୍ୟରେ ବ୍ୟବହାରିକ ସହଯୋଗକୁ ଆଗେଇ ନେବା ଉପରେ କେନ୍ଦ୍ରିତ ରହିବ। ସେ ବିଶ୍ୱ ଦକ୍ଷିଣର ପ୍ରାଥମିକତାଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ଏବଂ ଏକ ଅଧିକ ସୁରକ୍ଷିତ, ନିରାପଦ ଓ ସମାବେଶୀ ବିଶ୍ୱ ଗଠନରେ ଅବଦାନ ରଖିବାକୁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛନ୍ତି।

 

 

ଶ୍ରୀ ମୋଦୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି;

 

“ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସହ ସାକ୍ଷାତ କରି ଆନନ୍ଦିତ।

 

ପରିବର୍ତ୍ତନଶୀଳ ବିଶ୍ୱ ପରିପ୍ରେକ୍ଷୀରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦ, ସାଇବର ସୁରକ୍ଷା ଠାରୁ ଆରମ୍ଭ କରି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସାମ୍ପ୍ରତିକ ଚ୍ୟାଲେଞ୍ଜଗୁଡ଼ିକର ସମାଧାନ କରିବାରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

 

ଭାରତର ଅଧ୍ୟକ୍ଷତା ବ୍ୟବହାରିକ ସହଯୋଗକୁ ଆଗକୁ ବଢାଇବା, ଗ୍ଲୋବାଲ୍ ସାଉଥ୍‌ର ପ୍ରାଥମିକତାକୁ ସମର୍ଥନ କରିବା ଏବଂ ଏକ ଅଧିକ ସୁରକ୍ଷିତ, ନିରାପଦ ଏବଂ ସମାବେଶୀ ବିଶ୍ୱ ଗଠନରେ ଯୋଗଦାନ ଦେବାକୁ ଚେଷ୍ଟା କରିବ।‘’

*****

MT