ପିଏମଇଣ୍ଡିଆ
ନମୋ ବୁଦ୍ଧାୟ।
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।
ଏକ ଶହ ପଚିଶ ବର୍ଷର ପ୍ରତୀକ୍ଷା ପରେ, ଭାରତର ଐତିହ୍ୟ ଫେରିଛି, ଭାରତର ଧରୋହରଫେରିଛି। ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ତାଙ୍କର ଆଶୀର୍ବାଦ ଗ୍ରହଣ କରିପାରିବେ। ଏହି ଶୁଭ ଅବସରରେ, ଏଠାରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ମୁଁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ, ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନେ ମଧ୍ୟ ଆମକୁ ଆଶୀର୍ବାଦ ଦେବା ପାଇଁ ଏଠାରେ ଉପସ୍ଥିତ ଅଛନ୍ତି। ମୁଁ ଆପଣ ସମସ୍ତଙ୍କୁ ପ୍ରଣାମ କରୁଛି। ଆପଣଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ନୂତନ ଶିଖରକୁ ନେବା ସହ ନୂତନ ଶକ୍ତି ପ୍ରଦାନ କରୁଛି। ୨୦୨୬ ମସିହା ପ୍ରାରମ୍ଭରେ, ଏହି ଶୁଭ ଉତ୍ସବ ପ୍ରକୃତରେ ପ୍ରେରଣାଦାୟୀ। ଏବଂଏହା ମଧ୍ୟ ମୋର ସୌଭାଗ୍ୟ ଯେ ୨୦୨୬ର ମୋର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ଭଗବାନ ବୁଦ୍ଧଙ୍କ ଚରଣରେ ଆରମ୍ଭ ହୋଇଛି। ମୋର ଇଚ୍ଛା ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦରେ ୨୦୨୬ ବର୍ଷ, ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସୌହାର୍ଦ୍ଦ୍ୟର ଏକ ନୂତନ ଯୁଗ ଆଣିବ।
ବନ୍ଧୁଗଣ,
ଯେଉଁ ସ୍ଥାନରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି, ତାହା ସ୍ୱତନ୍ତ୍ର। କିଲା ରାୟ ପିଥୋରାର ଏହିସ୍ଥାନ ହେଉଛି ଭାରତର ଗୌରବମୟ ଇତିହାସର ଭୂମି। ପ୍ରାୟ ଏକ ହଜାର ବର୍ଷ ପୂର୍ବେ, ସେହି ସମୟର ଶାସକମାନେ ଏହି ଐତିହାସିକ ଦୁର୍ଗ ଚାରିପାଖରେ ଦୃଢ଼ ଏବଂ ସୁରକ୍ଷିତ ପ୍ରାଚୀର ଦ୍ୱାରା ଘେରି ରହିଥିବା ଏକ ସହର ପ୍ରତିଷ୍ଠା କରିଥିଲେ। ଆଜି ସେହି ଐତିହାସିକ ସହର ପରିସରରେ ଆମେ ଆମ ଇତିହାସରେ ଏକ ଆଧ୍ୟାତ୍ମିକ ଏବଂ ପବିତ୍ର ଅଧ୍ୟାୟ ଯୋଡ଼ୁଛୁ।
ବନ୍ଧୁଗଣ,
ଏଠାକୁ ଆସିବା ପୂର୍ବରୁ ମୁଁ ଏହି ଐତିହାସିକ ପ୍ରଦର୍ଶନୀକୁ ବିସ୍ତୃତ ଭାବେ ଦେଖିଲି। ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆମମାନଙ୍କ ମଧ୍ୟରେ ଥିବାରୁ ଆମେ ସମସ୍ତେ ଧନ୍ୟ ହୋଇଛେ। ଭାରତରୁ ସେମାନଙ୍କର ପ୍ରସ୍ଥାନ ଏବଂ ଶେଷରେ ପ୍ରତ୍ୟାବର୍ତ୍ତନ ଉଭୟ ନିଜ ଭିତରେ ଏକଗୁରୁତ୍ୱପୂର୍ଣ୍ଣ ଶିକ୍ଷା। ଶିକ୍ଷା ହେଉଛି, ଦାସତ୍ୱ କେବଳ ରାଜନୈତିକ ଏବଂ ଆର୍ଥିକ ନୁହେଁ, ବରଂ ଏହା ଆମର ଐତିହ୍ୟକୁ ମଧ୍ୟ ନଷ୍ଟ କରିଥାଏ। ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଦାସତ୍ୱ ସମୟରେ, ସେମାନଙ୍କୁ ଭାରତରୁ ନେଇଯାଇଥିଲେ ଏବଂ ପ୍ରାୟ ଏକ ଶହ ପଚିଶ ବର୍ଷ ଧରି ଦେଶ ବାହାରେ ରହିଥିଲେ। ଯେଉଁମାନେ ସେଗୁଡ଼ିକୁ ନେଇଯାଇଥିଲେ, ଏବଂ ସେମାନଙ୍କ ବଂଶଧରମାନଙ୍କ ପାଇଁ ଏହି ଅବଶେଷଗୁଡ଼ିକ କେବଳ ପ୍ରାଣହୀନ ପ୍ରାଚୀନ ସାମଗ୍ରୀ ଥିଲା। ସେଥିପାଇଁ ସେମାନେ ଏହି ପବିତ୍ର ଅବଶେଷଗୁଡ଼ିକୁ ଆନ୍ତର୍ଜାତୀୟ ବଜାରରେ ନିଲାମ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତ ପାଇଁ, ଏହି ଅବଶେଷଗୁଡ଼ିକ ଆମର ପୂଜ୍ୟ ଦେବତାର ଏକ ଅଂଶ, ଆମ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଭାରତ ନିଷ୍ପତ୍ତି ନେଇଛି ଯେ ସେମାନଙ୍କର ସାର୍ବଜନୀନ ନିଲାମୀକୁ ଅନୁମତି ଦିଆଯିବ ନାହିଁ। ଆଜି, ମୁଁ ଗୋଦରେଜ ଗୋଷ୍ଠୀ ପ୍ରତି ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛି, ଯାହାଙ୍କ ସହଯୋଗ ଦ୍ୱାରା ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ଏହି ପବିତ୍ର ଅବଶେଷ ତାଙ୍କ କର୍ମଭୂମି, ତାଙ୍କ ଚିନ୍ତନ ଭୂମି, ତାଙ୍କ ମହାବୋଧି ଭୂମି ଏବଂ ତାଙ୍କ ମହାପରିନିର୍ବାଣ ଭୂମିକୁ ଫେରିଛି।
ବନ୍ଧୁଗଣ,
ଭଗବାନ ବୁଦ୍ଧଙ୍କ ଜ୍ଞାନ ଏବଂ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ସମଗ୍ର ମାନବଜାତିର ଏବଂ ସମୟ ଅନୁସାରେ ଅପରିବର୍ତ୍ତିତ, ଏହା ସମୟ ଅନୁସାରେ ପରିବର୍ତ୍ତନ ହୋଇନାହିଁ ଗତ କିଛି ମାସ ମଧ୍ୟରେ ଆମେ ବାରମ୍ବାର ଏହି ଭାବନା ଅନୁଭବ କରିଛୁ। ଗତ କିଛି ମାସ ମଧ୍ୟରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଯେଉଁଠି ଦେଶକୁ ଗଲା, ସେଠାରେ ବିଶ୍ୱାସ ଏବଂ ଭକ୍ତିର ଭାବନା ଜାଗ୍ରତ ହୋଇଥିଲା। ଥାଇଲାଣ୍ଡରେ, ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ପବିତ୍ର ଅବଶେଷ ବିଭିନ୍ନ ସ୍ଥାନରେ ରଖାଯାଇଥିଲା, ଏକ ମାସରୁ କମ୍ ସମୟ ମଧ୍ୟରେ ୪୦ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥିଲେ। ଭିଏତନାମରେ ଜନସାଧାରଣଙ୍କ ଭାବନା ଏତେ ଶକ୍ତିଶାଳୀ ଥିଲା ଯେ ପ୍ରଦର୍ଶନୀର ଅବଧି ବୃଦ୍ଧି କରିବାକୁ ପଡ଼ିଥିଲା ଏବଂ ନଅଟି ସହରରେ ପ୍ରାୟ ଊଣେଇଶ କୋଟି ଲୋକ ଏହି ଅବଶେଷକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମଙ୍ଗୋଲିଆରେ, ହଜାର ହଜାର ଲୋକ ଗାନ୍ଦନ ମଠ ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ, ଏବଂ ଅନେକ ଲୋକଭାରତୀୟ ପ୍ରତିନିଧିଙ୍କୁ ସ୍ପର୍ଶ କରିବାକୁ ଚାହୁଁଥିଲେ କାରଣ ସେମାନେ କେବଳ ବୁଦ୍ଧଙ୍କ ଦେଶରୁ ଆସିଥିଲେ। ରୁଷିଆର କାଲମିକିଆ ଅଞ୍ଚଳରେ, ମାତ୍ର ଏକ ସପ୍ତାହ ମଧ୍ୟରେ, ଏକ ଲକ୍ଷ ପଚାଶ ହଜାରରୁ ଅଧିକ ଭକ୍ତ ପବିତ୍ର ଅବଶେଷ ଦେଖିଥିଲେ, ଯାହା ସ୍ଥାନୀୟ ଜନସଂଖ୍ୟାର ଅଧାରୁ ଅଧିକ ସହିତ ସମାନ। ବିଭିନ୍ନ ଦେଶରେ ଏହି କାର୍ଯ୍ୟକ୍ରମଗୁଡ଼ିକରେ, ସାଧାରଣ ନାଗରିକ ହୁଅନ୍ତୁ କିମ୍ବା ସରକାରର ମୁଖ୍ୟ, ସମସ୍ତେ ସମାନ ସମ୍ମାନର ସହିତ ଏକଜୁଟ ହୋଇଥିଲେ। ଭଗବାନ ବୁଦ୍ଧ ସମସ୍ତଙ୍କର ଅଟନ୍ତି। ଭଗବାନ ବୁଦ୍ଧ ସମସ୍ତଙ୍କୁ ଯୋଡ଼ିଥାନ୍ତି।
ବନ୍ଧୁଗଣ,
ମୁଁ ନିଜକୁ ବହୁତ ଭାଗ୍ୟବାନ ବୋଲି ମନେକରିଥାଏ, କାରଣ ଭଗବାନ ବୁଦ୍ଧ ମୋ ଜୀବନରେ ଏକ ଗଭୀର ସ୍ଥାନ ଅଧିକାର କରିଛନ୍ତି। ମୋ ଜନ୍ମସ୍ଥାନ ବଡ଼ନଗର ବୌଦ୍ଧ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଥିଲା। ସାରନାଥ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ, ଆଜି ମୋର କର୍ମଭୂମି। ଏପରିକି ଯେତେବେଳେ ମୁଁ ସରକାରୀ ଦାୟିତ୍ୱରୁ ଦୂରରେ ଥିଲି, ସେତେବେଳେ ମଧ୍ୟ ମୁଁ ଜଣେ ତୀର୍ଥଯାତ୍ରୀ ଭାବେ ବୌଦ୍ଧ ସ୍ଥଳଗୁଡ଼ିକୁ ଯାତ୍ରା କରିଥିଲି। ପ୍ରଧାନମନ୍ତ୍ରୀ ଭାବେ ମୋତେ ସାରା ବିଶ୍ୱରେ ଥିବା ବୌଦ୍ଧ ତୀର୍ଥସ୍ଥଳୀ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଛି। ନେପାଳର ଲୁମ୍ବିନୀସ୍ଥିତ ପବିତ୍ର ମାୟା ଦେବୀ ମନ୍ଦିରରେ ମୁଣ୍ଡ ନୁଆଁଇବା ନିଜ ଭିତରେ ଏକ ଅସାଧାରଣ ଅନୁଭୂତି ଥିଲା। ଜାପାନର ତୋ-ଜୀ ମନ୍ଦିର ଏବଂ କିଙ୍କାକୁ-ଜୀ ଠାରେ ମୁଁ ଅନୁଭବ କଲି ଯେ ବୁଦ୍ଧଙ୍କ ବାର୍ତ୍ତା ସମୟର ସୀମାକୁ ଅତିକ୍ରମ କରିଥାଏ। ମୁଁ ଚୀନର ସିଆନରେ ଥିବା ‘ବିଗ୍ ୱାଇଲ୍ଡ ଗୁଜ୍ ପାଗୋଡା’ ପରିଦର୍ଶନ କଲି, ଯେଉଁଠାରୁ ବୌଦ୍ଧ ଧର୍ମଗ୍ରନ୍ଥ ସମଗ୍ର ଏସିଆରେ ବ୍ୟାପିଥିଲା ଏବଂ ଯେଉଁଠାରେ ଭାରତର ଭୂମିକା ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି। ମଙ୍ଗୋଲିଆର ଗାନ୍ଦନ ମଠରେ ମୁଁ ବୁଦ୍ଧଙ୍କ ପରମ୍ପରା ସହିତ ଲୋକମାନଙ୍କ ଗଭୀର ଭାବପ୍ରବଣ ସମ୍ପର୍କର ସାକ୍ଷୀ ଥିଲି। ଶ୍ରୀଲଙ୍କାର ଅନୁରାଧାପୁରାରେ ଜୟା ଶ୍ରୀ ମହାବୋଧି ଦେଖିବା, ସମ୍ରାଟ ଅଶୋକ, ଭିକ୍ଷୁ ମହିନ୍ଦା ଏବଂ ସଂଘମିତ୍ରାଙ୍କ ଦ୍ୱାରା ବୁଣାଯାଇଥିବା ପରମ୍ପରା ସହିତ ଯୋଡ଼ି ହେବାର ଏକ ଅନୁଭୂତି ଥିଲା। ଥାଇଲାଣ୍ଡର ୱାଟ୍ ଫୋ ଏବଂ ସିଙ୍ଗାପୁରର ବୁଦ୍ଧ ଦାନ୍ତ ଅବଶେଷ ମନ୍ଦିରକୁ ମୋର ଗସ୍ତ, ଭଗବାନ ବୁଦ୍ଧଙ୍କ ଶିକ୍ଷାର ପ୍ରଭାବିଷୟରେ ମୋର ବୁଝାମଣାକୁ ଆହୁରି ଗଭୀର କରିଥିଲା।
ବନ୍ଧୁଗଣ,
ମୁଁ ଯେଉଁଠିକି ଯାତ୍ରା କରିଛି, ସେଠାକାର ଲୋକମାନଙ୍କ ମଧ୍ୟରେ ଭଗବାନ ବୁଦ୍ଧଙ୍କ ପରମ୍ପରାର ଏକ ପ୍ରତୀକ ଆଣିବା ପାଇଁ ମୁଁ ପ୍ରୟାସ କରିଛି। ସେଥିପାଇଁ ଚୀନ, ଜାପାନ, କୋରିଆ ଏବଂ ମଙ୍ଗୋଲିଆରେ ମୁଁ ବୋଧି ଗଛର ଚାରା ନେଇ ଯାଇଥିଲି। ପରମାଣୁ ବୋମା ଦ୍ୱାରା ଧ୍ୱଂସପ୍ରାପ୍ତ ସହର ହିରୋଶିମାର ଉଦ୍ଭିଦ ଉଦ୍ୟାନରେ ଯେତେବେଳେ ଏକ ବୋଧି ଗଛ ଛିଡ଼ା ହୁଏ, ସେତେବେଳେ ଆପଣ ମାନବଜାତି ପାଇଁ ଗଭୀର ବାର୍ତ୍ତାର କଳ୍ପନା କରିପାରିବେ।
ବନ୍ଧୁଗଣ,
ଭଗବାନ ବୁଦ୍ଧଙ୍କ ଏହି ସହଭାଗୀ ଐତିହ୍ୟ, ଏହି କଥାର ପ୍ରମାଣ ଯେ, ଭାରତ କେବଳ ରାଜନୀତି, କୂଟନୀତି ଏବଂ ଅର୍ଥବ୍ୟବସ୍ଥା ମାଧ୍ୟମରେ ନୁହେଁ, ବରଂ ଗଭୀର ବନ୍ଧନ ମାଧ୍ୟମରେ ଯୋଡ଼ି ହୋଇଛି। ଆମେ ମନ ଏବଂ ଆବେଗ ମାଧ୍ୟମରେ, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ସଂଯୁକ୍ତ।
ବନ୍ଧୁଗଣ,
ଭାରତ କେବଳ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ସଂରକ୍ଷକ ନୁହେଁ, ବରଂ ତାଙ୍କ ପରମ୍ପରାର ଜୀବନ୍ତ ବାହକ ମଧ୍ୟ। ପିପ୍ରାହାୱା, ବୈଶାଳୀ, ଦେବନୀ ମୋରି ଏବଂ ନାଗାର୍ଜୁନକୋଣ୍ଡାରେ ମିଳିଥିବା ଭଗବାନ ବୁଦ୍ଧଙ୍କ ଅବଶେଷ ବୁଦ୍ଧଙ୍କ ବାର୍ତ୍ତାର ଜୀବନ୍ତ ଉପସ୍ଥିତି ଭାରତ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ପ୍ରତ୍ୟେକ ରୂପରେ ଏହି ଅବଶେଷଗୁଡ଼ିକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିଛି।
ବନ୍ଧୁଗଣ,
ସାରା ବିଶ୍ୱରେ ବୌଦ୍ଧ ଐତିହ୍ୟ ସ୍ଥଳଗୁଡ଼ିକର ବିକାଶ ଦିଗରେ ଯୋଗଦାନ କରିବା ଲାଗି ଭାରତ ନିରନ୍ତର ପ୍ରୟାସ କରିଆସିଛି। ଯେତେବେଳେ ନେପାଳରେ ଭୟଙ୍କର ଭୂକମ୍ପରେ ପ୍ରାଚୀନ ସ୍ତୂପଗୁଡ଼ିକୁ କ୍ଷତିଗ୍ରସ୍ତ କରିଥିଲା, ଭାରତ ସେଗୁଡ଼ିକର ପୁନଃନିର୍ମାଣ ପାଇଁ ସମର୍ଥନ ଜଣାଇଥିଲା। ମିଆଁମାରର ବାଗାନରେ ଭୂକମ୍ପ ପରେ ଭାରତ ଏଗାରରୁ ଅଧିକ ପାଗୋଡାର ସଂରକ୍ଷଣ ଦାୟିତ୍ୱ ନେଇଥିଲା। ଏଭଳି ଅନେକ ଉଦାହରଣ ରହିଛି। ଭାରତ ଭିତରେ ମଧ୍ୟ, ବୌଦ୍ଧ ପରମ୍ପରା ସହିତ ଜଡ଼ିତ ସ୍ଥାନ ଏବଂ ଅବଶେଷଗୁଡ଼ିକର ସନ୍ଧାନ ଏବଂ ସଂରକ୍ଷଣ ନିରନ୍ତର ଅଗ୍ରଗତି କରୁଛି। ଯେପରି ମୁଁ ପୂର୍ବରୁ ଉଲ୍ଲେଖ କରିଛି, ମୋର ଜନ୍ମସ୍ଥାନ ଗୁଜରାଟର ବଡ଼ନଗର ବୌଦ୍ଧ ପରମ୍ପରାର ଏକ ପ୍ରମୁଖ କେନ୍ଦ୍ର ଥିଲା। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେଠାରେ ବୌଦ୍ଧ ଧର୍ମ ସହ ଜଡ଼ିତ ହଜାର ହଜାର ଅବଶେଷ ଆବିଷ୍କୃତ ହୋଇଥିଲା। ଆଜି ଆମ ସରକାର ଏହାର ସଂରକ୍ଷଣ ଏବଂ ବର୍ତ୍ତମାନର ପିଢ଼ିକୁ ଏହା ସହିତ ଯୋଡ଼ିବା ଉପରେ ଧ୍ୟାନ ଦେଉଛନ୍ତି। ସେଠାରେ ଏକ ଚମତ୍କାର ପରୀକ୍ଷାମୂଳକ ସଂଗ୍ରହାଳୟ ନିର୍ମାଣ କରାଯାଇଛି, ଯାହା ପ୍ରାୟ ୨,୫୦୦ ବର୍ଷର ଇତିହାସର ଅଭିଜ୍ଞତା ପ୍ରଦାନ କରୁଛି। ମାତ୍ର କିଛି ମାସ ପୂର୍ବରୁ ଜାମ୍ମୁ-କାଶ୍ମୀରର ବାରାମୁଲାରେ ବୌଦ୍ଧ ଯୁଗର ଏକ ପ୍ରମୁଖ ବୌଦ୍ଧ ସ୍ଥଳ ଆବିଷ୍କୃତ ହୋଇଥିଲା ଏବଂ ଏହାର ସଂରକ୍ଷଣ କାର୍ଯ୍ୟକୁ ଏବେ ତ୍ୱରାନ୍ୱିତ କରାଯାଉଛି।
ବନ୍ଧୁଗଣ,
ବିଗତ ଦଶ-ଏଗାର ବର୍ଷ ମଧ୍ୟରେ ଭାରତ ବୌଦ୍ଧ ସ୍ଥଳଗୁଡ଼ିକୁ ମଧ୍ୟ ଆଧୁନିକତା ସହିତ ଯୋଡ଼ିବା ପାଇଁ ପ୍ରୟାସ କରିଛି। ବୋଧଗୟାରେ ଏକ ସମ୍ମିଳନୀ କେନ୍ଦ୍ର ଏବଂ ଧ୍ୟାନ ଏବଂ ଅଭିଜ୍ଞତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାରନାଥରେ, ଧମେଖ ସ୍ତୁପାରେ ଏକ ଆଲୋକ ଏବଂ ଧ୍ୱନି ଶୋ ବ୍ୟବସ୍ଥା ଏବଂ ଏକ ବୁଦ୍ଧ ଥିମ୍ ପାର୍କ ପାଇଁ ସୃଷ୍ଟି କରାଯାଇଛି । ଶ୍ରାବସ୍ତୀ, କପିଲବାସ୍ତୁ ଏବଂ କୁଶୀନଗରରେ ଆଧୁନିକ ସୁବିଧା ବିକଶିତ କରାଯାଇଛି। ତେଲେଙ୍ଗାନାର ନାଲଗୋଣ୍ଡାରେ ଏକ ଡିଜିଟାଲ ଅଭିଜ୍ଞତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାଞ୍ଚି, ନାଗାର୍ଜୁନ ସାଗର ଏବଂ ଅମରାବତୀରେ ତୀର୍ଥଯାତ୍ରୀମାନଙ୍କ ପାଇଁ ନୂତନ ସୁବିଧା ବିକଶିତ କରାଯାଇଛି। ଆଜି, ଭାରତର ସମସ୍ତ ବୌଦ୍ଧ ତୀର୍ଥସ୍ଥାନ ମଧ୍ୟରେ ଉନ୍ନତ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଦେଶରେ ଏକ ବୌଦ୍ଧ ସର୍କିଟ୍ ସୃଷ୍ଟି କରାଯାଉଛି, ଯାହା ଦ୍ୱାରା ବିଶ୍ୱର ଭକ୍ତ ଏବଂ ତୀର୍ଥଯାତ୍ରୀମାନଙ୍କୁ ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ଗଭୀର ଅନୁଭୂତି ପ୍ରଦାନ କରିଥାଏ।
ବନ୍ଧୁଗଣ,
ଆମର ପ୍ରୟାସ ହେଉଛି ଏହା ସୁନିଶ୍ଚିତ କରିବା ଯେ ବୌଦ୍ଧ ଐତିହ୍ୟ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ସହଜ ଉପାୟରେ ପହଞ୍ଚୁ। ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀ ଏବଂ ବୈଶାଖ ଏବଂ ଆଷାଢ଼ ପୂର୍ଣ୍ଣିମା ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏହି ଚିନ୍ତାଧାରା ଦ୍ୱାରା ପରିଚାଳିତ। ଆପଣ ସମସ୍ତେ ଜାଣନ୍ତି ଯେ ଭଗବାନ ବୁଦ୍ଧଙ୍କ ଅଭିଧମ୍ମ, ତାଙ୍କ ଶବ୍ଦ ଏବଂ ତାଙ୍କ ଶିକ୍ଷା ମୂଳତଃ ପାଲି ଭାଷାରେ ଥିଲା। ଆମେ ପାଲିକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବା ପାଇଁ ପ୍ରୟାସ କରୁଛୁ। ଏହି କାରଣରୁ, ପାଲିକୁ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି, ଯାହା ଧମ୍ମକୁ ଏହାର ମୂଳ ସାରାଂଶରେ ବୁଝିବା ଏବଂ ବ୍ୟାଖ୍ୟା କରିବା ସହଜ କରିବ ଏବଂ ବୌଦ୍ଧ ପରମ୍ପରା ସହିତ ଜଡିତ ଅନୁସନ୍ଧାନକୁ ମଧ୍ୟ ମଜବୁତ କରିବ।
ବନ୍ଧୁଗଣ,
ଭଗବାନ ବୁଦ୍ଧଙ୍କ ଜୀବନ ଦର୍ଶନ ସୀମା ଏବଂ ଭୌଗୋଳିକ୍ଷେତ୍ରକୁ ଅତିକ୍ରମ କରି ବିଶ୍ୱକୁ ଏକ ନୂତନ ପଥ ଦେଖାଇଥିଲା। “ଭବତୁ ସଦ୍ଦା ମଙ୍ଗଳମ୍, ରକ୍ଷନ୍ତୁ ସଦ୍ଦା ଦେବତା, ସଦ୍ଦା ବୃଦ୍ଧାନୁଭାବେନ ସଦା ସୁତ୍ବ ଭବନ୍ତୁ ତେ”-ଏହା କେବଳ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଏକ ପ୍ରାର୍ଥନା। ଭଗବାନ ବୁଦ୍ଧ ମାନବଜାତିକୁ ଉଗ୍ରବାଦରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ: “ଅର ଦୀପୋ ଭବ ଭିକ୍ଷାଭେ ଗ୍ରହ୍ୟମ୍, ମହ୍ବାଚୋ ନ ତୁ ଗୌରାବତ୍।”ଏହାର ଅର୍ଥ ହେଉଛି,” ଭିକ୍ଷୁଗଣ, ଆପଣମାନେ ନିଜର ପ୍ରଦୀପ ହୁଅନ୍ତୁ। ଏପରିକି ମୋର କଥାଗୁଡ଼ିକୁ ମଧ୍ୟ ପରୀକ୍ଷା କର, ଏବଂ ସେଗୁଡ଼ିକୁ ଗ୍ରହଣ କରାଯିବା ଉଚିତ, କେବଳ ମୋ ପ୍ରତି ସମ୍ମାନ ପାଇଁ ନୁହେଁ।
ବନ୍ଧୁଗଣ,
ବୁଦ୍ଧଙ୍କ ଏହି ବାର୍ତ୍ତା ପ୍ରତ୍ୟେକ ଯୁଗରେ, ପ୍ରତ୍ୟେକ ସମୟରେପ୍ରାସଙ୍ଗିକ। ଆମେନିଜର ଦୀପ ନିଜେହେବା ହେଉଛି ଆତ୍ମସମ୍ମାନର ମୂଳଦୁଆ ଏବଂ ଆତ୍ମନିର୍ଭରଶୀଳତାର ସାର-“ଅତ୍ତ ଦୀପୋ ଭବ”।
ବନ୍ଧୁଗଣ,
ଭଗବାନ ବୁଦ୍ଧ ବିଶ୍ୱକୁ ସଂଘର୍ଷ ଏବଂ ଆଧିପତ୍ୟ ପରିବର୍ତ୍ତେ ଏକାଠି ଚାଲିବାର ମାର୍ଗ ଦେଖାଇଥିଲେ, ଏବଂ ଏହା ସର୍ବଦା ଭାରତର ମୂଳ ଦର୍ଶନ ହୋଇ ରହିଛି। ଆମେ ବିଚାରର ଶକ୍ତି ଏବଂ ଭାବନାର ଗଭୀରତା ମାଧ୍ୟମରେ ବିଶ୍ୱ କଲ୍ୟାଣର ପଥ ଗ୍ରହଣ କରିଛୁ, ସର୍ବଦା ମାନବତାର ସ୍ୱାର୍ଥରେ। ଏହି ଦୃଷ୍ଟିକୋଣ ସହିତ ଭାରତ ଏକବିଂଶ ଶତାବ୍ଦୀର ବିଶ୍ୱକୁ ଯୋଗଦାନ କରୁଛି। ସେଥିପାଇଁ ଯେତେବେଳେ ଆମେ କହୁ ଯେ ଏହି ଯୁଗ ଯୁଦ୍ଧର ନୁହେଁ ବରଂ ବୁଦ୍ଧଙ୍କର, ଭାରତର ଭୂମିକା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ: ମାନବତାର ଶତ୍ରୁମାନଙ୍କ ବିରୁଦ୍ଧରେ ଶକ୍ତି ଆବଶ୍ୟକ, କିନ୍ତୁ ଯେଉଁଠାରେ କେବଳ ବିବାଦ ଅଛି, କଥାବାର୍ତ୍ତା ଏବଂ ଶାନ୍ତି ଆବଶ୍ୟକ ।
ବନ୍ଧୁଗଣ,
ଭାରତ ସର୍ବଜନ ହିତାୟ, ସର୍ବଜନ ସୁଖାୟ ପ୍ରତି ପ୍ରତିବଦ୍ଧ। ଏହା ହିଁ ଭଗବାନ ବୁଦ୍ଧ ଆମକୁ ଶିଖାଇଛନ୍ତି। ମୁଁ ଆଶା କରୁଛି ଯେ ଏହି ପ୍ରଦର୍ଶନୀକୁ ଆସୁଥିବା ପ୍ରତ୍ୟେକ ପରିଦର୍ଶକ ମଧ୍ୟ ଏହି ପ୍ରେରଣା ସହିତ ଯୋଡ଼ି ହେବେ।
ବନ୍ଧୁଗଣ,
ଭଗବାନ ବୁଦ୍ଧଙ୍କ ସହଜଡ଼ିତଏହି ପବିତ୍ର ଅବଶେଷ, ଭାରତର ଐତିହ୍ୟଅଟେ। ଏକ ଶତାବ୍ଦୀ ଧରି ଅପେକ୍ଷା କରିବା ପରେ ସେମାନେ ଦେଶକୁ ଫେରିଛନ୍ତି। ତେଣୁ ମୁଁ ସାରା ଦେଶର ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଆସନ୍ତୁ ଏବଂ ଏହି ପବିତ୍ର ଅବଶେଷର ସାକ୍ଷୀ ହୁଅନ୍ତୁ, ଭଗବାନ ବୁଦ୍ଧଙ୍କ ଚିନ୍ତାଧାରା ସହିତ ଯୋଡ଼ି ହୁଅନ୍ତୁ, ଏବଂ ଅତି କମରେ ଥରେ ପରିଦର୍ଶନ କରନ୍ତୁ। ମୁଁ ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ, କଲେଜର ଛାତ୍ରଛାତ୍ରୀ, ଯୁବ ସାଥୀ, ପୁଅ-ଝିଅମାନଙ୍କୁ ଏହି ପ୍ରଦର୍ଶନୀକୁ ନିଶ୍ଚୟ ଦେଖିବା ପାଇଁ ଅନୁରୋଧ କରୁଛି। ଏହି ପ୍ରଦର୍ଶନୀ ଆମ ଅତୀତର ଗୌରବକୁ ଆମ ଭବିଷ୍ୟତର ସ୍ୱପ୍ନ ସହିତ ଯୋଡ଼ିବା ପାଇଁ ଏକ ବଡ଼ ମାଧ୍ୟମ। ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ମୁଁ ସାରା ଦେଶର ଜନସାଧାରଣଙ୍କୁ ନିବେଦନ କରୁଛି। ଏହି ନିବେଦନ ସହିତ, ମୁଁ ପୁଣିଥରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।
ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ!
ନମୋ ବୁଦ୍ଧାୟ!
*********
NS
Speaking during the inauguration of the Grand International Exposition of Sacred Piprahwa Relics related to Bhagwan Buddha.
— Narendra Modi (@narendramodi) January 3, 2026
https://t.co/8irFbkh8pn
For India, the sacred relics of Bhagwan Buddha are not merely artefacts; they are a part of our revered heritage and an inseparable part of our civilisation. pic.twitter.com/RxtISK4zGX
— PMO India (@PMOIndia) January 3, 2026
The wisdom and path shown by Bhagwan Buddha belong to all of humanity. pic.twitter.com/CkAhd75nVm
— PMO India (@PMOIndia) January 3, 2026
Bhagwan Buddha belongs to everyone and unites us all. pic.twitter.com/brhXvjxuCE
— PMO India (@PMOIndia) January 3, 2026
India is not only the custodian of the sacred relics of Bhagwan Buddha, but also a living carrier of that timeless tradition. pic.twitter.com/84ylJpMluf
— PMO India (@PMOIndia) January 3, 2026
India has made continuous efforts to contribute to the development of Buddhist heritage sites across the world. pic.twitter.com/Om9OwTkxTT
— PMO India (@PMOIndia) January 3, 2026
Bhagwan Buddha's teachings are originally in the Pali language. Our effort is to take Pali to a broader audience. For this, Pali has been accorded the status of a classical language. pic.twitter.com/kCCN6H9EXn
— PMO India (@PMOIndia) January 3, 2026
भगवान बुद्ध के पवित्र अवशेष हमारी सभ्यता के अभिन्न अंग हैं। मुझे खुशी है कि करीब सवा सौ साल बाद उनकी कर्मभूमि, चिंतनभूमि और महा-परिनिर्वाण भूमि पर इनकी वापसी हुई है। pic.twitter.com/Yh23IsEteY
— Narendra Modi (@narendramodi) January 3, 2026
बीते कुछ महीनों में भगवान बुद्ध से जुड़े पावन अवशेष जिन देशों में गए, वहां आस्था और श्रद्धा का ज्वार उमड़ आया। नई दिल्ली में लगी प्रदर्शनी वसुधैव कुटुंबकम की भावना का ही एक भव्य उत्सव है। pic.twitter.com/MJDBoncmHn
— Narendra Modi (@narendramodi) January 3, 2026
भगवान बुद्ध का मेरे जीवन में बहुत ही गहरा स्थान रहा है। वडनगर हो या सारनाथ या फिर वैश्विक बौद्ध स्थल, उनकी विरासत से जुड़ना मेरे लिए बहुत सौभाग्य की बात रही है। pic.twitter.com/qJT9CpFKxC
— Narendra Modi (@narendramodi) January 3, 2026
नई दिल्ली में आयोजित कार्यक्रम में भगवान बुद्ध के दर्शन और बौद्ध संस्कृति को अभिव्यक्त करती शानदार प्रस्तुतियां हर किसी को मंत्रमुग्ध कर गईं। pic.twitter.com/Iul7L0TEBH
— Narendra Modi (@narendramodi) January 3, 2026