ପିଏମଇଣ୍ଡିଆ
ଭାରତର ପ୍ରଧାନ ବିଚାରପତି, ଜଷ୍ଟିସ୍ ଟି.ଏସ୍. ଠାକୁର,
ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟର ସମ୍ମାନସ୍ପଦ ବିଚାରପତି ଗଣ,
ଖ୍ୟାତିସµନ୍ନ ଅତିଥି ଓ ବନ୍ଧୁଗଣ,
ଭଦ୍ର ମହିଳା ଓ ବ୍ୟକ୍ତିମାନେ,
ଆରମ୍ଭ କରିବା ପୂର୍ବରୁ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ ପାଇଁ ନୀତି ଆୟୋଗକୁ ଧନ୍ୟବାଦ ଦେଉଛି ।
ସମ୍ଭବତଃ ମଧ୍ୟସ୍ଥତା ଆଇନ ସବୁଠାରୁ ସହଜବୋଧ ବ୍ୟାଖ୍ୟା ମହାତ୍ମା ଗାନ୍ଧୀଙ୍କ ନିକଟରୁ ଆସିଥିଲା, ଯିଏକି କହିଥିଲେ:
“ମୁଁ ଆଇନର ପ୍ରକୃତ ପଦ୍ଧତି ଶିକ୍ଷା କରିପାରିଛି । ମୁଁ ମଣିଷ ପ୍ରକୃତିର ସକରାତ୍ମକ ଦିଗକୁ ପାଇପାରିଛି ଏବଂ ମଣିଷ ହୃଦୟରେ ପ୍ରବେଶ କରିବାର ମାଧ୍ୟମ ପାଇପାରିଛି । ମୁଁ ଅନୁଭବ କରିଛି, ଏକ ବିବାଦରେ ଜଡ଼ିତ ଥିବା ପକ୍ଷମାନଙ୍କୁ ଏକତ୍ର କରିବା ଜଣେ ଉତ୍ତମ ଆଇନଜିବୀର ପ୍ରକୃତ କର୍ତ୍ତବ୍ୟ । ଏହି ଶିକ୍ଷା ମୋ ଭିତରେ ଏପରି ଅଲିଭା ଚିହ୍ନ ଭାବେ ଥିଲା ଯେ ମୋ ୨୦ ବର୍ଷର ଆଇନଜିବୀ ପେସାରେ ଶହଶହ ମାମଲାରେ ସର୍ବାଧିକ ସମୟ ବେସରକାରୀ ଭାବେ ବିଭିନ୍ନ ପକ୍ଷଙ୍କୁ ଏକତ୍ର କରିବାରେ ଯାଇଥିଲା । ଏହା ଫଳରେ ମୁଁ କିଛି ହରାଇନି, ଏପରିକି ଅର୍ଥ ବି ନୁହେଁ, ନିଜର ଆତ୍ମା ତ କଦାଚିତ୍ ନୁହେଁ । ”
ବନ୍ଧୁଗଣ,
ଭାରତ ଏବେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା, ଏବଂ ବିଦେଶୀ ନିବେଶ ପାଇଁ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ । ବାସ୍ତବରେ ବିଶ୍ଵ ଅର୍ଥବ୍ୟବସ୍ଥାରେ ଆମେ ଉଜ୍ଵଳ ସ୍ଥାନରେ ଛିଡ଼ା ହୋଇଛୁ । ଏହା ଭାରତର ମୌଳିକ ଶକ୍ତିର ଫଳ: ଗଣତନ୍ତ୍ର, ଜନସଂଖ୍ୟାଗତ ଲାଭ ଓ ଚାହିଦା । ଆମେ ଏହି ଶକ୍ତିକୁ ସମ୍ପୁର୍ଣ୍ଣ ଉପଯୋଗ କରିବା ଆବଶ୍ୟକ । ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଦୀର୍ଘକାଳୀନ ନିବେଶ ଦ୍ଵାରା ଏହା କେବଳ ସମ୍ଭବ ହୋଇପାରିବ । ଆମ ଘରୋଇ ବଜାର ଏବେ ବିଖଣ୍ଡିତ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କର ଉତ୍ପାଦ ଓ ସେବାଗୁଡ଼ିକୁ ଖର୍ଚ୍ଚବହୁଳ କରିଛି । ଆନ୍ତଃରାଜ୍ୟ ବେପାରକୁ ଏହା କ୍ଷତି କରୁଛି । ଏ ସମନ୍ୱିତ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ଆମେ ଏକ ଦ୍ରବ୍ୟ ଓ ସେବା କର ଆଇନ ପ୍ରଣୟନ କରୁଛୁ । ଏହା ଘରୋଇ ବଜାରର ଚାହିଦା ବଢ଼ାଇବା ସହ ନିଯୁକ୍ତି ସୃଷ୍ଟି ଏବଂ ଭାରତୀୟଙ୍କ ସକାଶେ ଅଧିକ ବ୍ୟବସାୟର ସୁଯୋଗ ଆଣିଦେବ ।
ଭାରତରେ ଏବେ ଡିଜିଟାଲ ବିପ୍ଲବ ଆସିଛି । ଭାରତୀୟ ସମାଜ, ବିଶେଷ କରି ଗ୍ରାମ୍ୟ ସମାଜରେ ଏହା ଡିଜିଟାଲ ଏବଂ ଅର୍ଥନୈତିକ ପାର୍ଥକ୍ୟ ମଧ୍ୟରେ ସେତୁ ସୃଷ୍ଟି କରିଛି । ଏହି ବିପ୍ଲବ ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ଦୃଢ଼ କରିବ, ଯଦ୍ଵାରା କି ଭାରତୀୟ ଅର୍ଥବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ।
ଅଭିନବ ବ୍ୟବସାୟ ଢାଞ୍ଚା ଏବଂ ଆପ୍ ଭିତ୍ତିକ ଷ୍ଟାର୍ଟ-ଅପ୍ ଏବେ ଭାରତୀୟଙ୍କ ମଧ୍ୟରେ ବ୍ୟବସାୟିକ ଭାବନା ସୃଷ୍ଟି କରିପାରିଛି । ଗତକାଲି ନିଯୁକ୍ତି ଖୋଜୁଥିବା ବ୍ୟକ୍ତି ଆଜି ଅନ୍ୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଆଇନ ପେସା ମଧ୍ୟ ଡିଜିଟାଲ ଜଗତ ଆଡକୁ ଗତି କରୁଛି । ଆଇନଜିବୀଙ୍କ ଲାଇବ୍ରେରୀର ମୋକଦ୍ଦମା ତାଲିକା ଠାରୁ ଆରମ୍ଭ କରି ମୋକଦ୍ଦମାର ଆଇନ ସବୁ କିଛି ଏବେ ମୋବାଇଲ ଫୋନର ଗୋଟିଏ କ୍ଲିକରେ ଉପଲବ୍ଧ ହେଉଛି ।
ବନ୍ଧୁଗଣ,
ବ୍ୟବସାୟ ଜଗତ ଭାରତୀୟ ବଜାରରେ ଆଇନର ବ୍ୟାପକତା ନେଇ ପ୍ରତିଶ୍ରୁତି ଚାହେଁ । ରାତାରାତ ସ୍ଵେଚ୍ଛାଚାରୀ ଢଙ୍ଗରେ ଆଇନର ଚେହେରାରେ ପରିବର୍ତ୍ତନ ହୋଇଯିବ ନାହó ବୋଲି ପ୍ରତିଶ୍ରୁତି ସେମାନେ ଆବଶ୍ୟକ କରନ୍ତି । ଏବଂ ବ୍ୟବସାୟିକ ବିବାଦର ସମାଧାନ ଦକ୍ଷତାର ସହ ହେବା ଉଚିତ । ସ୍ଵଚ୍ଛ ମୀମାଂସାଗତ ସଂସ୍କୃତି ଆଧାରରେ ଏକ ସୁଦୃଢ଼ ଆଇନଗତ ଢାଞ୍ଚା ଆବଶ୍ୟକ ।
ଏହି ଲକ୍ଷ୍ୟ ହାସଲ ଦିଗରେ ଆମେ ଆମ ଆଇନ ବ୍ୟବସ୍ଥାରେ ସୁଦୂରପ୍ରସାରୀ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛୁ । ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଣା ଆଇନକୁ ଆମେ ରଦ୍ଦ କରିଦେଇଛୁ । ଆମେ ଏକ ବ୍ୟାପକ ଦେବାଳିଆ ଓ ଋଣ ପରିଶୋଧ କୋଡ଼ ୨୦୧୬ ପ୍ରଣୟନ କରିଛୁ । ଏହା ବ୍ୟତୀତ ଜାତୀୟ କମ୍ପାନୀ ଆଇନ୍ ଟ୍ରିବୁନାଲ ଓ ମୁଦ୍ରା ନୀତି କମିଟି ଗଠନ ସଙ୍ଗେ ସଫଳତାର ସହ ଦ୍ରବ୍ୟ ଓ ନିରାପତ୍ତା ବଜାରର ମିଶ୍ରଣ ଘଟାଇପାରିଛୁ ।
ଅଧିକନ୍ତୁ, ଦେବାଳିଆ ଆଇନ ସହ ସମନ୍ଵୟ ରକ୍ଷାକରି, ଆମେ ଏସଏଆରଏଫଏଇଏସଆଇ ଏବଂ ଡ଼ିଆରଟି ଆଇନମାନଙ୍କରେ ଚଳିତ ବର୍ଷ ସଂଶୋଧନ ଆଣିଛୁ ଯଦ୍ଵାରା ପରିବର୍ତ୍ତିତ ଋଣ ଦେଣନେଣ ପ୍ରକ୍ରିୟା ସରଳ ହୋଇପାରିବ ଏବଂ ବ୍ୟବସାୟ ବାଣିଜ୍ୟ କାରବାର ମଧ୍ୟ ସହଜ ହେବ ।
କିନ୍ତୁ, ଆଇନଗତ ସଂସ୍କାର ସେତିକିବେଳେ ତାର ଇପସିତ ସଫଳତା ପ୍ରଦାନ କରିବାକୁ ସକ୍ଷମ ହେବ ଯେତେବେଳେ ଏକ ସଫଳ ଓ ସକ୍ରିୟ ବିବାଦ ସମାଧାନ ବ୍ୟବସ୍ଥା କାର୍ଯ୍ୟକରିବ । ଭାରତୀୟ ସମ୍ବିଧାନର ଏକ ମୌଳିକ ବୈଶିଷ୍ଟ୍ୟ ହେଲା ନ୍ୟାୟପାଳିକାର ସ୍ଵାୟତ୍ତତା । ନ୍ୟାୟିକ ବ୍ୟବସ୍ଥାର ସ୍ଵାୟତ୍ତତା ଉପରେ ଦେଶର ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ ସଭିଏଁ ଗଭୀର ଆସ୍ଥା ପ୍ରକଟ କରିଆସିଛନ୍ତି । ସେହିଭଳି ଲୋକମାନଙ୍କ ଆଶା ଆକାଙକ୍ଷାକୁ ପୂରଣ କରିବା ଦିଗରେ ଆମ ସରକାର ନ୍ୟାୟିକ ପ୍ରଶାସନର ଭିତ୍ତିଭୂମିକୁ ସୁଦୃଢ଼ କରିବା ସକାଶେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆମେ ବ୍ୟବସାୟିକ ବିଚାରାଳୟ, ବ୍ୟବସାୟିକ ଡ଼ିଭିଜନ ଏବଂ ଉଚ୍ଚ ନ୍ୟାୟାଳୟର ବ୍ୟବସାୟିକ ଆପିଲେଟ ଡ଼ିଭିଜନ ଆଇନ ୨୦୧୬ ପ୍ରବର୍ତ୍ତନ କରିଛୁ ଯଦ୍ଵାରା ବ୍ୟବସାୟିକ ବିବାଦଗୁଡ଼ିକର ତୁରନ୍ତ ଫଇସଲା କରାଯାଇପାରିବ । ଏତଦବ୍ୟତୀତ, ଏକ ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍ ସ୍ଥାପନ କରାଯାଇଛି ଯାହାଫଳରେ ଦେଶର ଜିଲ୍ଲା କୋର୍ଟଗୁଡ଼ିକରେ ଫଇସଲା ନିମନ୍ତେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାକୁ ଏହା ଆବଶ୍ୟକ ଡାଟା ଯୋଗାଇପାରିବ । ସମଗ୍ର ବିଚାର ବ୍ୟବସ୍ଥାକୁ କମ୍ପ୍ୟୁଟରୀକରଣ କରାଯିବା ସକାଶେ ଇ-କୋର୍ଟ ଅଭିଯାନ ମାଧ୍ୟମରେ ଉଦ୍ୟମ ଜାରି ରହିଛି ।
ଆମ ସରକାର ବର୍ତ୍ତମାନ କାର୍ଯ୍ୟ କରୁଥିବା ଟ୍ରିବୁନାଲଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା ଲାଗି ଏକ ବ୍ୟବସ୍ଥା ଦିଗରେ କାର୍ଯ୍ୟ ଜାରିରଖôôଛି । ଏହା ଫଳରେ ବର୍ତ୍ତମାନର ଜଟିଳ ଟ୍ରିବୁନାଲ ବ୍ୟବସ୍ଥାକୁ ସରଳ ଓ ସହଜ କରାଯାଇପାରିବ । ସମାନ୍ତରାଳ ଭାବେ ଏକ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାର ବାତାବରଣ ସୃଷ୍ଟି ସକାଶେ ଆମେ ଉଦ୍ୟମ କରୁଛୁ ଯାହା ମଧ୍ୟରେ ମଧ୍ୟସ୍ଥତା, ସାଲିସ ଏବଂ ଆପୋଷ ମିଳାମିଶା ପ୍ରକ୍ରିୟା ଆଦି ସାମିଲ ରହିବ । ଏହା ନିବେଶକ ତଥା ବ୍ୟବସାୟିକ ଅନୁଷ୍ଠାନମାନଙ୍କୁ ବିବାଦ ସମାଧାନ ଲାଗି ଅଧିକ ସୁଯୋଗ ପ୍ରଦାନ କରିବ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟଟି ହେଲା, ଭାରତୀୟ ବିଚାରାଳୟମାନଙ୍କ ଉପରେ ପଡ଼ୁଥିବା ମାମଲାର ବୋଝକୁ ଏହା ଢ଼େର୍ ପରିମାଣରେ ହାଲୁକା କରିବ ।
ମଧ୍ୟସ୍ଥତା ମାଧ୍ୟମରେ ବିବାଦମାନଙ୍କ ସମାଧାନ ପ୍ରକ୍ରିୟା ଆମପାଇଁ ନୂଆ କଥା ନୁହେଁ । ପ୍ରାଚୀନ ଭାରତରେ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ନିମନ୍ତେ ବିଭିନ୍ନ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଥିବାର ବ୍ୟବସ୍ଥା ଥିଲା । ସେଗୁଡ଼ିକ ମଧ୍ୟରେ କୁଲାନୀ ଅଥବା ଗ୍ରାମ୍ୟ ପରିଷଦ, ଶ୍ରେଣୀ ଅଥବା ନିଗମ, ଏବଂ ପରିଷଦ ବ୍ୟବସ୍ଥା ଅନ୍ୟତମ । ସେହିପରି, ମହାଜନ ଏବଂ ସଭାଗୃହ (ଚାମ୍ବର) ମାଧ୍ୟମରେ ବ୍ୟବସାୟିକ ବିବାଦମାନଙ୍କର ସମାଧାନ କରାଯାଉଥିଲା । ଆଜି କର୍ପୋରେଟ ଏବଂ ଆର୍ଥିକ ଅନୁଷ୍ଠାନମାନେ ସେମାନଙ୍କର ବ୍ୟବସାୟିକ କାରବାର ପାଇଁ କୌଣସି ବିବାଦ ଅଥବା ଆଇନଗତ ମନୋମାଳିନ୍ୟ ବିନା ସହଜ ଓ ସୁଗମ ପ୍ରକ୍ରିୟା ନିମନ୍ତେ ଆଇନ ବିଶାରଦମାନଙ୍କ ସହାୟତା ଲୋଡ଼ୁଛନ୍ତି । ଯଦି କୌଣସି ବିବାଦ ଉପୁଜିଲା, କର୍ପୋରେଟମାନେ କୋର୍ଟକୁ ନଯାଇ, ମଧ୍ୟସ୍ଥତା ଜରିଆରେ ତାହାର ତୁରନ୍ତ ସମାଧାନ କରିଦେବାକୁ ଆଗ୍ରହୀ । ସେଥିପାଇଁ, ସେମାନେ ମଧ୍ୟସ୍ଥତା ଜରିଆରେ ବିବାଦ ସମାଧାନ କରିପାରୁଥିବା ଭଳି ଆଇନଜ୍ଞମାନଙ୍କୁ ଖୋଜୁଛନ୍ତି । ବିକଳ୍ପ ବିବାଦ ସମାଧାନ ପନ୍ଥା ମଧ୍ୟ ବ୍ୟକ୍ତିଗତ ତଥା ବ୍ୟବସାୟିକ ସଂପର୍କକୁ ଅତୁଟ ରଖôଥାଏ ଯାହାକି କୋର୍ଟ କଚେରୀ ମାମଲା ଫଳରେ ବ୍ୟାହତ ହୋଇଥାଏ । ନିକଟ ଅତୀତର ଧାରା ସୂଚାଏ ଯେ ହଂକଂ ଏବଂ ସିଙ୍ଗାପୁର ଭଳି ଏସୀୟ କେନ୍ଦ୍ରଗୁଡ଼ିକ ମଧ୍ୟସ୍ଥତା ଜରିଆରେ ବିବାଦ ସମାଧାନର ସହଜ ଓ ଗ୍ରହଣୀ ସ୍ଥଳୀଭାବେ ମୁଣ୍ଡ ଟେକିଛନ୍ତି । ଜନପ୍ରିୟ ବ୍ୟବସାୟିକ କେନ୍ଦ୍ର ଭାବେ ଇଜ ଅଫ୍ ଡ଼ୁଇଂ ବିଜିନେସ୍ କ୍ଷେତ୍ରରେ ସେହିସବୁ ସ୍ଥାନ ବେଶ୍ ଉଚ୍ଚ ସ୍ଥାନରେ ରହିଛନ୍ତି । ତେଣୁ, ଇଜ ଅଫ୍ ଡ଼ୁଇଂ ବିଜିନେସ ପାଇଁ ଆର୍ବିଟ୍ରେସନ୍ ମେକାନିଜମ ଅଥବା ଗୁଣାମôକ ମଧ୍ୟସ୍ଥତା ବ୍ୟବସ୍ଥା ଏକାନ୍ତ ଜରୁରି ଏବଂ ତାହା ଉପଲବ୍ଧ କରାଇବା ସକାଶେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।
ବନ୍ଧୁଗଣ,
ଏକ ସକ୍ରିୟ ମଧ୍ୟସ୍ଥତା ବ୍ୟବସ୍ଥା କରିବା ଉପରେ ଆମ ସରକାର ସବୁଠାରୁ ଅଧିକ ଗୁରୁତ୍ଵ ଆରୋପ କରେ । ଏହି ପରିପ୍ରେକ୍ଷୀରେ ନିକଟରେ ଆମେ ମଧ୍ୟସ୍ଥତା ଓ ତୋଷଣ ଆଇନରେ ବ୍ୟାପକ ସଂଶୋଧନ ଘଟାଇଛୁ । ଏହା ମଧ୍ୟସ୍ଥତା ପ୍ରକ୍ରିୟାକୁ ଅଧିକ ସରଳ କରିଛି, ତଥା କୋଣସି ପ୍ରକାର ହଇରାଣ ହରକତ ବିନା କମ୍ ସମୟ ମଧ୍ୟରେ ବିବାଦଗୁଡ଼ିକର ସମାଧାନ ହୋଇପାରୁଛି । ଆମର ଏହି ଆଇନ ୟୁଏନସିଆଇଟିଆରଏଏଲ ମଡ଼େଲ ଆଇନ ଆଧାରରେ ପ୍ରଣୀତ ହୋଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା, ସାଧାରଣ ପରିସ୍ଥିତିରେ ଆପୋଷ ସମାଧାନ ଟ୍ରିବୁନାଲ ୧୨ ମାସ ମଧ୍ୟରେ ତାର ଫଇସଲା ଶୁଣାଣିକୁ ସୁନିଶ୍ଚିତ କରିବା । ଫାଷ୍ଟଟ୍ରାକ୍ ପ୍ରକ୍ରିୟାରେ ଫଇସଲାର ଶୁଣାଣି ଅବଧି ଛଅ ମାସ ହୋଇଥାଏ । ଏପରିକି ୬୦ ଦିନ ମଧ୍ୟରେ କୋର୍ଟ ମଧ୍ୟସ୍ଥ ନିଯୁକ୍ତ କରିବା ପ୍ରକ୍ରିୟା ଶେଷ କରିଥାନ୍ତି । ପୂର୍ବରୁ ଏଥିପାଇଁ ଫଇସଲା ଶୁଣାଣି ନିମନ୍ତେ ସାମ୍ନା କରିବାକୁ ପଡ଼ୁଥିବା ସମସ୍ୟାକୁ ଦୂର କରାଯାଇପାରିଛି ।
ଅଧିକନ୍ତୁ, ନୂତନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ଫଇସଲାକୁ ଚାଲେଞ୍ଜ୍ କରି ଆଗତ ଆବେଦନକୁ କୋର୍ଟ ଏକବର୍ଷ ମଧ୍ୟରେ ସମାଧାନ କରିବାର ବ୍ୟବସ୍ଥା ହୋଇଛି । ପୁନଶ୍ଚ, କେବଳ ଅନ୍ତର୍ଜାତୀୟ ନିୟମାବଳୀକୁ ପାଳନ ପୂର୍ବକ କୋର୍ଟ ମଧ୍ୟସ୍ଥତା ଫଇସଲାକୁ ହó ପ୍ରତ୍ୟାଖ୍ୟାନ କରିପାରିବେ । ତେଣୁ ଏଭଳି ସଂଶୋଧନ ଆମ ଆଇନ ବ୍ୟବସ୍ଥାକୁ ବିଶ୍ଵ ସ୍ତରରେ ପ୍ରଚଳିତ ଶ୍ରେଷ୍ଠ ବିଧିବ୍ୟବସ୍ଥାର ଅନୁପନ୍ଥୀ କରିପାରିଛି । ତଦ୍ଵାରା ଭାରତ ଏବେ ମଧ୍ୟସ୍ଥତା ମାଧ୍ୟମରେ ବିବାଦ ସମାଧାନ ଦିଗରେ ବିଶ୍ଵର ଏକ ପ୍ରମୁଖ ଜଙ୍କସନରେ ପରିଣତ ହୋଇଛି । କିନ୍ତୁ ସଦାବେଳେ ବଡ଼ ସୁଯୋଗ ମଧ୍ୟ ବଡ଼ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ସେହି ସବୁ ଚାଲେଞ୍ଜଗୁଡ଼ିକ ମଧ୍ୟରେ ରହିଛି : ଗୁଣାମôକ ମାନ ଦୃଷ୍ଟିରୁ ବିଶ୍ଵସ୍ତରରେ ସ୍ଵୀକୃତ ସୁମଧ୍ୟସ୍ଥକମାନଙ୍କ ଉପଲବ୍ଧତା, ପେଶାଦାରୀ ଆଚରଣକୁ ନିଷ୍ଠାର ସହ ପାଳନ କରିବା, ନିରପେକ୍ଷତାକୁ ସୁନିଶ୍ଚିତ କରିବା ତଥା ମାମଲାଗୁଡ଼ିକ ଯଥା ସମୟରେ ପରିଚାଳନା ଓ ସମାଧାନ କରାଯିବା; ଏବଂ ସର୍ବୋପରି, ସୁଲଭ ମୂଲ୍ୟରେ ମାମଲା ପରିଚାଳନା କରାଯିବା ।
ଭାରତରେ ବିଚକ୍ଷଣ ଓ ବିଜ୍ଞ ଓକିଲ ଓ ବିଚାରପତିଙ୍କର ଅଭାବ ନାହó । ଭାରତରେ ଅଧିକ ସଂଖ୍ୟକ ଅବସରପ୍ରାପ୍ତ ବିଚାରପତି ତଥା ବୈଜ୍ଞାନିକଗଣ ଉପଲବ୍ଧ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଆର୍ବିଟ୍ରେଟର୍ ଭାବେ କାର୍ଯ୍ୟ କରିପାରିବେ । ଅଧିକରୁ ଅଧିକ ସଂଖ୍ୟକ ମଧ୍ୟସ୍ଥ ବିଶେଷଜ୍ଞ ତଥା ଆଇନଜ୍ଞମାନଙ୍କ ଉପଲବ୍ଧତା ଭାରତର ଆର୍ଥିକ ସ୍ଵାର୍ଥ ରକ୍ଷା ନିମନ୍ତେ ଏକାନ୍ତ ଆବଶ୍ୟକ । ଏଥିପାଇଁ ଦେଶରେ ଆଇନ ଶିକ୍ଷାର ପରିସରକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି । ପୁନଶ୍ଚ, ମଧ୍ୟସ୍ଥ ବାର୍ ଆସୋସିଏସନ୍ (ଓକିଲ ସଂଘ) ଗଠନ କରାଯିବା ମଧ୍ୟ ଜରୁରି । ପୁଣି ଆମକୁ ପେଶାଦାରୀ ଢ଼ଙ୍ଗରେ ମଧ୍ୟସ୍ଥତା କରୁଥିବା ଭଳି ଅନୁଷ୍ଠାନମାନ ବିକାଶ କରାଇବାର ବି ଆବଶ୍ୟକତା ରହିଛି ଯେଉଁମାନେ ଭାରତୀୟ ବ୍ୟବସାୟିକ ସଂସ୍ଥାମାନଙ୍କୁ ସୁଲଭ ମୂଲ୍ୟରେ ଆନ୍ତର୍ଜାତୀୟ ସ୍ତରର ମଧ୍ୟସ୍ଥତା ଜନିତ ସେବା ଉପଲବ୍ଧ କରାଇପାରିବେ । ଏହି ଉଦ୍ୟମରେ ଆମେ ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ ଅନୁଷ୍ଠାନମାନଙ୍କୁ ଭାରତକୁ ସ୍ଵାଗତ କରୁଛୁ । ନ୍ୟାୟପାଳିକା ତଥା ମଧ୍ୟସ୍ଥ ବ୍ୟବସ୍ଥାର ଉଦ୍ୟମକୁ ସହଯୋଗ କରିବା ଭଳି ଉପାୟ ସମ୍ପର୍କରେ ଆମକୁ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ । ମଧ୍ୟସ୍ଥତା ଏପରି ଏକ ଉପାୟ ଯାହାର ସାମର୍ଥ୍ୟକୁ ଏପର୍ଯ୍ୟନ୍ତ ଆମ ଦେଶରେ ସେପରି ଭାବେ ଉପଯୋଗ କରାଯାଇପାରିନାହó ।
ବନ୍ଧୁଗଣ,
ଭାରତ ପାଇଁ ଏକ ସକ୍ଷମ ବିକଳ୍ପ ବିବାଦ ସମାଧାନ ପରିବେଶ ସୃଷ୍ଟି କରାଯିବା ଏକାନ୍ତ ଜରୁରି । ଆମକୁ ମଧ୍ୟସ୍ଥତା କ୍ଷେତ୍ରରେ ବିଶ୍ଵ ସ୍ତରରେ ଭାରତକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉପସ୍ଥାପନ କରିବାକୁ ପଡ଼ିବ । ରୋସ୍କେ ପାଉଣ୍ଡଙ୍କ ପ୍ରଖ୍ୟାତ ଉକ୍ତି ଅନୁସାରେ, ଆଇନ୍ ସୁଦୃଢ଼ ହେବା ଜରୁରି କିନ୍ତୁ ତାହା ସ୍ଥିର ହୋଇ ନଯିବା ଦରକାର । ତେଣୁ ଆମକୁ ଏହାଠାରୁ ବଳି ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଏହି ସମ୍ମିଳନୀ ଏଥିପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି ଏବଂ ଏ ଦିଗରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା, ନୀତି ନିର୍ଦ୍ଧାରଣ ଜନିତ ମାନସିକତା ସୃଷ୍ଟି କରିବାରେ ସହାୟକ ହୋଇଛି ।
ମୋର ଦୃଢ଼ ବିଶ୍ଵାସ ଯେ ଏଠାରେ ହୋଇଥିବା ଆଲୋଚନା ଭାରତରେ ମଧ୍ୟସ୍ଥତା ଜନିତ ନ୍ୟାୟିକ ବ୍ୟବସ୍ଥା ବିକାଶ ଦିଗରେ ସହାୟକ ହେବ ଯାହା ଫଳରେ ଆନ୍ତର୍ଜାତିକ ସ୍ତରର ପେଶାଦାରମାନେ, କର୍ପୋରେଟ ସଂସ୍ଥାମାନେ ଏବଂ ଆଇନ ବିଶାରଦ ଭାତୃତ୍ଵ ଭାରତକୁ ଏ ଦିଗରେ ଏକ ପ୍ରାଣକେନ୍ଦ୍ର ବୋଲି ହେତୁକରିବେ । ଆପଣମାନଙ୍କ ସୁପାରିଶଗୁଡ଼ିକୁ ସଫଳତାର ସହ ପ୍ରବର୍ତ୍ତନ ପାଇଁ ଆମେ ଶତତ କାମନା କରୁଛୁ ।
ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ।
****
India is experiencing a digital revolution. This is bridging the digital and economic divide in Indian society: PM @narendramodi
— PMO India (@PMOIndia) October 23, 2016
From cause-lists to case-laws, the lawyer’s library is now just a click away on your mobile phone: PM Modi https://t.co/Iy8hu3Nre5
— PMO India (@PMOIndia) October 23, 2016
Over a 1000 archaic laws have been scrapped. We have
— PMO India (@PMOIndia) October 23, 2016
enacted a comprehensive Insolvency and Bankruptcy Code, 2016: PM Modi
We have implemented the National Company Law Tribunals &
— PMO India (@PMOIndia) October 23, 2016
established a statutory Monetary Policy Committee: PM Modi
We have enacted Commercial Courts, Commercial Division & Commercial Appellate Division of High Courts Act 2015 for speedy resolution:PM Modi
— PMO India (@PMOIndia) October 23, 2016
A National Judicial Data Grid has been set up to provide data on cases pending in district courts across the country: PM Modi
— PMO India (@PMOIndia) October 23, 2016
We need to facilitate a vibrant ecosystem for alternate dispute resolution, including arbitration, mediation and conciliation: PM Modi
— PMO India (@PMOIndia) October 23, 2016
Major amendments have been made to Arbitration and Conciliation Act. This has made arbitration process easy, timely & hassle-free: PM Modi
— PMO India (@PMOIndia) October 23, 2016
India has no dearth of brilliant lawyers and judges. We have a large no of retired judges,engineers &scientists who can serve as arbitrators
— PMO India (@PMOIndia) October 23, 2016
An alternate dispute resolution ecosystem is a national priority for India. We need to promote India globally as an arbitration hub: PM Modi
— PMO India (@PMOIndia) October 23, 2016
Am sure deliberations shall help in strengthening Arbitration & set a milestone in positioning India as a global hub for arbitration:PM Modi
— PMO India (@PMOIndia) October 23, 2016