Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତରେ ମଧ୍ୟସ୍ଥତା ଆଇନ ଏବଂ ଏହାର ପ୍ରଣୟନକୁ ସୁଦୃଢ଼ କରିବା ସµର୍କିତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ସମ୍ବୋଧନ

ଭାରତରେ ମଧ୍ୟସ୍ଥତା ଆଇନ ଏବଂ ଏହାର ପ୍ରଣୟନକୁ ସୁଦୃଢ଼ କରିବା ସµର୍କିତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ସମ୍ବୋଧନ


ଭାରତର ପ୍ରଧାନ ବିଚାରପତି, ଜଷ୍ଟିସ୍ ଟି.ଏସ୍. ଠାକୁର,
ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟର ସମ୍ମାନସ୍ପଦ ବିଚାରପତି ଗଣ,
ଖ୍ୟାତିସµନ୍ନ ଅତିଥି ଓ ବନ୍ଧୁଗଣ,

ଭଦ୍ର ମହିଳା ଓ ବ୍ୟକ୍ତିମାନେ,

ଆରମ୍ଭ କରିବା ପୂର୍ବରୁ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ ପାଇଁ ନୀତି ଆୟୋଗକୁ ଧନ୍ୟବାଦ ଦେଉଛି ।

ସମ୍ଭବତଃ ମଧ୍ୟସ୍ଥତା ଆଇନ ସବୁଠାରୁ ସହଜବୋଧ ବ୍ୟାଖ୍ୟା ମହାତ୍ମା ଗାନ୍ଧୀଙ୍କ ନିକଟରୁ ଆସିଥିଲା, ଯିଏକି କହିଥିଲେ:

“ମୁଁ ଆଇନର ପ୍ରକୃତ ପଦ୍ଧତି ଶିକ୍ଷା କରିପାରିଛି । ମୁଁ ମଣିଷ ପ୍ରକୃତିର ସକରାତ୍ମକ ଦିଗକୁ ପାଇପାରିଛି ଏବଂ ମଣିଷ ହୃଦୟରେ ପ୍ରବେଶ କରିବାର ମାଧ୍ୟମ ପାଇପାରିଛି । ମୁଁ ଅନୁଭବ କରିଛି, ଏକ ବିବାଦରେ ଜଡ଼ିତ ଥିବା ପକ୍ଷମାନଙ୍କୁ ଏକତ୍ର କରିବା ଜଣେ ଉତ୍ତମ ଆଇନଜିବୀର ପ୍ରକୃତ କର୍ତ୍ତବ୍ୟ । ଏହି ଶିକ୍ଷା ମୋ ଭିତରେ ଏପରି ଅଲିଭା ଚିହ୍ନ ଭାବେ ଥିଲା ଯେ ମୋ ୨୦ ବର୍ଷର ଆଇନଜିବୀ ପେସାରେ ଶହଶହ ମାମଲାରେ ସର୍ବାଧିକ ସମୟ ବେସରକାରୀ ଭାବେ ବିଭିନ୍ନ ପକ୍ଷଙ୍କୁ ଏକତ୍ର କରିବାରେ ଯାଇଥିଲା । ଏହା ଫଳରେ ମୁଁ କିଛି ହରାଇନି, ଏପରିକି ଅର୍ଥ ବି ନୁହେଁ, ନିଜର ଆତ୍ମା ତ କଦାଚିତ୍ ନୁହେଁ । ”

ବନ୍ଧୁଗଣ,

ଭାରତ ଏବେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା, ଏବଂ ବିଦେଶୀ ନିବେଶ ପାଇଁ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ । ବାସ୍ତବରେ ବିଶ୍ଵ ଅର୍ଥବ୍ୟବସ୍ଥାରେ ଆମେ ଉଜ୍ଵଳ ସ୍ଥାନରେ ଛିଡ଼ା ହୋଇଛୁ । ଏହା ଭାରତର ମୌଳିକ ଶକ୍ତିର ଫଳ: ଗଣତନ୍ତ୍ର, ଜନସଂଖ୍ୟାଗତ ଲାଭ ଓ ଚାହିଦା । ଆମେ ଏହି ଶକ୍ତିକୁ ସମ୍ପୁର୍ଣ୍ଣ ଉପଯୋଗ କରିବା ଆବଶ୍ୟକ । ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଦୀର୍ଘକାଳୀନ ନିବେଶ ଦ୍ଵାରା ଏହା କେବଳ ସମ୍ଭବ ହୋଇପାରିବ । ଆମ ଘରୋଇ ବଜାର ଏବେ ବିଖଣ୍ଡିତ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କର ଉତ୍ପାଦ ଓ ସେବାଗୁଡ଼ିକୁ ଖର୍ଚ୍ଚବହୁଳ କରିଛି । ଆନ୍ତଃରାଜ୍ୟ ବେପାରକୁ ଏହା କ୍ଷତି କରୁଛି । ଏ ସମନ୍ୱିତ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ଆମେ ଏକ ଦ୍ରବ୍ୟ ଓ ସେବା କର ଆଇନ ପ୍ରଣୟନ କରୁଛୁ । ଏହା ଘରୋଇ ବଜାରର ଚାହିଦା ବଢ଼ାଇବା ସହ ନିଯୁକ୍ତି ସୃଷ୍ଟି ଏବଂ ଭାରତୀୟଙ୍କ ସକାଶେ ଅଧିକ ବ୍ୟବସାୟର ସୁଯୋଗ ଆଣିଦେବ ।

ଭାରତରେ ଏବେ ଡିଜିଟାଲ ବିପ୍ଲବ ଆସିଛି । ଭାରତୀୟ ସମାଜ, ବିଶେଷ କରି ଗ୍ରାମ୍ୟ ସମାଜରେ ଏହା ଡିଜିଟାଲ ଏବଂ ଅର୍ଥନୈତିକ ପାର୍ଥକ୍ୟ ମଧ୍ୟରେ ସେତୁ ସୃଷ୍ଟି କରିଛି । ଏହି ବିପ୍ଲବ ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ଦୃଢ଼ କରିବ, ଯଦ୍ଵାରା କି ଭାରତୀୟ ଅର୍ଥବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ।

ଅଭିନବ ବ୍ୟବସାୟ ଢାଞ୍ଚା ଏବଂ ଆପ୍ ଭିତ୍ତିକ ଷ୍ଟାର୍ଟ-ଅପ୍ ଏବେ ଭାରତୀୟଙ୍କ ମଧ୍ୟରେ ବ୍ୟବସାୟିକ ଭାବନା ସୃଷ୍ଟି କରିପାରିଛି । ଗତକାଲି ନିଯୁକ୍ତି ଖୋଜୁଥିବା ବ୍ୟକ୍ତି ଆଜି ଅନ୍ୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଆଇନ ପେସା ମଧ୍ୟ ଡିଜିଟାଲ ଜଗତ ଆଡକୁ ଗତି କରୁଛି । ଆଇନଜିବୀଙ୍କ ଲାଇବ୍ରେରୀର ମୋକଦ୍ଦମା ତାଲିକା ଠାରୁ ଆରମ୍ଭ କରି ମୋକଦ୍ଦମାର ଆଇନ ସବୁ କିଛି ଏବେ ମୋବାଇଲ ଫୋନର ଗୋଟିଏ କ୍ଲିକରେ ଉପଲବ୍ଧ ହେଉଛି ।

ବନ୍ଧୁଗଣ,

ବ୍ୟବସାୟ ଜଗତ ଭାରତୀୟ ବଜାରରେ ଆଇନର ବ୍ୟାପକତା ନେଇ ପ୍ରତିଶ୍ରୁତି ଚାହେଁ । ରାତାରାତ ସ୍ଵେଚ୍ଛାଚାରୀ ଢଙ୍ଗରେ ଆଇନର ଚେହେରାରେ ପରିବର୍ତ୍ତନ ହୋଇଯିବ ନାହó ବୋଲି ପ୍ରତିଶ୍ରୁତି ସେମାନେ ଆବଶ୍ୟକ କରନ୍ତି । ଏବଂ ବ୍ୟବସାୟିକ ବିବାଦର ସମାଧାନ ଦକ୍ଷତାର ସହ ହେବା ଉଚିତ । ସ୍ଵଚ୍ଛ ମୀମାଂସାଗତ ସଂସ୍କୃତି ଆଧାରରେ ଏକ ସୁଦୃଢ଼ ଆଇନଗତ ଢାଞ୍ଚା ଆବଶ୍ୟକ ।

ଏହି ଲକ୍ଷ୍ୟ ହାସଲ ଦିଗରେ ଆମେ ଆମ ଆଇନ ବ୍ୟବସ୍ଥାରେ ସୁଦୂରପ୍ରସାରୀ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛୁ । ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଣା ଆଇନକୁ ଆମେ ରଦ୍ଦ କରିଦେଇଛୁ । ଆମେ ଏକ ବ୍ୟାପକ ଦେବାଳିଆ ଓ ଋଣ ପରିଶୋଧ କୋଡ଼ ୨୦୧୬ ପ୍ରଣୟନ କରିଛୁ । ଏହା ବ୍ୟତୀତ ଜାତୀୟ କମ୍ପାନୀ ଆଇନ୍ ଟ୍ରିବୁନାଲ ଓ ମୁଦ୍ରା ନୀତି କମିଟି ଗଠନ ସଙ୍ଗେ ସଫଳତାର ସହ ଦ୍ରବ୍ୟ ଓ ନିରାପତ୍ତା ବଜାରର ମିଶ୍ରଣ ଘଟାଇପାରିଛୁ ।

ଅଧିକନ୍ତୁ, ଦେବାଳିଆ ଆଇନ ସହ ସମନ୍ଵୟ ରକ୍ଷାକରି, ଆମେ ଏସଏଆରଏଫଏଇଏସଆଇ ଏବଂ ଡ଼ିଆରଟି ଆଇନମାନଙ୍କରେ ଚଳିତ ବର୍ଷ ସଂଶୋଧନ ଆଣିଛୁ ଯଦ୍ଵାରା ପରିବର୍ତ୍ତିତ ଋଣ ଦେଣନେଣ ପ୍ରକ୍ରିୟା ସରଳ ହୋଇପାରିବ ଏବଂ ବ୍ୟବସାୟ ବାଣିଜ୍ୟ କାରବାର ମଧ୍ୟ ସହଜ ହେବ ।

କିନ୍ତୁ, ଆଇନଗତ ସଂସ୍କାର ସେତିକିବେଳେ ତାର ଇପସିତ ସଫଳତା ପ୍ରଦାନ କରିବାକୁ ସକ୍ଷମ ହେବ ଯେତେବେଳେ ଏକ ସଫଳ ଓ ସକ୍ରିୟ ବିବାଦ ସମାଧାନ ବ୍ୟବସ୍ଥା କାର୍ଯ୍ୟକରିବ । ଭାରତୀୟ ସମ୍ବିଧାନର ଏକ ମୌଳିକ ବୈଶିଷ୍ଟ୍ୟ ହେଲା ନ୍ୟାୟପାଳିକାର ସ୍ଵାୟତ୍ତତା । ନ୍ୟାୟିକ ବ୍ୟବସ୍ଥାର ସ୍ଵାୟତ୍ତତା ଉପରେ ଦେଶର ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ ସଭିଏଁ ଗଭୀର ଆସ୍ଥା ପ୍ରକଟ କରିଆସିଛନ୍ତି । ସେହିଭଳି ଲୋକମାନଙ୍କ ଆଶା ଆକାଙକ୍ଷାକୁ ପୂରଣ କରିବା ଦିଗରେ ଆମ ସରକାର ନ୍ୟାୟିକ ପ୍ରଶାସନର ଭିତ୍ତିଭୂମିକୁ ସୁଦୃଢ଼ କରିବା ସକାଶେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆମେ ବ୍ୟବସାୟିକ ବିଚାରାଳୟ, ବ୍ୟବସାୟିକ ଡ଼ିଭିଜନ ଏବଂ ଉଚ୍ଚ ନ୍ୟାୟାଳୟର ବ୍ୟବସାୟିକ ଆପିଲେଟ ଡ଼ିଭିଜନ ଆଇନ ୨୦୧୬ ପ୍ରବର୍ତ୍ତନ କରିଛୁ ଯଦ୍ଵାରା ବ୍ୟବସାୟିକ ବିବାଦଗୁଡ଼ିକର ତୁରନ୍ତ ଫଇସଲା କରାଯାଇପାରିବ । ଏତଦବ୍ୟତୀତ, ଏକ ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍ ସ୍ଥାପନ କରାଯାଇଛି ଯାହାଫଳରେ ଦେଶର ଜିଲ୍ଲା କୋର୍ଟଗୁଡ଼ିକରେ ଫଇସଲା ନିମନ୍ତେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାକୁ ଏହା ଆବଶ୍ୟକ ଡାଟା ଯୋଗାଇପାରିବ । ସମଗ୍ର ବିଚାର ବ୍ୟବସ୍ଥାକୁ କମ୍ପ୍ୟୁଟରୀକରଣ କରାଯିବା ସକାଶେ ଇ-କୋର୍ଟ ଅଭିଯାନ ମାଧ୍ୟମରେ ଉଦ୍ୟମ ଜାରି ରହିଛି ।

ଆମ ସରକାର ବର୍ତ୍ତମାନ କାର୍ଯ୍ୟ କରୁଥିବା ଟ୍ରିବୁନାଲଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା ଲାଗି ଏକ ବ୍ୟବସ୍ଥା ଦିଗରେ କାର୍ଯ୍ୟ ଜାରିରଖôôଛି । ଏହା ଫଳରେ ବର୍ତ୍ତମାନର ଜଟିଳ ଟ୍ରିବୁନାଲ ବ୍ୟବସ୍ଥାକୁ ସରଳ ଓ ସହଜ କରାଯାଇପାରିବ । ସମାନ୍ତରାଳ ଭାବେ ଏକ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାର ବାତାବରଣ ସୃଷ୍ଟି ସକାଶେ ଆମେ ଉଦ୍ୟମ କରୁଛୁ ଯାହା ମଧ୍ୟରେ ମଧ୍ୟସ୍ଥତା, ସାଲିସ ଏବଂ ଆପୋଷ ମିଳାମିଶା ପ୍ରକ୍ରିୟା ଆଦି ସାମିଲ ରହିବ । ଏହା ନିବେଶକ ତଥା ବ୍ୟବସାୟିକ ଅନୁଷ୍ଠାନମାନଙ୍କୁ ବିବାଦ ସମାଧାନ ଲାଗି ଅଧିକ ସୁଯୋଗ ପ୍ରଦାନ କରିବ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟଟି ହେଲା, ଭାରତୀୟ ବିଚାରାଳୟମାନଙ୍କ ଉପରେ ପଡ଼ୁଥିବା ମାମଲାର ବୋଝକୁ ଏହା ଢ଼େର୍ ପରିମାଣରେ ହାଲୁକା କରିବ ।

ମଧ୍ୟସ୍ଥତା ମାଧ୍ୟମରେ ବିବାଦମାନଙ୍କ ସମାଧାନ ପ୍ରକ୍ରିୟା ଆମପାଇଁ ନୂଆ କଥା ନୁହେଁ । ପ୍ରାଚୀନ ଭାରତରେ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ନିମନ୍ତେ ବିଭିନ୍ନ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଥିବାର ବ୍ୟବସ୍ଥା ଥିଲା । ସେଗୁଡ଼ିକ ମଧ୍ୟରେ କୁଲାନୀ ଅଥବା ଗ୍ରାମ୍ୟ ପରିଷଦ, ଶ୍ରେଣୀ ଅଥବା ନିଗମ, ଏବଂ ପରିଷଦ ବ୍ୟବସ୍ଥା ଅନ୍ୟତମ । ସେହିପରି, ମହାଜନ ଏବଂ ସଭାଗୃହ (ଚାମ୍ବର) ମାଧ୍ୟମରେ ବ୍ୟବସାୟିକ ବିବାଦମାନଙ୍କର ସମାଧାନ କରାଯାଉଥିଲା । ଆଜି କର୍ପୋରେଟ ଏବଂ ଆର୍ଥିକ ଅନୁଷ୍ଠାନମାନେ ସେମାନଙ୍କର ବ୍ୟବସାୟିକ କାରବାର ପାଇଁ କୌଣସି ବିବାଦ ଅଥବା ଆଇନଗତ ମନୋମାଳିନ୍ୟ ବିନା ସହଜ ଓ ସୁଗମ ପ୍ରକ୍ରିୟା ନିମନ୍ତେ ଆଇନ ବିଶାରଦମାନଙ୍କ ସହାୟତା ଲୋଡ଼ୁଛନ୍ତି । ଯଦି କୌଣସି ବିବାଦ ଉପୁଜିଲା, କର୍ପୋରେଟମାନେ କୋର୍ଟକୁ ନଯାଇ, ମଧ୍ୟସ୍ଥତା ଜରିଆରେ ତାହାର ତୁରନ୍ତ ସମାଧାନ କରିଦେବାକୁ ଆଗ୍ରହୀ । ସେଥିପାଇଁ, ସେମାନେ ମଧ୍ୟସ୍ଥତା ଜରିଆରେ ବିବାଦ ସମାଧାନ କରିପାରୁଥିବା ଭଳି ଆଇନଜ୍ଞମାନଙ୍କୁ ଖୋଜୁଛନ୍ତି । ବିକଳ୍ପ ବିବାଦ ସମାଧାନ ପନ୍ଥା ମଧ୍ୟ ବ୍ୟକ୍ତିଗତ ତଥା ବ୍ୟବସାୟିକ ସଂପର୍କକୁ ଅତୁଟ ରଖôଥାଏ ଯାହାକି କୋର୍ଟ କଚେରୀ ମାମଲା ଫଳରେ ବ୍ୟାହତ ହୋଇଥାଏ । ନିକଟ ଅତୀତର ଧାରା ସୂଚାଏ ଯେ ହଂକଂ ଏବଂ ସିଙ୍ଗାପୁର ଭଳି ଏସୀୟ କେନ୍ଦ୍ରଗୁଡ଼ିକ ମଧ୍ୟସ୍ଥତା ଜରିଆରେ ବିବାଦ ସମାଧାନର ସହଜ ଓ ଗ୍ରହଣୀ ସ୍ଥଳୀଭାବେ ମୁଣ୍ଡ ଟେକିଛନ୍ତି । ଜନପ୍ରିୟ ବ୍ୟବସାୟିକ କେନ୍ଦ୍ର ଭାବେ ଇଜ ଅଫ୍ ଡ଼ୁଇଂ ବିଜିନେସ୍ କ୍ଷେତ୍ରରେ ସେହିସବୁ ସ୍ଥାନ ବେଶ୍ ଉଚ୍ଚ ସ୍ଥାନରେ ରହିଛନ୍ତି । ତେଣୁ, ଇଜ ଅଫ୍ ଡ଼ୁଇଂ ବିଜିନେସ ପାଇଁ ଆର୍ବିଟ୍ରେସନ୍ ମେକାନିଜମ ଅଥବା ଗୁଣାମôକ ମଧ୍ୟସ୍ଥତା ବ୍ୟବସ୍ଥା ଏକାନ୍ତ ଜରୁରି ଏବଂ ତାହା ଉପଲବ୍ଧ କରାଇବା ସକାଶେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।

ବନ୍ଧୁଗଣ,

ଏକ ସକ୍ରିୟ ମଧ୍ୟସ୍ଥତା ବ୍ୟବସ୍ଥା କରିବା ଉପରେ ଆମ ସରକାର ସବୁଠାରୁ ଅଧିକ ଗୁରୁତ୍ଵ ଆରୋପ କରେ । ଏହି ପରିପ୍ରେକ୍ଷୀରେ ନିକଟରେ ଆମେ ମଧ୍ୟସ୍ଥତା ଓ ତୋଷଣ ଆଇନରେ ବ୍ୟାପକ ସଂଶୋଧନ ଘଟାଇଛୁ । ଏହା ମଧ୍ୟସ୍ଥତା ପ୍ରକ୍ରିୟାକୁ ଅଧିକ ସରଳ କରିଛି, ତଥା କୋଣସି ପ୍ରକାର ହଇରାଣ ହରକତ ବିନା କମ୍ ସମୟ ମଧ୍ୟରେ ବିବାଦଗୁଡ଼ିକର ସମାଧାନ ହୋଇପାରୁଛି । ଆମର ଏହି ଆଇନ ୟୁଏନସିଆଇଟିଆରଏଏଲ ମଡ଼େଲ ଆଇନ ଆଧାରରେ ପ୍ରଣୀତ ହୋଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା, ସାଧାରଣ ପରିସ୍ଥିତିରେ ଆପୋଷ ସମାଧାନ ଟ୍ରିବୁନାଲ ୧୨ ମାସ ମଧ୍ୟରେ ତାର ଫଇସଲା ଶୁଣାଣିକୁ ସୁନିଶ୍ଚିତ କରିବା । ଫାଷ୍ଟଟ୍ରାକ୍ ପ୍ରକ୍ରିୟାରେ ଫଇସଲାର ଶୁଣାଣି ଅବଧି ଛଅ ମାସ ହୋଇଥାଏ । ଏପରିକି ୬୦ ଦିନ ମଧ୍ୟରେ କୋର୍ଟ ମଧ୍ୟସ୍ଥ ନିଯୁକ୍ତ କରିବା ପ୍ରକ୍ରିୟା ଶେଷ କରିଥାନ୍ତି । ପୂର୍ବରୁ ଏଥିପାଇଁ ଫଇସଲା ଶୁଣାଣି ନିମନ୍ତେ ସାମ୍ନା କରିବାକୁ ପଡ଼ୁଥିବା ସମସ୍ୟାକୁ ଦୂର କରାଯାଇପାରିଛି ।

ଅଧିକନ୍ତୁ, ନୂତନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ଫଇସଲାକୁ ଚାଲେଞ୍ଜ୍ କରି ଆଗତ ଆବେଦନକୁ କୋର୍ଟ ଏକବର୍ଷ ମଧ୍ୟରେ ସମାଧାନ କରିବାର ବ୍ୟବସ୍ଥା ହୋଇଛି । ପୁନଶ୍ଚ, କେବଳ ଅନ୍ତର୍ଜାତୀୟ ନିୟମାବଳୀକୁ ପାଳନ ପୂର୍ବକ କୋର୍ଟ ମଧ୍ୟସ୍ଥତା ଫଇସଲାକୁ ହó ପ୍ରତ୍ୟାଖ୍ୟାନ କରିପାରିବେ । ତେଣୁ ଏଭଳି ସଂଶୋଧନ ଆମ ଆଇନ ବ୍ୟବସ୍ଥାକୁ ବିଶ୍ଵ ସ୍ତରରେ ପ୍ରଚଳିତ ଶ୍ରେଷ୍ଠ ବିଧିବ୍ୟବସ୍ଥାର ଅନୁପନ୍ଥୀ କରିପାରିଛି । ତଦ୍ଵାରା ଭାରତ ଏବେ ମଧ୍ୟସ୍ଥତା ମାଧ୍ୟମରେ ବିବାଦ ସମାଧାନ ଦିଗରେ ବିଶ୍ଵର ଏକ ପ୍ରମୁଖ ଜଙ୍କସନରେ ପରିଣତ ହୋଇଛି । କିନ୍ତୁ ସଦାବେଳେ ବଡ଼ ସୁଯୋଗ ମଧ୍ୟ ବଡ଼ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ସେହି ସବୁ ଚାଲେଞ୍ଜଗୁଡ଼ିକ ମଧ୍ୟରେ ରହିଛି : ଗୁଣାମôକ ମାନ ଦୃଷ୍ଟିରୁ ବିଶ୍ଵସ୍ତରରେ ସ୍ଵୀକୃତ ସୁମଧ୍ୟସ୍ଥକମାନଙ୍କ ଉପଲବ୍ଧତା, ପେଶାଦାରୀ ଆଚରଣକୁ ନିଷ୍ଠାର ସହ ପାଳନ କରିବା, ନିରପେକ୍ଷତାକୁ ସୁନିଶ୍ଚିତ କରିବା ତଥା ମାମଲାଗୁଡ଼ିକ ଯଥା ସମୟରେ ପରିଚାଳନା ଓ ସମାଧାନ କରାଯିବା; ଏବଂ ସର୍ବୋପରି, ସୁଲଭ ମୂଲ୍ୟରେ ମାମଲା ପରିଚାଳନା କରାଯିବା ।

ଭାରତରେ ବିଚକ୍ଷଣ ଓ ବିଜ୍ଞ ଓକିଲ ଓ ବିଚାରପତିଙ୍କର ଅଭାବ ନାହó । ଭାରତରେ ଅଧିକ ସଂଖ୍ୟକ ଅବସରପ୍ରାପ୍ତ ବିଚାରପତି ତଥା ବୈଜ୍ଞାନିକଗଣ ଉପଲବ୍ଧ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଆର୍ବିଟ୍ରେଟର୍ ଭାବେ କାର୍ଯ୍ୟ କରିପାରିବେ । ଅଧିକରୁ ଅଧିକ ସଂଖ୍ୟକ ମଧ୍ୟସ୍ଥ ବିଶେଷଜ୍ଞ ତଥା ଆଇନଜ୍ଞମାନଙ୍କ ଉପଲବ୍ଧତା ଭାରତର ଆର୍ଥିକ ସ୍ଵାର୍ଥ ରକ୍ଷା ନିମନ୍ତେ ଏକାନ୍ତ ଆବଶ୍ୟକ । ଏଥିପାଇଁ ଦେଶରେ ଆଇନ ଶିକ୍ଷାର ପରିସରକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି । ପୁନଶ୍ଚ, ମଧ୍ୟସ୍ଥ ବାର୍ ଆସୋସିଏସନ୍ (ଓକିଲ ସଂଘ) ଗଠନ କରାଯିବା ମଧ୍ୟ ଜରୁରି । ପୁଣି ଆମକୁ ପେଶାଦାରୀ ଢ଼ଙ୍ଗରେ ମଧ୍ୟସ୍ଥତା କରୁଥିବା ଭଳି ଅନୁଷ୍ଠାନମାନ ବିକାଶ କରାଇବାର ବି ଆବଶ୍ୟକତା ରହିଛି ଯେଉଁମାନେ ଭାରତୀୟ ବ୍ୟବସାୟିକ ସଂସ୍ଥାମାନଙ୍କୁ ସୁଲଭ ମୂଲ୍ୟରେ ଆନ୍ତର୍ଜାତୀୟ ସ୍ତରର ମଧ୍ୟସ୍ଥତା ଜନିତ ସେବା ଉପଲବ୍ଧ କରାଇପାରିବେ । ଏହି ଉଦ୍ୟମରେ ଆମେ ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ ଅନୁଷ୍ଠାନମାନଙ୍କୁ ଭାରତକୁ ସ୍ଵାଗତ କରୁଛୁ । ନ୍ୟାୟପାଳିକା ତଥା ମଧ୍ୟସ୍ଥ ବ୍ୟବସ୍ଥାର ଉଦ୍ୟମକୁ ସହଯୋଗ କରିବା ଭଳି ଉପାୟ ସମ୍ପର୍କରେ ଆମକୁ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ । ମଧ୍ୟସ୍ଥତା ଏପରି ଏକ ଉପାୟ ଯାହାର ସାମର୍ଥ୍ୟକୁ ଏପର୍ଯ୍ୟନ୍ତ ଆମ ଦେଶରେ ସେପରି ଭାବେ ଉପଯୋଗ କରାଯାଇପାରିନାହó ।

ବନ୍ଧୁଗଣ,

ଭାରତ ପାଇଁ ଏକ ସକ୍ଷମ ବିକଳ୍ପ ବିବାଦ ସମାଧାନ ପରିବେଶ ସୃଷ୍ଟି କରାଯିବା ଏକାନ୍ତ ଜରୁରି । ଆମକୁ ମଧ୍ୟସ୍ଥତା କ୍ଷେତ୍ରରେ ବିଶ୍ଵ ସ୍ତରରେ ଭାରତକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉପସ୍ଥାପନ କରିବାକୁ ପଡ଼ିବ । ରୋସ୍କେ ପାଉଣ୍ଡଙ୍କ ପ୍ରଖ୍ୟାତ ଉକ୍ତି ଅନୁସାରେ, ଆଇନ୍ ସୁଦୃଢ଼ ହେବା ଜରୁରି କିନ୍ତୁ ତାହା ସ୍ଥିର ହୋଇ ନଯିବା ଦରକାର । ତେଣୁ ଆମକୁ ଏହାଠାରୁ ବଳି ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଏହି ସମ୍ମିଳନୀ ଏଥିପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି ଏବଂ ଏ ଦିଗରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା, ନୀତି ନିର୍ଦ୍ଧାରଣ ଜନିତ ମାନସିକତା ସୃଷ୍ଟି କରିବାରେ ସହାୟକ ହୋଇଛି ।

ମୋର ଦୃଢ଼ ବିଶ୍ଵାସ ଯେ ଏଠାରେ ହୋଇଥିବା ଆଲୋଚନା ଭାରତରେ ମଧ୍ୟସ୍ଥତା ଜନିତ ନ୍ୟାୟିକ ବ୍ୟବସ୍ଥା ବିକାଶ ଦିଗରେ ସହାୟକ ହେବ ଯାହା ଫଳରେ ଆନ୍ତର୍ଜାତିକ ସ୍ତରର ପେଶାଦାରମାନେ, କର୍ପୋରେଟ ସଂସ୍ଥାମାନେ ଏବଂ ଆଇନ ବିଶାରଦ ଭାତୃତ୍ଵ ଭାରତକୁ ଏ ଦିଗରେ ଏକ ପ୍ରାଣକେନ୍ଦ୍ର ବୋଲି ହେତୁକରିବେ । ଆପଣମାନଙ୍କ ସୁପାରିଶଗୁଡ଼ିକୁ ସଫଳତାର ସହ ପ୍ରବର୍ତ୍ତନ ପାଇଁ ଆମେ ଶତତ କାମନା କରୁଛୁ ।

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ।

****