Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ


ଭାରତର ମାନବବାହୀ ମହାକାଶ ଅଭିଯାନ-ଗଗନଯାନ କାର୍ଯ୍ୟକ୍ରମକୁ କ୍ୟାବିନେଟ ମଞ୍ଜୁରି

2ଟି ମାନବବିହୀନ, ଗୋଟିଏ ମାନବବାହୀ ମହାକାଶ ଅଭିଯାନର ଯୋଜନା

40 ମାସରେ ପ୍ରଥମ ମାନବବାହୀ ଅନ୍ତରୀକ୍ଷ ଯାନ

ପ୍ରଥମ ପର୍ଯ୍ୟାୟ ପାଇଁ 9023 କୋଟି ଟଙ୍କା ବ୍ୟୟ ଆକଳନ

 

ପୃଥିବୀର ନିମ୍ନ କକ୍ଷ ପଥରେ ବିଚରଣ ପାଇଁ ଭାରତର ମାନବଚାଳିତ ଗଗନଯାନ ଉତକ୍ଷେପଣ ଦକ୍ଷତା ଖୁବ ଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି । ନିମ୍ନ ଘୂର୍ଣ୍ଣାୟମାନ କକ୍ଷ ପଥରେ ସର୍ବାଧିକ 7 ଦିନ ପର୍ଯ୍ୟନ୍ତ ରହିବା ସକାଶେ ଭାରତୀୟ ଅନ୍ତରୀକ୍ଷ ଯାନ ପ୍ରେରଣ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ଅତ୍ୟାଧୁନିକ ଜିଏସଏଲଭି ଏମକେ-3 ପ୍ରକ୍ଷେପଣ ଯାନର ଉପଯୋଗ କରି କକ୍ଷ ପଥକୁ ଯିବା ନିମନ୍ତେ ଏକ ସ୍ଵତନ୍ତ୍ର ମାନବବାହୀ ମଡ୍ୟୁଲକୁ ପ୍ରେରଣ କରାଯିବ ଯାହାକି ନିର୍ଦ୍ଧାରିତ ସମୟ ପାଇଁ ପୃଥିବୀର କକ୍ଷ ପଥରେ ସ୍ଵଚ୍ଛନ୍ଦରେ ଘୂରି ବୁଲିବ । ଏହି ମଡ୍ୟୁଲରେ ମିଶନର ନିର୍ଦ୍ଧାରିତ ଅବଧି ପାଇଁ 3ଜଣ ଚାଳକ ସଦସ୍ୟଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବ । ଚାଳକ ପ୍ରଶିକ୍ଷଣ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି, ବିମାନ ପ୍ରଣାଳୀର ପ୍ରାପ୍ତି ଓ ମୌଳିକ ଭିତ୍ତିଭୂମି ଢାଞ୍ଚା ପ୍ରସ୍ତୁତ କରି ଗଗନଯାନ କାର୍ଯ୍ୟକ୍ରମକୁ ଆଗକୁ ବଢାଯିବ । ରାଷ୍ଟ୍ରୀୟ ଏଜେନ୍ସୀ, ପରୀକ୍ଷାଗାର, ଶିକ୍ଷା ସଂସ୍ଥା ଓ ଉଦ୍ୟୋଗ କ୍ଷେତ୍ର ସହ ଇସ୍ରୋ ବ୍ୟାପକ ସହଯୋଗ କରି ଗଗନଯାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ସାର୍ଥକ କରାଯିବ ।

ବ୍ୟୟ : ଗଗନଯାନ କାର୍ଯ୍ୟକ୍ରମ ପାଇଁ ମୋଟ ବ୍ୟୟର ଆବଶ୍ୟକତା 10 ହଜାର କୋଟି ଟଙ୍କା ଓ ଏଥିରେ ଟେକ୍ନୋଲଜିର ବିକାଶ ଖର୍ଚ୍ଚ, ବିମାନ ହାର୍ଡୱେର ଓ ଆବଶ୍ୟକ ଢାଂଚାଗତ ଉତ୍ପାଦ ସାମିଲ ଅଛି । ଦୁଇଟି ମାନବବିହୀନ ଓ ଗୋଟିଏ ବିମାନଚାଳିତ ବିମାନ ଗଗନଯାନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ କରାଯିବ ।

ଉପକାର:

-ଗଗନଯାନ କାର୍ଯ୍ୟକ୍ରମ ଇସ୍ରୋ ତଥା ଶିକ୍ଷା ଜଗତ, ଉଦ୍ୟୋଗ, ରାଷ୍ଟ୍ରୀୟ ଏଜେନ୍ସୀଗୁଡ଼ିକ ତଥା ଅନ୍ୟ ବୈଜ୍ଞାନିକ ସଂଗଠନଗୁଡ଼ିକ ମଧ୍ୟରେ ସହଯୋଗ ପାଇଁ ବ୍ୟାପକ ଢାଂଚା ପ୍ରସ୍ତୁତ କରିବ ।

– ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ତଥା ଉଦ୍ୟୋଗିକ କ୍ଷମତାକୁ ଏକତ୍ରିତ କରି ଗବେଷଣା ସୁଯୋଗ ଓ ଟେକ୍ନୋଲଜି ବିକାଶରେ ବ୍ୟାପକ ଭାଗିଦାରୀକୁ ସକ୍ଷମ କରାଯିବ । ଯାହାଫଳରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଗବେଷଣାକାରୀ ଲାଭାନ୍ୱିତ ହେବେ ।

– ବିମାନ ପ୍ରଣାଳୀର ପ୍ରାପ୍ତି ଶିଳ୍ପ ଉଦ୍ୟୋଗ ମାଧ୍ୟମରେ କରାଯିବ ।

– ଏହାଦ୍ୱାରା ରୋଜଗାର ସୃଷ୍ଟି ହେବ ଓ ଅତ୍ୟାଧୁନିକ ଟେକ୍ନୋଲଜିରେ ମାନବ ସମ୍ବଳକୁ ପ୍ରଶିକ୍ଷିତ କରାଯିବ ।

– ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ବିକାଶ ନିମନ୍ତେ ଅଧିକ ସଂଖ୍ୟାରେ ଯୁବ ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ଓ ଟେକ୍ନୋଲଜିର ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ ହେବେ ।

– ଗଗନଯାନ କାର୍ଯ୍ୟକ୍ରମ ଗୋଟିଏ ରାଷ୍ଟ୍ରୀୟ ପ୍ରୟାସ ଓ ଏଥିରେ ଶିଳ୍ପ ଉଦ୍ୟୋଗ, ଶିକ୍ଷା ଜଗତ ଓ ସମଗ୍ର ଦେଶରେ ଥିବା ରାଷ୍ଟ୍ରୀୟ ଏଜେନ୍ସିର ଭାଗୀଦାରୀ ହେବେ ।

ରଣନୀତି ଓ ଲକ୍ଷ୍ୟର କାର୍ଯ୍ୟକାରିତା

ଗଗନଯାନ କାର୍ଯ୍ୟକ୍ରମ ଇସ୍ରୋ ସହ ଅନ୍ୟ ଅଂଶୀଦାର, ଶିଳ୍ପ ଉଦ୍ୟୋଗ, ଶିକ୍ଷା ଜଗତ ଓ ଅନ୍ୟ ବୈଜ୍ଞାନିକ ଏଜେନ୍ସି ଓ ପ୍ରୟୋଗଶାଳା ମଧ୍ୟରେ ସହଯୋଗରେ କରାଯିବ । ଇସ୍ରୋ ଉଦ୍ୟୋଗ ମାଧ୍ୟମରେ ବିମାନ ହାର୍ଡୱେର ପ୍ରାପ୍ତି ପାଇଁ ଉତ୍ତରଦାୟୀ ରହିବେ । ରାଷ୍ଟ୍ରୀୟ ଏଜେନ୍ସି, ପ୍ରୟୋଗଶାଳା ଓ ଶିକ୍ଷା ଜଗତର ଭାଗୀଦାରୀ କର୍ମୀ ପ୍ରଶିକ୍ଷଣ, ମାନବଜୀବନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବିକାଶ ସମେତ ଡିଜାଇନର ସମୀକ୍ଷା କରାଯିବ । ସ୍ୱୀକୃତ ତିଥିରେ 40ମାସ ଭିତରେ ପ୍ରଥମ ମାନବଚାଳିତ ବିମାନ ପ୍ରଦର୍ଶନର ଲକ୍ଷ୍ୟ ପୂରଣ କରାଯିବ । ଏହା ପୂର୍ବରୁ ଦୁଇଟି ମାନବବିହୀନ ଯାନ ପଠାଯିବ ଯାହାଫଳରେ ଟେକ୍ନୋଲଜି ତଥା ମିଶନ ପରିଚାଳନା ଦିଗରେ ବିଶ୍ୱାସ ବୃଦ୍ଧି ପାଇବ ।

ପ୍ରଭାବ :

– ଏହି କାର୍ଯ୍ୟକ୍ରମରେ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ମିଳିବ ।

– ଔଷଧ, କୃଷି, ଉଦ୍ୟୋଗିକ ସୁରକ୍ଷା, ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଓ ଖାଦ୍ୟ ସମ୍ବଳ ପରିଚାଳନା ଭଳି କ୍ଷେତ୍ରରେ ଟେକ୍ନୋଲଜି ନିମନ୍ତେ ବ୍ୟାପକ କ୍ଷମତା ରହିଛି ।

-ମାନବ ଅନ୍ତରୀକ୍ଷ ବିମାନ କାର୍ଯ୍ୟକ୍ରମ ପ୍ରୟୋଗ ତଥା ଭବିଷ୍ୟତର ଟେକ୍ନୋଲଜି ନିମନ୍ତେ ପ୍ରଶିକ୍ଷଣ ପାଇଁ ଅନ୍ତରୀକ୍ଷରେ ଏକ ଅଭିନବ ସୂକ୍ଷ୍ମ ପ୍ଲାଟଫର୍ମ ଉପଲବ୍ଧ କରାଇବ ।

– ଏହି କାର୍ଯ୍ୟକ୍ରମରେ ରୋଜଗାର ସୃଷ୍ଟି, ମାନବ ସମ୍ବଳ ବିକାଶ ତଥା ବୃଦ୍ଧି ସମେତ ଉଦ୍ୟୋଗିକ କ୍ଷମତା ଦୃଷ୍ଟିରୁ ଆର୍ଥିକ ଗତିବିଧିକୁ ଗତି ମିଳିବ ।

– ମାନବ ଅନ୍ତରୀକ୍ଷ ଯାନ କ୍ଷମତା ଭାରତକୁ ଦୀର୍ଘକାଳୀନ ରାଷ୍ଟ୍ରୀୟ ସ୍ୱାର୍ଥ ସହ ଭବିଷ୍ୟତରେ ଅନ୍ତରୀକ୍ଷ ଅନ୍ୱେଷଣ କାର୍ଯ୍ୟକ୍ରମରେ ସହଯୋଗୀ ଭାବେ ଭାଗୀଦାରୀ କରିବା ପାଇଁ ସକ୍ଷମ କରାଇବ ।

 

**********