Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଆମେରିକା ଆଭ୍ୟନ୍ତରୀଣ ସୁରକ୍ଷା ସହଯୋଗ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍ଓୟକୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ଏହି ବୁଝାମଣାପତ୍ର ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସୁରକ୍ଷା ସମ୍ପର୍କ ଆହୁରି ସୁଦୃଢ଼ ହେବ । ଏଥିସହିତ ଏହା ଦୁଇ ଦେଶ ମଧ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା ବାର୍ତ୍ତାଳାପ ଅନ୍ତର୍ଗତ ପ୍ରସ୍ତାବିତ 6ଟି ଉପ-ଗୋଷ୍ଠୀ ମଧ୍ୟରେ ସହଯୋଗ ଏବଂ ମତବିନିମୟରେ ସହାୟକ ହେବ  ।

 

**********