ପିଏମଇଣ୍ଡିଆ
ଭାରତ-ଆମେରିକା ଦ୍ୱିପାକ୍ଷିକ ସଂପର୍କରେ ସାଇବର ସହଯୋଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସାଇବର ସଂପର୍କରେ ଥିବା ଘନିଷ୍ଠତା ସାଇବର ସ୍ପେସର ମିଳିତ ମୂଲ୍ୟବୋଧ, ସମାନ ଚିନ୍ତାଧାରା ଏବଂ ନୀତିକୁ ପ୍ରତିଫଳିତ କରେ । ତେଣୁ ଏହି କ୍ଷେତ୍ରରେ ଥିବା ସଂପର୍କର ମୂଲ୍ୟବୋଧକୁ ସ୍ୱୀକାର ପୂର୍ବକ ଏଥିରେ ଅଧିକ ପ୍ରସାର ଘଟାଇବା ଏବଂ ଏହାର ଆନୁଷ୍ଠାନୀକରଣ ଉପରେ ଉଭୟ ରାଷ୍ଟ୍ର ଗୁରୁତ୍ୱାରୋପ କରନ୍ତି । ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ଦ୍ୱିପାକ୍ଷିକ ସହଭାଗୀ ନୀତି ଓ ସହଯୋଗ ଭିତିରେ ଉଭୟ ରାଷ୍ଟ୍ର ଏହାର ଏକ ପୂର୍ଣ୍ଣାଙ୍ଗ ଢାଞ୍ଚା ସୃଷ୍ଟି କରିବାକୁ ଆଗ୍ରହୀ ।
ଭାରତ- ଆମେରିକା ସହଭାଗୀ ସାଇବର ସଂପର୍କ ନୀତିରେ ନିମ୍ନଲିଖିତ ପ୍ରସଙ୍ଗମାନ ରହିଛି :
• ଏକ ମୁକ୍ତ, ଆନ୍ତଃ କାର୍ଯ୍ୟକ୍ଷମ ଏବଂ ନିର୍ଭରଯୋଗ୍ୟ ସାଇବର ସ୍ପେସ ବାତାବରଣ ସୃଷ୍ଟି ନିମନ୍ତେ ପ୍ରତିବଦ୍ଧତା ପ୍ରକଟ
• ଇଣ୍ଟରନେଟକୁ – ଅଭିନବତ୍ୱ , ଆର୍ଥିକ ଅଭିବୃଦ୍ଧି ଏବଂ ବାଣିଜ୍ୟ ତଥା ବ୍ୟବସାୟର ଏକ ଇଞ୍ଜିନ ଭାବେ ବିକାଶ ଘଟାଇବାର ପ୍ରତିବଦ୍ଧତା
• ମୁକ୍ତ ଓ ଅବାଧ ସୂଚନା ସ୍ରୋତ ବିକାଶର ପ୍ରତିବଦ୍ଧତା
• ସାଇବର ଅପରାଧ ଏବଂ ସାଇବର ନିରାପତ୍ତା ନିମନ୍ତେ ଘରୋଇ କ୍ଷେତ୍ର ଓ ସରକାରୀ ସଂସ୍ଥା ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ପ୍ରତିବଦ୍ଧତା
• ସାଇବର ବିପଦର ମୁକାବିଲା ଓ ସାଇବର ନିରାପତ୍ତା ବୃଦ୍ଧି ସକାଶେ ଦ୍ୱିପାକ୍ଷିକ ଓ ଅନ୍ତରାଷ୍ଟ୍ରୀୟ ସହଯୋଗର ଗୁରୁତ୍ୱକୁ ଉପଲବ୍ଧି ଓ ସ୍ୱୀକୃତି ପ୍ରଦାନ
• ସାଂସ୍କୃତିକ ଓ ଭାଷାଗତ ବିଭିନ୍ନତାକୁ ସମ୍ମାନ ପ୍ରଦର୍ଶନର ପ୍ରତିବଦ୍ଧତା
• ସାଇବର ସ୍ପେସ୍ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ନିରାପତ୍ତା ଓ ସ୍ଥିରତା ରକ୍ଷା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିବା ଏବଂ ଏହି କାର୍ଯ୍ୟ ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ବିଶେଷକରି ମିଳିତ ଜାତିସଂଘ ଘୋଷଣାନାମାର ପ୍ରୟୋଗ ସ୍ୱୀକୃତିପୂର୍ବକ ସଂପାଦିତ ହେଉଥିବ । ସେହିଭଳି ରାଷ୍ଟ୍ରମାନଙ୍କ ସାଇବର ସ୍ପେସ୍ ଆଚରଣ ମାଧ୍ୟମରେ ସ୍ୱେଚ୍ଛାକୃତ ଭାବେ ଏଭଳି ଅନ୍ତରାଷ୍ଟ୍ରୀୟ ବିଧି ବ୍ୟବସ୍ଥାକୁ ସମ୍ମାନ ପ୍ରଦର୍ଶନ କରିବା
• ଇଣ୍ଟରନେଟ ଶାସନ ବ୍ୟବସ୍ଥା ବିବିଧ ଅଂଶୀଦାରଭିତ୍ତିକ ମଡେଲରେ ପରିଣତ କରିବା, ଯାହା ପ୍ରତ୍ୟେକ ଅଂଶୀଦାର ଯଥା- ସରକାର, ନାଗରିକ, ଘରୋଇ ସଂସ୍ଥାଙ୍କ ପାଇଁ ସ୍ୱଚ୍ଛ ଓ ଉତ୍ତରଦାୟୀ ହୋଇଥିବ ଏବଂ ସେମାନଙ୍କ ସମସ୍ତଙ୍କ ମଧ୍ୟରେ ସହଯୋଗ ବୃଦ୍ଧିଲାଗି ପ୍ରତିବଦ୍ଧତା ପ୍ରକଟ
• ଜାତୀୟ ସୁରକ୍ଷା ଦୃଷ୍ଟିରୁ ସାଇବର ନିରାପତ୍ତା ପ୍ରସଙ୍ଗରେ ସରକାରଙ୍କ ପ୍ରମୁଖ ଭୂମିକାକୁ ସ୍ୱୀକୃତି ପ୍ରଦାନ
• ସାଇବର ନିରାପତ୍ତା ତଥା ସାଇବର ନିରାପତ୍ତା ଗବେଷଣା ଓ ବିକାଶର ଗୁରୁତ୍ୱକୁ ଉପଲବ୍ଧି କରିବା ସହ ଏଥିପାଇଁ ଆବଶ୍ୟକ ସହଭାଗୀ ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ
• ଉଭୟ ଦେଶ ମଧ୍ୟରେ ଘଟୁଥିବା ସାଇବର ଅପରାଧକୁ ପ୍ରତିହତ କରିବା ନିମନ୍ତେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକଟ, ସାଇବର ମାନବାଧିକାର ଓ ମୌଳିକ ସ୍ୱାଧୀନତା ପ୍ରତି ସମ୍ମାନ ପ୍ରଦର୍ଶନ, ଏହାର ସୁରକ୍ଷା ଓ ପ୍ରସାର ନିମନ୍ତେ ପ୍ରତିବଦ୍ଧତା
• ଗୁରୁତ୍ୱପୂର୍ଣ୍ଣ ସୂଚନା ବ୍ୟବସ୍ଥାର ନିରାପତ୍ତା ଓ ନମନୀୟତାର ସୁଦୃଢୀକରଣ କ୍ଷେତ୍ରରେ ସହଯୋଗ ସ୍ଥାପନ ପାଇଁ ଇଛା ପ୍ରକଟ, ଉଭୟ ରାଷ୍ଟ୍ର ମଧ୍ୟରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗୀ ନୀତି ଅନୁସାରେ ସହଯୋଗ ସ୍ଥାପନ କରାଯିବ, ସେହିସବୁ କ୍ଷେତ୍ରମାନ ହେଲା :
• ସାଇବର ନିରାପତ୍ତା କ୍ଷେତ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟାନୁଷ୍ଠାନର ଚିହ୍ନଟ, ସମନ୍ୱୟ, ଭାଗିଦାରୀ ଏବଂ ପ୍ରବର୍ତ୍ତନ
• ପ୍ରଚଳିତ ଦ୍ୱିପାକ୍ଷିକ ବ୍ୟବସ୍ଥା ଅନୁସାରେ ବାସ୍ତବ ଓ ସୁସଂଗତ ଭାବେ ବାସ୍ତବ ସମୟ ଅଥବା ନିକଟତମ ବାସ୍ତବ ସମୟ ଆଧାରରେ ସୂଚନା ବିନିମୟ । ବିଦ୍ୱେଷପୂର୍ଣ୍ଣ ସାଇବର ସୁରକ୍ଷା ବିପଦ, ଆକ୍ରମଣ ଓ କାର୍ଯ୍ୟକଳାପ ପ୍ରସଙ୍ଗରେ ଏହାକୁ କାର୍ଯ୍ୟକାରୀ କରିବା ଏବଂ ଏହାକୁ ପ୍ରତିହତ ନିମନ୍ତେ ଉପଯୁକ୍ତ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଏବଂ ସୂଚନା ଆଦାନ ପ୍ରଦାନ ପ୍ରକରଣରେ ଉନ୍ନତି ଘଟାଇବା
• ଆଇସିଟି ବ୍ୟବସ୍ଥାର ନିରାପତ୍ତା ପ୍ରତି ଥିବା ସାଇବର ବିପଦକୁ ପ୍ରତିହତ କରିବା ଲାଗି ବାସ୍ତବତା ଦୃଷ୍ଟିକୋଣରୁ ସହଯୋଗ ନିମନ୍ତେ ମିଳିତ କାର୍ଯ୍ୟପନ୍ଥାର ବିକାଶ ଏବଂ ଏପରି ସୂଚନା ବିନିମୟ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ନିୟମାନୁସାରେ କରାଯିବା ଜରୁରୀ
• ସାଇବର ନିରାପତ୍ତା ଜନିତ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ, ସାଇବର ନିରାପତ୍ତାର ମାନ ଓ ନିରାପତ୍ତା ପରୀକ୍ଷଣ ଯେଉଁଥିରେ ସ୍ୱୀକୃତି ପ୍ରକ୍ରିୟା, ସାଇବର ନିରାପତ୍ତା, ଉତ୍ପାଦ ବିକାଶ ଏବଂ ଏହି ପ୍ରସଙ୍ଗରେ ଅଧିକ ପରାମର୍ଶ ପାଇଁ ସୁଯୋଗ ସୃଷ୍ଟି କରିବା
• ବାସ୍ତବ କାର୍ଯ୍ୟପନ୍ଥାର ସଂପ୍ରସାରଣ ଓ ପ୍ରବର୍ତ୍ତନ ଯାହାକି ଆଇସିଟି ବ୍ୟବସ୍ଥାର ନିରାପତ୍ତାକୁ ସ୍ୱେଚ୍ଛାକୃତ ଏବଂ ପାରସ୍ପରିକ ସହଯୋଗ ଭିତ୍ତିରେ ପ୍ରୋତ୍ସାହିତ କରୁଥିବ
• ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସୀମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ, ଯଦ୍ୱାରା ସାଇବର ଅପରାଧକୁ ପ୍ରତିହତ କରାଯାଇପାରିବ ଏବଂ ଏଥିପାଇଁ ତାଲିମ କର୍ମଶାଳା, ପାରସ୍ପରିକ ଆଲୋଚନାର ପରିସର ବୃଦ୍ଧି, ପ୍ରବର୍ତ୍ତନ ପଦ୍ଧତିର ସଂପ୍ରସାରଣ ଏବଂ ଆବଶ୍ୟକ ଅନୁସାରେ ପାରସ୍ପରିକ ପରାମର୍ଶ ବ୍ୟବସ୍ଥା ଗ୍ରହଣ
• ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସୀମାନଙ୍କ ଦକ୍ଷତା ବୃଦ୍ଧି, ଯାହାକି ମିଳିତ ତାଲିମ କାର୍ଯ୍ୟକ୍ରମ, ସେମାନଙ୍କୁ ଉପଯୁକ୍ତ ଓ ଆବଶ୍ୟକ ଇଲେକ୍ଟ୍ରୋନିକ୍ ତଥ୍ୟ ଦ୍ୱାରା ସଜ୍ଜିକରଣ ପାଇଁ ପ୍ରଚେଷ୍ଟା, ପୁନଶ୍ଚ ଏହା ଯେପରି ଉଭୟ ରାଷ୍ଟ୍ରର ବିଧି ଓ ଆଇନ ବ୍ୟବସ୍ଥାର ପରିପନ୍ଥୀ ହୋଇନଥିବ ସେହି ଅନୁସାରେ କାର୍ଯ୍ୟକାରୀ କରିବା
• ସାଇବର ନିରାପତ୍ତା କ୍ଷେତ୍ରରେ ମିଳିତଭାବେ କୌଶଳ ବିକାଶ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ଗ୍ରହଣ କରିବା, ଯଦ୍ୱାରା ସାଇବର ଅପରାଧ ନିୟନ୍ତ୍ରଣ ଡିଜିଟାଲ ଫରେନସିକ୍ ଏବଂ ଆଇନ ବ୍ୟବସ୍ଥାର ଢାଞ୍ଚାର ବିକାଶ ଘଟାଯାଇପାରିବ
• ସାଇବର ସ୍ପେସ୍ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ଆଇନର ପ୍ରୟୋଗଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଦେଶରେ ସାଇବର ଅପରାଧ ନିୟନ୍ତ୍ରଣ ଦିଗରେ କିପରି ବ୍ୟବହାର କରାଯାଇପାରିବ ତାର ନୂଆ ନୂଆ ଉପାୟ ଚିନ୍ତା କରିବା
• ଶାନ୍ତିପୂର୍ଣ୍ଣ ସମୟରେ ରାଷ୍ଟ୍ର ସ୍ୱେଚ୍ଛାକୃତ ଭାବେ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ପ୍ରୋତ୍ସାହନ ପ୍ରଦାନ । ଏହା ଅନ୍ତରାଷ୍ଟ୍ରୀୟ ନିରାପତ୍ତା ପରିପ୍ରେକ୍ଷୀରେ ସୂଚନା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ସରକାରୀ ବିଶେଷଜ୍ଞଙ୍କୁ ନେଇ ଗଠିତ ମିଳିତ ଜାତିସଂଘ ସଂଗୋଷ୍ଠୀ ଦ୍ୱାରା ଚିହ୍ନଟ କରାଯାଇଛି ।
• ଜନସାଧାରଣଙ୍କୁ ସେବା ଯୋଗାଉଥିବା କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର କାର୍ଯ୍ୟକାରିତାକୁ କ୍ଷତି ପହଂଚାଇବା ଅଥବା ଏହାକୁ ଅଚଳ କରିଦେବା ସକାଶେ କୌଣସି ପ୍ରକାର ଅନ୍-ଲାଇନ୍ କାର୍ଯ୍ୟକଳାପ ରାଷ୍ଟ୍ର କରିବ ନାହିଁ ଅଥବା ଜାଣିଶୁଣି ସମର୍ଥନ କରିବ ନାହିଁ
• ଏକ ରାଷ୍ଟ୍ର ଏପରି କିଛି କାର୍ଯ୍ୟ କରିବ ନାହିଁ ଅଥବା ଜାଣିଶୁଣି ସମର୍ଥନ କରିବ ନାହିଁ ଯଦ୍ୱାରା ସିଏସ୍ଆଇଆରଟି ସାଇବର କାର୍ଯ୍ୟକୁ ମାନୁନଥିବ, ସେହିଭଳି ରାଷ୍ଟ୍ର ଅନ୍-ଲାଇନ୍ କାର୍ଯ୍ୟକଳାପକୁ କ୍ଷତି ପହଂଚାଇବା ନିମନ୍ତେ ସିଏସଆଇଆରଟିକୁ କୌଣସି ସ୍ଥଳେ ବ୍ୟବହାର କରିବ ନାହିଁ
• ରାଷ୍ଟ୍ର, ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ବିଧି ବ୍ୟବସ୍ଥା ଅନୁସାରେ ଅନ୍ୟ ରାଷ୍ଟ୍ରର ଅନୁରୋଧକ୍ରମେ ସାଇବର ଅପରାଧ ଅନୁସନ୍ଧାନରେ, ଇଲେକ୍ଟ୍ରୋନିକ ସାକ୍ଷ୍ୟ ପ୍ରମାଣ ସଂଗ୍ରହରେ ଏବଂ ଏହାର ଭୌଗୋଳିକ ସୀମା କ୍ଷେତ୍ରରୁ ସୃଷ୍ଟ ଉଦ୍ଦେଶ୍ୟପୂର୍ଣ୍ଣ ସାଇବର କାର୍ଯ୍ୟକଳାପ ନଷ୍ଟ କରିବାରେ ସହଯୋଗ କରିବ
• ଏକ ରାଷ୍ଟ୍ର ଜାଣିଶୁଣି ଅଥବା ତାର ଜ୍ଞାତସାରରେ ବୌଦ୍ଧିତ ସ୍ୱତ୍ତ୍ଵାଧିକାର ଆଇସିଟି ସମର୍ଥିତ ଚୋରି କାର୍ଯ୍ୟ କରିବ ନାହିଁ । ଏଥିରେ ବ୍ୟବସାୟିକ ଗୁପ୍ତ ତଥ୍ୟ ଅଥବା ଅନ୍ୟ ଗୁପ୍ତ ବ୍ୟବସାୟିକ ସୂଚନା ସାମିଲ । କମ୍ପାନୀ ଅଥବା ବ୍ୟବସାୟିକ ସେକ୍ଟରକୁ ପ୍ରତିଯୋଗିତାମୂଳକ ସୁବିଧା ହେବା ଭଳି କୌଣସି କାର୍ଯ୍ୟ ରାଷ୍ଟ୍ର କରିବ ନାହିଁ
• ଟେଲିକମ୍ ନିରାପତ୍ତା ସଂପର୍କିତ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ପାରସ୍ପରିକ ସହଯୋଗ ଯୋଗାଇ ଦେବେ । ଏଥିରେ ଟେଲିକମ୍ ଉପକରଣ ନିରାପତ୍ତା ମାନ, ପରୀକ୍ଷଣ ସହ ବ୍ୟବହୃତ ବସ୍ତୁର ସ୍ୱୀକୃତି ସାମିଲ ।
• ଏକ ସାର୍ବଜନୀନ ଓ ଭାଗିଦାରୀ ଅନ୍ତରାଷ୍ଟ୍ରୀୟ ସାଇବର ନିରାପତ୍ତା ବୁଝାମଣା ବ୍ୟବସ୍ଥାର ବିକାଶ ଏବଂ ସାଇବର କାର୍ଯ୍ୟକଳାପକୁ ଅସ୍ଥିର କରୁଥିବା କାର୍ଯ୍ୟକୁ ଏହା ପ୍ରତିହତ କରୁଥିବ ।
• ଆଇସିଟି ଉତ୍ପାଦ ଓ ସେବା ନିରାପତ୍ତା ବ୍ୟବହାରକାରୀଙ୍କ ମନୋବଳ ବୃଦ୍ଧି ନିମନ୍ତେ ଯୋଗାଣ ପ୍ରକ୍ରିୟାର ସାଧୁତା ବୃଦ୍ଧି ଲାଗି ଆଲୋଚନା ଓ ଉପାୟ ପାଇଁ ଯୋଜନା ପ୍ରସ୍ତୁତ କରିବା
• ଏ କ୍ଷେତ୍ରରେ ଶ୍ରେଷ୍ଠ କାର୍ଯ୍ୟପନ୍ଥା ଅବଲମ୍ବନ ନିମନ୍ତେ ନିରବଚ୍ଛିନ୍ନ ଭାବେ ଆଲୋଚନା ଜାରି ରଖିବା
• ସାଇବର ସ୍ପେସ୍ ପରିସ୍ଥିତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସଂପର୍କିତ ସହଯୋଗ ନିମନ୍ତେ ମିଳିତ କଥାବାର୍ତ୍ତା ପାଇଁ ବ୍ୟବସ୍ଥା କରିବା ।
• ଇଣ୍ଟରନେଟ ଶାସନ ବ୍ୟବସ୍ଥାରେ ବିବିଧ ସହଯୋଗୀ ମଡେଲକୁ ସମର୍ଥନ
• ଇଣ୍ଟରନେଟ ଶାସନ ବ୍ୟବସ୍ଥା ପ୍ରସଙ୍ଗ, ଯେଉଁଥିରେ ICANN, IGF ଏବଂ ଅନ୍ୟ ପୃଷ୍ଠଭୂମିରେ କଥାବାର୍ତ୍ତା ଓ ଆଲୋଚନା ଜାରି ରଖିବା ଏବଂ ଏହି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମସ୍ତ ଅଂଶୀଦାରମାନେ ସକ୍ରିୟ ଭାବେ ସମର୍ଥନ ଯୋଗାଣ
• ଆନ୍ତଃରାଷ୍ଟ୍ରୀୟ ସାଇବର ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଆଲୋଚନା ଜାରି ରଖିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ
• ଭାରତର ଗୁରୁତ୍ୱପୂର୍ଣ୍ଣ ଇଣ୍ଟରନେଟ ଭିତିଭୂମିର ବିକାଶ
• ପ୍ରଯୁକ୍ତି ଉପଲବ୍ଧ ନୀତି ଯେଉଁଥିରେ ଯେ କୌଣସି ଗୋଟିଏ ରାଷ୍ଟ୍ରଦ୍ୱାରା ଦ୍ୱିବିଧ ପ୍ରଯୁକ୍ତିର ବ୍ୟବହାର ନିୟନ୍ତ୍ରିତ ହେଉଥିବ ଏବଂ ତାହା ଏପରି ବ୍ୟବସ୍ଥା ଦ୍ୱାରା କରାଯିବ, ଯାହା ଦ୍ୱିପାକ୍ଷିକ ଅତ୍ୟାଧୁନିକ ପ୍ରଯୁକ୍ତି ସହଯୋଗ ଗୋଷ୍ଠୀ ତୂଲ୍ୟ ହୋଇଥିବ । ଏ ଦିଗରେ ଉଭୟ ରାଷ୍ଟ୍ର ସହଭାଗୀ ଭିତ୍ତିରେ କାର୍ଯ୍ୟ କରିବେ ।
• ଆଗାମୀ ୬୦ ଦିନ ମଧ୍ୟରେ ଭାରତ-ଆମେରିକା ସାଇବର ସଂପର୍କର ପୂଣ୍ଣାଙ୍ଗ ବ୍ୟବସ୍ଥା ସ୍ୱାକ୍ଷରିତ ହେବାର ଆଶା କରାଯାଏ ।
**********