Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ପାଲେଷ୍ଟାଇନ ମଧ୍ୟରେ କୃଷି କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପାଲେଷ୍ଟାଇନର କୃଷି ମନ୍ତ୍ରଣାଳୟ ମଧ୍ୟରେ କୃଷି ସହଯୋଗ ପାଇଁ ସ୍ୱାକ୍ଷରିତ ଏମ୍ଓୟୁ (ବୁଝାମଣା)କୁ ଅନୁମୋଦନ ମିଳିଛି ।

ପାଲେଷ୍ଟାଇନ୍ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ 2017 ମଇ ମାସରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଦ୍ୱାରା ପାଲେଷ୍ଟାଇନର ପଶୁସମ୍ପଦ ସେବା ଓ ପଶୁଧନ ସ୍ୱାସ୍ଥ୍ୟର କ୍ଷମତା ବିକାଶ ସମେତ କୃଷି ଗବେଷଣା, ପଶୁପାଳନ କ୍ଷେତ୍ରରେ ସହଯୋଗ, ଜଳସେଚନ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପ୍ରାବଧାନ ସାମିଲ ଅଛି । ଏହା ସହିତ ଚାରା ଓ ମୃତ୍ତିକା ପୋଷଣ, ସ୍ୱଚ୍ଛତା ଓ ଚାରା ସଂରକ୍ଷଣ ପଶୁପାଳନ, ଆଧୁନିକ ଜଳସେଚନ ଜ୍ଞାନକୌଶଳ କ୍ଷେତ୍ରରେ ଅଭିଜ୍ଞତାର ଆଦାନପ୍ରଦାନ ସମେତ ପ୍ରଶିକ୍ଷଣ ଓ ଦକ୍ଷତା ନିର୍ମାଣ ଆଦି ଭଳି କ୍ଷେତ୍ର ପର୍ଯ୍ୟନ୍ତ ମଧ୍ୟ ଏହାର ସମ୍ପ୍ରସାରଣ କରାଯିବ ।

ଏମ୍ଓୟୁ ଅନୁସାରେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ କାର୍ଯ୍ୟକ୍ରମ ଓ କାର୍ଯ୍ୟଯୋଜନା ନିର୍ଦ୍ଧାରିତ କରିବା ପାଇଁ କୃଷି ପରିଚାଳନା ସମିତି ଗଠନ କରାଯିବ, ଯିଏକି ଦ୍ୱିପାକ୍ଷିକ ସହଯୋଗର ଏଜେଣ୍ଡା ମଧ୍ୟ ନିର୍ଦ୍ଧାରଣ କରିବ ।

**********