ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଓ ବ୍ରାଜିଲ ମଧ୍ୟରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ସ୍ୱାକ୍ଷରିତ ରାଜିନାମାରେ ସ୍ୱାକ୍ଷର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ବିଦେଶରେ ସ୍ୱଳ୍ପ ସମୟ ଲାଗି କାମ କରୁଥିବା ଭାରତୀୟ ପେସାଦାର ଓ କୁଶଳୀ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି କରିବାକୁ ଆଖି ଆଗରେ ରଖି ଭାରତ ଅନ୍ୟ ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ସାମାଜିକ ସୁରକ୍ଷା ବୁଝାମଣା (ଏସଏସଏ) କରିଆସୁଛି ।
ଏସଏସଏ ଦ୍ୱାର ମୁଖ୍ୟତଃ ତିନୋଟି ଲାଭ ହୋଇଥାଏ-
1. ଶ୍ରମିକଙ୍କ ଦ୍ୱାରା ଦ୍ୱୈତ ସାମାଜିକ ସୁରକ୍ଷା ଯୋଗଦାନ (ସମ୍ପର୍କ ଛିନ୍ନ)ରୁ ରକ୍ଷା ପାଇବା
2. ଲାଭକୁ ସହଜରେ ପହଁଚାଇବା (ରପ୍ତାନି ଯୋଗ୍ୟତା)
3. ଲାଭ (ଏକତ୍ରୀକରଣ)ର କ୍ଷତି ଦୂର କରିବା ଲାଗି ଯୋଗଦାନ ଅବଧିକୁ ଯୋଡ଼ିବା (ଦୁଇ ଦେଶ ମଧ୍ୟରେ) । ବୁଝାମଣା ଅନ୍ତର୍ଗତ ବିଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କୁ ବିକଳାଙ୍ଗ ବୀମା ଲାଭ ମଧ୍ୟ ମିଳିପାରିବ । ବର୍ତ୍ତମାନ ସୁଦ୍ଧା ଭାରତ 18ଟି ଦେଶ ସହିତ ଏସଏସଏରେ ସ୍ୱାକ୍ଷର କରିସାରିଛି ।
**********