ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀ ୨୭ ଜାନୁଆରୀ ୨୦୨୨ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ଅଂଶଗ୍ରହଣ କରିଥିଲେ। ଭାରତ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ଥର ପାଇଁ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା।
ଶିଖର ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ର ନେତାମାନେ ଭାରତ-କେନ୍ଦ୍ର ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ଆଲୋଚନା କରିଥିଲେ। ଏକ ଐତିହାସିକ ନିଷ୍ପତ୍ତିକ୍ରମେ, ଶିଖର ସମ୍ମିଳନୀ ବ୍ୟବସ୍ଥାକୁ ସଂସ୍ଥାଗତ ରୂପ ଦେବା ପାଇଁ ଉଭୟ ପକ୍ଷର ନେତାମାନେ ସହମତ ହୋଇଥିଲେ। ଏଣିକି ପ୍ରତି ୨ ବର୍ଷରେ ଥରେ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯିବ। ଶିଖର ସମ୍ମିଳନୀ ବୈଠକ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିୟମିତ ବ୍ୟବଧାନରେ ବିଦେଶ ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ସୁରକ୍ଷା ପରିଷଦ ସଚିବମାନଙ୍କ ମଧ୍ୟରେ ବୈଠକ ଆୟୋଜନ ଲାଗି ମଧ୍ୟ ସେମାନେ ସହମତ ହୋଇଥିଲେ। ନୂତନ ବ୍ୟବସ୍ଥାକୁ ସମର୍ଥନ ଯୋଗାଇ ଦେବା ଲାଗି ନୂଆଦିଲ୍ଲୀ ଠାରେ ଏକ ଭାରତ-କେନ୍ଦ୍ର ଏସିଆ ସଚିବାଳୟ ସ୍ଥାପନ କରାଯିବ।
ବାଣିଜ୍ୟ ଓ ଯୋଗାଯୋଗ, ବିକାଶମୂଳକ ସହଯୋଗ, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ବିଶେଷ କରି ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ଆହୁରି ବଢ଼ାଇବା ନିମନ୍ତେ ଦୂରଗାମୀ ପ୍ରସ୍ତାବଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ। ଶକ୍ତି ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ରାଉଣ୍ଡ ଟେବୁଲ ବୈଠକ ଆୟୋଜନ; ଆଫଗାନିସ୍ତାନ ଏବଂ ଚାବାହର ବନ୍ଦର ଉପଯୋଗ ଉପରେ ବରିଷ୍ଠ ଅଧିକାରୀ ସ୍ତରରେ ମିଳିତ କାର୍ଯ୍ୟ ଗୋଷ୍ଠୀ ବୈଠକ; କେନ୍ଦ୍ର ଏସୀୟ ରାଷ୍ଟ୍ରମାନଙ୍କରେ ବୌଦ୍ଧ ପ୍ରଦର୍ଶନୀ ପ୍ରଦର୍ଶିତ କରିବା; ସାଧାରଣ ଶବ୍ଦଗୁଡ଼ିକୁ ନେଇ ଭାରତ-କେନ୍ଦ୍ର ଏସୀୟ ଶବ୍ଦକୋଷ ଆରମ୍ଭ କରିବା; ମିଳିତ ଆତଙ୍କବାଦ ନିରୋଧୀ ଅଭ୍ୟାସ; କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡ଼ିକରୁ ବାର୍ଷିକ ଆଧାରରେ ୧୦୦ ଜଣିଆ ଯୁବ ପ୍ରତିନିଧି ଭାରତକୁ ଆସିବା ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ରଦୂତମାନଙ୍କ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ବ୍ୟବସ୍ଥା ଆଦି ଏସବୁ ପ୍ରସ୍ତାବରେ ସାମିଲ ରହିଛି।
ଆଫଗାନିସ୍ତାନରେ ବର୍ତ୍ତମାନ ଦେଖା ଦେଇଥିବା ପରିସ୍ଥିତି ସମ୍ପର୍କରେ ମଧ୍ୟ କେନ୍ଦ୍ର ଏସୀୟ ରାଷ୍ଟ୍ର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ। ବାସ୍ତବରେ ପ୍ରତିନିଧି ଆଧାରିତ ଏବଂ ସମାବେଶୀ ସରକାର ସହିତ ଆଫଗାନିସ୍ତାନରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ପ୍ରତିଷ୍ଠା ଲାଗି ନେତାମାନେ ସେମାନଙ୍କର ସମର୍ଥନକୁ ଦୋହରାଇଥିଲେ। ଆଫଗାନିସ୍ତାନର ଲୋକମାନଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ନିରନ୍ତର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଦୀର୍ଘସ୍ଥାୟୀ ଏବଂ ବ୍ୟାପକ ଭାରତ-କେନ୍ଦ୍ର ଏସିଆ ସହଭାଗିତା ପାଇଁ ସେମାନଙ୍କର ସହଭାଗୀ ସଂକଳ୍ପକୁ ପ୍ରତିଫଳିତ କରୁଥିବା ଏକ ବିସ୍ତୃତ ମିଳିତ ଘୋଷଣାନାମାକୁ ସମସ୍ତ ନେତାମାନେ ଗ୍ରହଣ କରିଥିଲେ।
*********
P.S.
Addressing the India-Central Asia Summit. https://t.co/HMhScJGI15
— Narendra Modi (@narendramodi) January 27, 2022
भारत और Central Asia देशों के डिप्लोमेटिक संबंधों ने 30 सार्थक वर्ष पूरे कर लिए हैं।
— PMO India (@PMOIndia) January 27, 2022
पिछले तीन दशकों में हमारे सहयोग ने कई सफलताएं हासिल की हैं।
और अब, इस महत्वपूर्ण पड़ाव पर, हमें आने वाले सालों के लिए भी एक महत्वकांक्षी vision परिभाषित करना चाहिए: PM @narendramodi
क्षेत्रीय सुरक्षा के लिए हम सभी की चिंताएं और उद्देश्य एक समान हैं। अफगानिस्तान के घटनाक्रम से हम सभी चिंतित हैं।
— PMO India (@PMOIndia) January 27, 2022
इस सन्दर्भ में भी हमारा आपसी सहयोग, क्षेत्रीय सुरक्षा और स्थिरता के लिए और महत्वपूर्ण हो गया है: PM @narendramodi
आज की summit के तीन प्रमुख उद्देश्य हैं।
— PMO India (@PMOIndia) January 27, 2022
पहला, यह स्पष्ट करना कि भारत और Central Asia का आपसी सहयोग क्षेत्रीय सुरक्षा और समृद्धि के लिए अनिवार्य है: PM @narendramodi
भारत की तरफ से मैं यह स्पष्ट करना चाहूँगा कि Central Asia is central to India’s vision of an integrated and stable extended neighbourhood: PM @narendramodi
— PMO India (@PMOIndia) January 27, 2022
दूसरा उद्देश्य, हमारे सहयोग को एक प्रभावी structure देना है।
— PMO India (@PMOIndia) January 27, 2022
इससे विभिन्न स्तरों पर, और विभिन्न stakeholders के बीच, regular interactions का एक ढांचा स्थापित होगा।
और, तीसरा उद्देश्य हमारे सहयोग के लिए एक महत्वकांक्षी roadmap बनाना है: PM @narendramodi