
ଆଜି ଭାରତ-ଜାପାନ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା (2+2)ର ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର 2018ରେ ଜାପାନରେ ତ୍ରୟୋଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦ୍ୱିପାକ୍ଷିକ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗକୁ ଆହୁରି ନିବିଡ଼ କରିବା ସକାଶେ ଏକ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ମିଃ. ସିଞ୍ଜୋ ଆବେ ନେଇଥିବା ନିଷ୍ପତ୍ତି ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି 2+2 ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର । ସେହିପରି ଜାପାନ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଜାପାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ. ତୋଶିମିତସୁ ମୋତେଗି ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଃ. ତାରୋ କୋନୋ ।
ଏହି 2+2 ବୈଠକରେ ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗର ସ୍ଥିତି ସମୀକ୍ଷା କରାଯିବା ସହିତ ଏହାକୁ ଆହୁରି ସୁଦୃଢ଼ କରିବା ନେଇ ମତ ବିନିମୟ କରାଯାଇଥିଲା । ଯାହାଫଳରେ ‘ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀ’ ଅଧିକ ନିବିଡ଼ ହୋଇପାରିବ ।
ଦୁଇ ଦେଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଜନସାଧାରଣଙ୍କ ଉନ୍ନତ ଭବିଷ୍ୟତର ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି ଶାନ୍ତି, ସମୃଦ୍ଧି ଓ ପ୍ରଗତିର ସହଭାଗୀ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଉଭୟ ପକ୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସ୍ଥିତି ସମୀକ୍ଷା କରିଥିଲେ । ଏଥିସହିତ ଭାରତର ‘ଆକ୍ଟ ଇଷ୍ଟ ନୀତି’ ଓ ଜାପାନର ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ସଂକଳ୍ପ’ ପାଇଁ ସେମାନଙ୍କ ନିଜସ୍ୱ ପ୍ରୟାସ ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିଥିଲେ ।
**********
Had a wonderful interaction with Mr. Toshimitsu Motegi, Minister for Foreign Affairs and Mr. Taro Kono, Minister of Defence of Japan.
— Narendra Modi (@narendramodi) November 30, 2019
We had extensive discussions on ways to boost India-Japan cooperation. https://t.co/nUTZqtVkY8