ପିଏମଇଣ୍ଡିଆ
ଭାରତ-ବାଂଲାଦେଶ ସୀମାରେ ସୀମାନ୍ତ ହାଟ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ଦୁଇ ଦେଶର ସୀମାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ସ୍ଥାନୀୟ ଭାବେ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ହେବ ଏବଂ ଏପ୍ରକାର ବ୍ୟବସ୍ଥା ପାରମ୍ପରିକ ବେପାର ବଣିଜକୁ ଉତ୍ସାହିତ କରିବ । ଏପ୍ରକାର ପାରସ୍ପରିକ କାରବାର ସୀମାନ୍ତ ଅଂଚଳର ଲୋକଙ୍କ କଲ୍ୟାଣ ସାଧନ କରିବ । ତେବେ ସୀମାନ୍ତ ହାଟର ପ୍ରତିଷ୍ଠା ଓ ପରିଚାଳନାଗତ ବ୍ୟବସ୍ଥାକୁ ସୁସଂହତ କରିବା ନିମନ୍ତେ ପୂର୍ବ ବୁଝାମଣା ପତ୍ରରେ ସଂଶୋଧନ ଅଣାଯିବ । ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
ଏବେ ଭାରତ-ବାଂଲାଦେଶ ସୀମାରେ 4ଟି ହାଟ କାର୍ଯ୍ୟକ୍ଷମ ଅଛି । ମେଘାଳୟ ଓ ତ୍ରିପୁରା ସୀମାନ୍ତରେ ଏହି ହାଟଗୁଡିକ ପରିଚାଳନା ହେଉଛି । 23.10.2010 ରେ ହୋଇଥିବା ବୁଝାମଣା ଅନୁସାରେ ଏହିସବୁ ସୀମାନ୍ତ ହାଟ କାର୍ଯ୍ୟ କରୁଛି । ତେବେ ସଂଶୋଧିତ ବୁଝାମଣା ପତ୍ର ତଥା ପରିଚାଳନାଗତ ଢ଼ାଂଚାର ନୂତନ ବ୍ୟବସ୍ଥା ଅନୁଯାୟୀ ଅଧିକ ସୀମାନ୍ତ ହାଟ ପ୍ରତିଷ୍ଠା ଓ ପରିଚାଳନାକୁ ବୈଧାନିକ କ୍ଷମତା ମିଳିବ ।