ପିଏମଇଣ୍ଡିଆ
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ୮ ଓ ୯ ଅକ୍ଟୋବର, ୨୦୨୫ରେ ଭାରତ ଆସିଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ, ଯେଉଁଥିରେ ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ତଥା ବାଣିଜ୍ୟ ବୋର୍ଡର ଅଧ୍ୟକ୍ଷ ସାଂସଦ ମାନ୍ୟବର ପିଟର କାଇଲ, ସ୍କଟଲ୍ୟାଣ୍ଡ ରାଷ୍ଟ୍ର ସଚିବ ତଥା ସାଂସଦ ମାନ୍ୟବର ଡଗ୍ଲସ୍ ଆଲେକଜାଣ୍ଡର, ନିବେଶ ମନ୍ତ୍ରୀ ଶ୍ରୀ ଜେସନ ଷ୍ଟକ୍ଉଡଙ୍କ ସହ ୧୨୫ ଜଣ ପ୍ରମୁଖ ସିଇଓ, ଉଦ୍ୟୋଗୀ, ବିଶ୍ୱବିଦ୍ୟାଳୟର କୁଳପତି ଓ ସାଂସ୍କୃତିକ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସୁଦୃଢ଼ କରିବା, ବାଣିଜ୍ୟ, ନିବେଶ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ସାଂସ୍କୃତିକ ଆଦାନପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ଏହା ପ୍ରଥମ ସରକାରୀ ଭାରତ ଗସ୍ତ। ଏହି ଗସ୍ତ ୨୩-୨୪ ଜୁଲାଇ, ୨୦୨୫ ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଗସ୍ତ ପରେ ହୋଇଛି, ଯେଉଁଥିରେ ଉଭୟ ପକ୍ଷ ଐତିହାସିକ ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (ସିଇଟିଏ) ସ୍ୱାକ୍ଷର କରିଥିଲେ ଏବଂ ଭାରତ-ବ୍ରିଟେନ ଭିଜନ ୨୦୩୫ ଏବଂ ଏକ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଷ୍ଟାରମର ୨୦୨୫ ମସିହା ଅକ୍ଟୋବର ୯ ତାରିଖରେ ମୁମ୍ବାଇଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଫିନଟେକ୍ ଉତ୍ସବରେ ମୁଖ୍ୟ ଭାଷଣ ଦେଇଥିଲେ। ପରେ ମୁମ୍ବାଇରେ ଦୁଇ ନେତା ସୀମିତ ତଥା ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ, ଯେଉଁଥିରେ ସେମାନେ ଭାରତ-ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀର ଉନ୍ନତିକରଣ ଦିଗରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ସମାନ ପ୍ରତିବଦ୍ଧତା ଦୋହରାଇଥିଲେ। ସେମାନେ ପାରସ୍ପରିକ ସ୍ୱାର୍ଥର ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।
ଅଭିବୃଦ୍ଧି
ଭାରତ-ବ୍ରିଟେନ ଶିଖର ସମ୍ମିଳନୀ ଅବସରରେ ମୁମ୍ବାଇରେ ସିଇଓ ଫୋରମର ବୈଠକକୁ ପ୍ରଧାନମନ୍ତ୍ରୀମାନେ ସ୍ୱାଗତ କରିଥିଲେ। ଉଭୟ ନେତା ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା (ସି. ଇ. ଟି. ଏ.) ର ଅନୁମୋଦନକୁ ଯଥାଶୀଘ୍ର ସୁଧାରିବାକୁ ଆଶା ବ୍ୟକ୍ତ କରିଥିଲେ, ଯାହାଦ୍ୱାରା ଏହାର ଲାଭ ମିଳିପାରିବ।
ପ୍ରଧାନମନ୍ତ୍ରୀମାନେ ମିଳିତ ଅର୍ଥନୈତିକ ଏବଂ ବାଣିଜ୍ୟ କମିଟି (ଜେଟକୋ) ର ପୁନଃସ୍ଥାପନକୁ ମଧ୍ୟ ସ୍ୱାଗତ କରିଥିଲେ, ଯାହା ସିଇଟିଏ ର ଶାସନ ଏବଂ ଉପଯୋଗକୁ ସମର୍ଥନ କରିବ ଏବଂ ଆମର ବ୍ୟାପକ ବାଣିଜ୍ୟ ଏବଂ ନିବେଶ ଭାଗିଦାରୀକୁ ଆଗକୁ ବଢ଼ାଇବ।
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳ ନିର୍ମାଣ, ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି, ଉନ୍ନତ ଉତ୍ପାଦନ, ପ୍ରତିରକ୍ଷା, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ଆର୍ଥିକ ଏବଂ ବୃତ୍ତିଗତ ବ୍ୟବସାୟ ସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଉପଭୋକ୍ତା ସାମଗ୍ରୀ ଏବଂ ଖାଦ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶରେ ନିବେଶର ସୁଯୋଗକୁ ପ୍ରଦର୍ଶିତ କରିଥିଲେ। ନୀତି ଆୟୋଗ ଏବଂ ସିଟି ଅଫ୍ ଲଣ୍ଡନ କର୍ପୋରେସନ୍ ମଧ୍ୟରେ ବର୍ତ୍ତମାନର ୟୁକେ ଇଣ୍ଡିଆ ଇନଫ୍ରାକଟର ଫାଇନାନ୍ସିଂ ବ୍ରିଜ୍ (ୟୁ. କେ. ଆଇ. ଆଇ. ଏଫ୍. ବି.) ହେଉଛି ନିରନ୍ତର ଅଭିବୃଦ୍ଧି ପାଇଁ ଆମର ସହଭାଗୀ ମହତ୍ୱାକାଂକ୍ଷାର ଏକ ଉଦାହରଣ।
ଦୁଇ ପ୍ରଧାନମନ୍ତ୍ରୀ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇ ସ୍ୱାଗତ କରିଥିଲେ ଯେ, ଉଭୟ ପକ୍ଷ ବିମାନ ଚଳାଚଳ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଭାରତ-ବ୍ରିଟେନ ବିମାନ ସେବା ରାଜିନାମାର ନବୀକରଣ ଉପରେ ଆଲୋଚନା କରୁଛନ୍ତି। ଏହା ଉଭୟ ଦେଶକୁ ଏରୋସ୍ପେସ୍ କ୍ଷେତ୍ରରେ ଘନିଷ୍ଠ ସହଯୋଗ ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ।
ଜ୍ଞାନକୌଶଳ ଏବଂ ନବସୃଜନ
ଭାରତ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀମାନେ ସମାବେଶୀ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା, ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ବିଶ୍ୱ ନବସୃଜନର ଭବିଷ୍ୟତକୁ ରୂପ ଦେବା ପାଇଁ ସୀମାନ୍ତ ଜ୍ଞାନକୌଶଳର ଉପଯୋଗ ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଐତିହାସିକ ପ୍ରଯୁକ୍ତି ସୁରକ୍ଷା ପଦକ୍ଷେପ (ଟି. ଏସ୍. ଆଇ.) କୁ ଆଧାର କରି ଉଭୟ ନେତା ଦୂରସଞ୍ଚାର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ୱାସ୍ଥ୍ୟ ପ୍ରଯୁକ୍ତି ସମେତ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ହୋଇଥିବା ବାସ୍ତବ ପ୍ରଗତିକୁ ସ୍ୱାଗତ କରିଥିଲେ।
ଟି. ଏସ୍. ଆଇ. ଅଧୀନରେ, ନେତାମାନେ ନିମ୍ନଲିଖିତ ସଂସ୍ଥାଗୁଡ଼ିକର ପ୍ରତିଷ୍ଠାରେ ସନ୍ତୋଷ ପ୍ରକାଶ କରିଥିଲେ:
ବ୍ରିଟେନର ସେଣ୍ଟର ଫର ପ୍ରୋସେସ୍ ଇନୋଭେସନ୍ (ସି.ପି.ଆଇ.) ଏବଂ ଭାରତର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କାଉନସିଲ୍ (ବି. ଆର. ଆଇ. ସି.) ପ୍ରତିଷ୍ଠାନ, ହେନରୀ ରୟସ୍ ଇନଷ୍ଟିଚ୍ୟୁଟ୍ (ଏଚ. ଆର. ଆଇ.) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇ. ଆଇ. ଏସ୍. ସି.), ଅକ୍ସଫୋର୍ଡ ନାନୋପୋର ଟେକ୍ନୋଲୋଜି (ଓ. ଏନ୍. ଟି.) ଏବଂ ବ୍ରିକ୍-ସେଣ୍ଟର ଫର୍ ଡି. ଏନ୍. ଏ ଫିଙ୍ଗରପ୍ରିଣ୍ଟିଂ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ (ବ୍ରିକ୍-ସି. ଡି. ଏଫ୍. ଡି.) ଭଳି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଜୈବିକ ପ୍ରଯୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ରଣନୈତିକ ଭାଗିଦାରୀ ସ୍ୱାକ୍ଷରିତ ହେବା ସହିତ ବ୍ରିଟେନ ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରତିରକ୍ଷା ଏବଂ ସୁରକ୍ଷା
ଉଭୟ ନେତା ମିଳିତ ସମରାଭ୍ୟାସ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଜରିଆରେ ଭାରତ ଏବଂ ବ୍ରିଟେନର ସଶସ୍ତ୍ର ବାହିନୀ ମଧ୍ୟରେ ଦ୍ୱିପାକ୍ଷିକ ବିନିମୟକୁ ସମ୍ପ୍ରସାରିତ କରିବା ଲାଗି ସହମତ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନର କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପ୍ର ଭାରତୀୟ ନୌସେନା ସହିତ ରୟାଲ ନେଭିର ସମରାଭ୍ୟାସ ‘କୋଙ୍କଣ’କୁ ସ୍ୱାଗତ କରିଥିଲେ। ଉଭୟ ପକ୍ଷ ଇଣ୍ଡୋ-ପାସିଫିକ୍ ଓସିଏନ୍ ଇନିସିଏଟିଭ୍ (ଆଇପିଓଆଇ) ଅଧୀନରେ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା ଉତ୍କର୍ଷ କେନ୍ଦ୍ର (ଆରଏମଏସସିଇ) ପ୍ରତିଷ୍ଠା ସମେତ ଭାରତ-ପ୍ରଶାନ୍ତ ମହାସାଗର ରେ ଦୃଢ ସାମୁଦ୍ରିକ ସୁରକ୍ଷା ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ।
ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ପ୍ରସଙ୍ଗରେ, ଦୁଇ ନେତା ଏପରି ଏକ ବ୍ୟବସ୍ଥାର ଅଗ୍ରଗତିକୁ ସ୍ୱାଗତ କରିଥିଲେ, ଯେଉଁଥିରେ ଭାରତୀୟ ବାୟୁସେନାର ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକମାନଙ୍କୁ ବ୍ରିଟେନର ରୟାଲ ବାୟୁସେନା ପ୍ରଶିକ୍ଷଣରେ ସାମିଲ କରାଯିବା ସହିତ ଏକ ରାଜିନାମା ସ୍ୱାକ୍ଷରିତ ହେବ, ଯାହା ଆମର ଦୃଢ଼ ପ୍ରଶିକ୍ଷଣ ଏବଂ ଶିକ୍ଷା ସମ୍ପର୍କକୁ ସୁଗମ କରିବ।
ଭାରତୀୟ ନୌସେନା ପାଇଁ ସାମୁଦ୍ରିକ ବୈଦ୍ୟୁତିକ ପ୍ରଣଳନ ପ୍ରଣାଳୀର ବିକାଶରେ ସହଯୋଗ ପାଇଁ ଭାରତ-ବ୍ରିଟେନ ଆନ୍ତଃସରକାରୀ ରାଜିନାମା (ଆଇଜିଏ) କୁ ଚୂଡ଼ାନ୍ତ ରୂପ ଦେବା ଉଦ୍ଦେଶ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।
ଉଭୟ ନେତା ହାଲୁକା ବହୁମୁଖୀ କ୍ଷେପଣାସ୍ତ୍ର (ଏଲ୍. ଏମ୍. ଏମ୍.) ବ୍ୟବସ୍ଥାର ପ୍ରାରମ୍ଭିକ ଯୋଗାଣ ଉପରେ ସରକାରରୁ ସରକାରୀ ମାର୍ଗରେ ଆଗକୁ ବଢ଼ିବା ଲାଗି ରାଜିନାମା ମଧ୍ୟ ଘୋଷଣା କରିଥିଲେ। ଏହା ଭାରତର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ସମର୍ଥନ କରିବ ଏବଂ ଆତ୍ମନିର୍ଭର ଭାରତର ଭାବନା ସହିତ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ବର୍ତ୍ତମାନର ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବ ଏବଂ ଦୁଇ ଦେଶ ମଧ୍ୟରେ ଜଟିଳ ଅସ୍ତ୍ରଶସ୍ତ୍ର ଉପରେ ଦୀର୍ଘକାଳୀନ ସହଯୋଗକୁ ସମର୍ଥନ କରିବ।
ଉଭୟ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦର ସମସ୍ତ ରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ନିନ୍ଦା କରିଥିଲେ। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏବଂ ମିଳିତ ଜାତିସଂଘର ସନନ୍ଦ ଏବଂ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବ୍ୟାପକ ଏବଂ ନିରନ୍ତର ଭାବରେ ଆତଙ୍କବାଦର ମୁକାବିଲା ପାଇଁ ମିଳିତ ଆନ୍ତର୍ଜାତୀୟ ପ୍ରୟାସ ଲାଗି ସେମାନେ ଆହ୍ୱାନ କରିଥିଲେ। ଉଗ୍ରବାଦ ଏବଂ ହିଂସାତ୍ମକ ଉଗ୍ରବାଦର ମୁକାବିଲା କରିବା; ଆତଙ୍କବାଦର ଆର୍ଥିକ ସହାୟତା ଏବଂ ଆତଙ୍କବାଦୀଙ୍କ ସୀମାପାର ଗତିବିଧିର ମୁକାବିଲା କରିବା; ଆତଙ୍କବାଦୀ ଉଦ୍ଦେଶ୍ୟରେ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ରୋକିବା; ଆତଙ୍କବାଦୀ ନିଯୁକ୍ତିର ମୁକାବିଲା କରିବା; ସୂଚନା ଆଦାନପ୍ରଦାନ, ନ୍ୟାୟିକ ସହଯୋଗ, କ୍ଷମତା ବିକାଶରେ ସହଯୋଗ ବୃଦ୍ଧି କରିବା; ଏବଂ ମିଳିତ ଜାତିସଂଘ ଏବଂ ଏଫ୍. ଏ. ଟି. ଏଫ୍. ସମେତ ଏହି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗକୁ ସୁଦୃଢ଼ କରିବା ଲାଗି ସେମାନେ ସହମତ ହୋଇଥିଲେ। ଜାମ୍ମୁ-କାଶ୍ମୀରର ପହଲଗାମରେ ୨୦୨୫ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସେମାନେ କଠୋର ଶବ୍ଦରେ ନିନ୍ଦା କରିଥିଲେ। ବିଶ୍ୱବ୍ୟାପୀ ନିଷିଦ୍ଧ ଆତଙ୍କବାଦୀ, ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ପ୍ରାୟୋଜକଙ୍କ ବିରୋଧରେ ନିର୍ଣ୍ଣାୟକ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସହଯୋଗକୁ ସୁଦୃଢ଼ କରିବା ଉପରେ ସେମାନେ ପ୍ରତିଶ୍ରୁତିବଦ୍ଧତାକୁ ହୋଇଥିଲେ।
ଜଳବାୟୁ ଏବଂ ଶକ୍ତି
ନେତାମାନେ ନେଟ୍-ଜିରୋ ଲକ୍ଷ୍ୟ ହାସଲ ପାଇଁ ସହଯୋଗର ଗୁରୁତ୍ୱକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀମାନେ ‘ଭାରତ-ବ୍ରିଟେନ ଜଳବାୟୁ ଆର୍ଥିକ ପଦକ୍ଷେପ‘କୁ ସ୍ୱାଗତ କରିଥିଲେ, ଯାହା ଦ୍ୱାରା ଉଭୟ ଦେଶ ପାଇଁ ଜଳବାୟୁ ଆର୍ଥିକ ବିକାଶ, ସବୁଜ ଅଭିବୃଦ୍ଧି ଏବଂ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି ହୋଇପାରିବ। ସେମାନେ ଜଳବାୟୁ ପ୍ରଯୁକ୍ତି ଷ୍ଟାର୍ଟ-ଅପ ପାଣ୍ଠିରେ ଏକ ନୂତନ ମିଳିତ ନିବେଶ ଘୋଷଣା କରିଥିଲେ। ବ୍ରିଟେନ ସରକାର ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ଅଧୀନରେ ଏହି ରଣନୈତିକ ପଦକ୍ଷେପ ଜଳବାୟୁ ପ୍ରଯୁକ୍ତି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅଗ୍ରଣୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଭିନବ ଉଦ୍ୟୋଗୀମାନଙ୍କ ପାଇଁ ସହାୟତା ବୃଦ୍ଧି କରିବ, ନବସୃଜନକୁ ବୃଦ୍ଧି କରିବ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।
ଦୁଇ ନେତା ଅଫଶୋର ୱିଣ୍ଡ ଟାସ୍କଫୋର୍ସ ଗଠନକୁ ସ୍ୱାଗତ କରିଥିଲେ। ସେମାନେ ଗ୍ଲୋବାଲ କ୍ଲିନ ପାୱାର ଆଲାଏନ୍ସ (ଜିସିପିଏ) ମାଧ୍ୟମରେ ମିଳିତ ଭାବେ କାର୍ଯ୍ୟ କରିବାର ସମ୍ଭାବନାକୁ ଅନ୍ୱେଷଣ କରିବା ପାଇଁ ସେମାନଙ୍କର ଉଦ୍ଦେଶ୍ୟକୁ ଦୋହରାଇଥିଲେ।
ଶିକ୍ଷା, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ
ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଭବିଷ୍ୟତକୁ ରୂପ ଦେବାରେ ଯୁବ, ସାଂସ୍କୃତିକ ଏବଂ ଶିକ୍ଷାଗତ ଆଦାନପ୍ରଦାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଥମ ବାର୍ଷିକ ମନ୍ତ୍ରୀସ୍ତରୀୟ ରଣନୈତିକ ଶିକ୍ଷା ବାର୍ତ୍ତାଳାପ ଏବଂ ୨୦୨୫ ମସିହା ମେ ମାସରେ ଉଭୟ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପ୍ରତି ସେମାନେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।
ଶିକ୍ଷା କ୍ଷେତ୍ରକୁ ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରମୁଖ କ୍ଷେତ୍ର ଭାବେ ସ୍ୱୀକାର କରି ଉଭୟ ପକ୍ଷ ଭାରତରେ ବ୍ରିଟେନର ନଅଟି ପ୍ରମୁଖ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ଦିଗରେ ଅଗ୍ରଗତି ନେଇ ଖୁସି ବ୍ୟକ୍ତ କରିଥିଲେ। ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟ ଗୁରୁଗ୍ରାମସ୍ଥିତ ଏହାର କ୍ୟାମ୍ପସକୁ ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦଘାଟନୀକୁ ସ୍ୱାଗତ କରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଭାରତରେ ଲିଭରପୁଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ, ଆବେରଡିନ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ଶାଖା କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଲେଟର୍ସ୍ ଅଫ୍ ଇଣ୍ଟେଣ୍ଟ୍ (ଏଲଓଆଇ) ମଧ୍ୟ ହସ୍ତାନ୍ତର କରିଛି। ଆହୁରି, ବେଲଫାଷ୍ଟ କୁଇନ୍ସ ବିଶ୍ୱବିଦ୍ୟାଳୟ ଏବଂ କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟକୁ ଗିଫ୍ଟ ସିଟିରେ ସେମାନଙ୍କର ଶାଖା କ୍ୟାମ୍ପସ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଗସ୍ତ ସମୟରେ, ଭାରତୀୟ କର୍ତ୍ତୃପକ୍ଷ ବେଙ୍ଗାଲୁରୁରେ ଲାଙ୍କେଷ୍ଟର୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଖୋଲିବା ପାଇଁ ଏଲ. ଓ. ଆଇ. ହସ୍ତାନ୍ତର କରିଥିଲେ ଏବଂ ଗିଫ୍ଟ ସିଟିରେ ସରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଖୋଲିବା ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଥିଲେ।
ପ୍ରବାସୀ ଏବଂ ଗମନାଗମନ ଭାଗିଦାରୀ (ଏମ୍. ଏମ୍. ପି.) ର କାର୍ଯ୍ୟାନ୍ୱୟନ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀମାନେ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଅନିୟମିତ ସ୍ଥାନାନ୍ତରଣକୁ ରୋକିବା ପାଇଁ ସହଯୋଗର ଅଗ୍ରଗତି ଉପରେ ଧ୍ୟାନ ଦେଇ ଉଭୟ ପକ୍ଷ ଏହି କ୍ଷେତ୍ରରେ ସହଯୋଗ ଜାରି ରଖିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଉଭୟ ନେତା ବ୍ରିଟେନରେ ପ୍ରବାସୀ ଭାରତୀୟଙ୍କୁ ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ ଏବଂ ଦ୍ୱିପାକ୍ଷିକ ଆର୍ଥିକ, ସାଂସ୍କୃତିକ ଏବଂ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏହାର ଯୋଗଦାନକୁ ପ୍ରଶଂସା କରିଥିଲେ। ସଂସ୍କୃତି, ସୃଜନଶୀଳ ଉଦ୍ୟୋଗ, କଳା, ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଭୟ ଦେଶର ପ୍ରତିଭାମାନଙ୍କୁ ଏକାଠି କରିବା ଲାଗି ବ୍ରିଟେନ-ଭାରତ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମର ସାମର୍ଥ୍ୟକୁ ନେତାମାନେ ସ୍ୱୀକାର କରିଥିଲେ।
ଆଞ୍ଚଳିକ ଏବଂ ବହୁପକ୍ଷୀୟ ସହଯୋଗ
ପ୍ରଧାନମନ୍ତ୍ରୀମାନେ ବିଶ୍ୱ ଶାନ୍ତି, ସମୃଦ୍ଧି ଏବଂ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁ. ଏନ୍. ଏସ୍. ସି.) ର ସଂସ୍କାର ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାରକୁ ପ୍ରୋତ୍ସାହିତ କରିବା ଦିଗରେ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ସେମାନେ ସହମତ ହୋଇଥିଲେ। ଏକ ସଂସ୍କାରିତ ୟୁ. ଏନ୍. ଏସ୍. ସି. ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ବୈଧ ଆକାଂକ୍ଷା ପାଇଁ ବ୍ରିଟେନ ଏହାର ଦୀର୍ଘକାଳୀନ ସମର୍ଥନକୁ ଦୋହରାଇଥିଲା।
ନେତାମାନେ ସ୍ୱୀକାର କରିଥିଲେ ଯେ, ରାଜ୍ୟଗୋଷ୍ଠୀ ଗଠନ କରୁଥିବା ବିଭିନ୍ନ ଭୌଗୋଳିକ କ୍ଷେତ୍ରରେ ବ୍ୟାପିଥିବା ୨୫ କୋଟି ଲୋକଙ୍କ ସହଭାଗୀ ମୂଲ୍ୟବୋଧ ଏହାର ଶକ୍ତି ଥିଲା। ରାଜ୍ୟଗୋଷ୍ଠୀ ସଙ୍ଗଠନର ନୂତନ ନେତୃତ୍ୱ ସହିତ ଜଳବାୟୁ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ଯୁବ ସମ୍ପୃକ୍ତି କ୍ଷେତ୍ରରେ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ସେମାନେ ସହମତ ହୋଇଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘର ସନନ୍ଦ ସମେତ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ, ୟୁକ୍ରେନରେ ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ଶାନ୍ତି ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ। ଏହାକୁ ହାସଲ କରିବା ପାଇଁ ବିଭିନ୍ନ ଦେଶ ଦ୍ୱାରା ଚାଲିଥିବା କୂଟନୈତିକ ପ୍ରୟାସକୁ ସେମାନେ ସ୍ୱାଗତ କରିଥିଲେ।
ସେମାନେ ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସ୍ଥିରତା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ, ସଂଯମ, ସାଧାରଣ ନାଗରିକଙ୍କ ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଆଇନର ଅନୁପାଳନ ପାଇଁ ଆହ୍ୱାନ କରିଥିଲେ ଏବଂ ଏପରି କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବାକୁ ଆହ୍ୱାନ କରିଥିଲେ ଯାହା ପରିସ୍ଥିତିକୁ ଆହୁରି ବଢ଼ାଇପାରେ ଏବଂ ଆଞ୍ଚଳିକ ସ୍ଥିରତା ସହିତ ଆପୋଷ ବୁଝାମଣା କରିପାରେ। ସେମାନେ ଗାଜା ପାଇଁ ଆମେରିକାର ଶାନ୍ତି ଯୋଜନା ଏବଂ ତୁରନ୍ତ ସ୍ଥାୟୀ ଅସ୍ତ୍ରବିରତି, ପଣବନ୍ଦୀମାନଙ୍କୁ ମୁକ୍ତ କରିବା ଏବଂ ମାନବିକ ସହାୟତା ପ୍ରଦାନ କରିବା ପାଇଁ ଆଞ୍ଚଳିକ ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଏବଂ ଏକ ସ୍ଥାୟୀ ଏବଂ ନ୍ୟାୟସଙ୍ଗତ ଶାନ୍ତି ପାଇଁ ଦୁଇ-ରାଷ୍ଟ୍ର ସମାଧାନ ଦିଗରେ ଏକ ପଦକ୍ଷେପ, ଏକ ନିରାପଦ ଏବଂ ସୁରକ୍ଷିତ ଇସ୍ରାଏଲ ସହିତ, ଏକ କାର୍ଯ୍ୟକ୍ଷମ ପାଲେଷ୍ଟାଇନ ରାଷ୍ଟ୍ର ସହିତ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତା ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ଷ୍ଟାରମର ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର ସଦସ୍ୟମାନଙ୍କୁ ଦିଆଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଗସ୍ତ ଭାରତ-ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀର ଦୃଢ଼ ଅଭିବୃଦ୍ଧି ଏବଂ ସକାରାତ୍ମକ ଗତିପଥକୁ ଦୋହରାଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବନ୍ଧୁତ୍ୱର ଗଭୀର ତଥା ସ୍ଥାୟୀ ବନ୍ଧନ ଉପରେ ନିର୍ମିତ।
HS
Addressing the joint press meet with UK PM @Keir_Starmer. https://t.co/jY20THk1kv
— Narendra Modi (@narendramodi) October 9, 2025
प्राइम मिनिस्टर स्टार्मर के नेतृत्व में, भारत और UK के रिश्तों में उल्लेखनीय प्रगति हुई है।
— PMO India (@PMOIndia) October 9, 2025
इस साल जुलाई में मेरी UK यात्रा के दौरान हमने ऐतिहासिक Comprehensive Economic and Trade Agreement पर सहमति बनाई: Prime Minister @narendramodi
Agreement के कुछ ही महीनों में आपका यह भारत दौरा और आपके साथ आया अब तक का सबसे बड़ा business delegation, भारत–UK साझेदारी में आई नई ऊर्जा और व्यापक दृष्टि का प्रतीक है: PM @narendramodi
— PMO India (@PMOIndia) October 9, 2025
भारत और UK natural partners हैं। हमारे संबंधों की नीव में Democracy, freedom और rule of law जैसे मूल्यों में साझा विश्वास है: PM @narendramodi
— PMO India (@PMOIndia) October 9, 2025
मौजूदा वैश्विक अस्थिरता के दौर में, भारत और UK के बीच यह बढ़ती हुई साझेदारी global stability और आर्थिक प्रगति का एक महत्वपूर्ण आधार बन रही है: PM @narendramodi
— PMO India (@PMOIndia) October 9, 2025
हमने Indo-Pacific, West-Asia में शांति और स्थिरता, और यूक्रेन में चल रहे संघर्ष पर भी विचार साझा किए।
— PMO India (@PMOIndia) October 9, 2025
यूक्रेन कान्फ्लिक्ट और गाज़ा के मुद्दे पर, भारत dialogue और diplomacy से शांति की बहाली के सभी प्रयासों का समर्थन करता है।
हम Indo-Pacific क्षेत्र में maritime security…
हमने critical minerals पर सहयोग के लिए एक इंडस्ट्री गिल्ड और सप्लाइ चेन Observatory की स्थापना का निर्णय लिया है। इसका सैटेलाइट कैंपस ISM धनबाद में होगा: PM @narendramodi
— PMO India (@PMOIndia) October 9, 2025
प्रधानमंत्री स्टार्मर के साथ शिक्षा क्षेत्र का अब तक का सबसे बड़ा और प्रभावशाली प्रतिनिधिमंडल आया है।
— PMO India (@PMOIndia) October 9, 2025
यह बहुत खुशी की बात है कि अब UK की नौ universities भारत में campuses खोलने जा रही हैं।
Southampton University के Gurugram campus का हाल ही में उद्घाटन हुआ है और छात्रों का पहला…
हमने मिलिटरी ट्रेनिंग में सहयोग पर समझौता किया है।
— PMO India (@PMOIndia) October 9, 2025
इसके तहत भारतीय वायुसेना के Flying Instructors UK की Royal Air Force में trainers के रूप में कार्य करेंगे: PM @narendramodi
भारत का dynamism और यूके की expertise मिलकर एक unique synergy बनाती है।
— PMO India (@PMOIndia) October 9, 2025
हमारी साझेदारी trustworthy है, talent और technology driven है: PM @narendramodi