Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ମରକ୍କୋ ମଧ୍ୟରେ ଯୁବ ବ୍ୟାପାର କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ କ୍ୟାବିନେଟଙ୍କୁ ଅବଗତ କରାଗଲା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଭାରତ ଏବଂ ମରୋକ୍କୋ ମଧ୍ୟରେ ଯୁବ ବ୍ୟାପାର କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ) ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଏମଓୟୁ ଫେବୃଆରୀ 2019ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁର ଉଦ୍ଦେଶ୍ୟ ହେଉଛି ଯୁବ ବ୍ୟାପାର କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପରେ ଅଂଶଗ୍ରହଣ, ସୂଚନା ଏବଂ ଜ୍ଞାନର ଆଦାନପ୍ରଦାନ ଏବଂ ଯୁବ ବିନିମୟ ଜରିଆରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ସୁଦୃଢ଼ ଏବଂ ପ୍ରୋତ୍ସାହିତ କରିବା ।

ଯୁବ ବ୍ୟାପାରରେ ସହଯୋଗ କ୍ଷେତ୍ର ମଧ୍ୟରେ ରହିଛି :

• ଯୁବ କାର୍ଯ୍ୟକ୍ରମର ଆୟୋଜନ

• ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ସେମିନାରକୁ ଆମନ୍ତ୍ରଣ ବିନିମୟ

• ପ୍ରିଂଟ ହୋଇଥିବା ସରଞ୍ଜାମ, ଫିଲ୍ମ, ଅଭିଜ୍ଞତା, ଗବେଷଣା ଏବଂ ଅନ୍ୟ ସୂଚନାର ଆଦାନପ୍ରଦାନ

• ଯୁବ ଶିବିର, ଯୁବ ମହୋତ୍ସବ ଏବଂ ଅନ୍ୟ ସମବାୟ ଯୁବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ

ଏହି ଏମଓୟୁରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ 2019 ପରଠାରୁ ଉଭୟ ଦେଶ ବାର୍ଷିକ 10 ଦିନରୁ କମ ଅବଧି ଲାଗି 20 ଜଣିଆ ଯୁବ ପ୍ରତିନିଧି ଦଳର ବିନିମୟ କରିବେ ।

******