ପିଏମଇଣ୍ଡିଆ
ଦେଶରେ ପ୍ରଚଳିତ ଭିସା ବ୍ୟବସ୍ଥାର ଉଦାରୀକରଣ, ସରଳୀକରଣ ଓ ଏହାକୁ ଅଧିକ ସୁସଂଗତ କରିବା ସକାଶେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସ୍ଥିରୀକୃତ ଭିସା ନୀତିରେ ପରିବର୍ତ୍ତନ କରିବା ଦିଗରେ ଅନ୍ୟାନ୍ୟ ସଂପୃକ୍ତ ଦାବିଦାରମାନଙ୍କ ସହ ଆଲୋଚନା କରାଯାଇ ଏହା କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ସ୍ଵରାଷ୍ଟ୍ରମନ୍ତ୍ରୀଙ୍କ ସ୍ଵୀକୃତି ନିଆଯିବ ।
ଏଭଳି ବ୍ୟବସ୍ଥା ଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ ବ୍ୟବସାୟ ଏବଂ ଚିକିତ୍ସା ଉଦ୍ଦେଶ୍ୟରେ ଭାରତକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିବାର ସୁଯୋଗ ପାଇପାରିବେ । ପୁନଶ୍ଚ ଏହା ଆର୍ଥିକ ବିକାଶ ଘଟାଇବା ସହ ପର୍ଯ୍ୟଟନ, ବାଣିଜ୍ୟ ବ୍ୟବସାୟ ଓ ଚିକିତ୍ସା ବ୍ୟବସାୟ ଦ୍ୱାରା ଅନ୍ୟ ଲୋକମାନେ ଏଥିରେ ଲାଭବାନ ହୋଇପାରିବ । ଏଥିସହ ସରକାରଙ୍କ ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ମେକ ଇନ ଇଣ୍ଡିଆ ଭଳି ଫ୍ଲାଗସିପ କାର୍ଯ୍ୟକ୍ରମକୁ ସଫଳ କରାଇବା ଦିଗରେ ଏହି ବ୍ୟବସ୍ଥା ସହାୟକ ହେବ ।