Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ (ଜିଏଫଏଫ) ୨୦୨୬ର ଉଦ୍‌ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ  (ଜିଏଫଏଫ) ୨୦୨୬ର ଉଦ୍‌ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ଆରବିଆଇର ଗଭର୍ଣ୍ଣର  ସଞ୍ଜୟ ମାଲହୋତ୍ରା , ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟର ଅଧ୍ୟକ୍ଷ, କ୍ରିସ୍ ଗୋପାଳକୃଷ୍ଣନ୍ , ଫିନଟେକ୍ ଜଗତର ସମସ୍ତ ଉଦ୍ଭାବକ, ନେତା ଏବଂ ନିବେଶକ, ମହିଳା ଏବଂ ସଜ୍ଜନମାନେ।

 

ମୁଁ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟରେ ଭାରତ ଏବଂ ବିଦେଶର ସମସ୍ତ ଅତିଥି   ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଆନନ୍ଦିତ  ଯେ ଆଜି ଆମେ ଆଉ ଏକ ହ୍ୟାଟ୍ରିକ୍ ହାସଲ କରିଛୁ। ଗୋଟିଏ ହ୍ୟାଟ୍ରିକ୍ ୨୦୨୪ରେ ତୃତୀୟ ଥର ପାଇଁ ସରକାର ଗଠନ ସହିତ ହୋଇଥିଲା ଏବଂ ଆଉ ଗୋଟିଏ ହ୍ୟାଟ୍ରିକ୍ ଆପଣମାନଙ୍କ ସମସ୍ତଙ୍କ   ମଧ୍ୟରେ ଆସିବା ସହିତ ଜଡ଼ିତ। ଗ୍ଲୋବାଲ ଫିନଟେକ୍ ଫେଷ୍ଟରେ କ୍ରମାଗତ ଭାବେ ଏହା ମୋର ତୃତୀୟ ବର୍ଷ। ଏହି ହ୍ୟାଟ୍ରିକ୍ ଦର୍ଶାଉଛି ଯେ ବିକଶିତ ଭାରତ ପାଇଁ ଆପଣମାନେ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣମାନଙ୍କ କାର୍ଯ୍ୟ କେତେ ମହତ୍ତ୍ୱପୂର୍ଣ୍ଣ।

 

ବନ୍ଧୁଗଣ,

 

ମୁଁ ଯେତେବେଳେ ଏଠାକୁ ଆସେ, ପ୍ରତିଥର ମୋତେ ପୂର୍ବାପେକ୍ଷା ଅଧିକ ଯୁବ ପ୍ରତିଭା ଦେଖିବାକୁ ମିଳେ, ପୂର୍ବାପେକ୍ଷା ଅଧିକ ଉତ୍ସାହ ଅନୁଭବ ହୁଏ।  ମୁଁ ଦେଖୁଛି ସମ୍ଭାବନାର ପରିସର ବିସ୍ତାରିତ ହେଉଛି। ଏହା ସ୍ପଷ୍ଟ ଭାବେ ଅନୁଭବ ହେଉଛି ଯେ ବିପଦକୁ ମୁକାବିଲା  କରିବାର କ୍ଷମତା ବଢ଼ୁଛି ଏବଂ ସ୍ୱପ୍ନଗୁଡ଼ିକ ଆହୁରି ସାହସିକ ହେଉଛି।  ତେଣୁ, ଏକ ବିକଶିତ ଭାରତର ଭବିଷ୍ୟତ ପ୍ରତି ମୋର ବିଶ୍ୱାସ ଆହୁରି ଦୃଢ଼ ହେଉଛି।

 

ବନ୍ଧୁଗଣ,

 

ଏହି ଫିନଟେକ୍ ଶକ୍ତି ମଧ୍ୟରେ, ମୁମ୍ବାଇର ସାଂସ୍କୃତିକ ଶକ୍ତି ମଧ୍ୟ ଆଜିକାଲି ଶୀର୍ଷରେ ଅଛି। କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ସମେତ ସାରା ଦେଶରେ ଗଣେଶୋତ୍ସବ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ଶୁଭ ଅବସରରେ ପ୍ରଭୁ ଗଣେଶଙ୍କୁ ଆବାହନ କରାଯାଏ। ମୁଁ ଗଣପତି ବାପ୍ପାଙ୍କୁ ପ୍ରଣାମ କରୁଛି ଏବଂ ଆପଣମାନଙ୍କୁ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୬   ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି।

 

ବନ୍ଧୁଗଣ,

 

ଆପଣମାନେ ସମସ୍ତେ ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଜାଣନ୍ତି। ବିଶ୍ୱ ଏବେ ସଂଘର୍ଷ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଶକ୍ତି ଏବଂ ସାମଗ୍ରୀ ଯୋଗାଣ ଶୃଙ୍ଖଳ ଚାପଗ୍ରସ୍ତ  ହୋଇଛି   ବାଣିଜ୍ୟ ମଧ୍ୟ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଅଛି   ଏହି ପରିସ୍ଥିତି କିଛି ମାସ ଧରି ଜାରି ରହିଛି। ଏଥିରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସମୟ ସବୁଠାରୁ ଅଧିକ ଆହ୍ୱାନପୂର୍ଣ୍ଣ ଥିଲା। ଏଭଳି ପରିସ୍ଥିତିରେ ମଧ୍ୟ ଯେତେବେଳେ ଭାରତର ଜିଡିପି   . ପ୍ରତିଶତ ହାରରେ ବଢ଼ୁଛି, ସେତେବେଳେ ସମଗ୍ର ବିଶ୍ୱକୁ ଏକ ନୂଆ ଭରସା ମିଳୁଛି ଏହି ଭରସା ମୁଁ ଆପଣମାନଙ୍କ ମୁହଁରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖୁଛି।

 

ବନ୍ଧୁଗଣ,

ଭାରତରେ ଏହି ବଢ଼ୁଥିବା ବିଶ୍ୱାସର ଆଉ ଏକ ଉଦାହରଣ ହେଉଛି ଆମର ସାର୍ବଭୌମ ମୂଲ୍ୟାଙ୍କନ। ସମ୍ପ୍ରତି, ଜାପାନର କ୍ରେଡିଟ୍ ରେଟିଂ ଏଜେନ୍ସି ଭାରତର ସାର୍ବଭୌମ ମୂଲ୍ୟାଙ୍କନକୁ ବର୍ଗକୁ ଉନ୍ନୀତ କରିଛି ଏହି ଅପଗ୍ରେଡ୍ ଉତ୍ସାହଜନକ ହେଲେ ମଧ୍ୟ ବହୁତ କମ୍ ଲୋକ ଅନୁଭବ କରୁଛନ୍ତି ଯେ ଏହି ସୁବିଧା ତିନି ଦଶନ୍ଧି ପରେ ଅର୍ଥାତ  ତିରିଶ ବର୍ଷ ପରେ ଆସିଛି ଏଏହା ଭାରତର ଅଭିବୃଦ୍ଧି ଗତି, ଆମର ମାକ୍ରୋ ଅର୍ଥନୈତିକ ସ୍ଥିରତା ଏବଂ ବର୍ଷ ବର୍ଷ ଧରି ଆମେ କରିଥିବା ସାଂରଚନିକ ସଂସ୍କାର ଉପରେ ବିଶ୍ୱର ବିଶ୍ୱାସକୁ ଦର୍ଶାଏ।  ମୁଁ ପୁଣି ଥରେ  କହିବି ଯେ ଭାରତର ଏହି ସଂସ୍କାର ଏକ୍ସପ୍ରେସ୍ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ।

 

ବନ୍ଧୁଗଣ,

 

ଭାରତର ଫିନଟେକ୍ କାହାଣୀ ଅତ୍ୟନ୍ତ ଚମତ୍କାର ରହିଛି ଏବଂ ଏହାର ଏକ ବଡ଼ ସଫଳତାର ଉଦାହରଣ ହେଉଛି ଆମର ୟୁପିଆଇ ମୁଁ ଗତ ବର୍ଷ ମଧ୍ୟ ଏହା ବିଷୟରେ ଆଲୋଚନା କରିଥିଲି। କିନ୍ତୁ ଏବେ ଏହା ଏତେ ବଡ଼ ପରିବର୍ତ୍ତନ ଆଣିଛି ଯେ ୟୁପିଆଇ ବିନା ଫିନଟେକ୍ ବିଷୟରେ  ଆଲୋଚନା କରିବା  ଅସମ୍ପୂର୍ଣ୍ଣ ଅଟେ 

 

ବନ୍ଧୁଗଣ,

 କିଛି ଦିନ ପୂର୍ବରୁ, ଅର୍ଥାତ ଅଗଷ୍ଟ ୨୫ ତାରିଖରେ ୟୁପିଆଇ ତାହାର ୧୦ ବର୍ଷ ପୂରଣ କରିଛି।। ଦ୧୦ ବର୍ଷ ପୂର୍ବେ ଯେତେବେଳେ ମୁଁ କହୁଥିଲି ଯେ ଆପଣଙ୍କ ବ୍ୟାଙ୍କ ଆପଣଙ୍କ ଆଙ୍ଗୁଠିର ଟିପରେ ରହିବ, ସେତେବେଳେ କିଛି ଲୋକ ଏହାକୁ ଅସମ୍ଭବ ଭାବୁଥିଲେ ମୁଁ ଭଲ ଭାବରେ ଜାଣିଥିବା ଲୋକମାନଙ୍କ କଥା କହୁଛି। ଆପଣମାନେ ସେମାନଙ୍କ ଚେହେରା ମନେ ପକାଇପାରିବେ ମୁଁ ସେହି ଲକ୍ଷ ଲକ୍ଷ ଭାରତୀୟଙ୍କ କଥା କହୁନାହିଁ ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ସେମାନଙ୍କ ପିଢ଼ି ମଧ୍ୟରୁ ଅନେକ ବ୍ୟାଙ୍କ ଦେଖି ନଥିଲେ। କିନ୍ତୁ ଆଜି ଦେଖନ୍ତୁ ୧୦ ବର୍ଷ ପରେ, ସେହି ଲକ୍ଷ ଲକ୍ଷ ଲୋକ, ଯେଉଁମାନେ ପିଢ଼ି ପରେ ପିଢ଼ି ବ୍ୟାଙ୍କିଂ ସିଷ୍ଟମରୁ ବାଦ ପଡ଼ିଥିଲେ, ସେମାନେ ଭାରତରେ ଫିନଟେକ୍ ଅଭିବୃଦ୍ଧିର ପ୍ରମୁଖ ବାହକ ପାଲଟିଛନ୍ତି।

 

ବନ୍ଧୁଗଣ,

 

କେବଳ ଅଗଷ୍ଟ ମାସରେ, ୟୁପିଆଇ ମାଧ୍ୟମରେ ୨୪୦ ନିୟୁତରୁ ଅଧିକ କାରବାର ସମାପ୍ତ ହୋଇଛି। ଅର୍ଥାତ୍ ଆମେ ଏଠାରେ ଯେତେ ସମୟ ଧରି ବସିଛୁ, ମାତ୍ର ୧୦ ମିନିଟ୍ରେ ହାରାହାରି ୫୦ ଲକ୍ଷରୁ ଅଧିକ ୟୁପିଆଇ କାରବାର ସମଗ୍ର ଦେଶରେ ହୋଇସାରିଥିବ। ଏହା ହେଉଛି ୟୁପିଆଇର ପ୍ରଭାବ। ସେଥିପାଇଁ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ କହିଥିଲେ ଯେ ୟୁପିଆଇ  କେବଳ ଏକ ପ୍ରଯୁକ୍ତିର କାହାଣୀ ନୁହେଁ, ଏହା ଏକ ସଭ୍ୟତାର କାହାଣୀ।

ଏବଂ ବନ୍ଧୁଗଣ,

 

ୟୁପିଆଇ ଆଉ କେବଳ ଭାରତ ପର୍ଯ୍ୟନ୍ତ ସୀମିତ ନୁହେଁ। କିଛି ବର୍ଷ ପୂର୍ବେ ଯଦି କେହି କହିଥାନ୍ତେ ଯେ ବିଦେଶକୁ  ମଧ୍ୟ ଭାରତୀୟ ବ୍ୟାଙ୍କ ଖାତାରୁ ପେମେଣ୍ଟ କରାଯାଇପାରିବ, ତେବେ ବୋଧହୁଏ କେହି ବିଶ୍ୱାସ କରିନଥାନ୍ତେ।। କିନ୍ତୁ ଆଜି, ଏହା ଏକ ବାସ୍ତବତାରେ ପରିଣତ ହୋଇଛି ଭାରତର ୟୁପିଆଇ ବର୍ତ୍ତମାନ ବିଶ୍ୱର ୧୧ ଟି ଦେଶରେ ଉପଲବ୍ଧ ଅଛି ଏହା ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ, ଯାହା ଆମକୁ ଦର୍ଶାଉଛି ଯେ ଆମେ କେତେ ଦୀର୍ଘ ଯାତ୍ରା ଅତିକ୍ରମ କରିଛୁ କିନ୍ତୁ ଏବେ ପ୍ରଶ୍ନ ହେଉଛି ଯେ ଆମେ ଏହି ସଫଳତାରେ ସନ୍ତୁଷ୍ଟ ହୋଇଯିବା ? ଭାରତର ଫିନଟେକ୍ ସଫଳତାକୁ ଚୂଡ଼ାନ୍ତ ସଫଳତା ବୋଲି ଧରିନେବା?

 

ବନ୍ଧୁଗଣ,

 

ନୀତି ଏବଂ ଶାସନ ସହିତ ଜଡ଼ିତ କାମ କରିବାରେ ମୋର ପ୍ରାୟ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ବର୍ଷଗୁଡ଼ିକରେ ଯେଉଁମାନେ ମୋତେ ଦେଖିଛନ୍ତି, ସେମାନେ ଜାଣନ୍ତି ଯେ ମୋଦୀ ଗୋଟିଏ ଲକ୍ଷ୍ୟ ପୂରଣ କରି ସେଠାରେ ଅଟକି ଯାଇ ଉତ୍ସବ ପାଳନ କରି ସନ୍ତୁଷ୍ଟ ହୋଇଯାଏ ନାହିଁ ଗୋଟିଏ ଲକ୍ଷ୍ୟ ପୂରଣ ହେଲେ ମୁଁ ତାହାଠାରୁ ଆହୁରି ବଡ଼ ଲକ୍ଷ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଏ।

 

ବନ୍ଧୁଗଣ,

 

ଆଜି, ଆମର ୟୁପିଆଇ  ଅନେକ ଦେଶରେ ପହଞ୍ଚିଛି। କିନ୍ତୁ ଏହା କେବଳ ପ୍ରଥମ ପଦକ୍ଷେପ। ଏବେ ସେହି ଦେଶଗୁଡ଼ିକର ପେମେଣ୍ଟ ବ୍ୟବସ୍ଥା ସହିତ ୟୁପିଏଇକୁ ଯୋଡ଼ିବା ଆମର ପରବର୍ତ୍ତୀ ଲକ୍ଷ୍ୟ ହେବା ଉଚିତ।ସିଙ୍ଗାପୁର ସହିତ ଆମେ ଏହା କରିସାରିଛୁ। ଏହା ଫଳରେ ଭାରତ ସିଙ୍ଗାପୁର ମଧ୍ୟରେ ସେହିଭଳି ଟଙ୍କା କାରବାର ହୋଇପାରୁଛି, ଯେପରି ଗୋଟିଏ ସହରର ଦୁଇଟି ପଡ଼ୋଶୀ ଅଞ୍ଚଳ ମଧ୍ୟରେ ହୋଇଥାଏ। ଏହିଭଳି ସଂଯୋଗ ଆମକୁ ଅନ୍ୟ ଦେଶ ଅନ୍ୟ ବଜାର ସହିତ ମଧ୍ୟ ତିଆରି କରିବାକୁ ହେବ। ଯେଉଁ ଦେଶରେ ବହୁ ସଂଖ୍ୟାରେ ଭାରତୀୟ ରହୁଛନ୍ତି, ଯେଉଁ ଦେଶ ସହିତ ଭାରତ ବଡ଼ ପରିମାଣରେ ବାଣିଜ୍ୟ କରୁଛି ଏବଂ ଯେଉଁ ଦେଶ ଆମ ସହିତ ଚାଲିବାକୁ ପ୍ରସ୍ତୁତ ଥିବା ସେହି ସମସ୍ତ ଦେଶକୁ ଯୋଡ଼ିବା ପାଇଁ ଆମକୁ କାମ କରିବାକୁ ହେବ।

 

ବନ୍ଧୁଗଣ,

 

ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବହୁ ସଂଖ୍ୟକ ଭାରତୀୟ ବିଦେଶରେ କାମ କରନ୍ତି।  ବିଶ୍ୱରେ ବିଦେଶରୁ ସବୁଠାରୁ ଅଧିକ ଟଙ୍କା ଭାରତୀୟମାନେ ନିଜ ଦେଶକୁ ପଠାନ୍ତି। କିନ୍ତୁ ଆଜି ସେହି ଟଙ୍କାର ଏକ ଅଂଶ ଟଙ୍କା ପଠାଇବାର ଖର୍ଚ୍ଚରେ ଚାଲିଯାଉଛି। ୟୁପିଆଇ ହିଁ ଖର୍ଚ୍ଚ କମାଇ ଭାରତୀୟମାନଙ୍କୁ ସଞ୍ଚୟ କରାଇପାରିବ। ଏହାଦ୍ୱାରା ଟଙ୍କା ମଧ୍ୟ ଶୀଘ୍ର ଭାରତୀୟ ପରିବାରଙ୍କ ପାଖରେ ପହଞ୍ଚିପାରିବ।

 

ବନ୍ଧୁଗଣ,

 

ଆଜି ଆପଣମାନେ ଭାରତରେ କାର୍ଡ ମାଧ୍ୟମରେ କିପରି ପେମେଣ୍ଟ କରୁଛନ୍ତି ? ଏହି ବ୍ୟବସ୍ଥା ସେହି ମାନକ ଉପରେ ଚାଲୁଛି, ଯାହା ଅନ୍ୟ କେଉଁଠି ତିଆରି କରାଯାଇଥିଲା। ଅନ୍ୟମାନେ ତିଆରି କରିଥିବା ନିୟମ ମାନକକୁ ଆମେ ଗ୍ରହଣ କରିଥିଲୁ। ସେତେବେଳେ ଆମ ପାଖରେ ନିଜର କୌଣସି ବିକଳ୍ପ ନଥିଲା। କିନ୍ତୁ ଏବେ ଆମ ପାଖରେ ନିଜର ବିକଳ୍ପ ଅଛି। ଆମେ ନିଜର ନିୟମ ମାନକ ତିଆରି କରିପାରିବା ଏବଂ ଏହାକୁ ସମଗ୍ର ବିଶ୍ୱ ସହିତ ଯୋଡ଼ିପାରିବା ମୋର ଆପଣ ସମସ୍ତଙ୍କ ଉପରେ ପୂର୍ଣ୍ଣ ଭରସା ଅଛି ଯେ ଆପଣମାନେ ଏହା କରିପାରିବେ।

 

ବନ୍ଧୁଗଣ,

 

ପ୍ରଯୁକ୍ତିବିଦ୍ୟା ହେଉଛି ଅନ୍ତର୍ଭୁକ୍ତିକରଣ ପାଇଁ ସବୁଠାରୁ ପ୍ରଭାବଶାଳୀ ଉପକରଣ। ୟୁପିଆଇ  ଏହାକୁ ପ୍ରମାଣ କରିଛି ଫିନଟେକ୍ ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଯେଉଁଠାରେ ପାରମ୍ପରିକ ବ୍ୟବସ୍ଥା ପହଞ୍ଚିପାରିନାହିଁ, ସେଠାରେ ପହଞ୍ଚିବା। ଯେଉଁଠାରେ ପାରମ୍ପରିକ ବ୍ୟାଙ୍କ ପହଞ୍ଚିପାରିନଥିଲା, ଯେଉଁଠାରେ ବ୍ୟାଙ୍କ ଶାଖା ଖୋଲିପାରିନଥିଲା, ୟୁପିଆଇ  ସେଠାକୁ ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇଯାଇଛି।

 

ବନ୍ଧୁଗଣ,

 

ଆଜି, ଫିନଟେକ୍ ବଜାରର ଏକ ବଡ଼ ଅଂଶ କେବଳ ପେମେଣ୍ଟ ଉପରେ ନିର୍ଭର କରୁଛି। କିନ୍ତୁ ଏବେ ଆମକୁ ପରବର୍ତ୍ତୀ ସ୍ତରକୁ ଯିବାକୁ ହେବ। ଆମକୁ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ହେବ। ଫିନଟେକ୍ ବଜାରରେ ପେମେଣ୍ଟ ସହିତ ଋଣ କାରବାରର ଅଂଶ ବଢ଼ିବା ଉଚିତ। ବୀମାର ଅଂଶ ବଢ଼ିବା ଉଚିତ। ସଞ୍ଚୟ, ନିବେଶ ଏବଂ ପେନ୍ସନ୍ ସେବା ମଧ୍ୟ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ।

 

ବନ୍ଧୁଗଣ,

 

ମୁଁ ବିଶ୍ୱାସ କରେ ଯେ ଫିନଟେକ୍ ଦେଶର ଶକ୍ତିଗୁଡ଼ିକୁ ଆଗକୁ ଆଣିପାରିବ, ଯାହା ଏବେ ପାରମ୍ପରିକ ଆର୍ଥିକ ବ୍ୟବସ୍ଥାର ପହଞ୍ଚ ବାହାରେ ରହିଛି ଏକ ବିକଶିତ ଭାରତ ପାଇଁ, ଏହି ଶକ୍ତିର ପ୍ରକାଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

ବନ୍ଧୁଗଣ,

 

ପ୍ରଧାନମନ୍ତ୍ରୀ ସ୍ୱନିଧି ସଫଳତା ସହିତ ଆମେ ଏହାର ପ୍ରଭାବ ଦେଖିପାରୁଛୁ। ଆମର ଷ୍ଟ୍ରିଟ୍ ଭେଣ୍ଡରମାନେ ସହରର ମେରୁଦଣ୍ଡ। କିନ୍ତୁ ସେମାନେ ଦେଶର ବ୍ୟାଙ୍କିଂ ଔପଚାରିକ ଋଣ ବ୍ୟବସ୍ଥାରୁ ବାହାରେ ଥିଲେ।

 

ପିଏମ୍ ସ୍ୱନିଧି ଦେଶର ଲକ୍ଷ ଲକ୍ଷ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଔପଚାରିକ ଆର୍ଥିକ ବ୍ୟବସ୍ଥା ସହିତ ଯୋଡ଼ିଛି।ଏବେ ଏହି ଲୋକମାନଙ୍କ ପାଖରେ ମଧ୍ୟ ସ୍ୱନିଧି କ୍ରେଡିଟ୍ କାର୍ଡ ଅଛି। ଅର୍ଥାତ୍ ସେମାନଙ୍କ ପାଖରେ ଔପଚାରିକ ଭାବେ ଋଣ ପାଇବାର ଏକ ଉପାୟ ଅଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ ସ୍ୱନିଧିର ହିତାଧିକାରୀଙ୍କ ହାରାହାରି ବାର୍ଷିକ ଆୟ ୨୦ ପ୍ରତିଶତରୁ ଅଧିକ ବଢ଼ିଛି। କେବଳ ଏତିକି ନୁହେଁ, ଏହି ପରିବାରଗୁଡ଼ିକର ଘର, ପୋଷଣ, ସ୍ୱାସ୍ଥ୍ୟସେବା ଏବଂ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଛି। ସେଥିପାଇଁ ସରକାର ଏହି ଯୋଜନାକୁ ୨୦୩୦ ପର୍ଯ୍ୟନ୍ତ ବଢ଼ାଇବାର ନିଷ୍ପତ୍ତି ନେଇଛି।

 

ବନ୍ଧୁଗଣ,

 

ଯଦି ୟୁପିଆଇ  ନଥାନ୍ତା ତେବେ ପ୍ରଧାନମନ୍ତ୍ରୀ ସ୍ୱନିଧି ଏହି ସଫଳତା ହାସଲ କରିପାରି ନଥାନ୍ତେ। ଯୋଜନାର ସଫଳତାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି, ଆମକୁ ଆର୍ଥିକ କାର୍ଯ୍ୟକଳାପକୁ ଆହୁରି ବୃଦ୍ଧି କରିବା ପାଇଁ ଫିନଟେକର ଶକ୍ତିକୁ ବ୍ୟବହାର କରିବାକୁ ପଡିବ। ମୁଁ ଆପଣଙ୍କୁ ପୁଞ୍ଜି ଏବଂ ଋଣ ଜଗତରୁ ଏକ ଉଦାହରଣ ଦେଉଛି। ଜଣେ ଭଉଣୀ ଅଛନ୍ତି ଯିଏ ଏକ ଛୋଟ ଦୋକାନ ଚଲାନ୍ତି। ସେ ପ୍ରତିଦିନ ଡିଜିଟାଲ୍ ପେମେଣ୍ଟ ପାଆନ୍ତି। ଏବେ ତାଙ୍କ ଆୟ ଖର୍ଚ୍ଚର ଏକ ସ୍ପଷ୍ଟ ହିସାବ ଦେଖିବାକୁ ମିଳୁଛି। ତାଙ୍କ ବ୍ୟବସାୟ ବହୁତ ଭଲ ଚାଲିଛି। ସେ ଏବେ ସେହି ସ୍ତରଠାରୁ ଆଗକୁ ବଢ଼ିସାରିଛନ୍ତି, ଯେଉଁଠାରେ ଅଳ୍ପ ପୁଞ୍ଜି ମଧ୍ୟ ପର୍ଯ୍ୟାପ୍ତ ଥିଲା। ଏବେ ତାଙ୍କ ବ୍ୟବସାୟକୁ ବଡ଼ କରିବା ପାଇଁ ଅଧିକ ସାମଗ୍ରୀ ଉପକରଣ ଦରକାର। ଏଥିପାଇଁ ତାଙ୍କୁ ଟିକିଏ ଅଧିକ ଟଙ୍କା ଦରକାର ଏହା ବହୁତ ବଡ଼ ଋଣ ନୁହେଁ। କିନ୍ତୁ ତାଙ୍କ ବ୍ୟବସାୟ ଏବେ ମଧ୍ୟ ଏତେ ଛୋଟ ଯେ ପାରମ୍ପରିକ ଋଣ ବ୍ୟବସ୍ଥା ତାଙ୍କୁ ସହଜରେ ଋଣ ଦେଇପାରୁନାହିଁ ଏଏଭଳି ବ୍ୟବସାୟର ଆବଶ୍ୟକତାକୁ ଫିନଟେକ୍ ବୁଝିପାରିବ, ଆଗୁଆ ଅନୁମାନ କରିପାରିବ ଏବଂ ସେହି ଅନୁଯାୟୀ ସମାଧାନ ଦେଇପାରିବ। ଏଭଳି ବ୍ୟବସାୟର ସଂଖ୍ୟା ବହୁତ ଅଧିକ।

 

ବନ୍ଧୁଗଣ,

 

ପ୍ରଯୁକ୍ତି ଆମକୁ ଏଭଳି ବ୍ୟବସାୟଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପକୁ ବୁଝିବା ଏବଂ ସେମାନଙ୍କ ପାଇଁ ଆବଶ୍ୟକତା ଅନୁସାରେ ଉପଯୁକ୍ତ ମଡେଲ୍ ତିଆରି କରିବାରେ ବହୁତ ସାହାଯ୍ୟ କରିପାରିବ। ମୋର ବିଶ୍ୱାସ, ଫିନଟେକ୍ ଆଗାମୀ ଅଧ୍ୟାୟ ଏହିଠାରୁ ହିଁ ଲେଖାଯିବ। ଆମେ ପେମେଣ୍ଟ କ୍ଷେତ୍ରରେ ଦ୍ରୁତତା ଏବଂ ବଡ଼ ପରିମାଣରେ ସେବା ଦେବାର କ୍ଷମତା ଦେଖାଇଛୁ। ଏବେ ଆମକୁ ଅନ୍ୟ ଆର୍ଥିକ କାରବାରର ଅଂଶ ବଢ଼ାଇବା ଦିଗରେ ମଧ୍ୟ କାମ କରିବାକୁ ପଡ଼ିବ। ଯେପରି, ଜଣେ ଡେଲିଭରି ପାର୍ଟନର କିମ୍ବା ନିଜର ଛୋଟ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ପ୍ରତି ମାସରେ ରୋଜଗାର କରୁଛନ୍ତି। କିନ୍ତୁ ତାଙ୍କୁ ସଞ୍ଚୟ ଏବଂ ପେନସନ୍ ଭଳି ଆର୍ଥିକ ସେବା ମଧ୍ୟ ସହଜରେ ମିଳିବା ଆବଶ୍ୟକ। ଏଭଳି ଲୋକଙ୍କ ଆବଶ୍ୟକତାକୁ ଫିନଟେକ୍ ପୂରଣ କରିପାରିବ। ସେହିପରି, ଫିନଟେକ୍ ମାଧ୍ୟମରେ ବୀମା ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ପାଇବା ମଧ୍ୟ ସହଜ ହୋଇପାରିବ। ଏସବୁ ସେବା ମଧ୍ୟ ଆଜି QR କୋଡ୍ମାଧ୍ୟମରେ ଯେପରି ସହଜରେ ପେମେଣ୍ଟ କରାଯାଉଛି, ସେହିପରି ସରଳ, ସହଜ ଏବଂ ସମସ୍ତଙ୍କ ପାଇଁ ସୁଲଭ ହୋଇପାରିବ।

 

 

ବନ୍ଧୁଗଣ,

 

୨୧ ଶତାବ୍ଦୀର ପ୍ରଥମ ତ୍ରୈମାସିକ ଶେଷ ହୋଇଛି। ଆମେ ଏବେ ୨୦୨୬ ରେ ଅଛୁ। ଦ୍ୱିତୀୟ ତ୍ରୈମାସିକ ଆମ ପାଇଁ ଆହୁରି ନୂତନ ସମ୍ଭାବନା ଆଣିଛି। ଏଜେଣ୍ଟିକ୍ ଏଆଇ, ଟୋକେନାଇଜେସନ୍, କ୍ୱାଣ୍ଟମ୍ ଭଳି ପ୍ରଯୁକ୍ତିବିଦ୍ୟା ଆର୍ଥିକ କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଖୋଲୁଛି ଆମ ସମ୍ମୁଖରେ ଏବେ ଚ୍ୟାଲେଞ୍ଜ ହେଉଛି ଏହି ସମ୍ଭାବନାଗୁଡ଼ିକୁ ପ୍ରକୃତ ପ୍ରଭାବରେ କିପରି ରୂପାନ୍ତରିତ କରାଯିବ। ଏହା କରିବା ପାଇଁ, ମୁଁ ଚାହୁଁଛି ଯେ ଆମର ଫିନଟେକ୍ କମ୍ପାନୀଗୁଡ଼ିକ ଏକାଠି କାମ କରନ୍ତୁ ଏବଂ ନିଜ ପାଇଁ କିଛି କାର୍ଯ୍ୟ ସ୍ଥିର କରନ୍ତୁ।  ମୁଁ ଏଥିପାଇଁ କିଛି ପରାମର୍ଶ ମଧ୍ୟ ଦେବାକୁ ଚାହେଁ। ପ୍ରଥମତଃ, ଭାରତରେ ସାଇବର ସୁରକ୍ଷାକୁ ବିଶ୍ୱସ୍ତରୀୟ କରିବାକୁ ହେବ। ଦ୍ୱିତୀୟତଃ, ଆମ ଶିଳ୍ପ କ୍ଷେତ୍ରର ନିଜସ୍ୱ ନୈତିକ ଡାଟା ସୁରକ୍ଷା ମାନଦଣ୍ଡ ରହିବା ଦରକାର। ତୃତୀୟତଃ, ଏକ ଶକ୍ତିଶାଳୀ ଫିନଟେକ୍ ନିୟାମକଶିଳ୍ପ ନବସୃଜନ ପରିବେଶ ଗଢ଼ି ତୋଳିବାକୁ ହେବ   ଚତୁର୍ଥରେ , ଆମର ଏକ ଫିନଟେକ୍ ଗ୍ରାହକ ସୁରକ୍ଷା ସୂଚକାଙ୍କ ରହିବା ଆବଶ୍ୟକ, ଯାହା ଆଧାରରେ ପ୍ରତ୍ୟେକ କମ୍ପାନୀକୁ ସ୍ୱଚ୍ଛ ଭାବରେ ମୂଲ୍ୟାଙ୍କନ କରାଯାଇପାରିବ। ଯଦି ଆମେ ଏହି ମାନଦଣ୍ଡଗୁଡ଼ିକୁ ପାଳନ କରୁ, ତେବେ ଭାରତର ଫିନଟେକ୍ କ୍ଷେତ୍ର ଅଗଣିତ ସମ୍ଭାବନାର ପ୍ରବେଶ ଦ୍ୱାର ହୋଇପାରିବ। ଆମ ପାଖରେ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାର ଅଭିଜ୍ଞତା ଏବଂ ଜ୍ଞାନ ଉଭୟ ଅଛି। ତେଣୁ, ଆମକୁ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡିବ।

 

ବନ୍ଧୁଗଣ,

 

ଡିଜିଟାଲ ଇଣ୍ଡିଆର ସଫଳତା କାହାଣୀ ଏବେ ଏକ ନୂତନ ଅଧ୍ୟାୟ ପାଇଁ ପ୍ରସ୍ତୁତ। ଏପର୍ଯ୍ୟନ୍ତ ଆମର ଫିନଟେକ୍ ସଫଳତାର ମୁଖ୍ୟ ଆଧାର ହେଉଛି ଯେ ବଡ଼ ପରିମାଣରେ ସେବା ପ୍ରଦାନ କରିବାର କ୍ଷମତା, ବ୍ୟାପକ କ୍ଷେତ୍ର, ସୁରକ୍ଷିତ ବ୍ୟବସ୍ଥା, ପ୍ରଯୁକ୍ତିକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ଏବଂ ଜନସାଧାରଣଙ୍କ ବିଶ୍ୱାସର ମୂଳ ମୂଲ୍ୟବୋଧକୁ ସଂରକ୍ଷିତ ରଖିବା ଉଚିତ। ଏହି ମୂଳ ମୂଲ୍ୟବୋଧଗୁଡ଼ିକୁ ଧ୍ୟାନରେ ରଖି ଫିନଟେକ୍ କ୍ଷେତ୍ରକୁ ଆଗାମୀ ପିଢ଼ିର ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ହେବ। ଏହି ଆହ୍ୱାନ ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

*****

 

SPD