ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶ ସର୍ବଦା ତାଙ୍କ ଦୂରଦୃଷ୍ଟି ଏବଂ କାର୍ଯ୍ୟରୁ ପ୍ରେରଣା ନେବ।
ପ୍ରତ୍ୟେକ ଭାରତୀୟଙ୍କ ପ୍ରଗତି ଏବଂ ଦେଶକୁ ପ୍ରଗତିଶୀଳ ତଥା ସମୃଦ୍ଧ କରିବା ପାଇଁ କାର୍ଯ୍ୟ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଆଜି ସକାଳେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି। ଆମେ ସବୁବେଳେ ତାଙ୍କ ଦୂରଦୃଷ୍ଟି ଏବଂ କାର୍ଯ୍ୟରୁ ପ୍ରେରଣା ପାଇବା ଜାରି ରଖିବୁ। ଆମେ ପ୍ରତ୍ୟେକ ଭାରତୀୟଙ୍କ ପ୍ରଗତି ଏବଂ ଆମ ଦେଶକୁ ପ୍ରଗତିଶୀଳ ତଥା ସମୃଦ୍ଧ କରିବା ପାଇଁ କାର୍ଯ୍ୟ ଜାରି ରଖିବୁ ।’’
HS
This morning, paid homage to Mahatma Gandhi at Rajghat. We will always continue to draw inspiration from his vision and work. We will keep working for the progress of every Indian and making our nation progressive as well as prosperous. pic.twitter.com/VfeJzvMcVG
— Narendra Modi (@narendramodi) August 15, 2026