ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଦୟା ଏବଂ କରୁଣାର ମୂଲ୍ୟବୋଧ ଧାରଣ କରିଥିବା ମିଜୋରାମର ଦୃଢ଼ ଗୋଷ୍ଠୀଗତ ଭାବନା ଏବଂ ଦୟାଳୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
“ରାଜ୍ୟ ପ୍ରତିଷ୍ଠା ଦିବସରେ ମିଜୋରାମର ଜନସାଧାରଣଙ୍କୁ ଶୁଭେଚ୍ଛା।
ମିଜୋରାମ ଏହାର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍ଥାୟୀ ସାଂସ୍କୃତିକ ପରମ୍ପରା ପାଇଁ ବ୍ୟାପକ ଭାବେ ଜଣାଶୁଣା। ଏହାର ଦୃଢ଼ ଗୋଷ୍ଠୀଗତ ଭାବନା ଏବଂ ଦୟାଳୁ ଲୋକମାନେ ଦୟା ଏବଂ କରୁଣାର ମୂଲ୍ୟବୋଧକୁ ପ୍ରତିଫଳିତ କରନ୍ତି। ପରମ୍ପରା, ସଙ୍ଗୀତ ଏବଂ ଦୈନନ୍ଦିନ ଜୀବନର ଅନ୍ୟାନ୍ୟ ଦିଗ ମାଧ୍ୟମରେ ପ୍ରକାଶିତ ସମୃଦ୍ଧ ମିଜୋ ଐତିହ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ।
ମିଜୋରାମ ବିକାଶ ପଥରେ ଆଗକୁ ବଢ଼ୁ ଏବଂ ଆଗାମୀ ବର୍ଷଗୁଡ଼ିକରେ ନୂତନ ମାଇଲଖୁଣ୍ଟ ହାସଲ କରୁ । “
HS
Greetings to the people of Mizoram on their Statehood Day.
— Narendra Modi (@narendramodi) February 20, 2026
Mizoram is widely known for its striking natural beauty and enduring cultural traditions. Its strong community spirit and gracious people embody values of kindness and compassion. The rich Mizo heritage, expressed…