Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟ ସ୍ଥାପନା ଦିବସରେ ତେଲଙ୍ଗାନାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ, ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କୁ ଶୁଭେଚ୍ଛା


 

ରାଜ୍ୟ ସ୍ଥାପନା ଦିବସ ଅବସରରେ ତେଲଙ୍ଗାନାର ଅଧିବାସୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

“ରାଜ୍ୟ ସ୍ଥାପନା ଦିବସ ଅବସରରେ ତେଲଙ୍ଗାନା ଅଧିବାସୀଙ୍କୁ ମୋର ଶୁଭେଚ୍ଛା । ଆଗାମୀ ବର୍ଷରେ ରାଜ୍ୟର ଜନସାଧାରଣଙ୍କ ସ୍ୱପ୍ନ ଏବଂ ଅଭିଳାଷା ପୂରଣ ହେଉ ।

ଆନ୍ଧ୍ରପ୍ରଦେଶର ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ମୋର ଶୁଭେଚ୍ଛା । ରାଜ୍ୟର ଅଧିବାସୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।