Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରଗଠନରେ ଆରଏସଏସର ସମୃଦ୍ଧ ଅବଦାନ ଉପରେ ଡା. ମୋହନ ଭାଗବତଙ୍କ ସମ୍ବୋଧନକୁ ସେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦ୍ୱାରା ରାଷ୍ଟ୍ରକୁ ସମର୍ପିତ ସେବାର ୧୦୦ ବର୍ଷ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଶଂସା କରିଛନ୍ତି । ପରମ ପୂଜ୍ୟ ସରସଂଘଚାଳକ ଡା. ମୋହନ ଭାଗବତ ଜୀଙ୍କ ସମ୍ବୋଧନକୁ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ନିର୍ମାଣରେ ସଂଘର ମହତ୍ୱପୂର୍ଣ୍ଣ ଭୂମିକା ଏବଂ ଏବଂ ଭାରତର ସଭ୍ୟତାଗତ ମୂଲ୍ୟର ପୋଷଣ ପ୍ରତି ତାହାର ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ।

ଆରଏସଏସ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି;

“ପରମପୂଜ୍ୟ ସରସଂଘଚାଳକ ଡା. ମୋହନ ଭାଗବତ ଜୀ ନିଜର ପ୍ରେରଣାଦାୟୀ ସମ୍ବୋଧନରେ ରାଷ୍ଟ୍ର ନିର୍ମାଣରେ ସଂଘର ଅତୁଳନୀୟ ଯୋଗାଦାନ ଉପରେ ଆଲୋକପାତ କରିଛନ୍ତି । ସେ ଭାରତର ବର୍ଷର ସେହି ସାମର୍ଥ୍ୟକୁ ବି ରେଖାଙ୍କିତ କରିଛନ୍ତି, ଯାହାକି ଦେଶକୁ ସଶକ୍ତ କରିବା ସହିତ ସମ୍ପୂର୍ଣ୍ଣ ମାନବତା ପାଇଁ କଲ୍ୟାଣକାରୀ ଅଟେ ।

#RSS100Years”

SR