ପିଏମଇଣ୍ଡିଆ

• ଏନଏଚଆରସି ଉପେକ୍ଷିତ, ବଂଚିତ ଲୋକଙ୍କ ସ୍ୱର – ପ୍ରଧାନମନ୍ତ୍ରୀ;
• ଇ-ଅଦାଲତ ସଂଖ୍ୟାରେ ବୃଦ୍ଧି, ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡକୁ ସଶକ୍ତ କରିବା ଉପରେ ଗୁରୁତ୍ୱ;
• ମାନବିକ ଅଧୀକାରର ସୁରକ୍ଷା କେବଳ ଏକ ସ୍ଳୋଗାନରେ ସୀମିତ ନ’ରହୁ;
• ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏନଏଚଆରସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବିଗତ ଅଢେଇ ଦଶନ୍ଧି ଧରି ଉପେକ୍ଷିତ ଏବଂ ନ୍ୟାଯ୍ୟ ଅଧୀକାରରୁ ବଂଚିତ ଲୋକମାନଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରି ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗ (ଏନଏଚଆରସି) ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଆଜି (ଶୁକ୍ରବାର) ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗଙ୍କ ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ, ମାନବିକ ଅଧୀକାରର ସୁରକ୍ଷା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ମାନବିକ ଅଧିକାରସମୂହର ସୁରକ୍ଷା ପାଇଁ ସ୍ୱାଧୀନତା ପରେ ଏକ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନ୍ୟାୟ ପ୍ରଣାଳୀ, ଏକ ସକ୍ରୀୟ ଗଣମାଧ୍ୟମ, ଏକ ସକ୍ରୀୟ ନାଗରିକ ସମାଜ ଏବଂ ଏନଏଚଆରସି ଭଳି ସଂଗଠନଗୁଡିକୁ ଗଠନ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବିକ ଅଧୀକାରର ସୁରକ୍ଷା କେବଳ ଏକ ସ୍ଳୋଗାନ ହୋଇ ରହିନଯାଉ ବରଂ ଆମ ଆଚାର ବ୍ୟବହାରର ଏକ ଅଂଶ ହେବା ଆବଶ୍ୟକ । ସେ କହିଥିଲେ ଯେ ବିଗତ ଚାରି ବର୍ଷ ମଧ୍ୟରେ, ଗରିବଙ୍କ ଜୀବନର ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଚେଷ୍ଟା କରାଯାଇଛି । ସେ କହିଥିଲେ ଯେ ମନୁଷ୍ୟର ମୌଳିକ ଆବଶ୍ୟକତା ପୂରଣକୁ ସହଜସାଧ୍ୟ କରିବା ଲାଗି ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବେଟୀ ବଚାଓ, ବେଟୀ ପଢାଓ, ସୁଗମ୍ୟ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ ଯୋଜନା ଏବଂ ଏହି ଯୋଜନାଗୁଡିକର ପରିଣାମ ସ୍ୱରୂପ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରିଛି । ସେ କହିଥିଲେ ଯେ 9 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଫଳରେ କୋଟି କୋଟି ଗରିବ ଲୋକମାନଙ୍କ ପାଇଁ ସ୍ୱଚ୍ଛ ଏବଂ ପ୍ରତିଷ୍ଠିତ ଜୀବନ ସୁନିଶ୍ଚିତ କରାଯାଇପାରିଛି । ସେ ନିକଟ ଅତୀତରେ ଆୟୁଷ୍ମାନ ଭାରତ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପଦକ୍ଷେପ – ପିଏମଜେଏୱାଇ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ଆର୍ଥିକ ସମାବେଶନ ପଦକ୍ଷେପଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଯେ ମୁସଲିମ ମହିଳାମାନଙ୍କୁ ତିନି ତଲାକ ଭଳି କୁ-ପ୍ରଥାରୁ ମୁକ୍ତ କରିବା ଆଇନ ମଧ୍ୟ ଲୋକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ପର୍ଯ୍ୟାୟରେ ନିଆଯାଇଥିବା ଏକ ପଦକ୍ଷେପ ।
ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଇ-ଅଦାଲତଗୁଡିକର ସଂଖ୍ୟାରେ ବୃଦ୍ଧି ଏବଂ ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡକୁ ମଜବୁତ କରିବା ଭଳି ଅନେକ ପଦକ୍ଷେପଗୁଡିକ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପଗୁଡିକର ସଫଳତା ଜନ ଭାଗୀଦାରୀ କାରଣରୁ ସମ୍ଭବ ହୋଇପାରିଛି । ସେ କହିଥିଲେ ଯେ ମାନବିକ ଅଧୀକାରଗୁଡିକ ପ୍ରତି ସଚେତନତା ସହିତ ନାଗରିକମାନଙ୍କୁ ନିଜ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ପ୍ରତି ମଧ୍ୟ ସଚେତନା ହେବା ଆବଶ୍ୟକ । ସେ କହିଥିଲେ ଯେ ଯେଉଁ ଲୋକମାନେ ନିଜ ଉତ୍ତରଦାୟିତ୍ୱକୁ ବୁଝିଥାନ୍ତି, ସେମାନେ ଏହା ମଧ୍ୟ ଜାଣନ୍ତି ଯେ ଅନ୍ୟର ଅଧିକାରର ସମ୍ମାନ କିଭଳି କରାଯିବାର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର ବିକାଶ ଲକ୍ଷ୍ୟଗୁଡିକୁ ହାସଲ କରିବା ପାଇଁ ଏନଏଚଆରସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
**********
मानव अधिकारों के प्रति इसी समर्पण ने देश को 70 के दशक में बहुत बड़े संकट से उबारा था।
— PMO India (@PMOIndia) October 12, 2018
आपातकाल के उस काले कालखंड में जीवन का अधिकार भी छीन लिया गया था, बाकी अधिकारों की तो बात ही क्या थी।
लेकिन भारतीयों ने मानवाधिकारों को अपने प्रयत्नों से फिर हासिल किया: PM
पिछले 4 वर्षों की ये बहुत बड़ी उपलब्धि रही है कि इस दौरान गरीब, वंचित, शोषित, समाज के दबे-कुचले व्यक्ति की गरिमा को, उसके जीवन स्तर को ऊपर उठाने के लिए गंभीर प्रयास हुए हैं।
— PMO India (@PMOIndia) October 12, 2018
बीते 4 वर्षों में जो भी कदम उठाए गए हैं, जो योजनाएं बनी हैं, उनका लक्ष्य यही है और हासिल भी यही है: PM
सरकार का फोकस इस बात पर रहा है कि सामान्य मानवी की मूल आवश्यकताओं की पूर्ति उसकी जेब की शक्ति से नहीं, बल्कि सिर्फ भारतीय होने भर से ही स्वभाविक रूप से हो जाए।
— PMO India (@PMOIndia) October 12, 2018
हमारी सरकार ‘सबका साथ, सबका विकास’ के मंत्र को सेवा का माध्यम मानती है: PM
गरीब को खुले आसमान के नीचे, मौसम के थपेड़े सहने पड़े, ये भी तो उसके अधिकार का हनन ही है।
— PMO India (@PMOIndia) October 12, 2018
इस स्थिति से उसको बाहर निकालने के लिए प्रधानमंत्री आवास योजना के तहत हर बेघर-गरीब को आवास देने का अभियान चल रहा है।
अब तक सवा करोड़ से अधिक भाई-बहनों को घर का अधिकार मिल भी चुका है: PM
शौचालय न होने की मजबूरी में, जो अपमान वो गरीब भीतर ही भीतर महसूस करता था, वो किसी को बताता नहीं था।
— PMO India (@PMOIndia) October 12, 2018
विशेषतौर पर मेरी करोड़ों बहन-बेटियां, उनके लिए ये Dignity से जीने के अधिकार का हनन तो था ही बल्कि जीने के अधिकार को लेकर भी गंभीर प्रश्न था: PM
दिव्यांगों के अधिकार को बढ़ाने वाला Rights of Persons with Disabilities Act हो,
— PMO India (@PMOIndia) October 12, 2018
उनके लिए नौकरियों में आरक्षण बढ़ाना हो
या फिर Transgender Persons (Protection of Rights) Bill,
ये मानवाधिकारों के प्रति हमारी सरकार की प्रतिबद्धता का ही उदाहरण है: PM
न्याय पाने के अधिकार को और मजबूत करने के लिए सरकार e-Courts की संख्या बढ़ा रही है, नेशनल ज्यूडिशियल डेटा ग्रिड को सशक्त कर रही है।
— PMO India (@PMOIndia) October 12, 2018
केस से संबंधित जानकारियां, फैसलों से जुड़ी जानकारियां ऑनलाइन होने से न्याय प्रक्रिया में और तेजी आई है और लंबित मामलों की संख्या में कमी हुई है: PM
सबको कमाई,
— PMO India (@PMOIndia) October 12, 2018
सबको पढ़ाई,
सबको दवाई और
सबकी सुनवाई के लक्ष्य के साथ ऐसे अनेक काम हुए हैं, जिससे करोड़ों भारतीय भीषण गरीबी से बाहर निकल रहे हैं।
देश बहुत तेज़ गति से मध्यम वर्ग की बहुत बड़ी व्यवस्था की तरफ बढ़ रहा है: PM
Sustainable Development Goals हासिल करने के लिए आज सरकार जो भी प्रयास कर रही है, उसमें NHRC की भूमिका महत्वपूर्ण है।
— PMO India (@PMOIndia) October 12, 2018
आपके सुझावों का सरकार ने हमेशा स्वागत किया है।
देश के लोगों के जीवन को बेहतर बनाने के लिए, उनके अधिकार सुनिश्चित करने के लिए सरकार प्रतिपल प्रतिबद्ध है: PM
Congratulations to the NHRC for completing 25 years in service of the nation. We are proud of their exemplary role in safeguarding human rights and furthering the dignity of crores of Indians. pic.twitter.com/0SZO0AiHtX
— Narendra Modi (@narendramodi) October 12, 2018
For us, human rights & their protection are not merely phrases. They are articles of faith, which we are continuously upholding. Whenever basic human rights have been denied, like during Emergency, the people of India fought tirelessly & ensured democracy & human rights prevail. pic.twitter.com/8DiErX0XzI
— Narendra Modi (@narendramodi) October 12, 2018
The philosophy of 'Sabka Saath, Sabka Vikas' ensures the dignity and well-being of all Indians, particularly the poor and marginalised. pic.twitter.com/QYegZXsbFl
— Narendra Modi (@narendramodi) October 12, 2018