ପିଏମଇଣ୍ଡିଆ
ନମସ୍କାର ।
ରୋଜଗାର ମେଳାରେ ଯୋଡ଼ି ହୋଇଥିବା ମୋର ଯୁବ ସାଥୀମାନେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଦେଶର ୪୫ଟି ସହରରେ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି । ଅର୍ଥାତ, ଆଜି ଏକା ସହିତ ହଜାର ହଜାର ଘରେ ଖୁସିର ଏକ ନୂଆ ମାହୋଲ ଆରମ୍ଭ ହୋଇଯାଇଛି । ଗତ ମାସରେ ଆଜିର ଦିନରେ ଧନତେରସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଆଜିର ଏହି ବିଶାଳ ରୋଜଗାର ମେଳା ଦର୍ଶାଉଛି ଯେ ସରକାର କେଉଁଭଳି ଭାବରେ ସରକାରୀ ନିଯୁକ୍ତି ଦେବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି ।
ସାଥୀମାନେ,
ଗତ ମାସରେ ଯେତେବେଳେ ରୋଜଗାର ମେଳାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ମୁଁ ଆଉ ଗୋଟିଏ କଥା କହିଥିଲି । ମୁଁ କହିଥିଲି ଯେ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ, ଏନଡିଏ ଏବଂ ଭାଜପା ଶାସିତ ରାଜ୍ୟ ମଧ୍ୟ ଏହିଭଳି ଭାବରେ ରୋଜଗାର ମେଳାର ଆୟୋଜନ କରୁଥିବେ । ମୋତେ ଖୁସି ଲାଗୁଛି ଯେ ଗତ ଏକ ମାସ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜରାଟରେ ମଧ୍ୟ ରାଜ୍ୟ ସରକାରଙକ୍ ପକ୍ଷରୁ ହଜାର ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । କିଛିଦିନ ପୂର୍ବରୁ ୟୁପି ସରକାର ମଧ୍ୟ ତାଙ୍କର ଯୁବଗୋଷ୍ଠୀମାନଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି । ଗତ ଏକ ମାସରେ ଜମ୍ମୁ-କାଶ୍ମୀର, ଲଦାଖ, ଆଣ୍ଡାମାନ-ନିକୋବର ଦ୍ୱୀପ ସମୁହ, ଲାକ୍ଷାଦ୍ୱୀପ, ଦାଦରା ଏବଂ ହାବେଳି, ଡାମନ ଏବଂ ଡିୟୁ ଏବଂ ଚଣ୍ଡିଗଡ଼ରେ ମଧ୍ୟ ରୋଜଗାର ମେଳା ଆୟୋଜିତ କରି ହଜାର ହଜାର ଯୁବକମାନଙ୍କୁ ଚାକିରି ଦିଆଯାଉଛି । ମୋତେ କୁହାଯାଇଛି ଯେ ପହରଦିନ ଅର୍ଥାତ ୨୪ ନଭେମ୍ବରକୁ ଗୋଆ ସରକାର ମଧ୍ୟ ଏହିଭଳି ଭାବରେ ରୋଜଗାର ଦିବସ ମେଳାର ଆୟୋଜନ କରିବାକୁ ଯାଉଛନ୍ତି । ୨୮ ନଭେମ୍ବରକୁ ତ୍ରିପୁରା ସରକାର ମଧ୍ୟ ରୋଜଗାର ମେଳାର ଆୟୋଜନ କରୁଛନ୍ତି । ଏହି ଡବଲ ଇଞ୍ଜିନର ସରକାରଙ୍କର ଦୁଇଗୁଣ ଲାଭ ଅଟେ । ଦେଶର ଯୁବକମାନଙ୍କୁ ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତିପତ୍ର ଦେବାର ଏହି ଅଭିଯାନ ଏହିଭଳି ଭାବରେ ଅନବରତ ଜାରି ରହିବ ।
ସାଥୀମାନେ,
ଭାରତ ଭଳି ଯୁବ ଦେଶରେ, ଆମର କୋଟି କୋଟି ଯୁବଗୋଷ୍ଠୀ ଏହି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି ଅଟନ୍ତି । ଆମ ଯୁବଗୋଷ୍ଠୀଙ୍କର ପ୍ରତିଭା ଏବଂ ତାଙ୍କର ଶକ୍ତି ରାଷ୍ଟ୍ର ନିର୍ମାଣରେ ଅଧିକରୁ ଅଧିକ ଉପଯୋଗରେ ଆସିବ, ଏହାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ପ୍ରାଥମିକତା ସହିତ ଯୋଡ଼ି ହୋଇଥିବା ଆମର ୭୧ ହଜାରରୁ ଅଧିକ ନୂଆ ସହଯୋଗୀମାନଙ୍କୁ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଯେଉଁ ପଦବୀରେ ଆପଣଙ୍କର ନିଯୁକ୍ତି ହେବାକୁ ଯାଉଛି, ଏହାକୁ ଆପଣ କଠିନ ପରିଶ୍ରମ ଦ୍ୱାରା, କଠିନ ପ୍ରତିଯୋଗିତାରେ ସଫଳ ହୋଇ ହାସଲ କରିଛନ୍ତି । ଏଥିପାଇଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ମଧ୍ୟ ଶୁଭେଚ୍ଛା ପାଇବାକୁ ସେତିକି ହକ୍ ଅଛି ।
ମୋର ଯୁବ ସାଥୀମାନେ,
ଆପଣଙ୍କୁ ଏହି ନୂତନ ଦାୟିତ୍ୱ ଗୋଟିଏ ବିଶେଷ ଅବଧିରେ ମିଳୁଛି । ଦେଶ ଅମୃତ କାଳରେ ପ୍ରବେଶ କରିସାରିଛି । ଆମେ ଦେଶବାସୀମାନେ ମିଳିମିଶି ଏହି ଅମୃତ କାଳରେ ଭାରତକୁ ବିକଶିତ କରିବାକୁ ପଣ କରିଛୁ । ଏହି ଲକ୍ଷ୍ୟର ପ୍ରାପ୍ତିରେ ଆପଣ ସମସ୍ତେ ଦେଶର ସାରଥି ହେବାକୁ ଯାଉଛନ୍ତି । ଆପଣ ସମସ୍ତେ ଯେଉଁ ନୂତନ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି, ସେଥିରେ ଆପଣ, ଅନ୍ୟ ଦେଶବାସୀଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବରେ ଗୋଟିଏ ପ୍ରକାରରେ ନିଯୁକ୍ତି ହେବେ । ଏମିତି ମୁଁ ଆପଣଙ୍କୁ ଆଉ ଗୋଟିଏ କଥା ନିଶ୍ଚିତ ମନେ ରଖିବାକୁ ହେବ, ନିଜ କର୍ତ୍ତବ୍ୟ ନିର୍ବାହ କରିବାକୁ ଯାଇ ଆପଣଙ୍କୁ ନିଜର ଭୂମିକା ଭଲ ଭାବରେ ବୁଝିବାକୁ ହେବ । ଗୋଟିଏ ନୂତନ ଜନସାଧାରଣଙ୍କ ସେବକ ଭାବରେ ନିଜର ସେବାଗୁଡ଼ିକ ଦେବା ପାଇଁ ଆପଣଙ୍କୁ ଆପଣଙ୍କର କ୍ଷମତା ବଢ଼ାଇବା, କ୍ଷମତା ନିର୍ମାଣ ଉପରେ ମଧ୍ୟ ଲଗାତାର ଭାବେ ଧ୍ୟାନ ଦେବାକୁ ହେବ । ଆଜି ସରକାରଙ୍କ ପ୍ରୟାସ ଟେକ୍ନୋଲୋଜିର ସାହାଯ୍ୟରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ଉତ୍ତମ ପ୍ରଶିକ୍ଷଣର ସୁବିଧା ହେବ । ନିକଟରେ ଯେଉଁ ‘କର୍ମଯୋଗୀ ଭାରତ’ ଟେକ୍ନୋଲୋଜି ପ୍ଲାଟଫର୍ମ ଆରମ୍ଭ ହୋଇଛି । ସେଥିରେ ଅନେକ ପ୍ରକାରର ଅନଲାଇନ କୋର୍ସମାନେ ଉପଲବ୍ଧ ଅଛି । ଆଜି ଯେମିତି, ଆପଣଙ୍କ ଭଳି ନୂଆ ସରକାରୀ କର୍ମଚାରୀମାନେ ପାଇଁ ଏକ ବିଶେଷ କୋର୍ସର ଶଭାରମ୍ଭ ମଧ୍ୟ ହେଉଛି । ଏହାର ନାମ ଦିଆଯାଇଛି- କର୍ମଯୋଗୀ ପ୍ରାରମ୍ଭ । ଆପଣ, ‘କର୍ମଯୋଗୀ ଭାରତ’ ପ୍ଲାଟଫର୍ମ ଉପରେ ଉପଲବ୍ଧ ଅନଲାଇନ କୋର୍ସଗୁଡ଼ିକରୁ ନିଶ୍ଚିତ ଅଧିକ ଲାଭ ଉଠାଇବେ । ଏହାଦ୍ୱାରା ଆପଣମାନଙ୍କର ଦକ୍ଷତା ମଧ୍ୟ ଅପଗ୍ରେଡ ହେବ ଏବଂ ଭବିଷ୍ୟତରେ ଆପଣଙ୍କୁ ଆପଣଙ୍କର କ୍ୟାରିଅରରେ ମଧ୍ୟ ବହୁତ ଲାଭ ହେବ ।
ସାଥୀମାନେ,
ଆଜି ଆପଣ ଏହା ମଧ୍ୟ ଦେଖୁଛନ୍ତି ଯେ ବୈଶ୍ୱିକ ମହାମାରୀ ଏବଂ ଯୁଦ୍ଧର ସଂକଟ ମଧ୍ୟରେ, ସମଗ୍ର ବିଶ୍ୱରେ ଯୁବଗୋଷ୍ଠୀଙ୍କ ସମ୍ମୁଖରେ ନୂତନ ଅବସରର ସଂକଟ ଅଛି । ବଡ଼-ବଡ଼ ବିଶେଷଜ୍ଞମାନେ, ବିକଶିତ ଦେଶମାନଙ୍କରେ ମଧ୍ୟ ବଡ଼ ସଂକଟର ଆଶଙ୍କା ରହିଛି ବୋଲି କହୁଛନ୍ତି । ଏମିତି ସମୟରେ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନେ ଏହା କରୁଛନ୍ତି ଯେ ଭାରତ ନିକଟରେ ନିଜର ଆର୍ଥିକ ସାମର୍ଥ୍ୟ ଦେଖାଇବା ଏବଂ ନୂତନ ଅବସରକୁ ବଢ଼ାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ଭାରତ ଆଜି ଚାକିରି ବିଶେଷଜ୍ଞମାନଙ୍କ କ୍ଷେତ୍ରରେ ବିଶ୍ୱର ଏକ ବଡ଼ ଶକ୍ତି ହୋଇଯାଇଛି । ବର୍ତ୍ତମାନ ବିଶେଷଜ୍ଞମାନେ ଭରସା ଦେଉଛନ୍ତି ଯେ ଭାରତ ବିଶ୍ୱର ଉତ୍ପାଦନର ଘର ମଧ୍ୟ ହେବାକୁ ଯାଉଛି । ଏଥିରେ ଆମର ଉତ୍ପାଦନ ସଂଯୋଗ ପ୍ରୋତ୍ସାହନ ଯୋଜନାମାନଙ୍କର ବଡ଼ ଭୂମିକା ହେବ; କିନ୍ତୁ ଏହାର ମୁଖ୍ୟ ଆଧାର ଭାରତର କୁଶଳ ଜନଶକ୍ତି, ଭାରତର କୁଶଳୀ ଯୁବଶକ୍ତି ହିଁ ହେବ । ଆପଣ କଳ୍ପନା କରିପାରୁଥିବେ, କେବଳ ପିଏଲଆଇ ସ୍କିମରେ ହିଁ ଦେଶରେ ୬ଠ ଲକ୍ଷ ନୂତନ ରୋଜଗାର ସୃଷ୍ଟଇ ହେବାର ଆଶା କରାଯାଉଛି । ମେକ ଇନ ଇଣ୍ଡିଆ ଅଭିଯାନ ହେଉ, ଭୋକାଲ ଫର ଲୋକାଲ ହେଉ, ସ୍ଥାନୀୟକୁ ବିଶ୍ୱସ୍ତରରେ ନେବାରେ ଅଭିଯାନ ହେଉ- ଏହି ସମସ୍ତ ଯୋଜନାମାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ନୂଆ ଅବସର କରୁଛି । ଅର୍ଥାତ ସରକାରୀ ଏବଂ ବେସରକାରୀ, ଉଭୟ କ୍ଷେତ୍ରରେ ନୂଆ ଚାକିରିର ସମ୍ଭାବନା ଲଗାତାର ବଢିବାରେ ଲାଗିଛି । ଏବଂ ବଡ଼ କଥା ଏହା ହେଉଛି ଯେ ନୂତନ ଅବସର ଯୁବଗୋଷ୍ଠୀଙ୍କ ପାଇଁ ସେମାନଙ୍କର ନିଜ ସହରରେ, ନିଜ ଗାଁରେ ହେଉଛି । ଏହାଦ୍ୱାରା ଯୁବଗୋଷ୍ଠୀଙ୍କ ସମ୍ମୁଖରେ ବର୍ତ୍ତମାନ ପଳାୟନର ମଜବୁରୀ କମ ହୋଇଛି ଏବଂ ତାହା ନିଜ କ୍ଷେତ୍ରରେ ବିକାଶରେ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିପାରୁଛି । ଷ୍ଟାର୍ଟଅପ୍ସରୁ ନେଇ ସ୍ୱରୋଜଗାର ପର୍ଯ୍ୟନ୍ତ, ସ୍ପେସରୁ ନେଇ ଡ୍ରୋନ ପର୍ଯ୍ୟନ୍ତ, ଆଜି ଭାରତରେ ଯୁବଗୋଷ୍ଠୀଙ୍କ ପାଇଁ ଚତୁଃପାଶ୍ୱର୍ରେ ନୂତନ ଅବସରରେ ନିର୍ମାଣ କରାଯାଉଛି । ଆଜି ଭାରତର ୮ଠ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ, ଯୁବଗୋଷ୍ଠୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳୁଛି । ଔଷଧର ରପ୍ତାନି ହେଉ କିମ୍ବା ପେଷ୍ଟସାଇଡରେ ପାଣି ଛିଞ୍ଚôବା, ସ୍ୱାମୀତ୍ୱ ଯୋଜନାରେ ଡ୍ରୋନ ଦ୍ୱାରା ମ୍ୟାପିଂ କରିବା ହେଉ କିମ୍ବା ରକ୍ଷା କ୍ଷେତ୍ରରେ ବ୍ୟବହାର, ଡ୍ରୋନର ବ୍ୟବହାର ଲଗାତାର ଭାବେ ବୃଦ୍ଧି ଘଟୁଛି । ଏବଂ ଡ୍ରୋନର ଏହି ବଢୁଥିବା ଉପଯୋଗ, ଯୁବଗୋଷ୍ଠୀଙ୍କୁ ନୂଆ ଚାକିରି ଦେଇପାରୁଛି । ଆମ ସରକାର ସ୍ପେସ ସେକ୍ଟରକୁ ଖୋଲିବାକୁ ଯେଉଁ ନିର୍ଣ୍ଣୟ ନେଇଛନ୍ତି, ତାହା ମଧ୍ୟ ବଡ଼ ଲାଭ ଯୁବଗୋଷ୍ଠୀଙ୍କୁ ମିଳିଛି । ଆମେ ୨-୩ ଦିନ ପୂର୍ବରୁ ଦେଖିଥିଲୁ ଯେ କେମିତି ଭାରତର ଘରୋଇ କ୍ଷେତ୍ର ନିଜର ପ୍ରଥମ ସ୍ପେସ ରକେଟ ସଫଳତା ପୂର୍ବକ ଲଞ୍ଚ କରିଥିଲେ । ଆଜି ଯେଉଁମାନେ ନିଜର ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମୁଦ୍ରା ଲୋନରୁ ମଧ୍ୟ ବଡ଼ ସାହାଯ୍ୟ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୫ କୋଟିରୁ ଅଧିକ ମୁଦ୍ରା ଲୋନ ଦିଆଯାଇସାରିଛି । ଦେଶରେ ନବାଚାରକୁ ବଢ଼ାଇବା ଦ୍ୱାରା, ଅନୁସନ୍ଧାନକୁ ବଢ଼ାଇବା ଦ୍ୱାରା ମଧ୍ୟ ରୋଜଗାରର ସୁଯୋଗ ବୃଦ୍ଧି ପାଉଛି । ମୁଁ ଦେଶର ସମସ୍ତ ଯୁବଗୋଷ୍ଠୀଙ୍କୁ ଅନୁରୋଧ କରିବି ଯେ ଏହି ସମସ୍ତ ନୂଆ ଅବସରଗୁଡ଼ିକର ମଧ୍ୟ ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ । ଆଜି ଯେଉଁ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ମିଳୁଛି । ମୁଁ ସେମାନଙ୍କୁ ପୁଣିଥରେ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି । ମୋତେ ବିଶ୍ୱାସ ଅଛି ଯେ ଆପଣଙ୍କର ଦକ୍ଷତାକୁ ବଢ଼ାଇବା ପାଇଁ ପ୍ରୟାସ କରିବାରେ କେବେ କୌଣସି ଋଣା ରଖିବି ନାହିଁ, ଆଜି ଯେଉଁ ନିଯୁକ୍ତିପତ୍ର ଅଛି ତାହା ଆପଣଙ୍କର ପ୍ରବେଶର ଦ୍ୱାର ଅଟେ । ଏହାର ଅର୍ଥ ହେଲା ଯେ ପ୍ରଗତିର ଏକ ନୂତନ ବିଶ୍ୱ ଆପଣଙ୍କ ସମ୍ମୁଖରେ ବର୍ତ୍ତମାନ ଦେଖାଯାଇଛି । ଆପଣ ନିଜେ ନିଜକୁ ଅଧିକରୁ ଅଧିକ ଯୋଗ୍ୟ ବନାନ୍ତୁ, କାମ କରି କରି ଯୋଗ୍ୟତା ବଢ଼ାନ୍ତୁ, ଜ୍ଞାନ ଅର୍ଜନ କରି କରି ଯୋଗ୍ୟତା ବଢ଼ାନ୍ତୁ, ଆପଣ ବଡ଼ମାନଙ୍କ ଠାରୁ ଭଲ ଜିନିଷ ଅଛି ତାହାକୁ ଶିଖି ଯୋଗ୍ୟତା ବଢ଼ାନ୍ତୁ ।
ସାଥୀମାନେ,
ମୁଁ ମଧ୍ୟ ଆପଣମାନଙ୍କ ଭଳି ନିରନ୍ତର ଶିଖିବାକୁ ପ୍ରୟାସ କରୁଛି ମୋ ଭିତରେ ବିଦ୍ୟାର୍ଥୀକୁ କେବେ ମରିବାକୁ ଦେଇନାହିଁ । ପ୍ରତ୍ୟେକଙ୍କ ଠାରୁ ମୁଁ ଶିଖିଛି, ସବୁ ଛୋଟ ଛୋଟ ଜିନିଷରୁ ଶିଖିବାକୁ ମୁଁ ପ୍ରୟାସ କରୁଛି ଏବଂ ଏହାର କାରଣ ଆଜି ମୋତେ ଏକା ସାଥିରେ ଅନେକ କାମ କରିବାର ମୋତେ କେବେ ସଙ୍କୋଚ ହେଉନାହିଁ, ଆଶ୍ଚର୍ଯ୍ୟ ହେଉନାହିଁ, କରିପାରୁଛି । ଆପଣ ମଧ୍ୟ କରିପାରିବେ ଏବଂ ଏଥିପାଇଁ ଏ ଯେଉଁ ନୂଆ ବିଷୟ ପ୍ରାରମ୍ଭ ହୋଇଛି କର୍ମଯୋଗୀ ଆରମ୍ଭର ମୁଁ ଆପଣଙ୍କ ଠାରୁ ଚାହିଁବି ସାଥୀମାନେ ଯେ ଆପଣ ତା’ ସହିତ ଯୋଡ଼ି ହୁଅନ୍ତୁ । ଆପଣ କ’ଣ ଏକ ମାସ ପରେ ମୋତେ ଆପଣଙ୍କର ଏହି ଅନଲାଇନ ପ୍ରଶିକ୍ଷଣର କ’ଣ ଅନୁଭବ ରହିଛି, ଏହି ଅନଲାଇନ ପ୍ରଶିକ୍ଷଣରେ ଆପଣଙ୍କୁ କ’ଣ କିଛି ଊଣା ଲାଗୁଛି, ଏହାକୁ ଆହୁରି କିପରି କରାଯାଇପାରିବ, ଆପଣ ନିଜେ ମଧ୍ୟ ସେହି କର୍ମଯୋଗୀ ପ୍ରଶିକ୍ଷଣକୁ ଅପଗ୍ରେଡ କରିବାରେ କିଛି ମତାମତ ଦେଇପାରିବେ କି? ମୁଁ ଆପଣଙ୍କ ଜବାବର ଅପେକ୍ଷା କରିବି । ଦେଖନ୍ତୁ ଆମେ ସମସ୍ତେ ଗୋଟିଏ ସାଥି ଅଟନ୍ତି, ଗୋଟିଏ କଲେଜ, ଆମେ ସହଯାତ୍ରୀ ଅଟନ୍ତି । ଭାରତକୁ ବିକଶିତ ରାଷ୍ଟ୍ର କରିବାରେ ଗୋଟିଏ ପଥରେ ଆମେ ସମସ୍ତ ଚାଲୁଛନ୍ତି । ଆସନ୍ତୁ ଅନେକ ଅନେକ ଶୁଭକାମନା ସହିତ ଆମେ ସମସ୍ତେ ଆଗକୁ ବଢ଼ିବାର ସଂକଳ୍ପ କରିବା ।
ବହୁତ ବହୁତ ଧନ୍ୟବାଦ ।
NS/MB
Rozgar Mela is our endeavour to empower youth and make them the catalyst in national development. https://t.co/BKXBxO6NfX
— Narendra Modi (@narendramodi) November 22, 2022
Working in mission mode to provide government jobs. pic.twitter.com/A7f6WGmQ08
— PMO India (@PMOIndia) November 22, 2022
Youth are the biggest strength of our country. pic.twitter.com/hb8rl5Nn7X
— PMO India (@PMOIndia) November 22, 2022
The 'Karmayogi Bharat' technology platform which has been launched, has several online courses. This will greatly help in upskilling. pic.twitter.com/KWSirYDxF8
— PMO India (@PMOIndia) November 22, 2022
Experts around the world are optimistic about India's growth trajectory. pic.twitter.com/Pe4h6gQin0
— PMO India (@PMOIndia) November 22, 2022
New opportunities are being created for the youth in India. pic.twitter.com/sZwRbhULJg
— PMO India (@PMOIndia) November 22, 2022
अमृतकाल में देशवासियों के विकसित भारत के प्रण के आज सारथी बने सभी युवाओं को मेरी बहुत-बहुत शुभकामनाएं। आप सभी से मेरा आग्रह है कि ‘कर्मयोगी भारत’ टेक्नोलॉजी प्लेटफॉर्म का भरपूर लाभ उठाएं और राष्ट्र निर्माण में अधिकतम योगदान दें। pic.twitter.com/M9wE4C3xng
— Narendra Modi (@narendramodi) November 22, 2022
आज भारत में सरकारी और गैर-सरकारी दोनों ही क्षेत्रों में नये अवसरों की संभावना लगातार बढ़ रही है। देश में Innovation और Research को बढ़ावा देने से भी रोजगार के मौके बढ़ रहे हैं। pic.twitter.com/4FIeH8hphE
— Narendra Modi (@narendramodi) November 22, 2022